ନିର୍ବାଚନ-୨୦୧୯ | ବ୍ରହ୍ମପୁର

ବ୍ରହ୍ମପୁରରେ ହେବ ତ୍ରିମୁଖୀ ଲଢ଼େଇ

ବ୍ରହ୍ମପୁରରେ ହେବ ତ୍ରିମୁଖୀ ଲଢ଼େଇ

ବ୍ରହ୍ମପୁର ଅଫିସ,୨୫ା୩-ଗଞ୍ଜାମ ଜିଲାର ବ୍ରହ୍ମପୁର ଲୋକସଭା ଅଧୀନ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୧ରେ ହେବ ମତଦାନ। ସୋମବାର ନାମାନଙ୍କନ ପତ୍ର ଦାଖଲର ଶେଷ ଦିବସ । ତେଣୁ ବିଭିନ୍ନ ଦଳରୁ ଟିକେଟ ପାଇଥିବା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଜିଲାର ମର୍ଯ୍ୟଦାପୂର୍ଣ୍ଣ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ଏଥର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ନୂଆମୁହଁଙ୍କୁ ପ୍ରାର୍ଥୀ କରାଯାଇଛି । ଯୁବନେତା ବିକ୍ରମ ପଣ୍ଡା ବିଜେଡି ଟିକେଟ ପାଇଥିଲେ ମଧ୍ୟ ସେ ୫ମ ଥର ପାଇଁ ମଇଦାନକୁ ଓହ୍ଲାଇବେ। ୨୦୦୦ରୁ ୨୦୧୪ ମଧ୍ୟରେ ୪ ନିର୍ବାଚନରେ ସେ କଂଗ୍ରେସରୁ ପ୍ରତିଦ୍ୱନ୍ଦିତା କରି ଲଗାତର ଭାବେ ପରାସ୍ତ ହୋଇଥିଲେ। ବର୍ତ୍ତମାନର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସେ ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ । ଗତ ଏପ୍ରିଲ ୪ରେ ବ୍ରହ୍ମପୁରରେ ଅନୁଷ୍ଠିତ ବିଜେଡିର ମହାମିଶ୍ରଣ ପର୍ବରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ଚଳିତଥର ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ବିକ୍ରମଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

  ଭାଜପା ପ୍ରାର୍ଥୀ ହୋଇଛନ୍ତି ଗଞ୍ଜାମ ସାଙ୍ଗଠନିକ ଜିଲା ସଭାପତି କାହ୍ନୁ ଚରଣ ପତି । ସେ ୨୦୦୯ ନିର୍ବାଚନରେ ଚିକିଟି ସେଗମେଣ୍ଟରୁ ଭାଜପା ପ୍ରାର୍ଥୀ ହୋଇ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଠାରୁ ବହୁ ପଛରେ ଥାଇ ପରାଜିତ ହୋଇଥିଲେ । ସେ ଏବେ ବ୍ରହ୍ମପୁର ବାସିନ୍ଦା ହୋଇ ଏହି ଗୁରୁତ୍ୱପୂର୍ଣ୍ଣ ଆସନରୁ ଲଢ଼ିବା ନିମନ୍ତେ ଭାଜପାରୁ ଟିକେଟ ପାଇଛନ୍ତି । ପତି ଜିଲା ସଭାପତି ହେବା ପରେ ସୁପ୍ତ ଅବସ୍ଥାରେ ଥିବା ଦଳର ସଂଗଠନକୁ ସଜାଡ଼ିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ବିଜେଡି ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ବିଭିନ୍ନ ଜନ ସମସ୍ୟା ନେଇ ଗୋଟିଏ ପରେ ଗୋଟିଏ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି । 

କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ମହାନଗରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିଛନ୍ତି । 

ତେଣୁ ବ୍ରହ୍ମପୁର ବିଧାନସଭା ଆସନରେ ଲଢ଼ିବା କାହ୍ନୁ ପତି ଭାଜପାରୁ ପ୍ରାର୍ଥୀ ହୋଇଛନ୍ତି । 

  ସେହିପରି କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଲିଙ୍ଗରାଜ ଚୌଧୁରୀ । ପ୍ରଦେଶ କଂଗ୍ରେସ କମିଟିର ୯୯ ଜଣ ସମ୍ପାଦକଙ୍କ ମଧ୍ୟରେ ଲିଙ୍ଗରାଜ ଅଛନ୍ତି । ଅତୀତରେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମ ଓ ଆନ୍ଦୋଳନ ବେଳେ ତାଙ୍କୁ ଦେଖିବାକୁ ମିଳି ନ ଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ତାଙ୍କର ଅତି ଘନିଷ୍ଠତା ଯୋଗୁ ସେ ଟିକେଟ ପାଇଥିବା ସ୍ଥାନୀୟ କର୍ମୀ ଚର୍ଚ୍ଚା କରୁଛନ୍ତି । ପ୍ରାର୍ଥୀ ହେବାକୁ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ଓ ଦୀପକ ପଟ୍ଟନାୟକ ଏବଂ ନଗର କଂଗ୍ରେସ ସଭାପତି ପ୍ରମୋଦ ଜେନା ଆଶାୟୀ ଥିଲେ । 

ଏମାନଙ୍କୁ ପଛରେ ପକାଇ ଲିଙ୍ଗରାଜ ଟିକେଟ ପାଇଲେ ।

  ସୂଚନାଯୋଗ୍ୟ,ଏହି ଆସନରୁ ବିଧାୟକ ଚ୍ୟାଉ ପଟ୍ଟନାୟକ ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନରେ ପ୍ରଥମେ ଜନତା ଦଳରୁ ଓ ପରେ ବିଜେଡିରୁ ୫ ଥର ନିର୍ବାଚିତ ହୋଇଛନ୍ତି । 

୧୯୯୦ ନିର୍ବାଚନରେ ଜନତା ଦଳରୁ ସ୍ବର୍ଗତ ବିନାୟକ ମହାପାତ୍ର, ୧୯୮୫ରେ କଂଗ୍ରେସରୁ ଶିବ ଶଙ୍କର ସାହାଣୀ, ୧୯୮୦ରେ କଂଗ୍ରେସରୁ ସ୍ବର୍ଗତ କୃଷ୍ଣ ଚରଣ ପଟ୍ଟନାୟକ, ୧୯୭୭ରେ ସ୍ବାଧୀନ ପ୍ରାର୍ଥୀ ରନତ୍ ମଞ୍ଜରୀ ଦେବୀ, ୧୯୬୭ରୁ ୧୯୭୪ ପର୍ଯ୍ୟନ୍ତ ହୋଇଥିବା ୩ଟି ନିର୍ବାଚନରେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ। ସେହିପରି ୧୯୬୧ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ମହୁରୀ ରାଜା ସ୍ବର୍ଗତ ଶିଶିର କୁମାର ନରେନ୍ଦ୍ର ଦେବ, ୧୯୫୭ରେ କଂଗ୍ରେସରୁ ସ୍ବର୍ଗତ ଲିଙ୍ଗରାଜ ପାଣିଗ୍ରାହୀଙ୍କ ସହିତ ଅନୁସୂଚିତ ଜାତି ପାଇଁ ଥିବା ଆସନରୁ ଦଣ୍ଡପାଣି ଦାସ ଏବଂ ୧୯୫୧-୫୨ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାମଚନ୍ଦ୍ର ମିଶ୍ର ନିର୍ବାଚିତ ହୋଇଥିଲେ। ରାମଚନ୍ଦ୍ର ଏକ ମାମଲାରେ ପଦ ହରାଇବାରୁ ହୋଇଥିବା ଉପ ନିର୍ବାଚନରେ ସ୍ବର୍ଗତ ବୃନ୍ଦାବନ ନାୟକ କଂଗ୍ରେସରୁ ବିଧାୟକ ହୋଇଥିଲେ। ଚଳିତ ନିର୍ବାଚନ ଲାଗି ଇତିମଧ୍ୟରେ ଦୁଇଜଣ ସ୍ବାଧୀନ,ଏସୟୁସିଆଇର ଜଣେ  ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ କିଏ ନାମାଙ୍କନ ପତ୍ର ଦାଖଲ କରିବ ତାହା ସୋମବାର ସ୍ପଷ୍ଟ ହେବ । ତେବେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ଲଢ଼େଇ ହେବା ସ୍ପଷ୍ଟ ଜଣାପଡୁଛି। 

All Right Reserved By

ନିର୍ବାଚନ-୨୦୧୯ | ବ୍ରହ୍ମପୁର

ରାହୁଲଙ୍କ ନାମାଙ୍କନ ବୈଧ

ରାହୁଲଙ୍କ ନାମାଙ୍କନ ବୈଧ

ଆମେଠି,୨୨।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ପ୍ରମାଣ ପତ୍ର ତଥା  ଏମ୍‌ ଫିଲ୍‌ ଡିଗ୍ରୀ ନେଇ ଭାଜପାର କିଛି ସଦସ୍ୟଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଇଥିଲା।

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଆନନ୍ଦପୁର/କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅଧୀନ ବାନ୍ଧଗୋଡ଼ା ନିକଟସ୍ଥ ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାରେ ସୋମବାର ପୋଲିସ ୮ ଜଣଙ୍କୁ ଗିରଫ କରିଛି।

‘ରାଜ୍ୟରେ ସରକାର ପରିବର୍ତ୍ତନର ସମୟ ଆସିଛି’

‘ରାଜ୍ୟରେ ସରକାର ପରିବର୍ତ୍ତନର ସମୟ ଆସିଛି’

ଆଠଗଡ଼,୨୨ା୪(ସ୍ବ.ପ୍ର.): ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ସ୍ଥାଣୁ ପାଲଟିବା ସହ ରାଜ୍ୟର ବିକାଶରେ ବାଧକ ସାଜିଛି। ତେଣୁ ଏବେ ରାଜ୍ୟର ଏହି ସ୍ଥାଣୁ ସରକାରକୁ ପରିବର୍ତ୍ତନ କରିବାର ସମୟ ଆସିଛି। 

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪:  ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। 

ନିରଞ୍ଜନଙ୍କୁ ଆକ୍ରମଣ  ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ନିରଞ୍ଜନଙ୍କୁ ଆକ୍ରମଣ ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଘଷିପୁରାର ଭଣ୍ଡାରିବିହାରଠାରେ ଏକ ରାଲିରେ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଛି । କେତେଜଣ ଦୁର୍ବୃତ୍ତ ନିରଞ୍ଜନ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଛନ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ଭୁବନେଶ୍ୱର,୨୨ା୪ (ବ୍ୟୁରୋ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ନିର୍ବାଚନରେ ଭାଗ ନେଇଥିବା ସବୁ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରାଲି, ବାଇକ ଶୋଭାଯାତ୍ରା, ରୋଡ୍‌ ଶୋ ଏବଂ ପଥପ୍ରାନ୍ତ ସଭା କରାଯାଇଛି।

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା  : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୪ହଜାର ୪୬ଟି ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। 

ବିକାଶ ହିଁ ହେବ ମାପକାଠି

ବିକାଶ ହିଁ ହେବ ମାପକାଠି

ପୁରୀ ଅଫିସ/ସାକ୍ଷୀଗୋପାଳ,୨୨ା୪ (ଡି.ଏନ୍‌.ଏ.): ଖରା ଆସିଲେ କଣାସରେ ପାଣି ପାଇଁ ହାହାକାର ପଡ଼େ, ବର୍ଷାଋତୁରେ ବନ୍ୟାପାଣି ଧାନ ଚାଷକୁ ଗିଳି ପକାଏ।

ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ଢେଙ୍କାନାଳ ଅଫିସ, ୨୨।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଶେଷ ହୋଇଛି ପ୍ରଚାର। ଅନ୍ତିମ ଦିବସରେ ପ୍ରମୁଖ ରାଜନୈତିକ ଦଳ ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି। 

ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଧର୍ମେନ୍ଦ୍ର, ତାରାଙ୍କ ରୋଡ୍‌ ଶୋ

ଅନୁଗୋଳ ଅଫିସ/ପାଲଲହଡ଼ା, ୨୨।୪: ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 

ନିର୍ବାଚନ ପାଇଁ ସୁରକ୍ଷା ଯାଞ୍ଚ କଲେ ପୋଲିସ କମିଶନର

ନିର୍ବାଚନ ପାଇଁ ସୁରକ୍ଷା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- କଟକ ଓ ଭୁବନେଶ୍ୱରରେ ମଙ୍ଗଳବାର ହେବ ନିର୍ବାଚନ। ଏଥିଲାଗି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପୋଲିସ ଅଫିସର ଓ କର୍ମଚାରୀଙ୍କ ଦାୟିତ୍ୱ ବଣ୍ଟା ସରିଥିବାବେଳେ ନିର୍ଦ୍ଧାରିତ ସମୟରେ ସେମାନେ ବୁଥ୍‌ ଏବଂ କ୍ଷେତ୍ରସ୍ଥଳରେ ପହଞ୍ଚତ୍ବେ। ବିଶେଷକରି ଇଭିଏମ୍‌ ଓ ବୁଥ୍‌ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। 

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼  : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri