ଜାତୀୟ |

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋକସଭା ନିର୍ବାଚନ ଲଢି ଜିତିଛନ୍ତି

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋକସଭା ନିର୍ବାଚନ ଲଢି ଜିତିଛନ୍ତି

ସିନେମା ଓ ରାଜନୀତି ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ବଲିଉଡ ହେଉ କି ଟଲିଉଡ ସିନେ ଷ୍ଟାର୍‌ମାନେ ରାଜନୀତିରେ ଯୋଗ ଦେବା ପରମ୍ପରା ବହୁ ଆଗରୁ ରହିଛି। ୧୯୬୭ରୁ ନେଇ ଆଜି ପର୍ଯ୍ୟନ୍ତ ବିଭିନ୍ନ ସିନେ ଅଭିନେତ୍ରୀ-ଅଭିନେତାମାନେ ନିର୍ବାଚନ ଲଢି ଜିତିଛନ୍ତି ମଧ୍ୟ। ରାଜନୀତିରେ ସିନେ ଷ୍ଟାର ଏଣ୍ଟ୍ରି ପ୍ରଥମେ କଂଗ୍ରେସଠାରୁ ଆରମ୍ଭ ହୋଇଥିଲା। ଏହି ପରମ୍ପରା ଅନ୍ୟାନ୍ୟ ଦଳମାନେ ଆଗକୁ ବଢାଇଛନ୍ତି।


୧୯୬୭ରେ ପ୍ରଥମେ ଫିଲ୍ମ ଷ୍ଟାରଙ୍କ ରାଜନୀତିରେ ଏଣ୍ଟ୍ରି ହୋଇଥିଲା। ତେଲୁଗୁ ଫିଲ୍ମ ଷ୍ଟାର କୋଁଗାରା ଜଗ୍ୟା ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଲଢି ଜିତିଥିଲେ। ସେ ପାଖାପାଖି ୮୦ ହଜାର ଭୋଟରେ ଆନ୍ଧ୍ର ପ୍ରଦେଶର ଆଙ୍ଗୋଲ ସିଟରୁ ବିଜୟ ହାସଲ କରିଥିଲେ। ସବୁଠୁ ରୋଚକ କଥା ହେଉଛି ବିନା ପ୍ରଚାରରେ ସେ ଏହି ନିର୍ବାଚନ ଜିତିଥିଲେ।


୧୯୮୪, ରାଜୀବ ଗାନ୍ଧୀଙ୍କ ଅମଳରେ ହୋଇଥିବା ଲୋକସଭା ନିର୍ବାଚନରେ ତିନିଜଣ ପ୍ରସିଦ୍ଧ ଫିଲ୍ମ ସିତାରା କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଅମିତାଭ ବଚ୍ଚନ(ଏହ୍ଲାବାଦ) ସୁନୀଲ ଦତ୍ତ(ନର୍ଥ ଓ୍ବେଷ୍ଟ ବମ୍ବେ) ଏବଂ ବୈଜୟନ୍ତୀମାଳା(ମଦ୍ରାସ ସାଉଥ) ନଲୋକ ସଭା ନିର୍ବାଚନ ଲଢି ଜିତି ନୂଆ ରେକର୍ଡ ସୃଷ୍ଟି କରିଥିଲେ।


୧୯୯୧ରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ବଲିଉଡର ରୋମାଣ୍ଟିକ ହିରୋ ରାଜେଶ ଖାନ୍ନା କଂଗ୍ରେସରେ ଯୋଗଦେଇଥିଲେ। ସେ ନୂଆଦିଲ୍ଲୀରୁ ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ। ଦୁହିଁଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଆଡଭାନୀ ମାତ୍ର ୧,୫୮୯ ଭୋଟରେ ବିଜୟ ହାସଲ କରିଥିଲେ।


୧୯୯୮ରେ ଲୋକ ସଭା ନିର୍ବାଚନରେ ଅଭିନେତା ବିନୋଦ ଖାନ୍ନା ଓ କୃଷ୍ଣମ ରାଜୁ ଭାଜପାରେ ଯୋଗଦେଇଥିଲେ। ରାଜୁ ଆନ୍ଧ୍ର କାକିନନ୍ଦା ଆସନରୁ ଓ ବିନୋଦ ଗୁରୁଦାସପୁରରୁ ଆସନରୁ ଜିତିଥିଲେ।


୧୯୯୯ ଲୋକସଭା ନିର୍ବାଚନରେ ରାଜ ବବ୍ବର ସମାଜବାଦୀ ପାର୍ଟି ହାତ ଧରିଥିଲେ। ସେ ଲୋକ ସଭା ଆସନରୁ ଦୁଇଥର ଜିତିଥିଲେ। ୨୦୦୯ରେ ଫିରୋଜବାଦ ସିଟରୁ କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢି ଜିତିଥିଲେ। ୨୦୧୪ରେ ଗାଜିଆବାଦ ସିଟରୁ ଲଢିଥିଲେ ମଧ୍ୟ ବିକେ ସିଂହଙ୍କଠାରୁ ପରାସ୍ତ ହୋଇଥିଲେ।


୨୦୦୪ ଲୋକସଭା ନିର୍ବାଚନରେ ବଲିଉଡର କମେଡି କିଙ୍ଗ ଗୋବିନ୍ଦା  କଂଗ୍ରେସ ହାତ ଧରିଥିବାବେଳେ ଧର୍ମେନ୍ଦ୍ର ଭାଜପା, ଓ ଜୟାପ୍ରଦା ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। କିନ୍ତୁ ଜୟାପ୍ରଦାଙ୍କ ଛଡା ଅନ୍ୟ ଦୁଇଜଣ ଅଭିନେତା ରାଜନୀତିରେ ବେଶୀ ଦିନ ତିଷ୍ଠି ପାରି ନ ଥିଲେ।


୨୦୦୯ରେ ଶତ୍ରୃଘ୍ନ ସିହ୍ନା ଭାଜପା ଟିକେଟରୁ ବିହାରର ପାଟନା ସାହିବରୁ ଲଗାତର ଦୁଇଥର(୨୦୦୯, ୨୦୧୪) ନିର୍ବାଚନ ଜିତିଥିଲେ।


୨୦୧୪ରେ ସର୍ବଥିକ ସିନେ ଷ୍ଟାର ରାଜନୀତିରେ ପାଦ ଥାପିଥିଲେ। ଏମାନଙ୍କ ମଧ୍ୟରେ ମୁନମୁନ ସେନ୍‌(ଟିଏମସି), ସନ୍ଧ୍ୟା ରାୟ(ଟିଏମସି), ପରେଶ ରାଓ୍ବଲ(ଭାଜପା), ବାାବୁଲ ସୁପ୍ରିୟୋ(ଭାଜପା), ହେମାମାଳନୀ(ଭାଜପା), କିରଣ ଖେର(ଭାଜପା) ଓ ମନୋଜ ତିଓ୍ବାରୀ ରାଜନୀତିରେ ଯୋଗଦେଇ ଜିତିଥିଲେ।




All Right Reserved By

ଜାତୀୟ |

ଜଣେ ଭୋଟରଙ୍କ ପାଇଁ ନିର୍ମାଣ ହେଲା ମତଦାନ କେନ୍ଦ୍ର: ଜାଣନ୍ତୁ କେଉଁଠି, କିଏ ସେହି ବ୍ୟକ୍ତି..

ଜଣେ ଭୋଟରଙ୍କ ପାଇଁ ନିର୍ମାଣ ହେଲା ମତଦାନ କେନ୍ଦ୍ର: ଜାଣନ୍ତୁ କେଉଁଠି, କିଏ ସେହି ବ୍ୟକ୍ତି..

ଜୁନାଗଡ଼,୨୩।୪: ଜଣେ ଭୋଟରଙ୍କ ଲାଗି ଭୋଟଦାନ କେନ୍ଦ୍ର। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। 

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ମତଦାନ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ମତଦାନ

ନୂଆଦିଲ୍ଲୀ,୨୩।୪: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମଙ୍ଗଳବାର ଦେଶର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୬ ଆସନରେ ମତଦାନ କରାଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ୬୩.୮୦% ଭୋଟର ମତଦାନ ସାବ୍ୟସ୍ତ କରିଥିବା ସୂଚନା ମିଳିଛି। 

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ଶାଢ଼ିି ପିନ୍ଧି କବାଡ଼ି ଖେଳନ୍ତି ଏହି ମହିଳା ଏମ୍‌ପି

ବଡୋଦରା, ୨୩।୪: ୨୦୧୯ ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୬ଟି ରାଜ୍ୟର ୧୧୭ଟି ଲୋକ ସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। 

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୨୩।୪: ରେଲଓ୍ବେ ସୁରକ୍ଷାକର୍ମୀ ନିଜର ମୃତ୍ୟୁ ପୂର୍ବରୁ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦିଲ୍ଲୀର ଆଜାଦପୁର ଅଞ୍ଚଳରେ ଜଣେ ସୁରକ୍ଷାକର୍ମୀ ୩ଜଣଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଜୀବନକୁ ବାଜି ଲଗାଇଦେଇଛନ୍ତି।

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ସନ୍ନିଙ୍କୁ ‘ଗଦ୍ଦର’ ନିର୍ଦ୍ଦେଶକ କହିଲେ ଏବେ ୫୬ ଇଞ୍ଚର ଛାତି ୬୨ ଇଞ୍ଚ ହେଲା

ନୂଆଦିଲ୍ଲୀ,୨୩।୪: ବଲିଉଡ୍‌ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ରାଜନୀତିରେ ପାଦ ରଖିଛନ୍ତି। ସେ ଏବେ ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। 

ଭୋଟ ଦେଲାପରେ ଭାବୁକ ହେଲେ ଆଡଭାନୀ

ଭୋଟ ଦେଲାପରେ ଭାବୁକ ହେଲେ ଆଡଭାନୀ

ଗାନ୍ଧୀନଗର, ୨୩।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହୋଇଛି। 

ଭିଭିପିଏଟି ମେଶିନରେ ସାପ: ବନ୍ଦ ରହିଲା ଭୋଟିଂ

ଭିଭିପିଏଟି ମେଶିନରେ ସାପ: ବନ୍ଦ ରହିଲା ଭୋଟିଂ

କନ୍ନୁର, ୨୩।୪: କେରଳର କନ୍ନୁର ଜିଲାର ଏକ ମତଦାନ କେନ୍ଦ୍ରରେ ଅଜବ ଘଟଣା ଦେଖିବାକୁ ମିଳିଛି।

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

୨୦୦୨ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ମିଳିବ ୫୦ଲକ୍ଷ ଟଙ୍କା ସହାୟତା

ନୂଆଦିଲ୍ଲୀ,୨୩।୪: ୨୦୦୨ ଗୁଜରାଟ ଦଙ୍ଗାର ଶିକାର ହୋଇଥିବା ବିଲକିସ ବାନୋଙ୍କୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ଅଧିକ ପରିଶ୍ରମ କରିବା ପାଇଁ ମହାରାଷ୍ଟ୍ରରେ ଗରିବ ମହିଳା ସ୍ବଇଛାରେ ଅପରେଶନ କରୁଛନ୍ତି ଗର୍ଭାଶୟ

ନୂଆଦିଲ୍ଲୀ,୨୩।୪: ମହାରାଷ୍ଟ୍ରରେ ଅଧିକ ଅର୍ଥ ଉପାର୍ଜନ ପାଇଁ ଗରିବ ମହିଳା ନିଜ ଇଛାରେ ଗର୍ଭାଶୟ ବାହାର କରୁଛନ୍ତି। ଏଥି ପାଇଁ ଆବଶ୍ୟକ ହେଉଥିବା ଟଙ୍କା ସେମାନେ ଠିକାଦାରଙ୍କଠାରୁ ନେଉଛନ୍ତି। 

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

ନୂଆଦିଲ୍ଲୀ,୨୩।୪: ୨୦୧୯ ଫେବୃୟାରି ପରେ ଶେୟାରଚାଟ୍‌ ପକ୍ଷରୁ ୪,୮୭୦୦୦ପୋଷ୍ଟ୍‌କୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪:  ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। 

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଇଭିଏମ୍‌ରେ ତ୍ରୁଟି, ଅଖିଳେଶ କହିଲେ ଭାଜପା ପାଇଁ ହେଉଛି ଭୋଟ

ଲକ୍ଷ୍ନୌ,୨୩।୪: ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ଦେଖାଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri