ସମ୍ପାଦକୀୟ |

ମା’ଙ୍କ ବିଚିତ୍ର ବେଶ

ମା’ଙ୍କ ବିଚିତ୍ର ବେଶ

ମାନସ କୁମାର ପାଢ଼ୀ

ରାଜଧାନୀ ଭୁବନେଶ୍ୱର। ସର୍ବବିଦ୍ୟା ମନ୍ଦିରର ମୁଖ୍ୟ ପୂଜାରୀ ସର୍ବଗିଳା ସକାଳୁ ନିତ୍ୟକର୍ମ ସାରି ମନ୍ଦିରର କବାଟ ଖୋଲି ଦେଖିଲେ ଶିକ୍ଷାମାତାଙ୍କ ଅପୂର୍ବ ବେଶ। ପଦ୍ମ ଉପରେ ନ ବସି ଗେଣ୍ଡୁମାଳ ଗଳାରେ ଲମ୍ବାଇ ଗୋଟିଏ ଗଧ ପାଖରେ ଛିଡ଼ା ହୋଇଛନ୍ତି ମା’। ଗଧ ବେକରେ ବି ଗେଣ୍ଡୁମାଳ ଝୁଲୁଛି ସମାନତାର ଉଦ୍‌ଘୋଷଣ କରି। ହାତରେ ଅଛି ଡଙ୍କି, ଅନ୍ୟ ଗୋଟିଏ ହାତରେ ଓନିକୁ କାନ୍ଧରେ ପକାଇବାର ଉପକ୍ରମ କରୁଛନ୍ତି ମାତା। ତୃତୀୟ ହାତରେ ମୋବାଇଲ୍‌ ଫୋନ୍‌ ଓ ଚତୁର୍ଥରେ ଆଶୀର୍ବାଦ ମୁଦ୍ରା। ଶିକ୍ଷାମାତାଙ୍କ ଏପରି ରୂପ ଦେଖି ପୂଜାରୀ ସର୍ବଗିଳା ଚକିତ ହୋଇ ଲମ୍ବ ଲମ୍ବ ଗୋଡ଼ତଳେ ପଡ଼ିଲେ। ମା’ ତୋ’ର ଏ କି ବିଚିତ୍ର ବେଶ!
ମା’ ଅଭୟବାଣୀ ଶୁଣାଇ କହିଲେ- ହେ ପୂଜକ, ଭୟ କରନି। ମୁଁ ସର୍ବଶିକ୍ଷା ମାତା। ଦୁର୍ଗାମାତାଙ୍କର ୬୪ ଯୋଗିନୀ ପରି ମା’ ସରସ୍ବତୀଙ୍କ କୃପାରୁ ଆମେ ୩୬ ଶିକ୍ଷାମାତା ଦେଶର ଶିକ୍ଷା ଦାୟିତ୍ୱ ନେଇଛୁ। ମୋ ଦାୟିତ୍ୱରେ ଓଡ଼ିଶା। ଯେହେତୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲାଣି ତେଣୁ ସେହି ଭାଷାରେ ଉନ୍ନତ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଦେବା ପାଇଁ ମୁଁ ସ୍ବତନ୍ତ୍ର ନିଯୁକ୍ତି ପାଇଛି। ମୋର ଏହି ରୂପ ସମ୍ଭାର ତୁମେ ସମସ୍ତଙ୍କୁ ଜଣାଅ। ଏହି ରୂପରେ ଆସନ୍ତା ପୂଜାରେ ମା’ ଦୁର୍ଗାଙ୍କ ପାଖେ ମୋତେ ବସାଅ। ସରସ୍ବତୀ ପୂଜାରେ ଓଡ଼ିଶାରେ ବିଦ୍ୟାଦାତ୍ରୀ ଭାବେ ମୋର ମୂର୍ତ୍ତି ଯେପରି ଗଢ଼ାଯାଏ ସେ ଦାୟିତ୍ୱ ତୁମର। ମୁଁ ବିଦ୍ୟାଦାତ୍ରୀଙ୍କର ଏକ ରୂପ ବୋଲି ପ୍ରଚାର କର। ମୁଁ ବୀଣା ବଜାଏନି, ପିଲାମାନଙ୍କୁ ତତ୍‌ସମ ବାଦ୍ୟ ଆଉ ଖେଳନା ଦେଇଦେଇଛି, ସେମାନେ ହସିଖେଳି, ନାଚିଗାଇ ପଢ଼ନ୍ତୁ; ଆଉ ବଢ଼ନ୍ତୁ। ମୋ ହାତରେ ବହି ନାହିଁ କାରଣ ଏଠି ବହିର ଆବଶ୍ୟକତା ଆଉ ପଡ଼ିବ ନାହିଁ। ଇଣ୍ଟରନେଟ୍‌, ଭିଡିଓ, ଅଡିଓରେ ଶିକ୍ଷା ଚାଲିବ। ବହି ଦାନ ଦିଆଯିବ ଗରିବଗୁରୁବା ଭକ୍ତଙ୍କୁ। 
ସ୍ବଚ୍ଛଳ ବର୍ଗର ଲୋକମାନେ ଇଂରାଜୀ ମାଧ୍ୟମ ଆଡୁ ମୁହଁ ବୁଲାଇବା ସମ୍ଭବ ନୁହେଁ, ତେଣୁ ଦୁର୍ବଳମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ମୋର ଆଦେଶ। ଖାଦ୍ୟ ଦାନ, ବସ୍ତ୍ର ଦାନ, ଯାନ ଦାନ ପ୍ରଭୃତି ମଧ୍ୟ କରିବ। ସର୍ବଶିକ୍ଷା ଫଳପ୍ରଦ ହେବ। ଡଙ୍କି ଖାଦ୍ୟ ଦାନର ପ୍ରତୀକ। ଓନି ପୋଷାକ ଦାନର ପ୍ରତୀକ। ପିଲାମାନେ ହସିଖେଳି, ଖାଇପିଇ ସମୟ ହେଲେ ପଢ଼ନ୍ତୁ, ନ ହେଲେ ଖାଲି ବଢ଼ନ୍ତୁ। ପିଲାଏ ବଢ଼ିଲେ ଦେଶ ବଢ଼ିବ। ଶିକ୍ଷକମାନେ ପାଠପଢ଼ା ବ୍ୟତୀତ ଅନ୍ୟ ସବୁ ସରକାରୀ କାମରେ ଯୋଗଦେଲେ ସେମାନଙ୍କ ଅନୁପସ୍ଥିତି ଯୋଗୁ ଶିକ୍ଷା ପ୍ରତି ପିଲାଙ୍କର ଡର ରହିବ ନାହିଁ। ଏହାଦ୍ୱାରା ଅଧିକ ଛାତ୍ରୀଛାତ୍ର ସର୍ବଶିକ୍ଷା ପ୍ରତି ଆକୃଷ୍ଟ ହେବେ। ସ୍କୁଲ୍‌ କାନ୍ଥବାଡ଼ରେ ଲେଖା ଦେଖି ମୁଁ ଅତ୍ୟନ୍ତ ପ୍ରୀତ। ସବୁ ନୀତିଶିକ୍ଷା ଏବେ ଶିକ୍ଷକମାନଙ୍କୁ ଦିଆଯାଉ, ସେମାନଙ୍କୁ ମାସକୁ ମିନିମମ୍‌ ଥରେ ଟ୍ରେନିଂ ଦିଆଯାଉ। ସବୁ କାନ୍ଥରେ ତମାଖୁମୁକ୍ତ ଅଞ୍ଚଳ ଲେଖାଯାଉ।
ପୂଜାରୀ ହାତ ଯୋଡ଼ି ‘ଜୟ ସର୍ବଶିକ୍ଷା ମାତା କୀ’ ବୋଲି ବୋବାଳି ଛାଡ଼ିଲେ। ମା’ କହିଚାଲିଥିଲେ ପ୍ରାଥମିକ ସ୍ତରରେ ଜମା ପରୀକ୍ଷା କରା ନ ଯାଉ। ବିନା ପରୀକ୍ଷାରେ ପାସ୍‌ କରି ଯାଇଥିବା ଛାତ୍ରୀଛାତ୍ର ମାଧ୍ୟମିକ ସ୍ତରରେ ପରୀକ୍ଷାର ସମ୍ମୁଖୀନ ହେଲା ବେଳେ ବିକଳ ହୋଇ ମା’ ମା’ ଚିତ୍କାର କରିବେ। ମୋର ପୂଜା କରିବେ। ଫଳରେ ମୋର ପତିଆରା ବଢ଼ିବ। ସେତିକି ବେଳେ ପୂର୍ବରୁ ପାଠଛାଡ଼ିଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ମିଶାଇବ। ସେଥିପାଇଁ ମୁଁ ଗଧ ପାଖରେ ରଖିଛି। ପୂର୍ବରୁ ହଂସ କେବଳ କ୍ଷୀର ପିଇ ପାଣି ଛାଡ଼ି ଦେଉଥିଲା, ଏବେ ଗଧ ସବୁ ଗିଳିବ। ଶିକ୍ଷା, ଅଶିକ୍ଷା। ମାଧ୍ୟମିକ ପରୀକ୍ଷାରେ ଗ୍ରେଡ୍‌ ଧରାଇଦେବ। ଅବ୍‌ଜେକ୍‌ଟିଭ୍‌ ପାଟର୍ନ କରି ଇଂଲିଶ ଭାଷା ମାଧ୍ୟମ ବିଦ୍ୟାଳୟ ପରି ମୋ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଅଧିକା ପାସ୍‌ କରାଇବ। କାରଣ ଇଂଲିଶ ଶିକ୍ଷାଦେବୀଙ୍କ ପାଖରେ ମୋର ପତିଆରା କମିଯାଉଛି। କଳେବଳେକୌଶଳେ ପାସ୍‌ ହାର ଅଧିକରୁ ଅଧିକ କରିବ। ଫଳାଫଳରେ ସବୁବର୍ଷ ବିଭ୍ରାଟ କରାଇ, ପରେ ପିଲାଙ୍କୁ ପାସ୍‌ କରାଇବ, ଫଳରେ ମା’ ଆମ ଡାକ ଡେରିରେ ହେଉପଛେ ଶୁଣିଲେ ବୋଲି କିଛି ଭକ୍ତ କୃତକୃତ୍ୟ ହେବେ। ମୋ ସହ ତୁମର ପତିଆରା ବଢ଼ିବ। ଭଲପିଲା ମଧ୍ୟ ସଂଶୋଧିତ ନମ୍ବରକୁ ପରିଶ୍ରମର ଫଳ ଭାବିବେନି, ମୋ ଦାନ ବୋଲି ଭାବିବେ। ତୁମେ ମୋର ଏହି ନୀତି, ଆଦର୍ଶ ଓ ଆଦେଶ ଅଚିରେ ପାଳନ କର। ଏତିକି କହି ସର୍ବଶିକ୍ଷା ଦେବୀ ଅଦୃଶ୍ୟ ହୋଇଗଲେ।
ଏହା ଚାରିଆଡ଼େ ସରକାରୀ, ବେସରକାରୀ ଗଣମାଧ୍ୟମରେ ପ୍ରଚାର କରାଗଲା। ସର୍ବତ୍ର ଏହି ନିୟମ ଲାଗୁ କରାଗଲା। ମଧ୍ୟାହ୍ନ ଭୋଜନକୁ କଡ଼ାକଡ଼ି ପାଳନ କରାଗଲା। କେତେ କେତେ ସଂସ୍ଥା ଗରିବମାନଙ୍କୁ ଖୁଆଇବାର ଗୁରୁଦାୟିତ୍ୱ ନେବାକୁ ଆଗେଇ ଆସିଲେ। ଅଭିଜ୍ଞମାନଙ୍କ ପୃଷ୍ଠପୋଷକତାରେ ପିଲାମାନେ ୧୦୦% ପାସ୍‌ ହେଲେ। ମା’ଙ୍କ ଡ୍ରେସ୍‌କୋଡ ଠିକ୍‌ ଭାବେ ପ୍ରବର୍ତ୍ତନ କରି ନ ପାରି ୫ଟି ହାଇସ୍କୁଲ୍‌ର ହେଡ଼ମାଷ୍ଟର ସସ୍‌ପେଣ୍ଡ୍‌ ହେଲେ, ୧୭ ଜଣଙ୍କର ବଦଳି ହେଲା। ମଧ୍ୟାହ୍ନଭୋଜନ ବ୍ୟତିକ୍ରମର ସମସ୍ତ ଦୋଷ ନେଇ ୧୫ ହେଡ଼ମାଷ୍ଟର ସସ୍‌ପେଣ୍ଡ ହେଲେ, ୨୧ ଜଣଙ୍କର ବଦଳି ହେଲା। ମା’ଙ୍କ ଆଦେଶ ପାଳନ କରି, କେତେକ ଅଞ୍ଚଳରେ ସ୍କୁଲ୍‌ରେ ନାହିଁ ନ ଥିବା ଛାତ୍ରୀଛାତ୍ର ଭିଡ଼ ଦେଖାଗଲା, ବିଶେଷକରି ଅଣ୍ଡା ଖାଇବା ଦିନ। ଅଧିକ ପାଠଛଡ଼ା ପିଲା ଆଡ଼ମିଶନ କରାଇ କେତେକ ପ୍ରଧାନଶିକ୍ଷକ ଦ୍ୱିତୀୟ ଶ୍ରେଣୀ ପାହ୍ୟାକୁ ପ୍ରମୋଶନ ପାଇ ଏକାବେଳେ ଜିଲା ଶିକ୍ଷାଧୀଶ ହୋଇଗଲେ। ପ୍ରଥମ ଶ୍ରେଣୀ ଦେଖି ନ ଥିବା ପିଲା ଅଷ୍ଟମ ପାସ୍‌ ସାର୍ଟିଫିକେଟ୍‌ ପାଇଲେ। ନାରୀଶିକ୍ଷା ମଧ୍ୟ ଆଗେଇଲା। ଅଷ୍ଟମ ପାସ୍‌ କରିଥିବା ବୋହୂ ଭାଗବତର ଛୋଟ ଅକ୍ଷର ଦେଖି କାନ୍ଦିଲା। ଏଣୁ ଏହି ଖବରଟିକୁ ଯିଏ ପଢ଼ିବେ ଅତିକମ୍‌ରେ ୫୦ ଜଣଙ୍କୁ ମା’ଙ୍କ ଅଭିଯାନର ସୁଫଳ ବିଷୟରେ ନ ବୁଝାଇଲେ ସେମାନଙ୍କ ପିଲା ମୂର୍ଖ ହେବେ। ଜୟ ସର୍ବଶିକ୍ଷା ମାତା ଓ ସର୍ବଗିଳା ପୂଜକ।
ମୋ- ୯୪୩୮୭୮୫୭୯୨
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 


ଭାଷଣ ଓ ଭୋଟ

ଭାଷଣ ଓ ଭୋଟ

ଆକାର ପଟେଲ

କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ  ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟ..

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜ..

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ..

ଏଇ ଭାରତରେ

ଏଇ ଭାରତରେ


ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ।   ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri