ସମ୍ପାଦକୀୟ |

କିଓ୍ବି ଆଖିରେ ଲୁହ

କିଓ୍ବି ଆଖିରେ ଲୁହ

ପ୍ରକାଶ ତ୍ରିପାଠୀ

ମାତ୍ର ପାଞ୍ଚ ମିନିଟ୍‌ର ଭିଡିଓଟି କୌଣସି ଏକ ଆକ୍ସନଧର୍ମୀ ସିନେମାର ଲୋମ ଟାଙ୍କୁରା ଦୃଶ୍ୟଠାରୁ କମ୍‌ ନ ଥିଲା। ଏକ ଅତ୍ୟାଧୁନିକ ବନ୍ଧୁକ ହାତରେ ଧରି ବୀରଠାଣିରେ ଦୁଇ ଦୁଇଟି ମସଜିଦ୍‌ ଭିତରେ ଶାନ୍ତିର ରାହା ଖୋଜୁଥିବା ମଣିଷଗୁଡାଙ୍କୁ ପୋକମାଛି ପରି ମାରି ପକାଇବାଠାରୁ ବଳି ନାରକୀୟ ହିଂସା ଆଉ କ’ଣ ହୋଇପାରେ। ଘଟଣାଟି ଘଟିଛି ବିଶ୍ୱର ସର୍ବାଧିକ ଶାନ୍ତିପୂର୍ଣ୍ଣ ଦେଶ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡରେ । ଏବେ ସେଠାରେ ଭୟ, ଆତଙ୍କ ଓ ଅଶାନ୍ତିର ରାଜୁତି। ଗତ ମାର୍ଚ୍ଚ ୧୫ ତାରିଖ ଶୁକ୍ରବାର ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦରେ ଜଣେ ୨୮ ବର୍ଷୀୟ ଯୁବକ ଯେଭଳି ଭାବେ ୫୦ ଜଣ ନିରୀହ ମଣିଷଙ୍କୁ ନିର୍ମମ ହତ୍ୟା କରି ସୋସିଆଲ ମିଡିଆରେ ଏହାର ସିଧାପ୍ରସାରଣ କରିବାରେ ସଫଳ ହୋଇପାରିଲେ, ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇପାରିଛି ଯେ, ବିଶ୍ୱର କୌଣସି ରାଷ୍ଟ୍ର ଆତଙ୍କବାଦର ଲୋଲୁପ ଦୃଷ୍ଟିରୁ ମୁକ୍ତ ନୁହନ୍ତି। କିଏ କହିବ, କେଉଁ ମୁହୂର୍ତ୍ତରେ କେଉଁଠି କିଏ ଏହାର ଶିକାର ନ ହେବ!

ନ୍ୟୁଜିଲାଣ୍ଡରେ ଘଟିଥିବା ଗଣନରସଂହାର ପୁଣି ପ୍ରମାଣିତ କରିଛି ଯେ, ବିଶ୍ୱରେ ବର୍ଣ୍ଣବିଦ୍ୱେଷ ଓ ଧର୍ମୀୟ ଅସହିଷ୍ଣୁତା ମରିନାହିଁ। ଏହା ଜୀବିତ ଅଛି ଓ ପୁଷ୍ଟ ବି ହେଉଛି। ବୀଭତ୍ସ ନରସଂହାର ଘଟାଇଥିବା ୨୮ ବର୍ଷୀୟ ଯୁବକ ହେଉଛନ୍ତି ବ୍ରିଟେନ୍‌ର ମୂଳବାସିନ୍ଦା ଅଷ୍ଟ୍ରେଲୀୟ ବ୍ରେଣ୍ଟନ ଟେରଣ୍ଟ। ନରସଂହାର ଘଟାଇବା ପୂର୍ବଦିନ ସୋସିଆଲ ମିଡିଆରେ ସେ ଏକ ଦୀର୍ଘ ବାର୍ତ୍ତା ପୋଷ୍ଟ କରିଥିଲେ, ଯେଉଁଥିରେ କି ଇସଲାମଧର୍ମୀ ଅନୁପ୍ରବେଶକାରୀ ଶରଣାର୍ଥୀ ତଥା ଅଣଶ୍ୱେତାଙ୍ଗମାନଙ୍କ ପ୍ରତି ଥିବା ତାଙ୍କ ତୀବ୍ର ଘୃଣାଭାବ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା। ତା’ ପରଦିନ ୫ ମିନିଟର ନରସଂହାରର ଭିଡିଓକୁ ସିଧାପ୍ରସାରଣ କରି ସେ ପ୍ରମାଣ କରିଦେଲା ଯେ ଏ ବିଶ୍ୱରେ କେବଳ ଶ୍ୱେତାଙ୍ଗମାନେ ହିଁ ଶ୍ରେଷ୍ଠ ଓ ବଞ୍ଚିବାର ଅଧିକାର କେବଳ ସେହିମାନଙ୍କର ଅଛି। ତାଙ୍କ ପୈଶାଚିକ କାର୍ଯ୍ୟର ପ୍ରତିଟି ମୁହୂର୍ତ୍ତ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା ଓ ଏହି ସଙ୍କେତ ଦେଇଥିଲା ଯେ, ଧର୍ମୀୟ ଅସହିଷ୍ଣୁତା, ଆପ୍ରବାସୀ ବିଦେଶୀ, ଉଗ୍ର ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦର ବିଷ ସମଗ୍ର ବିଶ୍ୱକୁ ସଞ୍ଚରିଯିବାକୁ ବେଶି ସମୟ ଲାଗିବ ନାହିଁ। 

ବ୍ରେଣ୍ଟନ ଭଲ ଭାବେ ଜାଣିଥିଲେ ଯେ, ଶୁକ୍ରବାର ଖ୍ରୀଷ୍ଟଚର୍ଚ୍ଚରେ ଥିବା ଦୁଇଟି ପ୍ରମୁଖ ମସ୍‌ଜିଦ ଅଲନୁର ଓ ଲିନବୁଡ୍‌ରେ ନିଶ୍ଚିତ ଅଣଶ୍ୱେତାଙ୍ଗ ମୁସଲମାନମାନେ ପ୍ରାର୍ଥନା ପାଇଁ ଉପସ୍ଥିତ ଥିବେ ଓ ସେମାନଙ୍କୁ ନିପାତ କରି ଅତିକମ୍‌ରେ ବିଶ୍ୱରୁ କିଛି ଅଣଶ୍ୱେତାଙ୍ଗ ତଥା ଇସ୍‌ଲାମଧର୍ମୀଙ୍କ ସଂଖ୍ୟାକୁ କମାଇଦେବ। ଅତ୍ୟାଧୁନିକ ଲେଜର ସଂଯୁକ୍ତ ବନ୍ଧୁକରେ ମସ୍‌ଜିଦ ଭିତରେ ଥିବା ଆବାଳବୃଦ୍ଧବନିତାଙ୍କୁ ମାରିସାରିବା ପରେ ମଧ୍ୟ ଦ୍ୱିତୀୟ ଦଫାରେ ଶବଗୁଡିକ ଉପରକୁ ପୁନର୍ବାର ଗୁଳିଚାଳନା ପ୍ରମାଣ ଦେଉଥିଲା ତାଙ୍କ ନିଷ୍ଠୁରତା ଓ ତୀବ୍ର ଧର୍ମୀୟ ଅସହିଷ୍ଣୁତାର। ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିବା ଦୀର୍ଘ ବାର୍ତ୍ତାକୁ ଅନେକ ବିଶେଷଜ୍ଞ ‘ଦି ଗ୍ରେଟ ରିପ୍ଲେସମେଣ୍ଟ’ ସହ ତୁଳନା କରନ୍ତି। ପ୍ରକାଶଯୋଗ୍ୟ ଯେ ଦି ଗ୍ରେଟ ରିପ୍ଲେସମେଣ୍ଟ ସ୍ଲୋଗାନ ଫ୍ରାନ୍ସରୁ ସୃଷ୍ଟି ଓ ଏହା ୟୁରୋପରେ ବସବାସ କରୁଥିବା ଅଣୟୁରୋପୀୟଙ୍କ ବିରୋଧରେ ଥିଲା ଏକ ଆନ୍ଦୋଳନ ଓ ଅଭିଯାନ। କିଛି କଟ୍ଟରବାଦୀ ଓ ମୌଳବାଦୀ ଶ୍ୱେତାଙ୍ଗଙ୍କର ଏହା ଥିଲା ଏକ ଆନ୍ଦୋଳନ, ଯାହା ମାଧ୍ୟମରେ ୟୁରୋପରେ ବସବାସ ପୂର୍ବକ ପ୍ରତି କ୍ଷେତ୍ରରେ ନିଜର ସ୍ଥିତି ଜାହିର କରୁଥିବା ଅଣଶ୍ୱେତାଙ୍ଗଙ୍କୁ ଦେଶରୁ ବହିଷ୍କାର କରାଯିବା ପାଇଁ ଦାବି କରାଯାଉଥିଲା। ବ୍ରେଣ୍ଟନ ତାଙ୍କ ବାର୍ତ୍ତାରେ ଉଲ୍ଲେଖ କରିଥିଲେ ଯେ, ଶ୍ୱେତାଙ୍ଗମାନଙ୍କ ଦେଶରେ ଅଣଶ୍ୱେତାଙ୍ଗମାନଙ୍କ ସ୍ଥାନ ନାହିଁ। ସେମାନେ କଦାପି ୟୁରୋପୀୟମାନଙ୍କ ସ୍ଥାନ ନେଇ ପାରିବେ ନାହିଁ। ସେ ଆଶଙ୍କା ପ୍ରକାଶ କରିଥିଲେ ଯେ ଯେଉଁପରି ଭାବେ ୟୁରୋପୀୟ ଦେଶଗୁଡିକରେ ଅଣୟୁରୋପୀୟ, ବିଶେଷକରି ଏସୀୟ ଦେଶଗୁଡିକର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି, ତାହାଦ୍ୱାରା ନିଜ ଦେଶରେ ୟୁରୋପୀୟମାନେ ଅର୍ଥାତ୍‌ ଶ୍ୱେତାଙ୍ଗମାନେ ସଂଖ୍ୟାଲଘୁ ହେବା ପାଇଁ ବେଶି ସମୟ ଲାଗିବ ନାହିଁ।

୫୦ ଜଣ ଇସଲାମ୍‌ଧର୍ମୀଙ୍କୁ ହତ୍ୟା କରିବା ପରେ ଆତ୍ମସମର୍ପଣ କରିଥିଲେ ବ୍ରେଣ୍ଟନ ଓ ସେ ସମୟରେ ତାଙ୍କ ମୁଖମଣ୍ଡଳରେ କୌଣସି ଦୁଃଖ ବା ଅନୁଶୋଚନାର ଚିହ୍ନ ନ ଥିଲା। କୋର୍ଟରେ ହାଜର ହେଲାବେଳେ ସେ ହସୁଥିଲେ ଓ ନିଜ ପାଇଁ କୌଣସି ଓକିଲଙ୍କ ଆବଶ୍ୟକତା ନାହିଁ ବୋଲି ଘୋଷଣା କରିଥିଲେ। ନିଜ ପାଇଁ ନିଜେ ଓକିଲାତି କରିବାକୁ ଘୋଷଣା କରିଥିବା ବ୍ରେଣ୍ଟନ ‘ଯାହା କରିଛି ଠିକ୍‌ କରିଛି’ ଓ ସେଥିପାଇଁ ତାଙ୍କ ପାଖରେ ବଳିଷ୍ଠ ଯୁକ୍ତି ଥିବା କହିବା ପଛରେ ତାଙ୍କ ଉଗ୍ର ମୌଳବାଦୀ ତଥା ଧର୍ମୀୟ ଅସହିଷ୍ଣୁତା ସ୍ବଭାବର ପରିଚୟ ମିଳେ। ଓ୍ବାର୍ଲଡ ଟ୍ରେଡ୍‌ ସେଣ୍ଟର ଓ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଯୋଡୁଥିବା ଲୋକଙ୍କ ଧାରଣାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ବ୍ରେଣ୍ଟନ ଓ ପୁଣିଥରେ ଏକଥା କୁହାଯାଇପାରେ ଯେ, ଆତଙ୍କବାଦୀର କୌଣସି ଧର୍ମ ନାହିଁ। ଅଷ୍ଟ୍ରେଲିଆରେ ରହୁଥିବା ବ୍ରେଣ୍ଟନଙ୍କ ଜେଜେମା’ଙ୍କ ବୟାନ ଅନୁଯାୟୀ ୨୦୧୪ରେ ବ୍ରେଣ୍ଟନ କିଛି ଏସୀୟ ରାଷ୍ଟ୍ର ଓ ଇସ୍ରାଏଲ ଗସ୍ତ କରି ଫେରିବା ପରେ ତା’ ସ୍ବଭାବ ଓ ଆଚରଣରେ ଅନେକ ପରିବର୍ତ୍ତନ ଆସିଥିଲା। କିନ୍ତୁ ମୌଳବାଦୀ ଓ ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦୀଙ୍କ ସଂସ୍ପର୍ଶରେ ଆସି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ସେ ଅନୁମାନ କରନ୍ତି। ଏହା ନିଶ୍ଚିତ ଯେ ସାରା ବିଶ୍ୱରେ ଶ୍ୱେତରାଷ୍ଟ୍ରବାଦ ମୁଣ୍ଡ ଟେକିବାକୁ ଯାଉଛି ଓ ଏହାକୁ ପରୋକ୍ଷ ପ୍ରୋତ୍ସାହନ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଓ ତାଙ୍କର କେତେଜଣ ୟୁରୋପୀୟ ରାଷ୍ଟ୍ରମୁଖ୍ୟ। ଭାଷା, ଜାତି, ସମ୍ପ୍ରଦାୟ ଓ ଧର୍ମ ଆଧାରରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଯାଇ ସେମାନଙ୍କର ବାସ୍ତବ ଓ ଜରୁରୀ ସମସ୍ୟାକୁ ଗୌଣ କରିଦିଆଯାଉଛି। ଗରିବୀ, ବେରୋଜଗାରୀ, କ୍ଷୁଧା, ବେମାରୀ ଆଦି ସମସ୍ୟାରୁ ସୃଷ୍ଟି ହେଉଥିବା ଅସନ୍ତୋଷ ଓ କ୍ରୋଧକୁ ଧର୍ମାନ୍ଧତାରେ ଉପଯୋଗ କରାଯାଇ ଆତଙ୍କବାଦର ରୂପରେଖ ଦିଆଯାଉଛି। ଆପ୍ରବାସୀମାନଙ୍କ ପାଇଁ ସେଠାକାର ଲୋକମାନଙ୍କର ସମସ୍ୟା ସୃଷ୍ଟି ହେଉଛି ବୋଲି ଧାରଣା ସୃଷ୍ଟି କରାଯାଇ ଅସନ୍ତୋଷ ଓ ଅସହିଷ୍ଣୁତାର ମଞ୍ଜି ପୋତାଯାଉଛି। ବିଦେଶୀମାନଙ୍କ ପାଇଁ ବିଶେଷକରି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ରଗୁଡିକର ଲୋକମାନଙ୍କ ଲାଗି ସେମାନଙ୍କର ରୋଜଗାର, ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟର ସୁବିଧା ସୁଯୋଗ ବାଧାପ୍ରାପ୍ତ ହେଉଛି ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଛି। ଦକ୍ଷିଣପନ୍ଥୀ ରାଷ୍ଟ୍ରବାଦ, ଚରମ ବର୍ଣ୍ଣବିଦ୍ୱେଷ ଓ ଧର୍ମୀୟ ଅସହିଷ୍ଣୁତା ତଥା ଆପ୍ରବାସୀମାନଙ୍କୁ ନେଇ ଜନ୍ମନେଉଥିବା ଆତଙ୍କବାଦକୁ କିଛି ସମୃଦ୍ଧିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ପରୋକ୍ଷ ସମର୍ଥନ ବିଶ୍ୱକୁ ଆଗାମୀ ଦିନରେ ଅଧିକ ଅଶାନ୍ତ କରିବ ଏଥିରେ ସନ୍ଦେହ ନାହିଁ।

ନ୍ୟୁଜିଲାଣ୍ଡରେ ସଂଘଟିତ ଗଣସଂହାର ପରେ ଶାନ୍ତିପ୍ରିୟ ଦେଶବାସୀ ଅସୀମ ଧୈର୍ଯ୍ୟ ଓ ସହନଶୀଳତାର ପ୍ରମାଣ ଦେଇଛନ୍ତି। ଦେଶରେ ବସବାସ କରୁଥିବା ପ୍ରାୟ ପଚାଶ ହଜାର ମୁସଲିମ୍‌ ସମ୍ପ୍ରଦାୟର ଅଧିବାସୀଙ୍କୁ ସେମାନେ ଗଭୀର ସମବେଦନା ଜ୍ଞାପନ ସହ ଉତ୍ତମ ଭାଇଚାରାର ସନ୍ଦେଶ ପ୍ରଦାନ କରିଛନ୍ତି। ସବୁଠାରୁ ବଡ଼ ଆଶ୍ୱାସନାର କଥା ହେଲା ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୫୦ ଜଣଙ୍କୁ ନିର୍ମମ ହତ୍ୟା ଘଟଣା ପରେ ବି ନ୍ୟୁଜିଲାଣ୍ଡରେ ଏହାକୁ ନେଇ କୌଣସି ସାମ୍ପ୍ରଦାୟିକ ଦଙ୍ଗା ବା ଗଣ୍ଡଗୋଳ ଘଟିନାହିଁ। ଏହା ହିଁ ପ୍ରମାଣିତ କରେ ନ୍ୟୁଜିଲାଣ୍ଡ ଅଧିବାସୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଉତ୍ତମ ଭାଇଚାରା। ଅପରପକ୍ଷେ ଏହି ନୃଶଂସ ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା ପୂର୍ବକ ହିଂସାର ଶିକାର ହୋଇଥିବା ପରିବାରଗୁଡିକୁ ସମଗ୍ର ନ୍ୟୁଜିଲାଣ୍ଡ ସମବେଦନା ଜଣାଇଛି। ଦେଶ ସାରା ବଡ ବଡ ହୋର୍ଡିଂରେ ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ କିଓ୍ବିର ଆଖିରୁ ଲୁହ ଝରୁଥିବାର ଚିତ୍ର ଦର୍ଶାଯାଇ ଏହା ପାଖରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖାଯାଇଛି ଏହିପରି- ”ଏ ଦେଶ ତୁମର ଘର। ଏଠାରେ ତୁମକୁ ସୁରକ୍ଷା ଦିଆଯାଇ ପାରି ନ ଥିବାରୁ ଆମେ ଦୁଃଖିତ ଓ ଲଜ୍ଜିତ।“ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଏହି ବାର୍ତ୍ତାର ବହୁଳ ପ୍ରସାରଣ ପ୍ରମାଣ ଦିଏ ଆତଙ୍କବାଦ ନୁହେଁ, ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ନ୍ୟୁଜିଲାଣ୍ଡ ବିଶ୍ୱାସ କରେ। ନ୍ୟୁଜିଲାଣ୍ଡ ଘଟଣାରୁ ଭାରତ ଅନେକ କିଛି ଶିକ୍ଷା ଲାଭ କରିବ ବୋଲି ଆଶା କରାଯାଏ।

ମୋ-୯୪୩୭୨୩୨୪୬୩

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri