ବ୍ରହ୍ମପୁର

ନିଅଁ। ଲାଗି ଘର, ଗୁହାଳ ଜଳିଗଲା

ନିଅଁ। ଲାଗି ଘର, ଗୁହାଳ ଜଳିଗଲା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୫।୩(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କୁମ୍ଭାରିଗାଁ ପଞ୍ଚାୟତ ଟୁଡବିଜୁ ଗ୍ରାମରେ ନିଅଁ।ଲାଗି ଗୋଟିଏ ଘର ସହ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି। ଘରର ଆସବାବପତ୍ର, ଖାଦ୍ୟଶସ୍ୟ ସହ ଛେଳି ଓ କୁକୁଡା ଆଦି ଜଳି ଯାଇଥିବା ଘର ମାଲିକ ମୁକୁନ୍ଦ ପାଟମାଝୀ ଅଭିଯୋଗ କରିଛନ୍ତି। ଖବରପାଇ ରାଜସ୍ବ ନିରିକ୍ଷକ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ବିପନ୍ନଙ୍କୁ ପଲିଥିନ ଓ ଚାଉଳ ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ ପୂର୍ବାହ୍ନରେ, ମୁକୁନ୍ଦଙ୍କ ଘରେ ରୋଷେଇ ଚାଲିଥିବାବେଳେ କୌଣସି କାରଣରୁ ନିଅଁ। ଟିଣ ଛପରକୁ ଧରିଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

All Right Reserved By

ବ୍ରହ୍ମପୁର

ରଞ୍ଜିତାଙ୍କୁ ଦୁଇଟି ପଦକ

ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି।

ଖରାଦିନେ ବରଡ଼ା ଶାଗ ଚାହିଦା

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ।

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

ଫିରିଙ୍ଗିଆ,୨୨ା୪- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ। ବୟସ ୬୧ ଟପିଲାଣି। ସ୍ତ୍ରୀ, ଝିଅ ଓ ପୁଅଙ୍କୁ ହରାଇ ବେସାହାରା ହୋଇ ପଡିଥିବାବେଳେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ।

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଛତ୍ରପୁର,୨୨ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ରାଜୀବ ଆବାସ ଯୋଜନାରେ ଖଳାସାହିରୁ ଉଚ୍ଛେଦ ୭ ପରିବାର ସାମିଲ ହୋଇନାହାନ୍ତି। ଏହି ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। 

ବାଇକ୍‌ ଦୁର୍ଘଟଣାରେ ୨ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ୨ ଗୁରୁତର

ବୁଗୁଡା,୨୧ା୪(ଡି.ଏନ୍‌.ଏ.)- ବୁଗୁଡା ସହର ମୁଖ୍ୟସଡକ ସାନ୍ତରାଶଙ୍ଖଠାରେ ରବିବାର ରାତି ପ୍ରାୟ ସାଢେ ୯ଟାରେ ବାଇକ ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି। ଅନ୍ୟ ୨ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୁରୁତରମାନେ ହେଲେ ବୁଗୁଡାଥାନା ବି.ବ୍ରହ୍ମପୁର ଗ୍ରାମର ସୁଶାନ୍ତ କୁମାର ପାତ୍ର ଓ ବରଗଡ ଜିଲା ଅତାବିରା ଥାନା ଗମ୍ଭାରୀପଲ୍ଲୀର ଚନ୍ଦନ କାଣ୍ଡି। ଭୋଜିଖାଇ ସୁଶାନ୍ତ ଓ ପୁଅ ଶୁଭମ୍‌ ବାଇକରେ ଆସୁଥିବାବେଳେ ସାନ୍ତରାଶଙ୍ଖ ନିକଟରେ ରାତି ସାଢେ ୯ଟାରେ ଅନ୍ୟଏକ ବାଇକରେ ଆସୁଥିବା ଚନ୍ଦନ ଓ ଚିକୁଙ୍କ ବାଇକ ସହ ଧକ୍କା ହୋଇଥିଲା।

ବଜ୍ରପାତରେ ନେଲା ଜୀବନ

ବଜ୍ରପାତରେ ନେଲା ଜୀବନ

ଶଙ୍କରାଖୋଲ,୨୧।୪(ଡି.ଏନ୍‌.ଏ.)- ଟିକାବାଲି ଥାନା ଚକାପାଦ ବ୍ଲକ (ବି) ବପଲମେଣ୍ଡି ପଞ୍ଚାୟତ ତେନ୍ତୁଳିସାହିରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ (୬୫)। ଟିକାବାଲି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏନେଇ ନଂ.୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ କହିଛନ୍ତି। ବୃଦ୍ଧ ଜଣକ ସନ୍ଧ୍ୟାରେ ଗାଈ ଆଣିବାକୁ ବାହାରକୁ ଯାଇଥିବା ବେଳେ ବଜ୍ରପାତର ଶୀକାର ହୋଇଥିଲେ।

ବାଇକ୍‌ ମୁହଁ।ମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ବାଇକ୍‌ ମୁହଁ।ମୁହିଁ ଧକ୍କା: ୨ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୨୧।୪ (ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ହିଞ୍ଜିଳିଥାନା ବରପଲୀ ଗ୍ରାମରେ ରବିବାର ସନ୍ଧ୍ୟାରେ ୨ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକହେଲେ ବ୍ରହ୍ମପୁର ସଦର  ଥାନା ଶିକୁଳିପଲ୍ଲୀ ଗ୍ରାମର ଏ. ସୁନିଲ ପାତ୍ର(୩୮) ଓ  ହିଞ୍ଜିଳି ଥାନା ମକରଝୋଳ ଗ୍ରାମର ଜି. ଗୁଜରି ମୋହନ (୪୨)। ଗୁରୁତର ଆହତ ଜଣକ ବ୍ରହ୍ମପୁର ସଦର ଥାନା ଲକ୍ଷ୍ମୀ ନାରାୟଣପୁର ଗ୍ରାମର  ଏସ. ଆଶିଷ (୧୪)।

ଗାଈକୁ ଧକ୍କା ଦେଲା ବାଇକ୍‌:ଜଣେ ମୃତ, ୨ ଆହତ

ଗାଈକୁ ଧକ୍କା ଦେଲା ବାଇକ୍‌:ଜଣେ ମୃତ, ୨ ଆହତ

ଆସିକା,୨୧ା୪(ଡି.ଏନ୍‌.ଏ.)- କଣ୍ଟେଇପଲ୍ଲୀ-ସୋରଡା ରାସ୍ତର ଗାଙ୍ଗପୁର ଥାନା କୁଲାଙ୍ଗି ପୋଲ ନିକଟରେ ରବିବାର ଅପରାହ୍ନ ପ୍ରାୟ ୧ରେ ଗାଈକୁ ଧକ୍କା ଦେଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ୨ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଶଙ୍କର ପାତ୍ର (୪୯)। ଆହତମାନେ ହେଲେ ଶଙ୍କରଙ୍କ ପୁଅ ବିଚିତ୍ର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଚନ୍ଦ୍ରଶେଖର ପରିଡା। ମୃତ ଓ ଆହତଙ୍କ ଘର ବଡଗଡ ଥାନା କୁମ୍ଭାରପଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି।

ମାଓବାଦୀଙ୍କ ଗୁଳିରେ ମୃତ୍ୟୁ ଘଟଣା :ସଂଯୁକ୍ତାଙ୍କ ପରିବାରଙ୍କୁ ଭେଟିଲା ପ୍ରଶାସନ

ମାଓବାଦୀଙ୍କ ଗୁଳିରେ ମୃତ୍ୟୁ ଘଟଣା :ସଂଯୁକ୍ତାଙ୍କ ପରିବାରଙ୍କୁ ଭେଟିଲା ପ୍ରଶାସନ

ଫିରିଙ୍ଗିଆ, ୨୧।୪-ନର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ପୋଲିଂ ଚେକିଂ ପାର୍ଟିର ମେସେଞ୍ଜର ତଥା ଗ୍ରାମ ରୋଜଗାର ସେବକ(ଜିଆରଏସ) ସଂଯୁକ୍ତା ଦିଗାଲଙ୍କ ପରିବାର ଲୋକଙ୍କୁ ଶନିବାର ଜିଲା ପ୍ରଶାସନ ଭେଟିଛି।କନ୍ଧମାଳ ଜିଲାପାଳ ଡା.ବୃନ୍ଦା ଡି, ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। 

କୈବର୍ତ୍ତ ସମାଜର ଚଇତି ପର୍ବ

କୈବର୍ତ୍ତ ସମାଜର ଚଇତି ପର୍ବ

ବେଗୁନିଆପଡା,୨୧।୪(ଡି.ଏନ୍‌.ଏ.)- ଘୁମୁସର ଦେଶ କୈବର୍ତ୍ତ ସମାଜ ଚଇତିପର୍ବ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ପୂର୍ଣ୍ଣିମାରୁ  ଆରମ୍ଭ ହୋଇ ଏହା ୯ଦିନ ଧରି ଚାଲିବ। ଏଥିରେ ମା’ ମଙ୍ଗଳାଙ୍କ କୁମ୍ଭସହ ୨ଚଇତି ଘୋଡାକୁ ସୁସଜ୍ଜିତ କରି ଗାଁ ଗାଁ ବୁଲି ମା’ଙ୍କ ମହିମା ପ୍ରଚାର କରୁଛନ୍ତି। ବେଗୁନିଆପଡା ବ୍ଲକର ବେଗୁନିଆପଡା ଓ କେ. ବରିଡା ଗ୍ରାମର ମଙ୍ଗଳାଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଶେଷଦିନ ମା’ଙ୍କ ପୀଠରେ ବିରାଟ ପର୍ବ ପାଳନ କରାଯାଏ। ଏଥିରେ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି। ବେଗୁନିଆପଡାରେ ସଭାପତି ସରୋଜ କୁମାର ମାଝୀ ଓ ଯୋଗେନ୍ଦ୍ର ବେହେରା, କେ. ବରିଡାରେ ଦେବବ୍ରତ ମାଝୀ ଓ ହୀନ ମାଝୀଙ୍କ ନେତୃତ୍ୱରେ ଏହି ପର୍ବ ପାଳନ କରାଯାଉଛି।

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ:  ଖଇରଖମା ଚାମ୍ପିୟନ

ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଖଇରଖମା ଚାମ୍ପିୟନ

ବେଗୁନିଆପଡା,୨୧।୪(ଡି.ଏନ୍‌.ଏ.)- ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ପଞ୍ଚାୟତ ଶଙ୍ଖଭୂମିଠାରେ ଅୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ ଖଇରଖମା ଚାମ୍ପିୟନ ହୋଇଥିବାବେଳେ କୁମାରିପାରି ରନର୍ସଅପ୍‌ ଟାଇଟଲ ହାସଲ କରିଛି। 

ଖରାଦିନେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ରକ୍ତଦାନ ପାଇଁ ଆହ୍ବାନ

ଖରାଦିନେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ: ରକ୍ତଦାନ ପାଇଁ ଆହ୍ବାନ

ବ୍ରହ୍ମପୁର ଅଫିସ,୨୧।୪: ଖରାଦିନେ ରକ୍ତଦାନ ଶିବିର ଆୟୋଜନ କମ ହେଉଥିବା ଯୋଗୁ ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖା ଦେଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri