ସମ୍ପାଦକୀୟ |

ଅବାଞ୍ଛିତ ନାବାଳିକା ମାତୃତ୍ୱ

ଅବାଞ୍ଛିତ ନାବାଳିକା ମାତୃତ୍ୱ

ନାରାୟଣ ପଣ୍ଡା 

ସନ୍ତାନକୁ ଜନ୍ମ ଦେଉଥିବା ମା’ ଏକ ମଧୁରତମ ଶବ୍ଦ, ଯାହାର ବିକଳ୍ପ ହୁଏତ ଶବ୍ଦକୋଷରେ ନ।ହିଁ। ମା’ ବକ୍ଷର ଅମୃତ ପାନକରି ଶୈଶବର ବେଶ୍‌ କିଛିବର୍ଷ ଅବୋଧ ଶିଶୁଟି ଜୀବନ ଧାରଣକରେ। ସେ ବିଶ୍ୱ ନିର୍ମାଣର ଜନ୍ମବେଦି। ନାରୀ ଅଦିତି-ଅଖଣ୍ଡନୀୟା। ସନ୍ତାନକୁ ଜନ୍ମଦେଇ ସେ ମନୁଷ୍ୟ ଜାତିର ଧାରାବାହିକତା ରକ୍ଷାକରେ। ଜଣେ ଜନନୀ ପକ୍ଷରେ ସର୍ବାଧିକ ଗୌରବମୟ ସମୟ ତା’ର ଗର୍ଭଧାରଣ ଓ ସନ୍ତାନ ଜନ୍ମଦାନରେ ନିହିତ ଥାଏ। ଆମ ସମାଜରେ ଗର୍ଭିଣୀ ନାରୀମାନଙ୍କୁ ବିଭିନ୍ନ ପ୍ରକାର ସୁମିଷ୍ଟ ଖାଦ୍ୟପଦାର୍ଥ ଖାଇବାକୁ ଦିଆଯାଇଥାଏ। ଗର୍ଭାଧାନଠାରୁ ପୁଂସବନ, ସୀମନ୍ତୋନ୍ନୟନ, ଜାତକର୍ମ, ନିଷ୍କ୍ରମଣ, ଅନ୍ନପ୍ରାଶନ ଓ ମୁଣ୍ଡନ ଆଦି ସନ୍ତାନ ଭୂମିଷ୍ଠ ହେବାର ଏକବର୍ଷ ପର୍ଯ୍ୟନ୍ତ ପରିବାରରେ ବିଭିନ୍ନ ସାମାଜିକ-ସାଂସ୍କୃତିକ-ଧାର୍ମିକ କାର୍ଯ୍ୟକ୍ରମ ଲାଗି ରହିଥାଏ। ଆମ ଦେଶର କୁଟୀରବାସୀ ଦରିଦ୍ର ପରିବାରଠାରୁ ପ୍ରାଚୁର୍ଯ୍ୟଭରା ବହୁତଳ-ହର୍ମ୍ୟବାସୀ ଧନିକମାନଙ୍କ ପରିବାରର ସନ୍ତାନ ସମ୍ଭାବନା କାଳରେ, ବିଶେଷକରି, ପ୍ରଥମ ସନ୍ତାନ ଆଗମନୀରେ ଅମାପ ଆଗ୍ରହ, ଆକାଂକ୍ଷା ଓ ଅପେକ୍ଷା ରହିଥାଏ। ଅପୂର୍ବ ବିହ୍ବଳତାରେ ଭରିଥାଏ ଗୃହାଙ୍ଗନ। ଆଉ କେତେକ ସ୍ଥାନରେ ହତଭାଗ୍ୟ ନବଜାତକର ଜନ୍ମ ପରିବାରରେ ନିରାନନ୍ଦ ଓ କଳଙ୍କର କାଳିମା ଛାଇଦିଏ। ସନ୍ତାନର ଏହି ଜନ୍ମ ଥାଏ ଅବାଞ୍ଛିତ। ଏ ପ୍ରକାର ଜନ୍ମରେ ମାତାପିତା, ପରିବାର ଓ ସମାଜ ଖୁସିହେବା ପରିବର୍ତ୍ତେ ଦୁଃଖ, ଅପମାନ ଓ ନୈରାଶ୍ୟର କାଳିମା ଗ୍ରାସ କରେ ସେମାନଙ୍କ ଜୀବନର ସମସ୍ତ ପ୍ରଫୁଲ୍ଲତାକୁ। କଳଙ୍କର ମୋହର ଲାଗିଯାଏ ସେମାନଙ୍କଠାରେ।
ଏ ମାତୃତ୍ୱ ଅବାଞ୍ଛିତ ମାତୃତ୍ୱ। ଅନାହୂତ ଗର୍ଭାଧାନରେ ସୃଷ୍ଟିର ସ୍ବାଭାବିକ ଆନନ୍ଦ ଉଲ୍ଲାସ ନ ଥାଏ। ଏଭଳି ମାତୃତ୍ୱ ଉଭୟ ବୟସ୍କା ଅବିବାହିତା ଓ ନାବାଳିକା କିଶୋରୀମାନେ ଅନେକ ସମୟରେ ନିଜ ଇଚ୍ଛାରେ କିମ୍ବା ନିଜ ଇଚ୍ଛା ବିରୋଧରେ ଅର୍ଜନ କରିଥାନ୍ତି। ଜାତିସଂଘର ନାବାଳିକା ମାତୃତ୍ୱ ଶୀର୍ଷକ ଏକ ସନ୍ଦର୍ଭରେ କୁହାଯାଇଛି, ୧୫ରୁ ୧୯ ବର୍ଷ ପର୍ଯ୍ୟନ୍ତ ବାଳିକାମାନେ ବିଶ୍ୱରେ ୪୯% ଗର୍ଭଧାରଣ କରନ୍ତି। ଭାରତରେ ଏହା ୭୬% ଥାଇ ବିଶ୍ୱରେ ସର୍ବୋଚ୍ଚ ରହିଛି। ଏଠାରେ ଆମେ କେବଳ ନାବାଳିକା ଓ କିଶୋରୀମାନଙ୍କର ଯୌବନୋଦ୍‌ଗମକାଳୀନ ଇଚ୍ଛା କିମ୍ବା ଅନିଚ୍ଛାଜନିତ ପୁରୁଷଙ୍କ ଯୌନସାନ୍ନିଧ୍ୟ ଦ୍ୱାରା ସନ୍ତାନବତୀ ହେବା ପ୍ରସଙ୍ଗରେ ଆଲୋଚନା ସୀମିତ ରଖୁଛୁ। ଆମର ଏ ସାନ ସାନ ମା’ମାନେ ଉଚ୍ଚ ପ୍ରାଥମିକ କିମ୍ବା ମାଧ୍ୟମିକ ସ୍ତରରେ ଶିକ୍ଷା ଗ୍ରହଣ କାଳରେ ହିଁ ମାତୃତ୍ୱର ଅନୁଭୂତି ଲାଭ କରିଥାନ୍ତି। କେହି କେହି ସୁଧାରଗୃହ କିମ୍ବା ଆଶ୍ରୟଗୃହରେ ରହିଥାନ୍ତି।
ଏହି କୁନି ମା’ମାନେ ଘରର ଅବାଧ୍ୟ ଝିଅମାନଙ୍କ ପରି ଅସମ୍ମାନିତା ଓ ଦଣ୍ଡିତା ହୋଇଥାନ୍ତି। ପୂର୍ବରୁ ଯେ ଏପରି କଳଙ୍କିତ ବ୍ୟାପାର ସଂଘଟିତ ହେଉ ନ ଥିଲା ତାହା ନୁହେଁ। ବର୍ତ୍ତମାନ କିନ୍ତୁ ନାରୀଶିକ୍ଷା ହାରରେ ପ୍ରଗତି ଘଟଛି ଏବଂ ପୂର୍ବାପେକ୍ଷା ଅଧିକସଂଖ୍ୟକ ବାଳିକା ବିଦ୍ୟାଳୟର ନିୟମିତ ଉପସ୍ଥାନରେ ରହୁଛନ୍ତି। ନାରୀଶିକ୍ଷାକୁ ଅଗ୍ରାଧିକାର ଦିଆଯାଉଥିବାରୁ ବାଳିକା ଓ କିଶୋରୀମାନଙ୍କ ପାଇଁ ଆବାସିକ ବିଦ୍ୟାଳୟମାନ ଗଢିଉଠୁଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତିବହୁଳ ଅଞ୍ଚଳରେ ଏ ପ୍ରକାର ବିଦ୍ୟାଳୟ ସଂଖ୍ୟା ଅଧିକ। ଉକ୍ତ ଛାତ୍ରାବାସଗୁଡ଼ିକରେ ରହୁଥିବା ୬ରୁ ୧୮ ବର୍ଷ ମଧ୍ୟରେ ବାଳିକାମାନେ କେତେକ କ୍ଷେତ୍ରରେ ଗର୍ଭଧାରଣ କରୁଥିବା ଓ ଏହାର କ୍ରମବର୍ଦ୍ଧମାନତା ସମ୍ପ୍ରତି ସମାଜର ସବୁବର୍ଗର ଲୋକମାନଙ୍କୁ ବିଚଳିତ କରୁଛି। 
ଛାତ୍ରୀନିବାସରେ ଶିକ୍ଷକ, ତତ୍ତ୍ୱାବଧାରକ ଓ ନର୍ସମାନଙ୍କ ରହିବା ବ୍ୟବସ୍ଥା ରହିଛି। ପ୍ରତିଦିନ ମୁଣ୍ଡ ଗଣତି କରାଯାଇ ସେମାନଙ୍କ ଉପସ୍ଥିତି ସୁନିଶ୍ଚିତ କରାଯାଉଛି। ନର୍ସମାନେ ଅଛନ୍ତି ସ୍ବାସ୍ଥ୍ୟପରୀକ୍ଷା ପାଇଁ। ବାଳିକାମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଦ୍ୟାଳୟରେ ପ୍ରାୟତଃ ମହିଳା ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉଛି। ଯେଉଁଠାରେ ନର୍ସ ନାହାନ୍ତି, ସେଠାରେ ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଛାତ୍ରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ କରାଯାଉଛି। ଏହା ସତ୍ତ୍ୱେ ଦୀର୍ଘ ନଅମାସ ଗର୍ଭରେ ସନ୍ତାନଧାରଣ କରି ସମ୍ପୃକ୍ତ ବାଳିକାମାନେ ଅନାହୂତ ମାତୃତ୍ୱ ଲାଭ କରୁଛନ୍ତି। ନାବାଳିକା ଜଣକ ପ୍ରସବ କରିସାରିଲା ପରେ ଲୋକଲୋଚନକୁ ଆସୁଛି ଏହି ଲଜ୍ଜାଜନକ ଘଟଣା। ତା’ପରେ କାର୍ଯ୍ୟାନୁଷ୍ଠାନ ଗତାନୁଗତିକ ରୀତିରେ ଚାଲେ। ସରକାର ତତ୍‌କ୍ଷଣାତ୍‌ କିଛି କର୍ମଚାରୀଙ୍କୁ ନିଲମ୍ବନ କରନ୍ତି କିମ୍ବା କେତେକ ଅସ୍ଥାୟୀ କର୍ମଚାରୀଙ୍କୁ ବହିଷ୍କାର ଆଦେଶ ଦେଇ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି। କେତେକ କ୍ଷେତ୍ରରେ ଲୋକଙ୍କ ଚାପରେ ପୀଡ଼ିତାଙ୍କୁ ଅନୁକମ୍ପା ରାଶି ମଧ୍ୟ ଦିଆଯାଇଥାଏ। କିନ୍ତୁ ସମସ୍ୟାର ଅନ୍ତ ଘଟେ ନାହିଁ। ପୁନଶ୍ଚ ଏଭଳି ଲଜ୍ଜାଜନକ ଘଟଣା ଲୋକଲୋଚନାକୁ ଆସିଥାଏ। ବୁଦ୍ଧିଜୀବୀ, ସମାଜର ଚିନ୍ତାଶୀଳ ବ୍ୟକ୍ତି, ସର୍ବୋପରି ସରକାର ଉଦ୍‌ବେଗ ପ୍ରକାଶ କରନ୍ତି। ପୋଲିସ ବିଭାଗ ତତ୍ପର ହୋଇଉଠେ। କିନ୍ତୁ ଏଥିରେ ସମସ୍ୟାର ଅନ୍ତ ଘଟେ ନାହିଁ। ବରଂ ଏ ଅବାଞ୍ଛିତ ଗର୍ଭଧାରଣ ମୂଳର କାରଣଗୁଡିକ ଖୋଜି ତହିଁର ନିରାକରଣ କରିବାହିଁ ସବୁଠୁଁ ଉତ୍ତମ। 
ଅନେକ ସମୟରେ ଛାତ୍ରୀମାନେ ବିଦ୍ୟାଳୟର ଗ୍ରୀଷ୍ମାବକାଶର ଦୀର୍ଘ କିମ୍ବା ଦଶହରା ଓ ଧାନକଟା ଅବକାଶର ସ୍ବଳ୍ପଅବଧି ଛୁଟିଗୁଡ଼ିକରେ ଘରକୁ ଯାଇ ଛାତ୍ରୀନିବାସର ଶୃଙ୍ଖଳାକୁ ଭୁଲିଯାଇଥାନ୍ତି। ସେମାନେ ଅଧିକାଂଶ ଗ୍ରାମାଞ୍ଚଳ ପଟ୍ଟଭୂମିରୁ ଆସିଥିବା ଯୋଗୁ ପରିଚିତ ଓ ଅପରିଚିତ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସି ନିଜର ପତନକୁ ନିମନ୍ତ୍ରଣ କରିଥାନ୍ତି। ସେମାନଙ୍କ କାମାଚାରୀ ନିକଟ ବା ଦୂରସମ୍ପର୍କୀୟମାନେ ନାବାଳିକାମାନଙ୍କ ହୃଦୟରେ ଭଲ ପାଇବାର ତରଙ୍ଗ ସୃଷ୍ଟିକରି ସେମାନଙ୍କୁ ପ୍ରତାରିତ କରନ୍ତି। ଗ୍ରାମାଞ୍ଚଳର ମାତାପିତାମାନେ ସରଳ। ନିଜ ପିଲାମାନଙ୍କର ଚରିତ୍ର ଓ ଆଚରଣ ଉପରେ ସେମାନଙ୍କ ନିଃସଂଶୟ ବିଶ୍ୱାସ ଥିବା କାରଣରୁ ସେମାନଙ୍କ ଚକ୍ଷୁ ଆଢୁଆଳରେ ତାଙ୍କ ଝିଅମାନେ ଏପରି କିଛି କରିବସନ୍ତି, ଯାହା ସେମାନଙ୍କ ଅଗୋଚରରେ ରହେ। କେଉଁଠି କେଉଁଠି ଜାଣିଲେ ମଧ୍ୟ ନୀରବ ରହିଯାନ୍ତି ସେମାନେ। ଛୁଟିପରେ ସମ୍ପୃକ୍ତ ବାଳିକାମାନେ ଛାତ୍ରୀନିବାସକୁ ଫେରିଆସନ୍ତି। ଭୁଲିଯାଇଥାନ୍ତି ତାଙ୍କର ପାଦ ଖସିଯାଇଛି। ଫଳରେ ନିଜ ମା’ର ପଣତକାନି ଛାଡି ନ ଥିବା ଝିଅଟିଏ ତା’ ଅଜ୍ଞାତରେ ଆଉ ଗୋଟିଏ କୁନିଛୁଆର ମା’ହେବାକୁ ଅଗ୍ରସର ହୁଏ। ଛାତ୍ରୀନିବାସର ଦାୟିତ୍ୱରେ ଥିବା କର୍ମଚାରିଣୀମାନେ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ଗମ୍ଭୀରତାର ସହ ନ ନେବା ଦ୍ୱାରା ବିଶ୍ୱାସ ଓ ଭଲ ପାଇବା ଅବା ବାଧ୍ୟବାଧକତାରେ ଶାରୀରିକ ସମ୍ଭୋଗର ଅନ୍ଧମୁହାଣି ମଧ୍ୟରେ ଛନ୍ଦି ହୋଇଯାଇଥିବା କୁଆଁରୀ ବାଳିକାଟିର ନବଜାତକର କୁଆଁ କୁଆଁ ରାବ ଛାତ୍ରୀନିବାସ ପରିସରକୁ ଅବଶେଷରେ ଗୁଞ୍ଜରିତ କରେ।
ଛୁଟିଦିନ ବ୍ୟତୀତ ମଧ୍ୟ ଛାତ୍ରୀଟିଏ ଅନୁମତି କ୍ରମେ କିମ୍ବା ମାତାପିତାଙ୍କ ଆବଶ୍ୟକତାରେ ଗୃହକୁ ଯାଇ ଏଭଳି ବିଡ଼ମ୍ବନାର ସମ୍ମୁଖୀନ ହୋଇଥାଏ। ଛାତ୍ରୀର ଗର୍ଭୋଦୟକୁ ସ୍କୁଲ କର୍ତ୍ତୃପକ୍ଷ ଲୁଚେଇବାକୁ ବାଧ୍ୟ ହୁଅନ୍ତି। ଏହି ଛାତ୍ରୀନିବାସର ତତ୍ତ୍ୱାବଧାରିକା ସମସ୍ତ ବୟଃପ୍ରାପ୍ତ ବାଳିକାଙ୍କର ମାସିକ ଋତୁସ୍ରାବ ନିୟମିତ ଲିପିବଦ୍ଧ କରିବା ଦରକାର। ଆଫ୍ରିକୀୟ ଦେଶମାନଙ୍କରେ ନାବାଳିକା ଛାତ୍ରୀମାନଙ୍କ ଅବାଞ୍ଛିତ ଗର୍ଭଧାରଣରେ ଅତିଷ୍ଠ କେତେକ ସରକାର ଅତି କଠୋର ନିଷ୍ପତ୍ତି ନେଇଛନ୍ତି। ତାଞ୍ଜାନିଆରେ ଛୁଟିରୁ ଫେରିବା ପରେ ଗର୍ଭପରୀକ୍ଷା ବାଧ୍ୟତାମୂଳକ ରହିଛି। କେନିୟା ସରକାର ମଧ୍ୟ ଛୁଟି ଫେରନ୍ତା ବାଳିକାଙ୍କ ଯୌନାଙ୍ଗ ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି। ଏ କ୍ଷେତ୍ରରେ ବାଳିକାଟି କାହା ସହିତ ଶାରୀରିକ ସମ୍ପର୍କରେ ଲିପ୍ତ ଥିଲା, ପ୍ରକାଶ କରିବାକୁ ବାଧ୍ୟ ହୁଏ ଏବଂ ପୁରୁଷ ସହଯୋଗୀ ଦଣ୍ଡିତ ହୁଏ। ଛାତ୍ରୀନିବାସରେ ମଧ୍ୟ କେତେକ ଶିକ୍ଷକ ଓ କର୍ମଚାରୀ ପ୍ରଲୋଭିତକରି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଟିକୁ ଅଜ୍ଞାତରେ ମା’ ବନେଇ ଦିଅନ୍ତି। ଏମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବା ଦରକାର। ବିସ୍ମୃତିର ଅତଳ ଗର୍ଭରେ ବଞ୍ଚିବାର ରାହା ଖୋଜୁଛି କୁମାରୀ ମା’ଟିଏ। ବିଦ୍ୟାଳୟ ବାହାରେ ରହୁଥିବା ଶିଶୁ ଓ ନାବାଳିକାଙ୍କର ମଧ୍ୟ ନିସ୍ତାର ନାହିଁ। ସଚେତନତାର ଅଭାବ ଏହାର ମୁଖ୍ୟ କାରଣ। ସରକାର, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସମାଜ ଓ ପରିବାର ସର୍ବୋପରି ବିଦ୍ୟାଳୟ ଉକ୍ତ ବିଷୟ ପ୍ରତି ଗମ୍ଭୀର ଭାବେ ଯତ୍ନଶୀଳହେବା ଅତ୍ୟନ୍ତ ଜରୁରୀ।
ନୂଆବନ୍ଧସାହି, ନବରଙ୍ଗପୁର, ମୋ-୯୪୩୭୧୧୮୯୬୨ 

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri