ରାୟଗଡା

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଶିଶିର ଭାଜପା ପ୍ରାର୍ଥୀ ହେବା ପରେ ଗୁଣପୁରରେ ତୁମ୍ବିତୋଫାନ

ଗୁଣପୁର,୨୪ା୩(ଡି.ଏନ.ଏ)-ରାୟଗଡା ଜିଲା ଗୁଣପୁରରେ ରାଜନୈତିକ ବାତାବରଣ ସରଗରମ ହୋଇଛି ା ଭାଜପା ଓ ବିଜେଡିରେ ଏବେ ଅସନ୍ତୋଷ ଏବଂ ବିଦ୍ରୋହ ା ଗୁରୁବାର ବିଜେଡି ପକ୍ଷରୁ ରଘୁନାଥ ଗମାଙ୍ଗ  ନାମାଙ୍କନପତ୍ର ଦାଖଲ କରିବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି ା  ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡିରୁ ଇସ୍ତଫା ଦେବା ପରେ  ଭାଜପାରେ ମିଶିବା ନେଇ ଯୋଜନା ଚଳାଇଥିଲେ ମଧ୍ୟ  ସଫଳ ହୋଇ ନ ଥିଲେ ା ଶେଷରେ ଶୁକ୍ରବାର ରାତିରେ ପଦ୍ମପୁରଠାରେ ସେ ସମର୍ଥିତ ଗୋଷ୍ଠୀଙ୍କ ସହ ଆଲୋଚନା କରିବା ପରେ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ା ସୋମବାର ସେ ନାମାଙ୍କନପତ୍ର ଦାଖଲ କରିବେ ା ସେହିପରି ଶୁକ୍ରବାର ରାତି ଅଧିଆ ଭାଜପାର ପ୍ରାର୍ଥୀ ଘୋଷଣା ପରେ ଗୁଣପୁରଠାରେ ତୁମ୍ବିତୋଫାନ ସୃଷ୍ଟି ହୋଇଛି ା ଭାଜପା ପକ୍ଷରୁ  ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗଙ୍କ ପୁତ୍ର ଶିଶିର ଗମାଙ୍ଗଙ୍କୁ ପ୍ରାର୍ଥୀ କରାଯାଇଛି ା  ଏହାକୁ ନେଇ ଶନିବାର ଗୁଣପୁରଠାରେ ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ା ଦଳୀୟ ଅସ୍ଥାୟୀ କାର୍ଯ୍ୟାଳୟଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମୀମାନେ ଏକତ୍ରିତ ହୋଇ ରାଜ୍ୟର ନିଷ୍ପତ୍ତିକୁ ବିରୋଧ କରିଛନ୍ତି ା ଶିଶିରଙ୍କୁ କିପରି ଏବଂ କେଉଁ ଆଧାରରେ ଦଳ ପ୍ରାର୍ଥୀ କରିଲା ବୋଲି ନେତା ଏବଂ କର୍ମୀମାନେ ପ୍ରଶ୍ନ ଉଠାଇଥିଲେ ା ଦଳୀୟ କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାଳୟରେ ଲାଗିଥିବା ପୋଷ୍ଟର, ପତାକା ଏବଂ ବ୍ୟାନରକୁ କାଢି ଦେଇଥିଲେ ା  ପରେ ଆଶାୟୀ ପ୍ରାର୍ଥୀ ରାମମୂର୍ତ୍ତି ମୁଟ୍ଟିକା ଏକ ଖବରଦାତା ସମ୍ମିଳନୀରେ ଦଳର ନିଷ୍ପତ୍ତି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ା ସେ କହିଥିଲେ ଯେ, ୨୦୧୬ ନଭେମ୍ବର ୧୧ ତାରିଖରେ ଦଳରେ ମିଶିବା ପରେ ମୁଁ ପଞ୍ଚାୟତ ନିର୍ବାଚନରେ ୩ଟି ଜିଲା ପରିଷଦ ଆସନ ଆଣିବାରେ ସକ୍ଷମ ହୋଇଥିଲି ା   ମୋତେ ସଂଗଠନ କର ତୁମକୁ ବିଧାୟକ ପ୍ରାର୍ଥୀ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା ା  ମୁଁ ସଂଗଠନ କରିଥିଲି ା ହେଲେ ଟିକେଟ ପାଇବାରୁ ମୋତେ ବଞ୍ଚିତ କରାଗଲା ା ଏଣୁ ମୋର ସମର୍ଥକ ଏବଂ କର୍ମକର୍ତ୍ତାମାନଙ୍କ ଦାବି ମୁତାବକ ସ୍ବାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା  ସେହିପରି   ପୋଲିସ ଚାକିରି ଛାଡି ଭାଜପାରେ ଯୋଗ ଦେଇଥିବା ରବି ଗମାଙ୍ଗ ମଧ୍ୟ ଆଶାୟୀ ଥିଲେ ା   ତାଙ୍କୁ ଟିକେଟ ମିଳି ନ ଥିଲେ ମଧ୍ୟ ସେ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ା ଅନ୍ୟପଟେ କଂଗ୍ରେସରେ ମଧ୍ୟ ସେହି ଏକା ପରିସ୍ଥିତି ା ଦଳ ପକ୍ଷରୁ ସୋମବାର ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ନାମାଙ୍କନ ପତ୍ର ଦାଖଲ କରିବେ ା ଏହାକୁ ନେଇ ଦଳରେ ଅସନ୍ତୋଷ ଦେଖାଦେଇଛି ା ନିଲମ୍ବିତ ଜିଲା ପରିଷଦ ସଭ୍ୟା ଲକ୍ଷ୍ମୀ ଶବରଙ୍କ ସମେତ ଚିନାସାରିର ସମିତି ସଭ୍ୟ ନାଜିତ ରଇତ ଏବଂ ଗୁଡାରିର ଯୁବ ନେତା ଭାସ୍କର ଜାଗରଙ୍ଗା ପ୍ରମୁଖ ମଧ୍ୟ ନାମାଙ୍କନପତ୍ର ଦାଖଲ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି ା 

All Right Reserved By

ରାୟଗଡା

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

ଏମିତି ଏକ ମନ୍ଦିର: ଭାଇ ଭଉଣୀ ଭାବେ ପୁଜା ପାଆନ୍ତି ଶିବପାର୍ବତୀ

କୋରାପୁଟ,୨୩।୪(ସ୍ବ.ପ୍ର)-କୋରାପୁଟ ଜିଲା  ଦଶମନ୍ତପୁର ବ୍ଳକ  ଗିର୍ଲିଗୁମ୍ମା ପଞ୍ଚାୟତରେ  ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶିବ ଓ ପାର୍ବତୀ ପତିପତ୍ନୀ ଭାବେ ନୁହେଁ ଭଉଣୀଭାଇ ଭାବେ ପୁଜା ପାଇଥାନ୍ତି । 

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ଗ୍ରାମବାସୀଙ୍କ ଦ୍ୱାରା ମୟୂର ଉଦ୍ଧାର

ସେମିଳିଗୁଡା,୨୩।୪(ସ୍ବ.ପ୍ର)- କୋରାପୁଟ ସେମିଳିଗୁଡା ବ୍ଲକ ବଡବଡି ଗାଁ  ନିକଟ ଜଙ୍ଗଲରୁ ଗ୍ରାମବାସୀ ଏକ ମୟୁରକୁ ଉଦ୍ଧାର କରିଛନ୍ତି । ଖବରପାଇ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚତ୍ ଉକ୍ତ ମୟୂରକୁ ନେଇଯାଇଥିଲେ । ତାହାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଜଙ୍ଗଲରେ ଛାଡି  ଦେଇଛନ୍ତି ।  

କୁଟୁରା ଛୁଆ ଉଦ୍ଧାର

କୁଟୁରା ଛୁଆ ଉଦ୍ଧାର

ଜୟପୁର,୨୩।୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ବନ ବିଭାଗ ରେଞ୍ଜର ପାତ୍ରପୁଟ ବନାଞ୍ଚଳର ମହାଳିଆପୁଟ ଗ୍ରାମବାସୀଙ୍କ ଦ୍ୱାରା  ନିକଟସ୍ଥ ଘାଟଘୁମର ସଂପକ୍ଷିତ  ଜଙ୍ଗଲରୁ  ଏକ ୬ ମାସର କୁଟୁରା ଛୁଆକୁ ଉଦ୍ଧାର କରିଥିଲେ ।

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଝୋଡିଆପଡ଼ା

ରାୟଗଡା ଅଫିସ୍‌, ୨୩।୪-  ରାୟଗଡା ସହରର ୨୪ନମ୍ବର ଓ୍ବାର୍ଡରେ ରହିଛି ଝୋଡିଆପଡ଼ା ବସ୍ତି । ଏହି ବସ୍ତିରେ ୪୪ଟି ପରିବାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। 

୬ ବର୍ଷ ହେଲା ବୋରଓ୍ବେଲ ପାଇଁ ଟଙ୍କା ଦେଇ ୨୪ ଚାଷୀ ହତାଶ

ଚିତ୍ରକୋଣ୍ଡା,୨୩।୪(ଡି.ଏନ୍‌.ଏ.)- କୃଷି ଏବଂ ଚାଷୀର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଅଞ୍ଚଳରେ ଆଦିବାସୀ ଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ସରକାରୀ କଳର କେତେକ ନ୍ୟସ୍ତସ୍ବାର୍ଥ କର୍ମଚାରୀଙ୍କ ପାଇଁ ସରକାରଙ୍କ ଯୋଜନାରୁ ସୁଫଳ ପାଉନାହାନ୍ତି ଚାଷୀ। ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲ୍ଳକ ଅଞ୍ଚଳରେ। ଉକ୍ତ ଅଞ୍ଚଳରେ ଚାଷୀ ଜମିରେ ବୋରଓ୍ବେଲ ଖୋଳାଇବା ଲାଗି ପାଣି ପରୀକ୍ଷା କରିବାକୁ ସ୍ଥାନ ଚିହ୍ନଟ ଲାଗି ବିଭାଗ ନିକଟରେ ୧ହଜାର ଲେଖାଏ ଟଙ୍କା ବାନ୍ଧି ୬ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ପାଣି ପରୀକ୍ଷା ହୋଇପାରିନାହିଁ। ଏନେଇ ଚାଷୀମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡି ନିରାଶ ହୋଇଛନ୍ତି। ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ। 

ନିଖୋଜ ମହିଳାଙ୍କ ମୃତଦେହ  କୂଅରୁ ଉଦ୍ଧାର

ନିଖୋଜ ମହିଳାଙ୍କ ମୃତଦେହ କୂଅରୁ ଉଦ୍ଧାର

ସେମିଳିଗୁଡା,୨୨ା୪(ସ୍ବ.ପ୍ର)- ସେମିଳିଗୁଡା ବ୍ଳକ ପିତାଗୁଡା ପଞ୍ଚାୟତର ଚୋରି ମାଳିପୁଟ ଗ୍ରାମର ଏକ କୂଅରୁ ନିଖୋଜ  ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି ା 

ଗ୍ୟାସ କିଟ ବଣ୍ଟନରେ ଅନିୟମିତତା ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଉପଭୋକ୍ତା

ସେମିଳିଗୁଡା,୨୨ା୪(ସ୍ବ.ପ୍ର)-  ଉଜ୍ୱଳା ଯୋଜନାରେ ଗ୍ୟାସ କିଟ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ା

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ପୂର୍ବ ଶତ୍ରୁତାକୁ ନେଇ ହତ୍ୟା, ୨ ଗିରଫ

ଝରିଗାଁ,୨୨।୪(ସ୍ବ.ପ୍ର)-କଂଗ୍ରେସ ରାଲିରେ ଯୋଗ ଦେବାକୁ ଆସିଥିବା ନବରଙ୍ଗପୁର ଜିଲା  ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଚିକିଲି ଗୌଡଗୁଡା ଗ୍ରାମର ଅଭିଜିତ ମଣ୍ଡଳ ନିଖୋଜ ହେବାର ୮ ଦିନ ପରେ କୁସୁମପାଣି ଜଙ୍ଗଲରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। 

ମହିଳାଙ୍କୁ ଯୌତୁକ ନିର୍ଯାତନା

ମହିଳାଙ୍କୁ ଯୌତୁକ ନିର୍ଯାତନା

ଜୟପୁର,୨୨ା୪(ଡି.ଏନ.ଏ)- କୋରାପୁଟ ଜିଲା ଜୟପୁର ସଦରଥାନା ଫୁଲବାଡ ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛନ୍ତି ା

  ଅଜଣା ରୋଗରେ ଆତଙ୍କିତ ଅଁଳା

ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି।

ବିକାଶର ବାଟ ଓଗାଳୁଛି ଟିପଚିହ୍ନ

ବୈପାରୀଗୁଡ଼ା,୨୨ା୪(ଡି.ଏନ୍‌.ଏ.):ବୈପାରୀଗୁଡ଼ା ବ୍ଲକ ବାଲିଗଁ। ପଞ୍ଚାୟତ ଲିମାଲାଡ଼ି ଗ୍ରାମର ବିଧବା ବୃଦ୍ଧା ସନମତି କାକଲପଡ଼ିଆ । ପିଲାଛୁଆ କେହି ନାହାନ୍ତି। ଏଭଳି ଅସହାୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିବା ତାଙ୍କ ପାଖରେ ଘର ଖଣ୍ଡିଏ ନ ଥିଲା। ତାଙ୍କ ନାମରେ ଆବାସ ଯୋଜନାରେ କାର୍ଯ୍ୟାଦେଶ ମିଳିଥିଲା। ଗଁ।ର କେତେକ ଦଲାଲ ଶ୍ରେଣୀର ଲୋକେ ଘର ନିର୍ମାଣ ଦାୟିତ୍ବ ନେଇଥିଲେ। କିନ୍ତୁ ଘରର କେବଳ ପୁନାଦି ପକାଇ ସନମତିଙ୍କ ଟିପଚିହ୍ନ ନେଇ ବ୍ୟାଙ୍କ ଜମାଖାତାରୁ ସଂପୂର୍ଣ୍ଣ ଅନୁଦାନ ଲୁଟିନେଲେ । କେତେକ ସରକାରୀ କର୍ମଚାରୀ ସ୍ବାର୍ଥ ପାଇଁ ସେମାନଙ୍କୁ ସହାୟତା କରିଥିଲେ । ବୈପାରୀଗୁଡ଼ା ବ୍ଲକରେ ଏମିତି ଅନେକ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଛି।

ଯୁବକଙ୍କୁ ହତ୍ୟା

ଯୁବକଙ୍କୁ ହତ୍ୟା

ବୌଦ୍ଧ,୨୨ା୪(ସ୍ବ.ପ୍ର.) : ବୌଦ୍ଧ ଜିଲା ବଡ଼ବାଗବର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋମବାର ଭୋରରୁ ବଡ଼ବାଗବର ଗ୍ରାମର ରାଜେଶ ଜେନା(୨୨)ଙ୍କୁ ଗ୍ରାମର କିଛି ଯୁବକ ପଥରରେ ତାଙ୍କ ମୁହଁକୁ ଛେଚି ହତ୍ୟା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri