ମନୋରଞ୍ଜନ |

ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ଲୋକପ୍ରିୟତା ହାସଲ କରିଥିଲେ ଏହିସବୁ ବିଦେଶିନୀ କଳାକାର

ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ଲୋକପ୍ରିୟତା ହାସଲ କରିଥିଲେ ଏହିସବୁ ବିଦେଶିନୀ କଳାକାର

ବଲିଉଡରେ ଆଇଟମ ଗୀତରୁ କିଛି ବିଦେଶୀ କଳାକାରମାନେ କ୍ୟାରିଅର ଆରମ୍ଭ କରିବାର ନଜିର ରହିଛି। ସଲମାନ ଖାନଙ୍କ ସାବତ ମାଆ ହେଲେନଙ୍କଠାରୁ ଆରମ୍ଭ କରି ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସଙ୍କ ପର୍ଯ୍ୟନ୍ତ କଳାକାରମାନେ ବିଦେଶରୁ ଆସି ଆଇଟମ୍‌ ଗୀତ ଜରିଆରେ ବଲିଉଡରେ ପାଦ ଥାପି ବେଶ୍‌ ଲୋକପ୍ରିୟ ହୋଇପାରିଛନ୍ତି। ଆସନ୍ତୁ ଜାଣିବା କିଛି ଆଇଟମ୍‌ ଡ୍ୟାନସରଙ୍କ ସମ୍ପର୍କରେ..

ସନି ଲିୟୋନି

ସନ୍ନିି କାନାଡାର ମୂଳ ବାସିନ୍ଦା। ବଲିଉଡକୁ ଆସିବା ପୂର୍ବରୁ ଜଣେ ପର୍ଣ୍ଣ ଆର୍ଟିଷ୍ଟ ଭାବରେ ତାଙ୍କର ପରିଚୟ ଥିଲା। ‘ଜିସ୍ମ-୨’ରେ ସେ ଆଇଟମ ଗୀତ କରି ଚର୍ଚ୍ଚାକୁ ଆସିଥିଲେ। ପୂଜା ଭଟ୍ଟଙ୍କ ଏହି ଫିଲ୍ମର ସଫଳତା ପରେ ସନ୍ନିି ଏବେ ବଲିଉଡରେ ଛାଇ ଯାଇଛନ୍ତି। ସନିଙ୍କ ଷ୍ଟାରଡ଼ମ ଆଗରେ ବଡ଼ ବଡ଼ ହସ୍ତି ବି ଫେଲ ମାରିଛନ୍ତି।


ଏମି ଜ୍ୟାକ୍ସନ

ବ୍ରିଟିଶ ସୁନ୍ଦରୀ ଏମି ଜ୍ୟାକ୍ସନ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ତାମିଲ ଫିଲ୍ମରୁ।  ଏମିଙ୍କ ଷ୍ଟାରଡମ ଏବେ ଖୁବ ଉପରେ। ହେଲେ ଏମିଙ୍କ ପ୍ରଥମ ବଲିଉଡ ଫିଲ୍ମ ଥିଲା ‘ଏକ ଦିୱାନା ଥା’। ପ୍ରତୀକ ବ୍ରବର ଥିଲେ ଏମିଙ୍କ ହିରୋ। ଏମି ଚର୍ଚ୍ଚାକୁ ଆସିଲେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ସିଂ  ଇଜ  ବ୍ଲିଙ୍ଗ’ ରେ।


ବାରବରା ମୋରି

ଫ୍ୟାସନ ମଡେଲରୁ କ୍ୟାରିଅର ଆରମ୍ଭ କରିଥିବା ବାରବରା ହେଉଛନ୍ତି ମେକ୍ସିକୋ ବାସିନ୍ଦା। ବଲିଉଡରେ ହ୍ରିତିକ ରୋସନଙ୍କ ଫିଲ୍ମ ‘କାଇଟ୍ସ’ରେ ସେ କ୍ୟାରିଅର ଆରମ୍ଭ କରିଥିଲେ। ଆଜିକାଲି ସେ ହଲିଉଡରେ ବେଶୀ ବ୍ୟସ୍ତ ଅଛନ୍ତି।


ଏଲିସ  ପ୍ୟାଟନ

‘ରଙ୍ଗ ଦେ ବସନ୍ତି’ରେ ଧମାଲ ସୃଷ୍ଟି କରିଥିବା ଏଲିସଙ୍କ ଅଭିନୟକୁ କିଏ ଅବା ଭୁଲିଯାଇ ପାରିବେ? ଅବଶ୍ୟ କାଇଟ୍ସ ପରେ ସେ ଆଉ କୌଣସି ଫିଲ୍ମରେ ଆସି ନାହାନ୍ତି। କିନ୍ତୁ ହ୍ରିତିକଙ୍କ ଫିଲ୍ମରେ ତାଙ୍କୁ ବେଶ ପ୍ରଶଂସା କରିଥିଲେ ଦର୍ଶକ।


ୟାନା ଗୁପ୍ତା

ବିଦେଶୀ ମଡେଲ ୟାନାଙ୍କ ବଲିଉଡ ପ୍ରବେଶ ହୁଏ ‘ଦମ’ ଫିଲ୍ମର ଏକ ଆଇଟମ ଗୀତରେ। ୟାନା ତାମିଲ, ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ବି ନାଚିଛନ୍ତି।


ଲିନା ଅର୍ସେନିଓ

ଲିନା ଟେକାସ୍ସର ମୂଳ ଲୋକ। ସେଠି ସେ ମଡେଲିଂ କରୁଥିଲେ। ‘କାବୁଲ ଏକ୍ସପ୍ରେସ’ ତାଙ୍କର ଏକ ବହୁ ଚର୍ଚ୍ଚିତ ଫିଲ୍ମ। ପ୍ରାୟ ଡଜନେ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ସେ ନାଚିଛନ୍ତି।


ଗିସେଲି ମଣ୍ଟେରୋ

ବ୍ରାଜିଲର ଏହି ମଡେଲ ସୈଫ ଅଲି ଖାଁ ଓ ଦୀପିକାଙ୍କ ଫିଲ୍ମ ‘ଲଭ ଆଜକଲ’ରେ ହରଲୀନ କାଉର ଭୂମିକାରେ ଆସିଥିଲେ। ଏହି ଫିଲ୍ମରେ ଗିସେଲି ପୂରା ପଞ୍ଜାବୀ କୁଡ଼ି ଭାବେ ନଜର କରିଆସିଥିଲେ।

All Right Reserved By

ମନୋରଞ୍ଜନ |

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri