ଅନଗୁଳ-ଢେଙ୍କାନାଳ

ଥାନା ଘେରିଲେ ନାକିଚି ଗ୍ରାମବାସୀ

ଥାନା ଘେରିଲେ ନାକିଚି ଗ୍ରାମବାସୀ

ବଇଣ୍ଡା,୨୫।୩(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା ନାକିଚି ଗ୍ରାମରେ ଦୋଳ ଶୋଭାଯାତ୍ରାବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ପୋଲିସ ୨ଟି ମାମଲା ରୁଜୁ କରି ୧୪ ଜଣଙ୍କୁ ଗିରଫ କରିଛି। ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡି ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରିଥିବା ଗ୍ରାମବାସୀ ଅଭିଯୋଗ କରି ରବିବାର ହଣ୍ଡପା ଥାନା ଘେରାଉ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ଶୁକ୍ରବାର ରାତିରେ ନାକିଚି ଗ୍ରାମରେ ଦୋଳଯାତ୍ରା ଚାଲିଥିବାବେଳେ ରାଧାକୃଷ୍ଣଙ୍କ ପ୍ରତିମାକୁ ଏକ ଟ୍ରାକ୍ଟର ଯୋଗେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଉଥିଲା। ଏହି ସମୟରେ ଟ୍ରାକ୍ଟର ମାଲିକ ରାଣିଭୂଇଁ ଗ୍ରାମର ଟୁନା ପ୍ରଧାନ ସେଠାକୁ ଆସି ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଟ୍ରାକ୍ଟର ଚାବି ନେଇ ଗ୍ରାମବାସୀଙ୍କ ସହ ଗଣ୍ଡଗୋଳ କରିଥିଲେ। ଶନିବାର ସକାଳେ ଏ ବାବଦରେ ଗ୍ରାମ ଯାତ୍ରା କମିଟି ସଭାପତି ରଞ୍ଜିତ ସାହୁ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ କହିଛନ୍ତି। ଟୁନା ତାଙ୍କ ନାମରେ ଅଭିଯୋଗ ହୋଇଥିବା ଜାଣି ଉତ୍‌କ୍ଷିପ୍ତ ହୋଇ ଶନିବାର ସନ୍ଧ୍ୟାରେ ନାକିଚି ଗ୍ରାମର ବିଷ୍ଣୁ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରି କରିବାକୁ ଟୁନାଙ୍କ ବାପା ଚକ୍ରଧର ପ୍ରଧାନ ତାଙ୍କୁ ପ୍ରବର୍ତ୍ତାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନାକିଚି ଗ୍ରାମର କେତେଜଣ ବ୍ୟକ୍ତି ନାକିଚି ଛକକୁ ଆସି ଚକ୍ରଧରଙ୍କ ଦୋକାନକୁ ଭଙ୍ଗା ରୁଜା କରିଥିଲେ। ଏଥିସହ ସହ  ଚକ୍ରଧରଙ୍କୁ  ନାକିଚି ଗ୍ରାମକୁ ନେଇ ସେଠାରେ ଅଟକ ରଖିଥିଲେ। 

     ଖବରପାଇ ହଣ୍ଡପା ଆଇଆଇସି ଲବ ବୋଡ଼ାଙ୍କ ସହ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ। ପରେ ଆଠମଲ୍ଲିକ, ଠାକୁରଗଡ଼, କିଶୋରନଗର, ହଣ୍ଡପା ପୋଲିସ ଚଢ଼ାଉ କରି ଚକ୍ରଧରଙ୍କୁ ଉଦ୍ଧାର କରିବାସହ ତାଙ୍କ ଦୋକାନ ଭଙ୍ଗାରୁଜା କରିବା ଅଭିଯୋଗରେ ନାକିଚି ଗ୍ରାମର ରବୀନ୍ଦ୍ର ଦେହୁରୀ, ସୁଶାନ୍ତ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ଦିଲେଶ୍ୱର ସାହୁ, ଜୁନୁ ସାହୁ, ରଞ୍ଜନ ସାହୁ, ବାବୁ ସିଂ, ଦିଲୀପ ସାହୁ, ଟିନା ଦେହୁରୀ, ପରମାନନ୍ଦ ବେହେରା, ଅମର ବେହେରା, ଲଳିତ ସାହୁ ଓ ଘାସିନାଥ ନାଗଙ୍କୁ ରାତି ଅଧିଆ ଗିରଫ କରିଥିଲେ। ଯାତ୍ରା କମିଟି ସଭାପତି ରଞ୍ଜିତଙ୍କ ଅଭିଯୋଗକ୍ରମେ ନଂ. ୪୯/୧୯ରେ  ଏକ ମାମଲା ରୁଜୁ କରି ଚକ୍ରଧରଙ୍କୁ ଗିରଫ କରାଯାଇଛି। ଚକ୍ରଧରଙ୍କ ସାନପୁଅ କୁନା ପ୍ରଧାନଙ୍କ ଅଭିଯୋଗକ୍ରମେ ପୋଲିସ ନଂ. ୪୭/୧୯ରେ ମାମଲା ରୁଜୁ କରି ଗ୍ରାମର ୧୩ ଜଣଙ୍କୁ ଗିରଫ କରିଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ପୋଲିସ ଘଟଣାର ଠିକ୍‌ ତଦନ୍ତ ନ କରି ନିର୍ଦ୍ଦୋଷ ଲୋକଙ୍କୁ ଗିରଫ କରିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରବିବାର ଏ ନେଇ ଗ୍ରାମରେ ଏକ ବୈଠକ ବସିବାପରେ ସକାଳ ୧୦ଟାରୁ ଥାନା ଘେରାଉ  କରିଥିଲେ। ଏ ସମ୍ପର୍କରେ ହଣ୍ଡପା ଆଇଆଇସି ଲବ ବୋଡ଼ା କୁହନ୍ତି, ତୁରନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଗ୍ରାମର ଯେଉଁ ୧୩ ଜଣ ଗିରଫ ହୋଇଛନ୍ତି ସେମାନେ ଗଣ୍ଡଗୋଳରେ ସମ୍ପୃକ୍ତ ଅଛନ୍ତି। 

All Right Reserved By

ଅନଗୁଳ-ଢେଙ୍କାନାଳ

 କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

କ୍ଷମତାକୁ ଆସିଲେ ଏସ୍‌ଏଚଜି ଋଣ ଛାଡ଼: ଧର୍ମେନ୍ଦ୍ର

ବଇଣ୍ଡା,୧୯।୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ଠାରେ ଶୁକ୍ରବାର ଭାଜପା ପକ୍ଷରୁ ବିଜୟ ସଂକଳ୍ପ ଯାତ୍ରା  ଅନୁଷ୍ଠିତ ହୋଇଛି। 

ବିଜେଡିର ମହିଳା ସମାବେଶ

ବିଜେଡିର ମହିଳା ସମାବେଶ

ବଇଣ୍ଡା,୧୯।୪(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧରଡ଼ପାଳ ଓ ଅଙ୍ଗପଡ଼ା ପଞ୍ଚାୟତରେ ଶୁକ୍ରବାର ବିଜେଡିର ନିର୍ବାଚନୀ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

ଦନ୍ତାହାତୀର ତାଣ୍ଡବ:  ତିନି ପରିବାରର ଭାଙ୍ଗିଲା ଘର

ଦନ୍ତାହାତୀର ତାଣ୍ଡବ: ତିନି ପରିବାରର ଭାଙ୍ଗିଲା ଘର

ପରଜଙ୍ଗ,୧୯।୪(ଡି.ଏନ୍‌.ଏ. ):  ଢେଙ୍କାନାଳ ବନଖଣ୍ଡ  ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ  ଜଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ତାଣ୍ଡବ ଦେଖିବାକୁ ମିଳିଛି।

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ବଜ୍ରପାତରେ ୧୩ ବର୍ଷର ବାଳିକା ମୃତ

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା ଅନ୍ତର୍ଗତ କୁଶକିଳା ଗ୍ରାମରେ ଶୁକ୍ରବାର ବଜ୍ରପାତରେ ଜଣେ ୧୩ ବର୍ଷର ବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶିଶିର ବାରିକଙ୍କ ଝିଅ ଜିତା(୧୩) ।

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

୫ ଜଣଙ୍କ ଜୀବନ ନେଲା ଦନ୍ତାହାତୀ

ତାଳଚେର,୧୯ା୪(ନିି.ପ୍ର): ତାଳଚେର ପୌରାଞ୍ଚଳର ଷଣ୍ଢଗାଁରେ ଗୁରୁବାର ରାତିରେ ଏକ ଦନ୍ତାହାତୀ ଆକ୍ରମଣରେ ୫ ଜଣଙ୍କ ଜୀବନ ଯାଇଛି। ସେମାନେ ହେଲେ କାଳିଆ ସହର, ସୁନୀତା ସେଠ୍‌, ସାରଥି ସହର, ଅନୀତା ସହର ଏବଂ ତାଳଚେର ବ୍ଲକ ସନ୍ଥପଡ଼ା ଗ୍ରାମର ଭ୍ରମରବର ସାମଲ(୭୦)।

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ସର୍ଟସର୍କିଟରୁ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଗଲା

ଭୁବନ, ୧୯ା୪(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ପରିବା ମାର୍କେଟରେ ଥିବା ନାରାୟଣ ପୋଥାଳଙ୍କ ଗ୍ରୋସରୀ ଦୋକାନରେ ବିଦ୍ୟୁତ ସର୍ଟସର୍କିଟରୁ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ସବୁ ଜଳି ପାଉଁଶ ହୋଇଯାଇଛି ।

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। 

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଓ୍ବାର୍ଡକୁ ରେଫର କରିଥିଲେ ବି ତାଙ୍କୁ ଷ୍ଟ୍ରେଚରରେ ଓ୍ବାର୍ଡକୁ ନେବାକୁ କୌଣସି କର୍ମଚାରୀ ନ ଥିଲେ। 

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ଅନୁଗୋଳ ଅଫିସ, ୧୯।୪- ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ନିୟୋଜିତ ସେକ୍ଟର ଅଫିସରମାନଙ୍କୁ ଗୁରୁବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ କରାଯାଇଛି। 

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

କଣିହାଁ/ ଛେଣ୍ଡିପଦା/ ଭୁବନ/ ପରଜଙ୍ଗ, ୧୯।୪ (ଡି.ଏନ୍‌.ଏ.)- ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ଠକିଛନ୍ତି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଉଦ୍ୟମ କରୁଥିବା ମିଛ ପ୍ରଚାର କରୁଛନ୍ତି। 

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ସହର ଉପକଣ୍ଠ ଆମ୍ବପାଳ ନତଡ଼ାଠାରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। 


Model This Week

କ୍ରିଷ୍ଣା
Why Dharitri