ସମ୍ପାଦକୀୟ |

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା

ଆକାର ପଟେଲ

ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିଛି ଏବଂ ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୨୫ ସୋମବାର ପୂର୍ବରୁ ଏହା ଦାଖଲ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ଧାର୍ଯ୍ୟ ଅନ୍ତିମ ଦିବସ ହେଉଛି ମଙ୍ଗଳବାର। ମୁଁ ଏଠାରେ କେତେକ ବିଷୟ ଆଲୋଚନା କରିବାକୁ ଚାହୁଁଛି, ଯାହା ପ୍ରାର୍ଥୀମାନଙ୍କ ପାଇଁ ସାଧାରଣ କଥା ମାତ୍ର ଭୋଟରମାନେ ସେ ବିଷୟରେ ସଚେତନ ନ ଥାନ୍ତି। ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଧାର୍ଯ୍ୟ ଦିବସ ଅଲଙ୍ଘନୀୟ, ଯାହା ଭିତରେ ସମସ୍ତେ ପ୍ରାର୍ଥିପତ୍ର ଦାଖଲ କରିବାକୁ ବାଧ୍ୟ। ଅନେକ ବର୍ଷ ତଳେ ପୂର୍ବତନ କୂଟନୀତିଜ୍ଞ ସୟଦ ଶାହବୁଦ୍ଦିନ ମୋତେ କହିଥିଲେ ଯେ, ବିହାରର କିଷନଗଞ୍ଜ ନିର୍ବାଚନମଣ୍ଡଳୀ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିବାର ଥିଲା। କିନ୍ତୁ ତାଙ୍କୁ ଶାରୀରିକଭାବେ ଅଟକେଇ ଦିଆଗଲା। ସେତେବେଳେ ତାଙ୍କର ବିପକ୍ଷ ଥିଲେ ଜଣେ କଂଗ୍ରେସ ନେତା। ସେ ଏବେ ଭାଜପାରେ ଅଛନ୍ତି। ଏହା ୧୯୮୦ ଦଶକ ଶେଷାର୍ଦ୍ଧର ଘଟଣା। 

ମୁଁ ଭାବୁଛି ନିର୍ବାଚନ ଏବେ ଅଧିକ ସ୍ବଚ୍ଛନ୍ଦ ହୋଇଯାଇଛି। ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଉପରେ ଆଖି ପକାନ୍ତୁ। ପ୍ରାର୍ଥୀଙ୍କ ବୟସ ୨୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ଏବଂ ତାଙ୍କୁ ନିର୍ବାଚନ ଆୟୋଗର ଫର୍ମ ୨ଏ ଦାଖଲ କରିବାକୁ ପଡ଼ିବ। ଏହା ଲୋକ ସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଫର୍ମରେ ନାମାଙ୍କନପତ୍ର ଦାଖଲ ହୁଏ, ତାହା ହେଉଛି ଫର୍ମ ୨ବି। ଜଣେ ଭୋଟରଙ୍କ ଦ୍ୱାରା ଏହି ଫର୍ମ ପୂରଣ କରିବାକୁ ହୁଏ, ଯିଏ ପ୍ରାର୍ଥୀଙ୍କୁ ଜାଣିଥାନ୍ତି ଏବଂ ସେ ତାଙ୍କୁ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦିଅନ୍ତି। ରିଟର୍ନିଂ ଅଫିସରଙ୍କ ପାଖରେ ଫର୍ମ ଦାଖଲ କରିବା ପୂର୍ବରୁ ପ୍ରାର୍ଥୀ ଜଣକ ଭାରତୀୟ ସମ୍ବିଧାନ, ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ପ୍ରତିବଦ୍ଧ ବୋଲି ଶପଥ କରିବାକୁ ହୁଏ। କେତେକ ପ୍ରାର୍ଥୀ ଏକାଧିକ ସ୍ଥାନରୁ ନିର୍ବାଚନ ଲଢ଼ନ୍ତି, ଯେପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୪ ନିର୍ବାଚନ ବେଳେ ବାରାଣସୀ ଓ ବଡ଼ୋଦରାରୁ ଠିଆ ହୋଇଥିଲେ। ଉଭୟ ସ୍ଥାନରୁ ଜିତିଲେ ତାଙ୍କୁ ଗୋଟିଏ ସ୍ଥାନ ଛାଡ଼ିବାକୁ ପଡ଼େ। ଅବଶ୍ୟ ଦ୍ୱିତୀୟ ସ୍ଥାନ ପାଇଁ ଦାଖଲ କରାଯାଇଥିବା ଅମାନତ ତାଙ୍କୁ ଆଉ ଫେରସ୍ତ ମିଳେ ନାହିଁ। ଯେଉଁ ପ୍ରାର୍ଥୀମାନେ ଜେଲରୁ ନାମାଙ୍କନପତ୍ର ଦାଖଲ କରନ୍ତି, ସେ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗରେ ଶପଥ ନେଇପାରିବେ। ଆପଣ ଈଶ୍ୱରଙ୍କ ନାମରେ ଶପଥ ନେଇପାରନ୍ତି କିମ୍ବା ଆପଣ ଯଦି ନାସ୍ତିକ ହୋଇଥାନ୍ତି, ତେବେ ‘ମୁଁ ସତ୍ୟନିଷ୍ଠାପୂର୍ବକ ଦୃଢ଼ୋକ୍ତି କରୁଛି’ (I solemnly affirm) ବୋଲି କହିପାରିବେ। ତା’ପରେ ପ୍ରାର୍ଥୀମାନଙ୍କୁ ତାଙ୍କ ବିରୋଧରେ କିଛି ଆପରାଧିକ ଅଭିଯୋଗ ଥିଲେ ତା’ର ପୁଙ୍ଖାନୁପୁଙ୍ଖ ବିବରଣୀ ଦାଖଲ କରିବାକୁ ପଡ଼େ। 

ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରୁ ଲଢ଼ିବାକୁ ଚାହିଁଲେ ପ୍ରାର୍ଥୀ ଜଣଙ୍କ ନାମ ଭାରତର ଯେକୌଣସି ସ୍ଥାନରେ ଅନୁସୂଚିତ ଜାତି ତାଲିକାରେ ଥିବା ଦରକାର। (ଅନୁସୂଚିତ ଜାତି ପାଇଁ ଭାରତରେ ମୋଟ ୮୪ଟି ଆସନ ସଂରକ୍ଷିତ ଅଛି।) କିନ୍ତୁ ଆସାମ ବା ଲାକ୍ଷାଦ୍ୱୀପରେ ଅନୁସୂଚିତ ଉପଜାତି ପାଇଁ ସଂରକ୍ଷିତ ଆସନରୁ ଲଢ଼ିବାକୁ ହେଲେ ସେହି ଆସାମ ବା ଲାକ୍ଷାଦ୍ୱୀପରେ ହିଁ ନିର୍ଦ୍ଦିଷ୍ଟ ଅନୁସୂଚିତ ଉପଜାତି ତାଲିକାରେ ତାଙ୍କର ନାମ ରହିଥିବା ଦରକାର। 

ଯେଉଁ ପ୍ରାର୍ଥୀଙ୍କୁ କୋର୍ଟ ମାନସିକ ବିକାରଗ୍ରସ୍ତ ବା ପାଗଳ ବୋଲି ଘୋଷଣା କରିଥାନ୍ତି ବା ଯିଏ ଦେବାଳିଆ ଘୋଷିତ ହୋଇଥାନ୍ତି, ସେ ପ୍ରାର୍ଥୀ ହୋଇପାରିବେ ନାହିଁ। ତେବେ ଏହି ଦୁଇ କାରଣରୁ କେବେ କାହାକୁ ଅଯୋଗ୍ୟ ଘୋଷଣା କରାଯାଇଥିବା ଆଜିଯାଏ ମୁଁ ଜାଣିନାହିଁ। ବୋଧହୁଏ ବର୍ତ୍ତମାନର ଦେବାଳିଆ ନିୟମ ଅନୁସାରେ ଏଥିରେ ପରିବର୍ତ୍ତନ ଆବଶ୍ୟକ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ କେତେକ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି, ସେ ମଧ୍ୟ ପ୍ରାର୍ଥୀ ହୋଇପାରିବେ ନାହିଁ। ଏହି ଅପରାଧଗୁଡ଼ିକ ମଧ୍ୟରେ ରହିଛି ବିଭିନ୍ନ ଗୋଷ୍ଠୀ ଭିତରେ ଘୃଣାର ପ୍ରସାର କରିବା, ଲାଞ୍ଚ, ବଳାତ୍କାର, ଜାତିଆଣ ଭେଦଭାବ ସୃଷ୍ଟି, ଚୋରା କାରବାର, ଆତଙ୍କବାଦ, ଡ୍ରଗ୍ସ କାରବାର, ଜାତୀୟ ପତାକାକୁ ଅସମ୍ମାନ କରିବା ଏବଂ ସତୀପ୍ରଥାକୁ ପ୍ରୋତ୍ସାହନ ଦେବା। ତେବେ ଏହି ବ୍ୟକ୍ତିମାନେ ଦୋଷୀ ସାବ୍ୟସ୍ତ ହେବା ତାରିଖଠାରୁ ଛଅବର୍ଷ ପାଇଁ ଅଯୋଗ୍ୟ ଘୋଷିତ ହୋଇଥାନ୍ତି। ଯଦି କୌଣସି ପ୍ରାର୍ଥୀଙ୍କ ପ୍ରାର୍ଥିତ୍ୱ ବିରୋଧରେ ଅଭିଯୋଗ ଆସେ, ତେବେ ଏ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରାର୍ଥୀ ନିଜେ ରିଟର୍ନିଂ ଅଫିସରଙ୍କ ପାଖରେ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରିପାରିବେ। ତାଙ୍କର ଯୁକ୍ତି ଗ୍ରହଣୀୟ ନ ହେଲେ ନାମାଙ୍କନପତ୍ର ରଦ୍ଦ ହୋଇପାରିବ। ମୁଁ ଭାବୁଛି ଏ ପ୍ରକ୍ରିୟା ବହୁତ ଭଲ। କେବଳ ଅମାନତ ବାଜ୍ୟାପ୍ତି କଥାଟାକୁ ମୁଁ ଗ୍ରହଣ କରିପାରୁନି। ବର୍ତ୍ତମାନର ନିୟମ ଅନୁସାରେ ଜଣେ ପ୍ରାର୍ଥୀ ପଡ଼ିଥିବା ମୋଟ ଭୋଟର ୧୬.୬ ପ୍ରତିଶତରୁ କମ୍‌ ଭୋଟ ପାଇଲେ ତାଙ୍କର ଅମାନତ ରାଶି ବାଜ୍ୟାପ୍ତ କରାଯାଏ। ଗଣମାଧ୍ୟମରେ ଏହା ପ୍ରକାଶ ପାଏ ଏବଂ ବିରୋଧୀମାନେ ହସନ୍ତି। 

ପ୍ରଥମ ନିର୍ବାଚନଠାରୁ ଆରମ୍ଭ କରି ଆଜିଯାଏ ୭୫ ପ୍ରତିଶତ ପ୍ରାର୍ଥୀ ଅର୍ଥାତ୍‌ ୬୪,୦୦୦ରୁ ଅଧିକ ବ୍ୟକ୍ତି ଅମାନତ ହରାଇଛନ୍ତି। ନିର୍ବାଚନ ଆୟୋଗଙ୍କ ହ୍ୟାଣ୍ଡ୍‌ବୁକ୍‌ ଅନୁଯାୟୀ ଏହି ଅମାନତ ରାଶିର ପରିମାଣ ୧୦,୦୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଉପଜାତିର ପ୍ରାର୍ଥୀଙ୍କ ପାଇଁ ୫,୦୦୦ ଟଙ୍କା। ଏ ପରିମାଣ ବେଶି ନୁହେଁ। ଏହି ସାମାନ୍ୟ ପରିମାଣ ଯୋଗୁ ମାତ୍ରାଧିକ ସଂଖ୍ୟକ ଲୋକ ନିର୍ବାଚନରେ ଅଂଶଗ୍ରହଣ କରି ବ୍ୟାଲଟ୍‌ ପେପରକୁ ବହୁତ ଗହଳିଆ ଓ ଲମ୍ବା କରିଦିଅନ୍ତି। କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ନାମାଙ୍କନପତ୍ର ଦାଖଲ କରିଥାନ୍ତି ଏବଂ ପରେ ଅନ୍ୟ ପ୍ରାର୍ଥୀଙ୍କଠାରୁ ବିପୁଳ ପରିମାଣର ଲାଞ୍ଚ ନେଇ  ନାମାଙ୍କନପତ୍ର ପ୍ରତ୍ୟାହାର କରନ୍ତି। ଅମାନତ ରାଶି ବାଜ୍ୟାପ୍ତ କରାଯିବା ପ୍ରଥା ଅଧିକାଂଶ ରାଜ୍ୟଗୋଷ୍ଠୀ ଦେଶରେ ରହିଛି। ଭାରତ ଭଳି ଜନବହୁଳ ଦେଶରେ ମାତ୍ର ୧୬% ଭୋଟ ପାଇ ନ ପାରିବା ଏକ ବଡ଼ ବିଫଳତା ଭାବେ ଗଣାଯାଏ। ଏ ଅମାନତ ବ୍ୟବସ୍ଥା ଯୋଗୁ ଛୋଟ ଛୋଟ ଗୋଷ୍ଠୀର ଲୋକେ ନିର୍ବାଚନ ଲଢ଼ିବାରୁ ବିରତ ରହନ୍ତି। କିନ୍ତୁ ସବୁ ଭାରତୀୟଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଆମେ ଉତ୍ସାହିତ କରିବା ଉଚିତ। ତେଣୁ ଯେଉଁ ବ୍ୟବସ୍ଥା ଯୋଗୁ ଲୋକମାନେ ଏଥିପ୍ରତି ନିରୁତ୍ସାହିତ ହେଉଛନ୍ତି, ତାହାର ପୁନର୍ବିଚାର କରାଯିବା ଆବଶ୍ୟକ।     

Email: aakar.patel@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 


ଭାଷଣ ଓ ଭୋଟ

ଭାଷଣ ଓ ଭୋଟ

ଆକାର ପଟେଲ

କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ  ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟ..

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜ..

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ..

ଏଇ ଭାରତରେ

ଏଇ ଭାରତରେ


ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ।   ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri