ରାଜ୍ୟ | ସମ୍ବଲପୁର

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ହୋଲିରେ ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ଯାଇଥିବା ବାପା, ପୁଅ, ଝିଅ ମୃତ

ରେଙ୍ଗାଲି, ୨୩।୩ (ଡି.ଏନ.ଏ):ସମ୍ବଲପୁର ଜିଲା ଠେଲକଲୋଇ ଥାନା ଅନ୍ତର୍ଗତ ଖେରୁଆଲ ଭେଡେନ ନଦୀରେ ଶୁକ୍ରବାର ତିନିଟି ଜୀବନ ଚାଲି ଯାଇଛି। ହୋଲି ଅବସରରେ ରଙ୍ଗ ଖେଳି ସାରିବା ପରେ ନିଜ ପୁଅ ଝିଅକୁ ଧରି ଜଣେ ବ୍ୟକ୍ତି ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ନଦୀରୁ ବାଲି ନେବାକୁ ଜେସିବି ଖୋଳିଥିବା ଗାଡ କାଳ ସାଜିଲା। ପ୍ରାୟ ୧୦ରୁ ୧୫ ଫୁଟ ପାଣି ଭିତରେ ବୁଡି ଯାଇଥିଲେ ବାପା, ପୁଅ ଆଉ ଝିଅ। ଅଳ୍ପ ପାଣିଥିବା ଭାବି ପାଣିକୁ ଗୋଡ ବଢାଇଥିଲେ। ହେଲେ ଗଭୀରତା ଜଣା ନ ଥିଲା। ସ୍ବାମୀ ପୁଅ, ଝିଅକୁ ହରାଇ ସ୍ତ୍ରୀ ଏବେ ଦୁନିଆରେ ଏକା।

ଶୁକ୍ରବାର ରଙ୍ଗର ପର୍ବ ହୋଲିରେ ସମସ୍ତେ ରଙ୍ଗ ଖେଳରେ ମସଗୁଲ ଥିଲେ । ଠେଲକଲୋଇସ୍ଥିତ ଭୂଷଣ କାରଖାନାଠାର ଏକ ଠିକା ସଂସ୍ଥାରେ କାମ କରୁଥିବା ବିହାର ମୂଳନିବାସୀ ରାଜୁ ପାସୱାନ (୨୯) ତାଙ୍କ ପୁଅ ବାଦଲ ପାସୱାନ (୮), ଝିଅ ଶୁଭ ପାସୱାନ (୭) ସହ ହୋଲି ଖେଳି ଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଦୁଇ ପିଲାଙ୍କୁ ନେଇ ରାଜୁ ଭେଡନ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ପାଣି ବେଶୀ ନ ଥିଲେ ମଧ୍ୟ ବାଲି ନେବାକୁ ଜେସିବି ଖୋଳିଥିବା ଗାଡ ବା ଚହଲାରେ ଗଭୀର ପାଣି ରହିଛି। ଗୋଟିଏ ଗାଡରେ ବାପା, ପୁଅ ଓ ଝିଅ ଗାଧୋଇବାକୁ ପଶିଥିଲେ। ହେଲେ ବେଶୀ ପାଣି ଥିବାରୁ ବୁଡି ଯାଇଥିଲେ। ପହଁରା ଜାଣି ନ ଥିବାରୁ କେହି ବାହାରକୁ ବାହାରି ପାରି ନ ଥିଲେ। ଘରକୁ ଫେରିବାକୁ ସ୍ତ୍ରୀ ନଦୀକୁ ଯାଇ ଖୋଜାଖୋଜି କରି ଥିଲେ। ହେଲେ ପାଇ ନ ଥିଲେ। ପୁଅ ଝିଅର ନାଁ ଧରି ଡାକିଥିଲେ ବି କେହି ଶୁଣି ନ ଥିଲେ। ଶେଷରେ ଘରକୁ ଫେରି ପଡୋଶୀ ଲୋକଙ୍କୁ ଜଣାଇ ଥିଲେ। ଲୋକଙ୍କ ପରାମର୍ଶରେ ରାତିରେ ଠେଲକୋଲେଇ ଥାନାରେ ପହଞ୍ଚତ୍ ଥିଲେ। ଗାଧୋଇବାକୁ ଯାଇ ସ୍ବାମୀ, ପୁଅ, ଝିଅ ନିଖୋଜ ଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ସାଧାରଣ ମୂଲିଆ ଶ୍ରେଣୀର ଲୋକ ହୋଇଥିବାରୁ ଏହି ଅଭିଯୋଗ ଉପରେ ପୋଲିସ ଗୁରୁତ୍ୱ ଦେଇ ନ ଥିଲା। ପୋଲିସ ଚାହିଁଥିଲେ ଅଭିଯୋଗ ପାଇବା କ୍ଷଣି ଅଗ୍ନିଶମ ବିଭାଗ ସହଯୋଗରେ ନଦୀରେ ଖୋଜାଖୋଜି କରି ଥାଇପାରିଥାନ୍ତା। ହେଲେ ପୋଲିସ ତାହା କଲାନି। ବରଂ ସକାଳ ହେଉ ଦେଖିବା କହି ରାଜୁଙ୍କ ସ୍ତ୍ରୀ ଓ ତାଙ୍କ ସହ ଥାନାକୁ ଯାଇଥିବା ଲୋକଙ୍କୁ ଫେରାଇ ଦେଇଥିଲା। ଆଶା ଆଶଙ୍କା ନେଇ ସେମାନେ ବସ୍ତିକୁ ଫେରିଥିଲେ। ଶନିବାର ସକାଳ ୧୦ଟା ପରେ ପୋଲିସ ହଲି ଦୋହଲି ରାଜୁଙ୍କ ଘର ନିକଟରେ ପହଞ୍ଚତ୍ ଥିଲା। ରାଜୁଙ୍କ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇ ନଦୀ ନିକଟକୁ ଯାଇଥିଲା। ସେଠାରେ ପଡୋଶୀ, ରାଜୁଙ୍କ ସ୍ତ୍ରୀ ପହଞ୍ଚତ୍ ଥିଲେ। ଅଗ୍ନିଶମ କର୍ମଚାରୀ ମଧ୍ୟ ପ୍ରସ୍ତୁତ ହୋଇ ପହଞ୍ଚତ୍ ଥିଲେ। ଏହାପରେ ପାଣି ଭିତରକୁ ଆଗ୍ନିକମାନେ ପଶି ଖୋଜାଖୋଜି କରିବାରୁ ବାପା, ପୁଅ, ଝିଅର ମୃତଦେହ ମିଳିଥିଲା। ଆଖି ଆଗରେ ସ୍ବାମୀ, ପୁଅ ଝିଅର ମୃତଦେହ ଦେଖି ସ୍ତ୍ରୀ କାନ୍ଦି କାନ୍ଦି ଗଡି ଯାଉଥିଲେ। ପୋଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ଲାଗି ବୁର୍ଲା ଭୀମ୍‌ସାର ପଠାଇଥିଲା। ଅପରାହ୍ନରେ ବ୍ୟବଚ୍ଛେଦ ସରିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏ ନେଇ ଠେଲକଲୋଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


All Right Reserved By

ରାଜ୍ୟ | ସମ୍ବଲପୁର

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୋମବାର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ଅନନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। 

ପ୍ରଦୀପ ମହାରଥୀ ଗିରଫ

ପ୍ରଦୀପ ମହାରଥୀ ଗିରଫ

ଭୁବନେଶ୍ୱର, ୨୨ା୪(ବ୍ୟୁରୋ)- ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ସୋମବାର ଗିରଫ କରିଛି ପୋଲିସ।

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

କାମାକ୍ଷାନଗର,୨୨।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା କ୍ୟାବିନ ଛାତରୁ ରବିବାର ବିଳମ୍ବିତ ରାତିରେ  ସିଲିଂ ଫ୍ୟାନ୍‌ଟି ଖସିପଡିଥିଲା। ଫଳରେ ସେହି କ୍ୟାବିନରେ ରହୁଥିବା ନବଜାତ ଶିଶୁକନ୍ୟା ସହ ତାଙ୍କ ମା’ ଓ ଜେଜେମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ ଅଫିସ, ୨୨।୪: ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର  ଜନୈକ ବିଧାୟକ ପ୍ରାର୍ଥୀଙ୍କ ଫାର୍ମ ହାଉସକୁ ରବିବାର ରାତିରେ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରିବାକୁ ଯାଇଥିଲା।

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, କେନ୍ଦ୍ରରୁ ନେତାମାନେ ସେମିତି ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଆନନ୍ଦପୁର/କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅଧୀନ ବାନ୍ଧଗୋଡ଼ା ନିକଟସ୍ଥ ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାରେ ସୋମବାର ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪:  ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। 

ନିରଞ୍ଜନଙ୍କୁ ଆକ୍ରମଣ  ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ନିରଞ୍ଜନଙ୍କୁ ଆକ୍ରମଣ ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଘଷିପୁରାର ଭଣ୍ଡାରିବିହାରଠାରେ ଏକ ରାଲିରେ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଛି । କେତେଜଣ ଦୁର୍ବୃତ୍ତ ନିରଞ୍ଜନ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଛନ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ଭୁବନେଶ୍ୱର,୨୨ା୪ (ବ୍ୟୁରୋ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ନିର୍ବାଚନରେ ଭାଗ ନେଇଥିବା ସବୁ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରାଲି, ବାଇକ ଶୋଭାଯାତ୍ରା, ରୋଡ୍‌ ଶୋ ଏବଂ ପଥପ୍ରାନ୍ତ ସଭା କରାଯାଇଛି।

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ :  ଅନନ୍ତଙ୍କ ସମେତ ୨ ଆହତ

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ : ଅନନ୍ତଙ୍କ ସମେତ ୨ ଆହତ

କଟକ ରୋଡ୍‌,୨୨।୪(ଡି.ଏନ୍‌.ଏ.)-ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳରେ ରବିବାର ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଛି। 

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା  : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୪ହଜାର ୪୬ଟି ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ରାଜ୍ୟରେ ହ୍ରାସ ପାଉଛି ତାପମାତ୍ରା। ରବିବାର ସବୁ ଜିଲାରେ ପାରଦ ୪୦ଡିଗ୍ରୀ ତଳକୁ ଖସି ଆସିଛି। ତାପମାତ୍ରା ହ୍ରାସ ପାଇବାରୁ ଲୋକେ ତାତିରୁ ମୁକ୍ତି ପାଇଛନ୍ତି, କିନ୍ତୁ ସେପଟେ କାଳବୈଶାଖୀ ସମସ୍ତଙ୍କୁ ଡରାଇ ଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri