ରାଜ୍ୟ |

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

ଏସ୍‌ସିବି ଏବେ ତାଲିମ କେନ୍ଦ୍ର:ତାଲିମ ନେଉଛନ୍ତି ଦେଶର ୨୩ ମେଡିକାଲ କଲେଜର ଡାକ୍ତର, ବଦଳିବ ଏମ୍‌ବିବିଏସ ପାଠ୍ୟସୂଚୀ

କଟକ ଅଫିସ,୨୩।୩- ୨୦ ବର୍ଷ ପରେ ଏମ୍‌ବିବିଏସ ପାଠ୍ୟସୂଚୀରେ ପରିବର୍ତ୍ତନ ଅଣାଯିବ। ୧୯୯୭ ମସିହାରୁ ପ୍ରଚଳିତ ପାଠ୍ୟସୂଚୀ ଅନୁଯାୟୀ ଡାକ୍ତରୀ ଛାତ୍ରୀଛାତ୍ରମାନେ ପାଠ ପଢୁଥିଲେ। ହେଲେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମସିଆଇ) ପକ୍ଷରୁ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେଉଥିବା ଶିକ୍ଷାବର୍ଷରୁ ଏଥିରେ ଆମୂଳଚୂଳ ପରିବର୍ତ୍ତନ କରାଯିବ। ନୂଆ ପାଠ୍ୟସୂଚୀ ସହିତ ମେଡିକାଲ କଲେଜ ଅଧ୍ୟାପକମାନଙ୍କୁ ଅଭ୍ୟସ୍ତ କରିବାକୁ ଏମସିଆଇ ପକ୍ଷରୁ ଏସ୍‌ସିବି ମେଡିକାଲ କଲେଜକୁ ଆଞ୍ଚଳିକ ତାଲିମ କେନ୍ଦ୍ରଭାବେ ଚୟନ କରାଯାଇଛି। ଏହି ତାଲିମ କେନ୍ଦ୍ରରେ ରାଜ୍ୟର ସମସ୍ତ ମେଡିକାଲ କଲେଜର ଅଧ୍ୟାପକମାନଙ୍କ ସହିତ ଛତିଶଗଡ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ମୋଟ୍‌ ୨୩ଟି ମେଡିକାଲ କଲେଜର ଅଧ୍ୟାପକମାନେ ତାଲିମ ନେବେ। ଏଥିପାଇଁ ଏମସିଆଇ ପକ୍ଷରୁ ଏସ୍‌ସିବିରେ ଏକ ତାଲିମଦାତା ଟିମ ଗଠନ କରାଯାଇଛି। ସର୍ଜରୀ ବିଭାଗର ସହଯୋଗୀ ପ୍ରଫେସର ଡା. ଶ୍ରୀକାନ୍ତ ପଣ୍ଡା ଉକ୍ତ ଟିମ୍‌ର ଆବାହକ ଥିବାବେଳେ ଏଫଏମଟି ବିଭାଗର ଡା. ଗୀତା ସାହୁ, ଡା. ଅମରେନ୍ଦ୍ର ନାୟକ, ଫାର୍ମାକୋଲୋଜି ବିଭାଗର ଡା. ସବିତା ମହାପାତ୍ର, କମ୍ୟୁନିଟି ମେଡିସିନ ବିଭାଗର ଡା. ସିକତା ନନ୍ଦ, ମୀନାକ୍ଷୀ ମହାନ୍ତି, ପାଥୋଲୋଜି ବିଭାଗର ଡା. ଅସରନ୍ତି କର, ଶରୀରଗଠନ ବିଭାଗର ଡା. ମଧୁସ୍ମିତା ପଣ୍ଡା, ଶିଶୁଶଲ୍ୟ ବିଭାଗର ଡା. ପି.କେ. ଜେନା, ଶିଶୁ ରୋଗ ବିଭାଗର ଡା. ଲିପ୍ସା ସିଂ ଓ ବାଇଓକେମିଷ୍ଟ୍ରି ବିଭାଗର ଡା. ରମା ରତନ ପ୍ରମୁଖ ରହିଛନ୍ତି। ଇତିମଧ୍ୟରେ ଗତ ୧୩ରୁ ୧୫ ତାରିଖ ମଧ୍ୟରେ ପ୍ରଥମ ବ୍ୟାଚରେ ୨୬ଜଣ ଡାକ୍ତର ତାଲିମ ନେଇ ଫେରିଥିବାବେଳେ ଆସନ୍ତା ୨୭ରୁ ଦ୍ୱିତୀୟ ପ୍ରର୍ଯ୍ୟାୟରେ ୩୨ଜଣ ଡାକ୍ତର ତାଲିମ ନେବେ। ଏପ୍ରିଲ ମାସ ସୁଦ୍ଧା ବିଭିନ୍ନ ପ୍ରର୍ଯ୍ୟାୟରେ ମୋଟ୍‌ ୧୧୦ଜଣ ଡାକ୍ତରଙ୍କୁ ତାଲିମ ଦିଆଯିବ ବୋଲି ଟିମ୍‌ର ଆବହାକ ଡା. ପଣ୍ଡା କହିଛନ୍ତି। ଡା. ପଣ୍ଡାଙ୍କ କହିବାନୁଯାୟୀ, ନୂଆ ପାଠ୍ୟସୂଚୀ ଅନୁଯାୟୀ, ଏଣିକି ଏମବିବିଏସ ଛାତ୍ରୀଛାତ୍ରମାନେ କେବଳ ଶ୍ରେଣୀଗୃହରେ ବସି ପାଠ ପଢିବେ ନାହିଁ। ବିଭିନ୍ନ ସମୟରେ ସେମାନଙ୍କୁ ପ୍ରାଥମିକ, ଗୋଷ୍ଠୀ ଓ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ପଠାଯିବ। ସେଠାରେ ସେମାନେ ଚିକିତ୍ସିତ ହେଉଥିବା ରୋଗୀ ଓ ରୋଗ ସମ୍ପର୍କରେ ଅବଗତ ହୋଇ ଶ୍ରେଣୀଗୃହରେ ଶିକ୍ଷକମାନଙ୍କୁ ସିଧା ସଳଖ ପ୍ରଶ୍ନ ପଚାରିବେ। ଏହାଦ୍ୱାରା ଛାତ୍ରୀଛାତ୍ର ଓ ଶିକ୍ଷକ ଏଣିକି ଭଲ ଭାବେ ପାଠ ସହିତ ପ୍ରସ୍ତୁତ ହୋଇ ଶ୍ରେଣୀଗୃହକୁ ଆସିବାକୁ ବାଧ୍ୟ ହେବେ ବୋଲି ଡା. ପଣ୍ଡା କହିଛନ୍ତି।

All Right Reserved By

ରାଜ୍ୟ |

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ ଅଫିସ, ୨୨।୪: ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର  ଜନୈକ ବିଧାୟକ ପ୍ରାର୍ଥୀଙ୍କ ଫାର୍ମ ହାଉସକୁ ରବିବାର ରାତିରେ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରିବାକୁ ଯାଇଥିଲା।

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, କେନ୍ଦ୍ରରୁ ନେତାମାନେ ସେମିତି ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଆନନ୍ଦପୁର/କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅଧୀନ ବାନ୍ଧଗୋଡ଼ା ନିକଟସ୍ଥ ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାରେ ସୋମବାର ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪:  ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। 

ନିରଞ୍ଜନଙ୍କୁ ଆକ୍ରମଣ  ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ନିରଞ୍ଜନଙ୍କୁ ଆକ୍ରମଣ ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଘଷିପୁରାର ଭଣ୍ଡାରିବିହାରଠାରେ ଏକ ରାଲିରେ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଛି । କେତେଜଣ ଦୁର୍ବୃତ୍ତ ନିରଞ୍ଜନ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଛନ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ଭୁବନେଶ୍ୱର,୨୨ା୪ (ବ୍ୟୁରୋ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ନିର୍ବାଚନରେ ଭାଗ ନେଇଥିବା ସବୁ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରାଲି, ବାଇକ ଶୋଭାଯାତ୍ରା, ରୋଡ୍‌ ଶୋ ଏବଂ ପଥପ୍ରାନ୍ତ ସଭା କରାଯାଇଛି।

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ :  ଅନନ୍ତଙ୍କ ସମେତ ୨ ଆହତ

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ : ଅନନ୍ତଙ୍କ ସମେତ ୨ ଆହତ

କଟକ ରୋଡ୍‌,୨୨।୪(ଡି.ଏନ୍‌.ଏ.)-ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳରେ ରବିବାର ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଛି। 

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା  : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୪ହଜାର ୪୬ଟି ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ରାଜ୍ୟରେ ହ୍ରାସ ପାଉଛି ତାପମାତ୍ରା। ରବିବାର ସବୁ ଜିଲାରେ ପାରଦ ୪୦ଡିଗ୍ରୀ ତଳକୁ ଖସି ଆସିଛି। ତାପମାତ୍ରା ହ୍ରାସ ପାଇବାରୁ ଲୋକେ ତାତିରୁ ମୁକ୍ତି ପାଇଛନ୍ତି, କିନ୍ତୁ ସେପଟେ କାଳବୈଶାଖୀ ସମସ୍ତଙ୍କୁ ଡରାଇ ଦେଇଛି। 

୧୨୨ତମ ଏକାମ୍ର ପଦଯାତ୍ରା :  ଏକାମ୍ର କ୍ଷେତ୍ର ବିଷୟରେ ଜାଣିଲେ ଚାଇନା, ନରଓ୍ବେ ପର୍ଯ୍ୟଟକ

୧୨୨ତମ ଏକାମ୍ର ପଦଯାତ୍ରା : ଏକାମ୍ର କ୍ଷେତ୍ର ବିଷୟରେ ଜାଣିଲେ ଚାଇନା, ନରଓ୍ବେ ପର୍ଯ୍ୟଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ପୁରୁଣା ଭୁବନେଶ୍ୱରରେ ରବିବାର ୧୨୨ତମ ଏକାମ୍ର ପଦଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ଚାଇନା ଏବଂ ନରଓ୍ବେର କେତେଜଣ ପର୍ଯ୍ୟଟକ, ଗବେଷକ, ସ୍ଥପତି ଯୋଗଦେଇ ଏଠାକାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ବିଷୟରେ ଅବଗତ ହୋଇଥିଲେ। 

ନିର୍ବାଚନ ପାଇଁ ସୁରକ୍ଷା ଯାଞ୍ଚ କଲେ ପୋଲିସ କମିଶନର

ନିର୍ବାଚନ ପାଇଁ ସୁରକ୍ଷା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- କଟକ ଓ ଭୁବନେଶ୍ୱରରେ ମଙ୍ଗଳବାର ହେବ ନିର୍ବାଚନ। ଏଥିଲାଗି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ପୋଲିସ ଅଫିସର ଓ କର୍ମଚାରୀଙ୍କ ଦାୟିତ୍ୱ ବଣ୍ଟା ସରିଥିବାବେଳେ ନିର୍ଦ୍ଧାରିତ ସମୟରେ ସେମାନେ ବୁଥ୍‌ ଏବଂ କ୍ଷେତ୍ରସ୍ଥଳରେ ପହଞ୍ଚତ୍ବେ। ବିଶେଷକରି ଇଭିଏମ୍‌ ଓ ବୁଥ୍‌ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି। 

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼  : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭାଜପା ପ୍ରାର୍ଥୀଙ୍କ କାର୍‌କୁ ବୋମାମାଡ଼ : ଅଳ୍ପକେ ବର୍ତ୍ତିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର,୨୨ା୪ (ବ୍ୟୁରୋ)- ଭୁବନେଶ୍ୱର-ମଧ୍ୟ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ କାର ଉପରକୁ ବୋମାମାଡ଼ କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri