ଖେଳ |

ଅଂଶୁଙ୍କୁ ଅାନ୍ତର୍ଜାତିକ ଟେନିସ ଟାଇଟଲ

ଅଂଶୁଙ୍କୁ ଅାନ୍ତର୍ଜାତିକ ଟେନିସ ଟାଇଟଲ

ଭୁବନେଶ୍ୱର, ୧୮(କ୍ରୀଡ଼ା ପ୍ରତିନିଧତ୍)-ସ୍ପେନର ଭାଲେନ୍ସିଅାଠାରେ ଅନୁଷ୍ଠିତ ଫୋର୍ଡ ମୋଭିଲସା ନ୍ୟାଶନାଲ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଚାମ୍ପିୟନ ହୋଇଛନ୍ତି ପୁରୁଷ ବିଭାଗ ଫାଇନାଲରେ ସେ ଚିଲିର ଜର୍ଜ ଅାଗୁଇଲାରଙ୍କୁ ୬-୩, ୭-୬(୬), ୧୦-୮ ସେଟ୍ରେ ପରାସ୍ତ କରିଛନ୍ତି ଗତ ୨୪ରୁ ୨୯ ପଯର୍ୟନ୍ତ ଅନୁଷ୍ଠିତ ୧୦୦୦ ୟୁରୋ ପୁରସ୍କାର ବିଶିଷ୍ଟ ଏହି ସମ୍ମାନଜନକ ପ୍ରତିଯୋଗିତାର ସେମିଫାଇନାଲରେ ଅଂଶୁ ଚିଲିର ଅନ୍ୟତମ ପ୍ରତିଯୋଗୀ ଜର୍ଜ ଟାଗ୍ଲିଅାଫେରୋଙ୍କୁ ୬-୨, ୬-୩ ଏବଂ କ୍ୱାର୍ଟର ଫାଇନାଲ ପ୍ରତିଯୋଗୀ ଇଗ୍ନାସିଓ ସାଣ୍ଡୁବଲଙ୍କୁ ୬-୦, ୬-୦ ସେଟ୍ରେ ହରାଇ ଦେଇଥତ୍ଲେ ଏହି ପ୍ରତିଯୋଗିତାରୁ ଅଂଶୁ ପୁରସ୍କାରଭାବେ ୪୦୦ ୟୁରୋ ପକେଟସ୍ଥ କରିଛନ୍ତି ଅଂଶୁ ଏବେ ସ୍ପେନସ୍ଥିତ ସିଷ୍ଟେନ ଟେନିସ ଏକାଡେମୀରେ କୋଚ୍ ମାର୍କୋସ ଜିମେଞ୍ଜଙ୍କଠାରୁ ଟ୍ରେନିଂ ନେଉଛନ୍ତି ସେଠାରେ ସେ ୧ ବର୍ଷ କୋଚିଂ ନେବେ ତେବେ ସେ ଅାସନ୍ତା ସେମ୍ବେରରେ ଏଠାକୁ ଅାସି ତିନୋଟି ଅାଇଟିଏଫ ଟୁର୍ନାମଣ୍ଟରେ ଅଂଶଗ୍ରହଣ କରିବା ସମ୍ଭାବନା ରହିଛି

All Right Reserved By

ଖେଳ |

ଲାଞ୍ଚ ଅଭିଯୋଗରେ ୟୁପିସିଏ ଅଧିକାରୀଙ୍କୁ ସସ୍‌ପେଣ୍ଡ କଲା ବିସିସିଆଇ

ନୂଆଦିଲ୍ଳୀ, ୧୯।୭(ପି.ଟି.)- ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ)ର ଜଣେ ବରିଷ୍ଠ ଅଧିକାରୀ ଆକ୍ରମ ସୈଫିଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସସ୍‌ପେଣ୍ଡ କରିଛି। ଦଳରେ ଚୟନ ପାଇଁ ଉତ୍ତରପ୍ରଦେଶରେ ଖେଳାଳିମାନଙ୍କୁ ସେ ଲାଞ୍ଚ୍‌ ମାଗିଥିବା ଏକ ଷ୍ଟିଙ୍ଗ ଅପରେଶନ ଜଣାପଡିଛି। ଏକ ହିନ୍ଦୀ ନ୍ୟୁଜ୍‌ ଚ୍ୟାନେଲ ଏ ନେଇ ଖବର ପ୍ରସାର କରିବା ପରେ ବୋର୍ଡ ଏହି କଡ଼ା ପଦେକ୍ଷେପ ନେଇଛି। ଆକ୍ରମ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚେୟାରମ୍ୟାନ ରାଜୀବ ଶୁକ୍ଳା ସହଯୋଗୀ ଭାବେ ବେଶ୍‌ ଜଣାଶୁଣା।

ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ଷ୍ଟିଚ୍‌,ହେଲେନା

ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ଷ୍ଟିଚ୍‌,ହେଲେନା

ନ୍ୟୁୟର୍କ, ୧୯।୭(ଏଏଫ୍‌ପି)- ପ୍ରାକ୍ତନ ଓ୍ବିମ୍ବେଲଡନ ଚାମ୍ପିୟନ ଜର୍ମାନୀର ମାଇକେଲ ଷ୍ଟିଚ୍‌ ଓ ୧୪ଥର ଡବଲ୍ସ ଚାମ୍ପିୟନ ଚେକ୍‌ ଗଣରାଜ୍ୟର ହେଲେନ ସୁକୋଭା ଇଣ୍ଟରନ୍ୟାଶନାଲ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇବେ। ନ୍ୟୁପୋର୍ଟ ରୋଡେ ଆଇସଲାଣ୍ଡଠାରେ ଥିବା ଏଟିପି ହଲ୍‌ ଅଫ୍‌ ଫେମ୍‌ କ୍ଲାସିକରେ ଶନିବାର ଏକ ଉତ୍ସବ ଅବସରେ ୪୯ ବର୍ଷୀୟ ଷ୍ଟିଚ୍‌ ଓ ୫୩ ବର୍ଷୀୟା ସୁକୋଭାଙ୍କୁ ଟେନିସ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଷ୍ଟିଚ୍‌ ତାଙ୍କ କ୍ୟାରିୟରର ଏକମାତ୍ର ଗ୍ରାଣ୍ଡସ୍ଲାମ ୧୯୯୧ରେ ଜିତିଥିଲେ।

ୟୁଥ୍‌ ଟେଷ୍ଟ: ଶୂନରେ ଆଉଟ୍‌ ହେଲେ ତେନ୍ଦୁଲକର

ୟୁଥ୍‌ ଟେଷ୍ଟ: ଶୂନରେ ଆଉଟ୍‌ ହେଲେ ତେନ୍ଦୁଲକର

କଲେମ୍ବୋ, ୧୯।୭- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ତାଙ୍କ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ଖାତା ଖୋଲିବାରେ ବିଫଳ ହୋଇଛନ୍ତି। ଘରୋଇ ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଦଳ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ଭାରତର ପ୍ରଥମ ଇନିଂସରେ ନବମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅର୍ଜୁନ ୧୧ଟି ବଲର ସମ୍ମୁଖୀନ ହୋଇଥିଲେ ମଧ୍ୟ ଖାତା ଖୋଲିପାରି ନ ଥିଲେ।

ସଙ୍କଟରେ ଶାହଙ୍କ କ୍ୟାରିୟର

ସଙ୍କଟରେ ଶାହଙ୍କ କ୍ୟାରିୟର

କୋଲକାତା, ୧୯।୭(ପି.ଟି.)- ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ଲାଗି ଘୋଷିତ ଭାରତୀୟ ଦଳରୁ ନିୟମିତ ଉଇକେଟ୍‌କିପର ରିଦ୍ଧିମାନ ଶାହଙ୍କୁ ବାଦ୍‌ ଦିଆଯାଇଛି। ଆଙ୍ଗୁଠିଜନିତ ଆଘାତ ସମସ୍ୟା ଲାଗି ଶାହଙ୍କୁ ବାଦ୍‌ ଦିଆଯାଉଥିବା କୁହାଯାଉଥିଲେ ମଧ୍ୟ ପ୍ରକୃତରେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିସକାଶେ ଅପରେଶନ ଲାଗି ଶାହ ଆସନ୍ତା ମାସରେ ବ୍ରିଟେନ ଯିବେ ବୋଲି ଜଣାପଡ଼ିଛି।

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ବୋଲିଂ କୋଚ୍‌ଙ୍କୁ ଦେଖାଇବାକୁ ବଲ୍‌ ଆଣିଥିଲେ ଧୋନୀ: ଶାସ୍ତ୍ରୀ

ନୂଆଦିଲ୍ଲୀ, ୧୯।୭- ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟରେ ଚାଲିଥିବା ଚର୍ଚ୍ଚାରେ ଭାରତୀୟ ଦଳର କୋଚ୍‌ ରବି ଶାସ୍ତ୍ରୀ ପୂର୍ଣ୍ଣଛେଦ ଟାଣିଛନ୍ତି।

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଆଲିସନଙ୍କୁ ରେକର୍ଡ ମୂଲ୍ୟରେ ନେଇପାରେ ଲିଭରପୁଲ

ଲଣ୍ଡନ, ୧୯।୭(ଏଏଫ୍‌ପି)- ଇଂଲିଶ ପ୍ରିମିୟର ଲିଗ୍‌ର ପ୍ରମୁଖ କ୍ଲବ ଲିଭରପୁଲ୍‌ ବ୍ରାଜିଲ ଗୋଲକିପର ଆଲିସନ ବେକରଙ୍କ ସହ ରେକର୍ଡ ୭୫ ମିଲିୟନ ୟୁରୋ ମୂଲ୍ୟରେ ଆଗାମୀ ୫ ବର୍ଷ ଲାଗି ଚୁକ୍ତି କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ଆଜାରେଙ୍କା ୟୁଏସ୍‌ ଓପନ୍‌କୁ ସିଧାସଳଖ ପ୍ରବେଶରୁ ବଞ୍ଚିତ

ନ୍ୟୁୟର୍କ, ୧୯।୭(ଏପି)- ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ ଅଗଷ୍ଟ ୨୭ରୁ ଆରମ୍ଭ ହେବ। ତେବେ ଦୁଇଥର ୟୁଏସ୍‌ ଓପନ୍‌ ଉପବିଜୟିନୀ ଭିକ୍ଟୋରିଆ ଆଜାରେଙ୍କା ଏହି ସମ୍ମାନଜନକ ପ୍ରତିଯୋଗିତାକୁ ସିଧାସଳଖ ପ୍ରବେଶ କରିବାରୁ ବଞ୍ଚତ୍ତ ହୋଇଛନ୍ତି। ୟୁଏସ୍‌ ଓପନ୍‌କୁ ପ୍ରବେଶ ଲାଗି ପ୍ରକାଶ ପାଇଥିବା କଟ୍‌ ଅଫ୍‌ ର଼୍ୟାଙ୍କିଙ୍ଗ୍‌ ବାହାରେ ୩୧ ବର୍ଷୀୟା ଆଜାରେଙ୍କା ରହୁଥିବାରୁ ସିଧାସଳଖ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିପାରି ନାହାନ୍ତି।

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ନୀତି ଚାହୁଁଛି ଶ୍ରୀଲଙ୍କା

କଲମ୍ବୋ, ୧୯।୭(ଏଏଫପି)- କ୍ରିକେଟରେ ବଲ୍‌ ଟ୍ୟାମ୍ପରିଂ ନେଇ ସ୍ପଷ୍ଟ ତଥା ସରଳ ନୀତି ଆପଣେଇବା ଆବଶ୍ୟକ ବୋଲି ଶ୍ରୀଲଙ୍କା କ୍ରୀଡ଼ାମନ୍ତ୍ରୀ ଫୈଜର ମୁସ୍ତାଫା କହିଛନ୍ତି। ସେ ଏନେଇ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ନିକଟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ଏସିଆନ ଜୁନିୟର ରେସଲିଂ: ଭୀରେଶ ଜିତିଲେ ବ୍ରୋଞ୍ଜ

ନୂଆଦିଲ୍ଲୀ, ୧୯।୭(ପି.ଟି.)- ଏଠାରେ ଚାଲିଥିବା ଏସିଆନ ଜୁନିୟର ରେସଲିଂ ଚାମ୍ପିୟନଶିପ୍‌ର ୨ୟ ଦିବସରେ ବୁଧବାର ଭୀରେଶ କୁଣ୍ଡୁ ବ୍ରୋଞ୍ଜ ପଦକ ଜିତି ଭାରତର ସମ୍ମାନ ରଖିଛନ୍ତି। ଦିବସରେ ଭାରତର ପଦକ ଆଶା ମଉଳି ଯାଉଥିବାବେଳେ ୯୭ କିଗ୍ରା ବର୍ଗର ଏକ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ଯୁବ ପ୍ରତିଭାଙ୍କୁ ପ୍ରଶିକ୍ଷଣ ଦେବ ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ

ମୁମ୍ବାଇ, ୧୯।୭(ପି.ଟି.)- କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏକ ନୂତନ କ୍ରିକେଟ ଏକାଡେମୀ ଖୋଲିଛନ୍ତି। ଏହି କ୍ରିକେଟ ଏକାଡେମୀର ନାମ ‘ତେନ୍ଦୁଲକର ମିଡିଲସେକ୍ସ ଗ୍ଲୋବାଲ ଏକାଡେମୀ’ (ଟିଏମ୍‌ଜିଏ)ରଖାଯାଇଛି।

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ନୂଆଦିଲ୍ଲୀ, ୧୯।୭- ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ୧୭ ବର୍ଷରୁ କମ୍‌ ମହିଳା ବ୍ରିକ୍ସ ଫୁଟବଲ ଟୁର୍ନାମେଣ୍ଟରେ ଭାରତ ବୁଧବାର ଏହାର ପ୍ରଥମ ମ୍ୟାଚରେ ହାରି ଯାଇଛି। ଦ୍ୱିତୀୟାର୍ଦ୍ଧରେ ୪ ଗୋଲ ସହାୟତାରେ ଘରୋଇ ଦକ୍ଷିଣ ଆଫ୍ରିକା ୫-୧ ଗୋଲରେ ଭାରତକୁ ପରାସ୍ତ କରିଛି।

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

ପୁନମଙ୍କ ଅଲରାଉଣ୍ଡର ପ୍ରଦର୍ଶନ, ପୂର୍ବାଞ୍ଚଳ ବିଜୟୀ

କଟକ ଅଫିସ,୧୯ା୭- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ତାମିଲନାଡୁ କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚେନ୍ନାଇରେ ଚାଲିଥିବା ୧୯ବର୍ଷରୁ କମ୍‌ ବାଳିକା ଆନ୍ତଃ ଜୋନାଲ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ୭ ଉଇକେଟରେ ଦକ୍ଷିଣାଞ୍ଚଳକୁ ପରାସ୍ତ କରିଛି ।

Model This Week

ରୂପେଶ