ଅନ୍ତର୍ଜାତୀୟ |

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ମଝି ସମୁଦ୍ରରେ ଫସିଲା ଜାହାଜ: ୧୩ଶହ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର

ଓସଲୋ,,୨୪।୩: ନରଓ୍ବେର ଏକ ଯାତ୍ରୀବାହୀ ଜାହାଜ ଶୁକ୍ରବାର ମଝି ସମୁଦ୍ରରେ ଫସି ରହିଥିଲା। ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଜାହାଜଟି ଆଉ ଆଗକୁ ଯାଇପାରି ନ ଥିଲା। ଫଳରେ ଏଥିରେ ଥିବା ୧୩୦୦ ଶହ ଯାତ୍ରୀ ମଝି ସମୁଦ୍ରରେ ଫସି ରହିଯାଇଥିଲେ। କଣ୍ଟ୍ରୋଲ୍‌ ରୁମ୍‌କୁ ଏହି ସୂଚନା ମିଳିବା ପରେ ଯାତ୍ରୀମାନଙ୍କୁ ଏୟାରଲିପ୍ଟ କରିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଖରାପ ପାଗଯୋଗୁ ଶନିବାର ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ସୂଚନାଯୋଗ୍ୟ, ଓ୍ବାକିଙ୍ଗ ସ୍କାଇ ନାମକ ଜାହାଜର ଇଞ୍ଜିନରେ  ଶୁକ୍ରବାର ତ୍ରୁଟି ଦେଖା ଦେଇଥିଲା। ଶନିବାର ଏହା ଆହୁରି ଅଧିକ ଖରାପ ସ୍ଥିତିକୁ ଚାଲି ଯାଇଥିବାରୁ ଏହାର ଚାଳକ ଦଳ ଉଦ୍ଧାର ପାଇଁ ଗୁହାରି ଲଗାଇଥିଲେ। ଏହାପରେ ୪ଟି ହେଲିକପ୍ଟର ମାଧ୍ୟମରେ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ସମୁଦ୍ରରେ ଉଠୁଥିବା ଉଚ୍ଚ ଲହଡି ଓ ପବନ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ସୂଚନା ରହିଛି। 

All Right Reserved By

ଅନ୍ତର୍ଜାତୀୟ |

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

କଲମ୍ବୋ,୨୩।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ ସ୍ଥାନରେ ରବିବାର ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନ। 

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ ଡଷ୍ଟ ବିନ୍‌ରେ ପକାଇ ଦେଇଥିଲେ। 

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ  ଅଗ୍ନି  ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। 

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। 

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

କୋପେନହାଗେନ,୨୨।୪: ଡେନମାର୍କର ଧନୀବ୍ୟକ୍ତି ଆଣ୍ଡର୍ସ ହୋଲଚ୍‌ ପୋଭଲସେନ୍‌ଙ୍କର  ୪ଟି ସନ୍ତାନ ମଧ୍ୟରେ ୩ଜଣଙ୍କର ଶ୍ରୀଲଙ୍କା ବିସ୍ଫୋରଣରେ ମୃତ୍ୟୁ ହୋଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ସରକାରୀ ପ୍ରବକ୍ତା ରଜିଥା ସେନାରତ୍ନେ। 

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

କଲମ୍ବୋ, ୨୨।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ଟି ସ୍ଥାନରେ ରବିବାର ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହୋଇଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। 

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

କ୍ୱିଭ,୨୨।୪: ପୂର୍ବତନ ଟେଲିଭିଜନ କଳାକାର ତଥା କମେଡିଆନ ଭୋଲେଡିମାର ଜେଲେନସ୍କି ଏଥର ୟୁକ୍ରେନର ରାଷ୍ଟ୍ରପତି ହେବେ ବୋଲି ରବିବାର କହିଛି ଏକ୍‌ଜିଟ୍‌ପୋଲ୍‌। 

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪:  ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri