ଜାତୀୟ |

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ଶପଥ ନେଲେ ଦେଶର ପ୍ରଥମ ଲୋକପାଳ

ନୂଆଦିଲ୍ଲୀ, ୨୩।୩: ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ଭାବେ ଶପଥ ନେଇଛନ୍ତି। ଶନିବାର ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପିସି ଘୋଷଙ୍କୁ ଶପଥ ପାଠ କରାଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଯୋଗ ଦେଇଥିଲେ।

୨୦୧୪ ମସିହା ଜାନୁଆରୀ ୧୬ ତାରିଖରେ ଲୋକପାଳ ଆଇନ ପ୍ରଣୟନର ୫ ବର୍ଷ ପରେ ଲୋକପାଳ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କମିଟି ଜଷ୍ଟିସ ଘୋଷ ଓ ଅନ୍ୟ ସଦସ୍ୟଙ୍କ ନାମ ସୁପାରିସ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ମାରିଥିଲେ। ଚୟନ କମିଟିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ମଧ୍ୟ ସଦସ୍ୟ ରହିଥିଲେ। ଫଳରେ ଲୋକପାଳ ନିଯୁକ୍ତି ନେଇ ବିରୋଧୀମାନେ ଯେଉଁ ଟାର୍ଗେଟ କରୁଥିଲେ, ତାହାର ଅବସାନ ଘଟିଥିଲା। ଲୋକପାଳ କମିଟିରେ ୪ ଜଣ ଜୁଡିସିଆଲ ସଦସ୍ୟ ଜଷ୍ଟିସ ଦିଲ୍ଲୀପ ବି ଭୋସଲେ, ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ ଅଭିଳାଷା କୁମାରୀ ଓ ଜଷ୍ଟିସ ଅଜୟ କୁମାର ତ୍ରିପାଠୀ ଏବଂ ୪ ଜଣ ନନ ଜୁଡିସିଆଲ ସଦସ୍ୟ ଦୀନେଶ କୁମାର ଜୈନ, ଅର୍ଚ୍ଚନା ରାମସୁନ୍ଦରମ, ମହେନ୍ଦ୍ର ସିଂହ ଓ ଡ. ଇନ୍ଦ୍ରଜିତ୍‌ ପ୍ରସାଦ ଗୌତମ ରହିଛନ୍ତି।

All Right Reserved By

ଜାତୀୟ |

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।

ପ୍ରେମିକ ସହ କଲେ ପତ୍ନୀଙ୍କ ବିବାହ, ଉପହାର ଦେଲେ ନିଜ ଅଢେଇ ବର୍ଷର ପୁଅ

ପ୍ରେମିକ ସହ କଲେ ପତ୍ନୀଙ୍କ ବିବାହ, ଉପହାର ଦେଲେ ନିଜ ଅଢେଇ ବର୍ଷର ପୁଅ

ଭାଗଲପୁର,୨୨।୪: ବିହାର ଭାଗଲପୁରରୁ ଏକ ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। 

ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ

ଅବୈଧ ସମ୍ପର୍କର କୁପରିଣତି: ମଦ ପିଆଇ ମହିଳାଙ୍କୁ ନଦୀରେ ବୁଡ଼ାଇ ହତ୍ୟା କଲେ ପ୍ରେମିକ; ଭିଡ଼ିଓ ଭାଇରାଲ

ଭୋପାଳ,୨୨।୪:  ମଧ୍ୟପ୍ରଦେଶ ଦେବାସରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଶିପ୍ରା ନଦୀରେ ଜଣେ ମହିଳାଙ୍କୁ ମଦ ପିଆଇ ବୁଡ଼ାଇ ହତ୍ୟା କରାଯାଇଛି। 

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଭାରତ ଉପରେ ଆକ୍ରମଣ କଲେ ପାତାଳରୁ ବି ଆତଙ୍କବାଦୀଙ୍କୁ ଖୋଜି ଆଣି ଦଣ୍ଡ ଦେବୁ: ମୋଦି

ଡିଣ୍ଡୋରି,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମହାରାଷ୍ଟ୍ରର ଡିଣ୍ଡୋରି ଗସ୍ତ କରିଛନ୍ତି। ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ବହୁ ହେଭିଓ୍ବେଟ ନେତା ଏବେ ପ୍ରଚାର ମଇଦାନରେ ଅଛନ୍ତି।

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

ନୂଆଦିଲ୍ଲୀ,୨୨।୪: ଦେଶର ୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟିର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। 

ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ

ଦୁଇ ଗାଁ ମଧ୍ୟରେ ୮ ଦିନ ଧରି ପାଳିତ ହେଉଛି ଅଗ୍ନିଯୁଦ୍ଧ

ମାଙ୍ଗାଲୋର୍‌,୨୨।୪: କର୍ନାଟକରେ ଏବେ ପାଳିତ ହେଉଛି ଏକ ନିଆରା ଉତ୍ସବ। ଏଠାରେ ମାତା ଦୁର୍ଗା ପଶ୍ଚିମେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ୮ ଦିନିଆ ଅଗ୍ନିଯୁଦ୍ଧ ଉତ୍ସବ। 

ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା

ଅବଦୁଲ୍ଲାଙ୍କ ଉପହାସର ଉତ୍ତର ରଖିଲେ ଜୟା

ରାମପୁର,୨୨।୪: ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି) ନେତା ଆଜମ୍‌ ଖାଁ ଭାଜପା ନେତ୍ରୀ ଜୟାପ୍ରଦାଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ। 

ମୋଦିଙ୍କ ବାୟୋପିକ୍‌: ସୁପ୍ରିମ୍‌କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର

ମୋଦିଙ୍କ ବାୟୋପିକ୍‌: ସୁପ୍ରିମ୍‌କୋର୍ଟରେ ଇସି ଦାଖଲ କଲେ ରିପୋର୍ଟ; ଶୁଣାଣି ଶୁକ୍ରବାର

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ସମ୍ପର୍କିତ ରିପୋର୍ଟ ସୋମବାର ନିର୍ବାଚନ କମିଶନ(ଇସି) ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। 

ରାହୁଲଙ୍କ ନାମାଙ୍କନ ବୈଧ

ରାହୁଲଙ୍କ ନାମାଙ୍କନ ବୈଧ

ଆମେଠି,୨୨।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ପ୍ରମାଣ ପତ୍ର ତଥା  ଏମ୍‌ ଫିଲ୍‌ ଡିଗ୍ରୀ ନେଇ ଭାଜପାର କିଛି ସଦସ୍ୟଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଇଥିଲା।

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ ରାଜ୍ୟର ୧୧୫ ଲୋକ ସଭା ଆସନରେ ହେବ ମତଦାନ

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ ରାଜ୍ୟର ୧୧୫ ଲୋକ ସଭା ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୨।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୫ଟି ରାଜ୍ୟର ୧୧୫ ଆସନରେ ସକାଳ ୭ଟାଠାରୁ ମତଦାନ ଆରମ୍ଭ ହେବ।

କେରଳ ସରକାର ଶ୍ରୀଲଙ୍କା ପଠାଇବେ ୧୫ ଜଣିଆ ଡାକ୍ତରି ଟିମ୍‌

କେରଳ ସରକାର ଶ୍ରୀଲଙ୍କା ପଠାଇବେ ୧୫ ଜଣିଆ ଡାକ୍ତରି ଟିମ୍‌

ଥିରୁଭାନନ୍ତପୁରମ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ଏବେ ପର୍ଯ୍ୟନ୍ତ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଆଜି ବିଶ୍ୱ ‘ପୃଥିବୀ ଦିବସ’: ଡୁଡ୍‌ଲ ପ୍ରସ୍ତୁତ କରି ଏହି ଦିବସ କରୁଛି ପାଳନ ଗୁଗ୍‌ଲ

ଆଜି ବିଶ୍ୱ ‘ପୃଥିବୀ ଦିବସ’: ଡୁଡ୍‌ଲ ପ୍ରସ୍ତୁତ କରି ଏହି ଦିବସ କରୁଛି ପାଳନ ଗୁଗ୍‌ଲ

ନୂଆଦିଲ୍ଲୀ,୨୨।୪:ଆଜି ସମଗ୍ର ବିଶ୍ୱରେ ‘ପୃଥିବୀ ଦିବସ’ ପାଳନ କରାଯାଉଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri