ସମ୍ପାଦକୀୟ |

ପରିବେଶ ଚିନ୍ତକ

ପରିବେଶ ଚିନ୍ତକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ପରିବେଶ ପ୍ରସଙ୍ଗକୁ ନେଇ ଏବେ ପୃଥିବୀବ୍ୟାପୀ ଆଲୋଚନା ହେଉଛି। ବିଭିନ୍ନ କାରଣ ଯୋଗୁ ପରିବେଶ ପ୍ରଦୂଷିତ ହେବା ଚିନ୍ତାର ବିଷୟ ହୋଇଥିବା ବେଳେ ଏ ଦିଗରେ କ୍ୱଚିତ ଭାବୁଛନ୍ତି। ଏଭଳି ସମୟରେ ୪ ଜଣ ଭାରତୀୟ ଆମେରିକୀୟ ଛାତ୍ରୀ ପରିବେଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରି ପୁରସ୍କୃତ ହେବା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ଛାତ୍ରୀମାନେ ହେଲେ କେଣ୍ଟୁକୀର ଅଞ୍ଜଳି ଚଢ଼ା, ଡେଲାଓ୍ବେରର ପ୍ରୀତି ସାଇ କ୍ରିଷ୍ଣାମଣି, ନର୍ଥ କରୋଲିନାର ନଭାମି ଜୈନ ଏବଂ ପେନ୍‌ସିଲଭାନିଆର ସାଇ ପ୍ରୀତି ମମିଡାଲା। ଅନ୍ୟ ସମସ୍ତେ ୧୭ ବର୍ଷ ବୟସର ହୋଇଥିବା ବେଳେ ଅଞ୍ଜଳିଙ୍କୁ ୧୬ ବର୍ଷ। ହେଲେ ତାଙ୍କ କାର୍ଯ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ। ସାମାଜିକ ନେତୃତ୍ୱ ଓ ପରିବେଶ କ୍ଷେତ୍ରରେ ଅଭିନବତ୍ୱ ଆଣିପାରିଥିବାରୁ ଏବେ ତାଙ୍କ ବ୍ୟକ୍ତିତ୍ୱ ସାଥୀମାନଙ୍କଠାରୁ ସର୍ବାଗ୍ରେ ରହିଛି।  

ଅଞ୍ଜଳି ଆମେରିକା କେଣ୍ଟୁକୀ ପ୍ରଦେଶର ଡୁପଣ୍ଟ ମାନୁଆଲ ମାଗ୍‌ନେଟ୍‌ ହାଇସ୍କୁଲର ସିନୟର ଛାତ୍ରୀ। ତାଙ୍କର ପ୍ରଯୁକ୍ତିବିଦ୍ୟା ଓ ନବକୌଶଳ ସୃଷ୍ଟି ପାଇଁ ରହିଛି ଦୁର୍ବାର ଇଚ୍ଛା। ସେ ବାସ କରୁଥିବା ଅଞ୍ଚଳଠାରୁ ୯୦ କିଲୋମିଟର ଦୂରରେ ଭୂତଳ ଜଳରେ ପ୍ରଚୁର ପରିମାଣର ଆର୍ସେନିକ୍‌ ଥିବା ଦେଖିବାକୁ ପାଇଥିଲେ। ଜଳ ଆର୍ସେନିକ୍‌ ଦ୍ୱାରା ସଂକ୍ରମିତ ହେଲେ ତାହା କର୍କଟ ରୋଗର କାରଣ ପାଲଟିଥାଏ। ଆମେରିକାରେ ୫ କୋଟି ଲୋକ କୂପ ଜଳକୁ ବ୍ୟବହାର କରିଥାଆନ୍ତି।  ଜଳରେ ଆର୍ସେନିକ୍‌ର ବହୁଳ ଉପସ୍ଥିତି ଅଞ୍ଜଳିଙ୍କୁ ବ୍ୟଥିତ କରିଥିଲା। ଏହାର ପ୍ରତିକାର କରିବା ଲାଗି ସେ ଗବେଷଣା ଆରମ୍ଭ କରିଦେଇଥିଲେ। ଜଳରେ ଆର୍ସେନିକ୍‌ ଅଂଶ ରହିଥିବା ଜାଣିବା ପାଇଁ ସେ ବିକଶିତ କରିଥିବା ସେନ୍‌ସର ଆଜି ସେଠାକାର ଲୋକଙ୍କ ସକାଶେ ଉପାଦେୟ ହୋଇପାରିଛି। ନିଜ ଚାରିପାଖରେ ଦେଖାଦେଉଥିବା ବାସ୍ତବ ସମସ୍ୟାକୁ ସମାଧାନ କରିବା ଦିଗରେ ସେ ଅନବରତ ଚେଷ୍ଟା ଜାରି ରଖିଛନ୍ତି। ୩ ବର୍ଷ ତଳେ କ୍ୱାଟର ଜିରୋ କାଟାପଲ୍ଟ ଇନ୍‌କୁବେଟର ପ୍ରୋଗ୍ରାମ୍‌ରେ ଭାଗ ନେବାର ସୁଯୋଗ ପାଇଥିଲେ। ସେତିକି ବେଳେ ତାଙ୍କ ମୁଣ୍ଡକୁ ଢୁକିଥିଲା ବାଳିକା ସଶକ୍ତୀକରଣ ଚିନ୍ତା। ‘ଏମ୍ପାଓ୍ବାର୍ଡ’ ନାମରେ ଏକ ଅଣଲାଭଦାୟକ ସଙ୍ଗଠନ ଗଢ଼ିଲେ। ସଂଖ୍ୟାଲଘୁ, ହାଇସ୍କୁଲରେ ପଢ଼ୁଥିବା ବାଳିକାଙ୍କ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ପ୍ରତି ଆକର୍ଷଣ ସୃଷ୍ଟି କରିବା, ନିଜ ବର୍ଗ ମଧ୍ୟରେ ଥିବା ସଂଖ୍ୟାଲଘୁ ମହିଳା ଉଦ୍ୟୋଗୀଙ୍କ ସହ ବାଳିକାମାନଙ୍କୁ ଯୋଡ଼ିବା ଥିଲା ସଙ୍ଗଠନର ମୂଳ ଲକ୍ଷ୍ୟ। କାର୍ଯ୍ୟ ପ୍ରତି ଅଙ୍ଗିକାରବଦ୍ଧତା ତାଙ୍କ ଲକ୍ଷ୍ୟକୁ ସଫଳକାମ ଆଡ଼କ ନେଇଯାଇଛି। ଏଥିପାଇଁ ମିଳିଥିବା ପାଣ୍ଠିରୁୁ ସେ ଗତ ଦୁଇଟି ଗ୍ରୀଷ୍ମ ଅବକାଶରେ ୬୫,୦୦୦ ଡଲାର ବିନିଯୋଗ କରି ବାଳିକାମାନଙ୍କୁ ସଶକ୍ତ କରିପାରିଛନ୍ତି। ଫଳସ୍ବରୂପ ତାଙ୍କୁ ୨୦୧୮ ମସିହା ପାଇଁ ଷ୍ଟେଟ୍‌ ଅଫ୍‌ କେଣ୍ଟୁକୀର ପ୍ରୁଡେନ୍‌ସିଆଲ ସ୍ପିରିଟ୍‌ ଅଫ୍‌ କମ୍ୟୁନିଟି ଆଓ୍ବାର୍ଡ ପାଇପାରିଛନ୍ତି। ଅଭିନବତ୍ୱ ଓ ଗବେଷଣା ଦିଗରେ ଉତ୍କର୍ଷ ପ୍ରତିପାଦନ କରିବା  ପାଇଁ ଅଞ୍ଜଳିଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ ମେଳାରେ ଯୋଗଦେବାକୁ ପଡ଼ିଛି। ସେଥିରେ ସେ ନିଜର ଉନ୍ନତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ପ୍ରଦର୍ଶନ କରି ନ୍ୟାଶନାଲ ଜୁନିୟର ସାଇନ୍ସ ଆଣ୍ଡ୍‌ ହ୍ୟୁମାନିଟିଜ୍‌ ସିମ୍ପୋଜିୟମ୍‌, ଇନ୍‌ଟେଲ୍‌ ଆଇଏସ୍‌ଇଏଫ୍‌ ଏବଂ ଷ୍ଟକହୋମ୍‌ ଜୁନିୟର ଓ୍ବାଟର ପ୍ରାଇଜ୍‌ ଆଦି ପାଇପାରିଛନ୍ତି। 

ଗବେଷଣା, ସାଙ୍ଗଠନିକ ନେତୃତ୍ୱ ନେବା, ବିଭିନ୍ନ ସାହିତ୍ୟ ପୁସ୍ତକ ପଢ଼ିବାରେ ଅଞ୍ଜଳି ଅଧିକ ରୁଚି ରଖିଛନ୍ତି।  ଏସବୁଥିରୁ ସମୟ ବାହାର କରି ସେ ନିଜର ଅନ୍ୟତମ ଇଚ୍ଛା ଭାରତୀୟ ଶାସ୍ତ୍ରୀୟ ନୃତ୍ୟରେ ଢାଳି ଦେଇଛନ୍ତି। ଭାରତ, ଆମେରିକା ସମେତ ବିଭିନ୍ନ ଦେଶରେ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିସହିତ ସାଇନ୍ସ ଫେୟାର ବୃତ୍ତଚିତ୍ରରେ ଅଭିନୟ କରିଥିବା ୯ ଜଣ ଛାତ୍ରଙ୍କ ମଧ୍ୟରେ ଅଞ୍ଜଳିଙ୍କୁ ଦେଖିବାକୁ ମିଳିଛି। ବହୁ ପ୍ରତିଭାରେ ବିଭୂଷିତା ଏହି ଲଳନାଙ୍କ ପ୍ରତିଟି ପଦକ୍ଷେପ ଏବେ ନୂଆ କିଛି କରିବାକୁ ଚାହୁଁଥିବା ବାଳିକାଙ୍କୁ ପ୍ରେରଣା ଦେବା ସ୍ବାଭାବିକ।

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri