ରାଜ୍ୟ |

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ତେନ୍ତୁଳିମୂଳ ଗାଁରେ ରାଜନୈତିକ ସଂଘର୍ଷ: ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩।୩: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ତେନ୍ତୁଳିମୂଳ (ମଶାଣିଆ ନୂଆସାହି) ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଭାଜପା ସମର୍ଥକଙ୍କ ଗୁଳିମାଡ଼ରେ ବିଜେଡି ସମର୍ଥକ ଆହତ ହୋଇଛନ୍ତି। ଆହତ ଯୁଧିଷ୍ଠିର ପାଇକରାୟ(୫୫)ଙ୍କୁ ପ୍ରଥମେ ଖୋର୍ଦ୍ଧା  ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏନେଇ ଗାଁରେ ଉତ୍ତେଜନା  ପରିସ୍ଥିତି ଲାଗି ରହିଥିବା ବେଳେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। 

ଓରବରସିଂହ ପଞ୍ଚାୟତ ୱାର୍ଡସଭ୍ୟା ତଥା ତେନ୍ତୁଳିମୂଳ ଗାଁ ଝିଲି ମହାପାତ୍ରଙ୍କ ଅଭିଯୋଗ କ୍ରମେ ଶୁକ୍ରବାର ଅପରାହ୍ନ ୨ଟାରେ ପୂର୍ବତନ ସରପଞ୍ଚ ଲୋକନାଥ ପଟ୍ଟନାୟକ, ସମିତି ସଭ୍ୟ ହାପି ବଳିଆରସିଂହ, ପାଟଣାର ରକେଟ ରାୟ ସିଂ, ହାଡ଼ପଦାର କାଳୁ ସାମନ୍ତରାୟ ପ୍ରମୁଖ ହୋଲି ଖେଳିବା ବାହାନାରେ ଝିଲିଙ୍କ ଘରକୁ ଆସି ସ୍ବାମୀ ଜାପାନଙ୍କୁ ଖୋଜିଥିଲେ। ପରେ ଖରାପ ଭାଷାରେ ଗାଳିଗୁଳଜ କରିଥିଲେ। ଘରେ ଜାପାନ ନ ଥିବା କହି ଚାଲାକରେ ଝିଲି ସମସ୍ତଙ୍କୁ ଫେରାଇ ଦେଇଥିଲେ। ପରେ ସନ୍ଧ୍ୟାରେ ଅଧିକ ଭାଜପା କର୍ମୀ ସ୍କର୍ପିଓ, ବାଇକ୍‌ ଓ ସ୍କୁଟି ଯୋଗେ ଆସି ଗାଁ ମୁଣ୍ଡରେ ଜାପାନ ନାଁ ନେଇ ଗାଳିଗୁଲଜ କରିଥିଲେ। ଝିଲିଙ୍କ ଦେଢ଼ଶୁର ଯୁଧିଷ୍ଠିର ଘଟଣାର ସମାଧାନ କରିବାକୁ ବୁଝାଶୁଝା କରିଥିଲେ। ହେଲେ ଧୀରେନ ଛୋଟରାୟ ଓରଫ ଲିଟୁ ଜାପାନଙ୍କୁ ଛାଡି ଯୁଧିଷ୍ଠିରଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ବାଇକ୍‌ ଓ ସ୍କୁଟି ଜବତ କରିଥିବା ବେଳେ ଅଭିଯୁକ୍ତ ଅନ୍ୟ ଗାଡ଼ି ନେଇ ଫେରାର ହୋଇ ଯାଇଛନ୍ତି।

All Right Reserved By

ରାଜ୍ୟ |

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦ, ୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ମୋଟ ୮୭ ବୁଥରେ ଭୋଟରଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ  ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri