ଅନଗୁଳ-ଢେଙ୍କାନାଳ

ସରିଲାଣି ଭାଜପା, କଂଗ୍ରେସ ପ୍ରାର୍ଥୀ ଘୋଷଣା: ବିଜେଡିରେ ଛିଣ୍ଡୁନି ଅଙ୍କ

ସରିଲାଣି ଭାଜପା, କଂଗ୍ରେସ ପ୍ରାର୍ଥୀ ଘୋଷଣା: ବିଜେଡିରେ ଛିଣ୍ଡୁନି ଅଙ୍କ

ଛେଣ୍ଡିପଦା,୨୫ା୩(ଡି.ଏନ.ଏ.)/(ସ୍ବ.ପ୍ର.) ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଠମଲ୍ଲିକ ଓ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ରହିଛି। ତେବେ ଆଠମଲ୍ଲିକ ପାଇଁ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନ ଥିବା ବେଳେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତୀ ବେହେରାଙ୍କୁ ପ୍ରାର୍ଥୀ କରିଛି। ସେହିପରି କଂଗ୍ରେସ ଏହି ଦୁଇଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ଛେଣ୍ଡିପଦାରେ ଦଳ ପକ୍ଷରୁ ରାଜ୍ୟ ଉପ ସଭାପତି ଥିବା ସସ୍ମିତା ବେହେରାଙ୍କ ନଁାରେ ମୋହର ମରାଯାଇଛି। କିନ୍ତୁ ଏଯାଏ ବିଜେଡି ଏହି ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ। ବର୍ତ୍ତମାନର ବିଧାୟକ ସୁଶାନ୍ତ ବେହେରାଙ୍କୁ ଦଳ ପୁଣି ଥରେ ଛେଣ୍ଡିପଦାରୁ ଟିକେଟ୍‌ ଦେବ କିମ୍ବା ଅନ୍ୟ ଆଶାୟୀଙ୍କ ମଧ୍ୟରୁ କାହାକୁ ଏଥିପାଇଁ ଚୟନ କରିବ ସେ ନେଇ ଅଙ୍କ ଛିଣ୍ଡୁ ନ ଥିବା କୁହାଯାଉଛି।

ଅନୁସୂଚିତ ଜାତି ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀ ଛେଣ୍ଡିପଦାର ୩୪ ପଞ୍ଚାୟତ ଓ ବଅଁରପାଳ ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ। ଏଠାକାର ମୋଟ୍‌ ଭୋଟରଙ୍କ ସଂଖ୍ୟା ହେଉଛି ୨ଲକ୍ଷ ୩ହଜାର ୨୬୩। ସେଥିରୁ ୯୭ ହଜାର ୧୦୫ଜଣ ହେଉଛନ୍ତି ମହିଳା ଓ ୧ ଲକ୍ଷ ୬ହଜାର ୧୫୨ଜଣ ହେଉଛନ୍ତି ପୁରୁଷ ଭୋଟର। ଆସନ୍ତା ଏପ୍ରିଲ ୨୩ରେ ଏଠାରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ। ଇତିମଧ୍ୟରେ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ଉଭୟ ଦଳ ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯାଉଛି। କିପରି ଶାସକ ଦଳ ହାତରୁ ଏହି ବିଧାନସଭା ଆସନ ଛଡ଼ାଇ ନେଇହେବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିସହ ପ୍ରାର୍ଥିପତ୍ର ଦାଖଲ ଓ ପ୍ରଚାର ପାଇଁ ସଜବାଜ ମଧ୍ୟ ଆରମ୍ଭ ହୋଇଯାଇଛି। ଗତ ୨୦୧୪ ନିର୍ବାଚନରେ ଭାଜପା ସନ୍ତୋଷ କୁମାର ନାଏକଙ୍କୁ ପ୍ରାର୍ଥୀ କରିଥିଲା। ଏଥର କଂଗ୍ରେସରୁ ଆସିଥିବା ଅଗସ୍ତି ବେହେରାଙ୍କୁ ଦଳ ଏଠାରୁ ଟିକେଟ୍‌ ଦେଇଛି। ପଞ୍ଚାୟତ ନିର୍ବାଚନରେ ଭାଜପା ଉନ୍ନତ ପ୍ରଦର୍ଶନ କରିଥିବାରୁ ତାହା ବଜାୟ ରଖିବାକୁ ଦଳ ଆଶା ରଖିଛି। ସେହିପରି ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ଛେଣ୍ଡିପଦାରୁ ଅଗସ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ବିଜେଡିଠାରୁ ସେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ। ପରେ ଦଳ ଛାଡ଼ି ସେ ଭାଜପାରେ ଯୋଗ ଦେଇଥିବାରୁ ଏଥର କଂଗ୍ରେସ ରାଜ୍ୟ ଉପସଭାପତି ସସ୍ମିତା ବେହେରାଙ୍କୁ ଏଠାରୁ ପ୍ରାର୍ଥୀ କରିଛି। 

ଅପରପକ୍ଷରେ ବିଜେଡି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବାରୁ ଦଳର ଆଶାୟୀଙ୍କ ମଧ୍ୟରେ ଆଶା ଆଶଙ୍କା ବଢ଼ିଯାଇଛି। ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ବେହେରା ଦଳୀୟ ଟିକେଟ ପାଇଁ ଦୃଢ଼ ଦାବିଦାର ଥିବା ବେଳେ ପୂର୍ବତନ ବିଧାୟକ ଖଗେଶ୍ବର ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ବିନୋଦ ବିହାରୀ ନାଏକ, କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ଡାଇରେକ୍ଟର ପଞ୍ଚାନନ ବେହେରା, ଜିଲା ଦଳିତ ମହାସଂଘ ସଭାପତି ରାଜ କିଶୋର ନାଏକ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁବଳ ସେଠୀ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ କାହା ଉପରେ ଆସ୍ଥା ପ୍ରକଟ କରିବେ ତାହା ହିଁ ବର୍ତ୍ତମାନର ଚର୍ଚ୍ଚାର ବିଷୟ ହୋଇଛି। ଅଧିକାଂଶ ଆଶାୟୀ ସମର୍ଥକଙ୍କ ସହ ରାଜଧାନୀରେ ଡେରା ମଧ୍ୟ ପକାଇଛନ୍ତି। ଏ ସମ୍ପର୍କରେ ବିଧାୟକ ସୁଶାନ୍ତ କୁମାର ବେହେରା କହିଛନ୍ତି, ଯେଉଁ ଦାୟିତ୍ୱ ମୋତେ ଦିଆଯାଇଥିଲା ତାହା ତୁଲାଇଛି। ପୁନର୍ବାର ପ୍ରାର୍ଥୀ ହେବାକୁ ରାଜ୍ୟ ସଭାପତିଙ୍କ ନିକଟରେ ଆବେଦନ କରିଛି।

All Right Reserved By

ଅନଗୁଳ-ଢେଙ୍କାନାଳ

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ବିଜେଡିର ମହିଳା ସମାବେଶ

ବିଜେଡିର ମହିଳା ସମାବେଶ

ବଇଣ୍ଡା,୧୯।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧରଡ଼ପାଳ ଓ ଅଙ୍ଗପଡ଼ା ପଞ୍ଚାୟତରେ ଶୁକ୍ରବାର ବିଜେଡିର ନିର୍ବାଚନୀ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗ୍ରାମରେ ଶୁକ୍ରବାର ବଜ୍ରପାତରେ ଜଣେ ୧୩ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିଶିର ବାରିକଙ୍କ ଝିଅ ଜିତା(୧୩) ।

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

ତାଳଚେର,୧୯ା୪(ନିି.ପ୍ର): ତାଳଚେର ପୌରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍‌, ସାରଥି ସହର, ଅନୀତା ସହର ଏବଂ ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମର ଭ୍ରମରବର ସାମଲ(୭୦)।

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି ।

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। 

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଓ୍ବାର୍ଡକୁ ରେଫର କରିଥିଲେ ବି ତାଙ୍କୁ ଷ୍ଟ୍ରେଚରରେ ଓ୍ବାର୍ଡକୁ ନେବାକୁ କୌଣସି କର୍ମଚାରୀ ନ ଥିଲେ। 

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ଅନୁଗୋଳ ଅଫିସ, ୧୯।୪- ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ନିୟୋଜିତ ସେକ୍ଟର ଅଫିସରମାନଙ୍କୁ ଗୁରୁବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ କରାଯାଇଛି। 

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

କଣିହାଁ/ ଛେଣ୍ଡିପଦା/ ଭୁବନ/ ପରଜଙ୍ଗ, ୧୯।୪ (ଡି.ଏନ୍‌.ଏ.)- ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ଠକିଛନ୍ତି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଉଦ୍ୟମ କରୁଥିବା ମିଛ ପ୍ରଚାର କରୁଛନ୍ତି। 

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ସହର ଉପକଣ୍ଠ ଆମ୍ବପାଳ ନତଡ଼ାଠାରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। 


Model This Week

କ୍ରିଷ୍ଣା
Why Dharitri