ମନୋରଞ୍ଜନ |

ବଲିଉଡ୍‌ ଅଭିନେତ୍ରୀଙ୍କୁ କିଏ ପିନ୍ଧାନ୍ତି ଶାଢ଼ି ଜାଣନ୍ତି...

ବଲିଉଡ୍‌ ଅଭିନେତ୍ରୀଙ୍କୁ କିଏ ପିନ୍ଧାନ୍ତି ଶାଢ଼ି ଜାଣନ୍ତି...

ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, ଇଶା ଅମ୍ବାନିଙ୍କ ପରି ସେଲିବ୍ରିଟିଙ୍କ ଦାମୀ ବାହାଘର ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ବାହାଘର ଯେତିକି ଚର୍ଚ୍ଚାରେ ନଥିଲା ଅଧିକ ଚର୍ଚ୍ଚାରେ ଥିଲା ସେମାନଙ୍କ ଶାଢ଼ି, ଡ୍ରେସ୍‌ ଏବଂ ଗାଉନ୍‌କୁ ନେଇ। ଆପଣ ଜାଣିଛନ୍ତି ଏହି ସେଲିବ୍ରିଟିମାନେ ଯେଉଁ ଶାଢ଼ି ବା ଡ୍ରେସ୍‌ ପିନ୍ଧିଥାନ୍ତି ତାକୁ କିଏ ଏତେ ସୁନ୍ଦର ଭାବରେ ପିନ୍ଧାଇ ଥାଏ। ଡଲି ଜୈନ ନାମ୍ନୀ ଜଣେ ମହିଳା ଦୀପିକା, ପ୍ରିୟଙ୍କା, ଇଶା ଏବଂ ସୋନମ କପୁରଙ୍କ ବିବାହରେ ଶାଢ଼ି ପିନ୍ଧାଇଥିଲେ। କିନ୍ତୁ ସମସ୍ତଙ୍କୁ ଶାଢ଼ି ପିନ୍ଧାଉଥିବା ଡଲି ନିଜେ କେବେ ବି ଶାଢ଼ି ପିନ୍ଧନ୍ତିନି। ଏକ ସାକ୍ଷାତକାରରେ ଡଲି କହିଛନ୍ତି ସେ ବାଙ୍ଗାଲୁରେ ବଢ଼ିଥିବାରୁ ଟି-ସାର୍ଟ, ଜିନ୍‌ସ, ସ୍କଟ ପିନ୍ଧୁଥିଲେ। ତାଙ୍କର ବିବାହ ଯେତେବେଳେ କଲିକତାରେ ହେଲା ସେତେବେଳେ ସେ ଜାଣିଲେ କି ତାଙ୍କୁ ଶାଶୂଘରେ ଶାଢ଼ି ପିନ୍ଧିବାକୁ ପଡ଼ିବ। ଏହା ଜାଣିବା ପରେ ସେ ବହୁତ କାନ୍ଦିଥିଲେ। ତାଙ୍କୁ ଶାଢ଼ି ପିନ୍ଧିବାକୁ ଘଣ୍ଟାଟେ ସମୟ ଲାଗୁଥିଲା। କିନ୍ତୁ ସେ ସେ ଯେତେବେଳେ ଜାଣିଲେ ତାଙ୍କୁ ଶାଢ଼ି ପିନ୍ଧିବାକୁ ପଡ଼ିବ। ସେତେବେଳେ  ବିଭିନ୍ନ ଷ୍ଟାଇଲରେ ଶାଢ଼ି ପିନ୍ଧିଲେ॥ ଯେତେବେଳେ ପଡ଼ୋଶୀଙ୍କ ବିବାହ ଉତ୍ସବରେ ଡଲି ଯୋଗ ଦେଉଥିଲେ ସେତେବେଳେ ତାଙ୍କ ଶାଢ଼ି ପିନ୍ଧିବା ତରିକାକୁ ସମସ୍ତେ ପସନ୍ଦ କରୁଥିଲେ। ତେଣୁ ଏଥିପ୍ରତି ତାଙ୍କର ଆଗ୍ରହ ବଢ଼ିଲା। ଯାହାକୁ ସେ ପେସା ଭାବେ ଗ୍ରହଣ କରିନେଇଛନ୍ତି।


  ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ନାଁ କରିଥିବା ଡଲି କୁହନ୍ତି ତାଙ୍କ ପିତା ତାଙ୍କୁ ଯେତେବେଳେ ଏହାକୁ ପେସା ଭାବେ ଗ୍ରହଣ କରି ଆଗକୁ ଯିବା ପାଇଁ ପରାମର୍ଶ ଦେଲେ ସେତେବେଳେ ଡଲି ରାତି ୧୧ ପରେ ଘରେ ସମସ୍ତେ ଶୋଇଯିବା ପରେ କଣ୍ଢେଇଗୁଡ଼ିକୁ ଆଣି ବିଭିନ୍ନ ଡିଜାଇନ୍‌ର ଶାଢ଼ି ପିନ୍ଧାଇଲେ। ଫଳରେ ଖୁବ୍‌ କମ୍‌ ଦିନ ଭିତରେ ୮୦ ପ୍ରକାର ଶାଢ଼ି ପିନ୍ଧିବା କଳା ଶିଖିଗଲେ। ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡକୁ ଏହାର ଏକ ସିଡି ପଠାଇଲେ। ଯାହା ମନୋନୀତ ହୋଇ ତାଙ୍କୁ ପୁରସ୍କାର ମିଳିଥିଲା। ଏବେ ଗୋଟିଏ ଶାଢ଼ିକୁ ୩୨୫ ପ୍ରକାର ଡିଜାଇନରେ ଡଲି ପିନ୍ଧାଇ ପାରୁଛନ୍ତି। ଆଜିକାଲି ବଲିଉଡ୍‌ରେ ସମସ୍ତଙ୍କ ପ୍ରିୟ ଡଲି। ସେ କେବେ ସ୍ବପ୍ନରେ ଭାବିନଥିଲେ ବଲିଉଡ୍‌ର ଏପରି ନାମୀଦାମୀ ଅଭିନେତ୍ରୀଙ୍କୁ ଶାଢ଼ି ପିନ୍ଧାଇବେ ବୋଲି। ସେ କୁହନ୍ତି ତାଙ୍କର ଜଣେ ସାଙ୍ଗ ତାଙ୍କୁ ମୁମ୍ବାଇକୁ ଡାକିଥିଲେ। ସେଠାରେ ସେ ଯେତେବେଳେ ଶ୍ରୀଦେବୀଙ୍କୁ ଦେଖିଲେ ଆଉ ଜାଣିଲେ ତାଙ୍କୁ ଶାଢ଼ି ପିନ୍ଧାଇବାକୁ ପଡ଼ିବ ସେତେବେଳେ ଆଖିକୁ ବିଶ୍ୱାସ କରିପାରିଲେନି। ଶ୍ରୀଦେବୀ ତାଙ୍କୁ କହିଥିଲେ ଡଲି ତୁମ ହାତରେ ଯାଦୁ ଅଛି। ଯେଉଁଥିପାଇଁ ତୁମେ ଏତେ ଭଲରେ ଶାଢ଼ି ପିନ୍ଧାଇ ପାରୁଛ। ଖାଲି ଶ୍ରୀଦେବୀ ନୁହନ୍ତି ସ୍ମୃତି ଇରାନୀ, ଐଶ୍ୱର୍ଯ୍ୟା ରାୟବଚ୍ଚନ, ଆଶା ଭେଁାସଲେ, ଶିଳ୍ପା ସେଟ୍ଟୀ ପରି ଅନେକ ସେଲିବ୍ରିଟିଙ୍କୁ ସେ ଶାଢ଼ି ପିନ୍ଧାଇ ସାରିଛନ୍ତି।

All Right Reserved By

ମନୋରଞ୍ଜନ |

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

‘ଦବଙ୍ଗ-୩’ରେ ସଲ୍‌ମାନଙ୍କ ସହ ନଜର ଆସିବେ ଶାହରୁଖ

ବମ୍ବେ: ଦିନ ଥିଲା ଶାହରୁଖ ଓ ସଲ୍‌ମାନ ପରସ୍ପରର ଶତ୍ରୁ ବୋଲି କୁହାଯାଉଥିଲା। ହେଲେ ଏବେ ଦିନ ବଦଳିବା ସହ ବଦଳିଛି ସମୟ। 

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘ତେରେ ନାମ୍‌-୨’

ବଲିଉଡ୍‌ର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେରେ ନାମ୍‌’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ସତୀଶ କୌଶିକ ଏହି ସୂଚନା ଦେଇଛନ୍ତି। 

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ଅମୀରଙ୍କ ବିମାନ ଭିତରେ ବସିଥିବା ଭିଡିଓ ହେଲା ଭାଇରାଲ

ମୁମ୍ବାଇ,୨୩।୪: ମିଷ୍ଟର ପରଫେକ୍ଟିନିଷ୍ଟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟିରେ ଅମୀର ଖଁ। ଇକୋନୋମିକ କ୍ଲାସର ଓ୍ବିଣ୍ଡୋ ସିଟ୍‌ ପାଖରେ ଚୁପ୍‌ଚାପ୍‌ ବସିଥିବା ଦେଖିବାକୁ ମିଳିଛି। 

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ‘କଳଙ୍କ’ ବକ୍ସ ଅଫିସରେ ଧରାଶାୟୀ: ୬ ଦିନରେ ବ୍ୟବସାୟ ମାତ୍ର ୭୦ କୋଟି

ବମ୍ବେ: ଚଳଚ୍ଚିତ୍ର ‘କଳଙ୍କ’କୁ ନେଇ ଅନେକ ଆଶା ରଖିଥିଲେ ଏହାର ନିର୍ମାତା ଓ ପ୍ରଯୋଜକ। ମାତ୍ର ଏସବୁ ଭୁଲ ସାବ୍ୟସ୍ତ ହୋଇଛି। ବକ୍ସ ଅଫିସରେ ଫେଲ ମାରିଛି ଫିଲ୍ମ। ଏହା କରନ୍‌ ଜୋହରଙ୍କ ଡ୍ରିମ୍‌ ପ୍ରୋଜେକ୍ଟ ବୋଲି କୁହାଯାଉଥିଲା। 

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବିବାହ ଉତ୍ସବରେ ଦୀପିକାଙ୍କ ଚପଲ ଧରି ବୁଲିଲେ ରଣବୀର, ଫଟୋ ଭାଇରାଲ..

ବମ୍ବେ: ସ୍ବାମୀ ହେବ ତ ଏମିତି। ବଲିଉଡ୍‌ରେ ରଣବୀର ସିଂହଙ୍କୁ ନେଇ ଏପରି କିଛି ଚର୍ଚ୍ଚା ହେଉଛି।

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୃଷକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। 

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବିବାହର ଦୁଇମାସ ପରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଥିଲେ ଏହି ଅଭିନେତା

ବଲିଉଡ ଅଭିନେତା ମନୋଜ ବାଜପେୟୀ ୫୦ବର୍ଷରେ ପଦାର୍ପଣ କରିଛନ୍ତି।

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ସାମାଜିକ ସଚେତନତାକୁ ଗୁରୁତ୍ୱ ଦେଇଥାଏ

ପେସାରେ ଜଣେ ଡାକ୍ତର, ହେଲେ ସାହିତ୍ୟ କ୍ଷେତ୍ରରେ ନିଜର ପାରିଦର୍ଶିତା ଦେଖାଇବାରେ ସକ୍ଷମ ହୋଇଛନ୍ତି। ରାତ୍ରିର ବିଳମ୍ବିତ ପ୍ରହରରେ ସେ ବସିପଡନ୍ତି ନିଜ ମନର ଭାବନାକୁ କବିତାର ରୂପ ଦେବାକୁ।

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 

‘ଭାରତ’ର ଟ୍ରେଲର ରିଲିଜ୍‌

‘ଭାରତ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨୨।୪: ସଲମାନ ଖଁାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଭାରତର ଟ୍ରେଲର ରିଲିଜ୍‌ ହୋଇଛି। ଏହି ଟ୍ରେଲରଟି ୩ମିନିଟ ୧୧ସେକେଣ୍ଡର ହୋଇଥିବା ବେଳେ ରିଲିଜର କିଛି ସମୟ ମଧ୍ୟରେ ଲକ୍ଷାଧିକ ଲୋକ ଏହାକୁ ଦେଖିସାରିଲେଣି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri