ବ୍ରହ୍ମପୁର

ଜାନିବିଲି ପ୍ରକଳ୍ପ ଭେଳିକି, ଖରା ଆରମ୍ଭରୁ ପାନୀୟ ଜଳ ସଙ୍କଟ

ଜାନିବିଲି ପ୍ରକଳ୍ପ ଭେଳିକି, ଖରା ଆରମ୍ଭରୁ ପାନୀୟ ଜଳ ସଙ୍କଟ

ବ୍ରହ୍ମପୁର ଅଫିସ,୨୫ା୩-ବ୍ରହ୍ମପୁରର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଗତ ୩ ତାରିଖରେ ଜାନିବିଲି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶୁଭାରମ୍ଭ ହୋଇଛି।  ତଥାପି ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଧାରିତ ୱାର୍ଡକୁ ପାନୀୟ ଜଳ ଯୋଗାଣ ଠିକଭାବେ ହେଉ ନ ଥିବା ଅଭିଯୋଗ ହୋଇଛି।  

ଅନ୍ୟପକ୍ଷରେ ଖରାଦିନ ଆରମ୍ଭରୁ ବିଭିନ୍ନ ଅଞ୍ଚଳରେ ପୁଣି ଦେଖାଦେଇଛି ପାନୀୟ ଜଳ ସଙ୍କଟ।  ଗୋଟିଏ ପଟେ ଜାନିବିଲିରୁ ଜଳଯୋଗାଣ ହେଉଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀ ସୀତାରାମ ପଣ୍ଡା କହୁଥିବା ବେଳେ ପ୍ରଥମ ପର୍ଯ୍ୟାୟ ଜଳଯୋଗାଣ ପାଇଁ ନିର୍ଦ୍ଧାରିତ ଅଞ୍ଚଳରେ ଜଳଯୋଗାଣ ହେଉ ନ ଥିବା ଅଭିଯୋଗ ହୋଇଛି ା ଅଧିକାଂଶ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ତଥା ଦ୍ୱିତୀୟ ପର୍ଯ୍ୟାୟରେ ଏହି ପ୍ରକଳ୍ପରୁ ଜଳଯୋଗାଣ କରାଯିବାକୁ ସ୍ଥିର କରାଯାଇଥିଲେ ମଧ୍ୟ ଏଯାଏଁ ଜାନିବିଲି ପାଇପଲାଇନ ମଧ୍ୟ ବିଛାଯାଇ ନ ଥିବା ଅଭିଯୋଗ ହୋଇଛି।  

ବ୍ରହ୍ମପୁର ମହାନଗର ନିଗମ(ବିଏମସି) ୩୨ ନଂ. ୱାର୍ଡର ଚାଞ୍ଚଡାପଥର ସାହିରୁ ଏପରି ଅଭିଯୋଗ ଆସିଛି। 

ମାର୍ଚ୍ଚ ଶେଷ ସୁଦ୍ଧା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଜଳଯୋଗାଣ କରାଯିବା ନେଇ ପ୍ରକଳ୍ପ ଉଦଘାଟନ ବେଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।  ହେଲେ ଏହି ଅଞ୍ଚଳ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୂକ୍ତ ହୋଇଥିବା  ବେଳେ ଏଯାଏ ପାଇପଲାଇନ ମଧ୍ୟ ବିଛାଯାଇ ନ ଥିବା ଅଞ୍ଚଳବାସୀ କହିଛନ୍ତି।  

  ଚାଞ୍ଚଡାପଥର ସାହିରେ ୪୦୦ରୁ ଉର୍ଦ୍ଧ୍ୱ ପରିବାର ବାସବାସ କରୁଛନ୍ତି। ଏହି ଅଞ୍ଚଳକୁ ଦୀର୍ଘ ବର୍ଷଧରି ପାନୀୟ ଜଳ ଯୋଗାଣ ନେଇ ସମସ୍ୟା ଲାଗି ରହିଛି।  ପ୍ରତିବର୍ଷ ଖରାଦନେ ଏହି ଅଞ୍ଚଳକୁ ଜଳଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ ହେଉଛି। ଗତ ୪ ଦିନ ହେଲା ସାହିରେ ଜଳଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।  

ଏ ନେଇ ବହୁବାର ଅଭିଯୋଗ ସତ୍ତ୍ୱେ ଜନସ୍ବାସ୍ଥ୍ୟ ବିଭାଗ କର୍ଣ୍ଣପାତ କରୁନାହିଁ ା 

୪ଦିନ ଅଞ୍ଚଳବାସୀଙ୍କ ଅସନ୍ତୋଷ ପରେ ରବିବାର ଗୋଟିଏ ଟ୍ୟାଙ୍କର ପାଣି ଯୋଗାଇ ଜନସ୍ବାସ୍ଥ୍ୟ ବିଭାଗ ତା’ର ଦାୟିତ୍ୱ ସାରିଛି ା ଯାହାକି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ପାଣିପାଇଁ ପ୍ରତିବର୍ଷ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ଦିଗରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ ା 

ଚଳିତ ବର୍ଷ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ନ ହେଲେ ଆନ୍ଦୋଳନ ସହ ସାଧାରଣ ନିର୍ବାଚନ ବର୍ଜନ କରିବା ନେଇ ଅଞ୍ଚଳବାସୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ା

All Right Reserved By

ବ୍ରହ୍ମପୁର

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବଙ୍କ ସମୀକ୍ଷା

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ସଚିବଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୦।୪: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଶନିବାର ବ୍ରହ୍ମପୁର ମହାନଗର ନିଗମରେ ପହଞ୍ଚତ୍ଛନ୍ତି। 

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ପୋଲସରା, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଶୁକ୍ରବାର ରାତିରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ଗଞ୍ଜାମ ଏସ୍‌ପିଙ୍କ ଖବରଦାତା ସମ୍ମିଳନୀ, ଭାଜପା ସମର୍ଥକଙ୍କୁ ହତ୍ୟା ଘଟଣାର ଚାଲିଛି ତଦନ୍ତ

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ପୋଲିସ ଜିଲା ଅଞ୍ଚଳରେ ସାଧାରଣ ନିର୍ବାଚନ ବେଳେ ଘଟିଥିବା ଅପରାଧ ନେଇ ଅଭିଯୁକ୍ତଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନଷ୍ଠାନ ସମ୍ପର୍କରେ ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ସୂଚନା ଦେଇଛନ୍ତି। 

ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ଭାଙ୍ଗିବା ମାମଲା : ଜେଲରେ ଭାଜପା ପ୍ରାର୍ଥୀ ନୀଳମଣି

ଇଭିଏମ୍‌ କଣ୍ଟ୍ରୋଲ୍‌ ୟୁନିଟ୍‌ ଭାଙ୍ଗିବା ମାମଲା : ଜେଲରେ ଭାଜପା ପ୍ରାର୍ଥୀ ନୀଳମଣି

ଛତ୍ରପୁର,୨୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସୋରଡା ବ୍ଲକ ରେଣ୍ଟି ବୁଥ୍‌ରେ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭାଙ୍ଗିବା ମାମଲାରେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ଗିରଫ ହୋଇ ଜେଲ ଯାଇଛନ୍ତି।

ମୁଖ୍ୟ ଡାକଘରେ ଦ୍ୱିତୀୟ କାଉଣ୍ଟର ଖୋଲାଯାଉ

ବ୍ରହ୍ମପୁର ଅଫିସ,୨୦ା୪-ଦକ୍ଷିଣ ଓଡ଼ିଶାର ବଡ଼ ସହର ବ୍ରହ୍ମପୁର ମୁଖ୍ୟ ଡାକଘର ଏବେ ଅବ୍ୟବସ୍ଥା ମଧ୍ୟରେ ରହିଛି । ସେଠାରେ ଥିବା ଦୁଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଓ ଦୁଇଟି କାଉଣ୍ଟର ମଧ୍ୟରୁ ଗୋଟିଏ କାଉଣ୍ଟର ବନ୍ଦ କରି ଦିଆଯାଇଛି।

ଦାରିଙ୍ଗବାଡ଼ି ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା

ଦାରିଙ୍ଗବାଡ଼ି ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା

ଦାରିଙ୍ଗବାଡ଼ି,୨୦।୪(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଛି। ଅଞ୍ଚଳରେ ଏକାଧିକ ଘରର ଟିଣ, ଆଜବେଷ୍ଟସ ଛପର ଉଡିବା ସହ କ୍ଷୟକ୍ଷତି ହୋଇଛି।

ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । 

ଯୁବକଙ୍କ ମୃତଦେହ ଉଦ୍ଧାର

ଆସିକା,୧୯।୪(ଡି.ଏନ୍‌.ଏ.):ଆସିକା ଥାନା  ବାବନପୁର-ଢୁଙ୍କୁଣି ରାସ୍ତା କଡରେ ଏକ ଚାଷଜମିରୁ ଗୁରୁବାର ରାତିରେ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ଏହି ଥାନା ଅନ୍ତର୍ଗତ ଖାରିଆ ଗ୍ରାମର ଚିତ୍ରସେନ ପ୍ରଧାନ (୨୨)। ପୋଲିସ ମୃତଦେହ ଉଦ୍ଧାର କରି ଶୁକ୍ରବାର ଆସିକା ସରକାରୀ ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ନଂ.୯/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ଅପରପକ୍ଷେ ମୃତ ଚିତ୍ରସେନଙ୍କ ବାପା ରଘୁନାଥ ଅଂଶୁଘାତ ଯୋଗୁ ପୁଅର ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁଡ୍‌ ଫ୍ରାଇଡେ ପାଳିତ

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଚର୍ଚ୍ଚରେ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଧୁମଧାମରେ ପାଳନ କରାଯାଇଛିା 

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଭୋଟଦେଇ ଘରକୁ ଫେରିବା ପରେ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ: କ୍ଷତି ପୂରଣ ଦାବି

ଦାରିଙ୍ଗବାଡ଼ି,୧୯।୪(ଡି.ଏନ୍‌.ଏ.): ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟୟ ମତଦାନ ଗୁରୁବାର ଶେଷ ହୋଇଛି । 

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଜଙ୍ଗଲରେ ୧୬ ଘଣ୍ଟା ଚାଲି ସୁରକ୍ଷିତ ଭାବେ ପହଞ୍ଚିଲେ ପୋଲିଂ ଟିମ୍‌

ଫୁଲବାଣୀ ଅଫିସ,୧୯।୪: ରାଜ୍ୟରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ବାରାହାଲାରେ ମାଓବାଦୀଙ୍କ ଭୟ ସତ୍ତ୍ୱେ ଭଲ ମତଦାନ ହୋଇଛି। 

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକକୁ ଆକ୍ରମଣ

ପୋଲସରା, ୧୯।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ବିଲେଇଝୁରି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ଆକ୍ରମଣ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ଯୁବକ ହେଉଛନ୍ତି ଜଗା ପ୍ରଧାନ(୨୫)। 


Model This Week

କ୍ରିଷ୍ଣା
Why Dharitri