ବ୍ରହ୍ମପୁର

ଯକ୍ଷ୍ମା ଦିବସ ପାଳିତ

ଯକ୍ଷ୍ମା ଦିବସ ପାଳିତ

ବ୍ରହ୍ମପୁର ଅଫିସ,୨୪ା୩ : ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ରବିବାର ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ହିମାଂଶୁବାଳା ପଟ୍ଟନାୟକ, ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶିକା ଡା. ଭି ସରୋଜିନୀ ଦେବୀ, ଜିଲା ମ୍ୟାଲେରିଆ ଅଧିକାରୀ ପି. କୁରୁମେୟା, ଏଡିୟୁପିଏଚ୍‌ଓ ଡା. ଲଲାଟେନ୍ଦୁ ଦାସ, ଡିଏସ୍‌ଏମ୍‌ଓ ଡାକ୍ତର ଅବନୀ ପାତ୍ର, ଡିପିଏମ୍‌ ଶ୍ୟାମସୁନ୍ଦର ତ୍ରିପାଠୀ, ଏମ୍‌ଓଡିଟିସି ଡା. ଗୀତିମୟ ପଟ୍ଟନାୟକ, ଏଡିପିଏଚ୍‌ଓ (ଟିବି) ଡାକ୍ତର ସରୋଜ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଯକ୍ଷ୍ମା ରୋଗର ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ କହିଥିଲେ। ଏହି ଅବସରରେ ଦୁଇଜଣ ଟିବି ମୁକ୍ତ ଏବଂ ୩ ଆଶାକର୍ମୀଙ୍କୁ ସମ୍ମାନିତ କରାଯାଇଥିଲା।


All Right Reserved By

ବ୍ରହ୍ମପୁର

ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ

ବ୍ରହ୍ମପୁର ଅଫିସ,୨୪|୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମାଙ୍କ ଅସ୍ଥାୟୀ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି।

ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ଜେଲ

ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ଜେଲ

ଫୁଲବାଣୀ ଅଫିସ,୨୪ା୪- ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ଜଣେ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। 

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ 

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ 

ଗୋପାଳପୁର, ୨୪ା୪-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ  ଯୁବକ ଧାର ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ଭାଇଙ୍କୁ ପୋଲିସ  ପରିଚୟ ଦେଇ ବନ୍ଧୁକ ଦେଖାଇ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଗୋଳନ୍ଥରା ଥାନାରେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଅଭିଯୋଗ ହୋଇଛି। ଏ ନେଇ ନଂ. ୧୨୨/୧୯ରେ ମାମଲା ରୁଜୁ କରାଯାଇଛି। 

ଝଡ଼ତୋଫାନ ସହ ବର୍ଷା :  ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ପଡ଼ିଲା ଗଛ

ଝଡ଼ତୋଫାନ ସହ ବର୍ଷା : ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ପଡ଼ିଲା ଗଛ

ଭଞ୍ଜନଗର,୨୩।୪(ଡି.ଏନ.ଏ)-ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। 

ଭଞ୍ଜନଗର ଷ୍ଟ୍ରଙ୍ଗରୁମ୍‌ ଯାଞ୍ଚ କଲେ ଜିଲାପାଳ

ଭଞ୍ଜନଗର ଷ୍ଟ୍ରଙ୍ଗରୁମ୍‌ ଯାଞ୍ଚ କଲେ ଜିଲାପାଳ

ଭଞ୍ଜନଗର,୨୩।୪(ଡି.ଏନ.ଏ)-ଭଞ୍ଜନଗର, ସୋରଡ଼ା ଓ ଆସିକା ନିର୍ବାଚନ ମଣ୍ଡଳୀରେ ଗତ ୧୮ ତାରିଖରେ ମତଦାନ ସରିଛି। ଏହି ୩ ନିର୍ବାଚନ ମଣ୍ଡଳୀର ମୋଟ ୭୨୨ ବୁଥ୍‌ର ଇଭିଏମ୍‌ ଏବଂ ଭିଭିପିଏଟିକୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଷ୍ଟ୍ରଙ୍ଗ୍‌ରୁମରେ ସିଲ କରି ରଖାଯାଇଛି।  

୧୩ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

୧୩ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୨୩।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ପଞ୍ଚ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ସୋମବାର ରାତିରେ ବଡବଜାର ଠାରେ ଠାରେ ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଶୁଣିଲା ନାହିଁ ପ୍ରଶାସନ: ମାଓବାଦୀ ଅଞ୍ଚଳରୁ ଗାଡି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୩।୪- କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। 

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ଫୁଲବାଣୀ ଅଫିସ, ୨୩।୪-ଚଳିତ ସାଧାରଣ ନିର୍ବାଚନରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଯେପରି ଚାଞ୍ଚଲ୍ୟ ଖେଳାଇ ଦେଇଛି ସେହିପରି ୨୦୧୪ ସାଧାରଣ ନିର୍ବାଚନ କାର୍ଯ୍ୟରେ ଯାଇ ଘରକୁ ଫେରି ନ ଥିବା ଜିଆରଏସ୍‌ ମମତା ନାୟକଙ୍କ ଘଟଣା ମଧ୍ୟ ଜିଲାରେ ଲୋକଙ୍କ ମନରେ ତାଜା ହୋଇ ରହିଛି । 

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁର ଅଫିସ,୨୩।୪- ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋରଦାର ଆନ୍ଦୋଳନ ୨୦୦୭ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା। 

ଅଂଶୁଘାତରୁ ରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯିବ

ଫୁଲବାଣୀ ଅଫିସ, ୨୩।୪-ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯାତ୍ରୀବାହୀ ଯାନ ଚଳାଚଳ ବନ୍ଦ ରହିବ ।

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ୍‌,୨୩।୪-ସ୍ବଚ୍ଛତା ପାଇଁ ଗୋଟିଏ ପରେ ଗୋଟିଏ ପୁରସ୍କାର ହାତଉଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରର ସଫେଇକୁ ନେଇ ପ୍ରଚାର କରାଯାଉଛି। କିନ୍ତୁ ଅନ୍ୟପଟେ ସହରକୁ ପ୍ରଦୂଷିତ କରୁଛି ବିଏମ୍‌ସି। 

ରୌଦ୍ରତାପ ମୁକାବିଲା ଚିନ୍ତା: ବସ୍‌ରେ ରହିବ ପାଣି, ଓଆରଏସ୍‌ ପ୍ୟାକେଟ୍‌

ଛତ୍ରପୁର,୨୩।୪(ଡି.ନ.ଏ)-ଗଞ୍ଜାମ ଜିଲାରେ ରୌଦ୍ରତାପ ମୁକାବିଲା ପାଇଁ ଜିଲାସ୍ତରରେ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଅନ୍ୟପକ୍ଷରେ ରୌଦ୍ର ମୁକାବିଲା ପାଇଁ ଅନ୍ୟ କ’ଣ ସବୁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଗଞ୍ଜାମ ଜିଲାପାଳ ତଥା ଜିଲା ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ଓ ଗଞ୍ଜାମ ଆରଟିଓଙ୍କ ନିକଟକୁ ଆସିଛି ା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ଠାରୁ ଏହି ନିର୍ଦ୍ଦେଶନାମା ଆସିଛି । ପ୍ରତି ବସରେ ଯାତ୍ରୀମାନଙ୍କ ପାଇଁ ପିଇବା ପାଣି, ଓଆରଏସ ପ୍ୟାକେଟ୍‌ ରଖାଯିବା ଏହାର ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri