ମନୋରଞ୍ଜନ |

କାର୍ତ୍ତିକଙ୍କ ଯୋଗୁ ସୈଫ୍‌ ଲଳନା ସାରା-ସୁଶାନ୍ତଙ୍କ ସମ୍ପର୍କରେ ଫାଟ

କାର୍ତ୍ତିକଙ୍କ ଯୋଗୁ ସୈଫ୍‌ ଲଳନା ସାରା-ସୁଶାନ୍ତଙ୍କ ସମ୍ପର୍କରେ ଫାଟ

ବମ୍ବେ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ ‘କେଦାରନାଥ’ ଜରିଆରେ ଡେବ୍ୟୁ କରିଥିଲେ ସୈଫ୍‌ଙ୍କ ଲଳନା ସାରା ଅଲ୍ଲୀ ଖାନ୍‌। ସେବେଠୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। କେହି କେହି ସୁଶାନ୍ତ ସାରାଙ୍କୁ ପସନ୍ଦ କରୁଥିବା କହିଥିଲେ। ମାତ୍ର ଏବେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି।

ସୁଶାନ୍ତ ସାରାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ଫଲୋ କରିଛନ୍ତି। ସେ ନିଜର ବାୟୋ ପରିବର୍ତ୍ତନ କରି ‘ବହୁତ କାରଣ ଥିବା’ ଲେଖିଛନ୍ତି। ଏପରିକି ସେ ନିଜର ସମସ୍ତ ପୁରୁଣା ପୋଷ୍ଟଗୁଡ଼ିକୁ ଡିଲିଟ୍‌ ବା ହଟାଇ ଦେଇଥିବା ଦେଖିବାକୁ ମିଳିଛି। ମାତ୍ର ସାରା ଏବେ ବି ସୁଶାନ୍ତଙ୍କୁ ଫଲୋ କରୁଛନ୍ତି। 

ସାରା ଏବେ ନିର୍ଦ୍ଦେଶକ ଇମ୍‌ତିଆଜ ଅଲୀଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ କାର୍ତ୍ତିକ ଆର୍ୟନଙ୍କ ସହ କାମ କରୁଛନ୍ତି। ଫିଲ୍ମଟି ଏକ ରୋମାଣ୍ଟିକ ଡ୍ରାମା ଥିବା ବେଳେ ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ତେବେ ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଶୋ’ କଫି ଉଇଥ୍‌ କରନ୍‌ରେ ସାରା ବାପା ସୈଫ୍‌ଙ୍କ ସହ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସେ ସମସ୍ତ ଅଭିନେତାଙ୍କ ମଧ୍ୟରୁ କାର୍ତ୍ତିକଙ୍କ ସହ ଡେଟ୍‌ରେ ଯିବାକୁ ଚାହୁଁଥିବା କହିଥିଲେ। ଏହାପରେ ଉଭୟ ଏବେ ଫିଲ୍ମର ଶୁଟିଂ କରୁଛନ୍ତି। କୁହାଯାଉଛି ସାରା ଓ କାର୍ତ୍ତିକଙ୍କ ମଧ୍ୟରେ ଦୂରତା କମ୍‌ ହେବାକୁ ସୁଶାନ୍ତ ସହଜରେ ଗ୍ରହଣ କରିପାରୁନାହାନ୍ତି। 

All Right Reserved By

ମନୋରଞ୍ଜନ |

ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀଙ୍କ ଆଖପାଖରେ ବୁଲୁଥିଲେ ସଞ୍ଜୟ, କାନରେ କହୁଥିଲେ ଏହି କଥା

ମାଧୁରୀ ଏବଂ ସଞ୍ଜୟ ଦତ୍ତଙ୍କ ଯୋଡ଼ି ୯୦ ଦଶକରେ ସିଲ୍‌ଭର ସ୍କ୍ରିନ୍‌ରେ ସୁପରହିଟ୍‌ ହୋଇଥିଲା। ଫିଲ୍ମରେ କାମ କରିବା ସମୟରେ ଦୁଇଜଣଙ୍କ ପ୍ରେମସମ୍ପର୍କ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା।

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ଋଷି କପୁରଙ୍କ ସ୍ବାସ୍ଥ୍ୟରେ ସୁଧାର: ଶୀଘ୍ର ଶୁଟିଂ ସେଟ୍‌କୁ ଫେରିବେ

ମୁମ୍ବାଇ,୨୧।୪: ବଲିଉଡ୍‌ ଅଭିନେତା ଋଷି କପୁର କିଛି ଦିନ ଧରି ଆମେରିକାରେ ଚିକିତ୍ସିତ ହେଉଛନ୍ତି। ତେବେ ଥାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି।

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

କାହିଁକି ବିବାହ କରୁ ନାହାଁନ୍ତି ସଲମାନ: ସାମ୍ନାକୁ ଆସିଲା ନୂଆ କାରଣ

ମୁମ୍ବାଇ: ବଲିଉଡ୍‌ ଭାଇଜନ୍‌ ସଲମାନ ଖାଁ ୫୩ ବର୍ଷରେ ପଦାର୍ପଣ କଲେଣି। କିନ୍ତୁ ଆଜି ପର୍ଯ୍ୟନ୍ତ ସେ ବିବାହ କରି ନାହାଁନ୍ତି। ସେ କେବେ ବିବାହ କରିବେ ତାକୁ ନେଇ ବହୁବାର ପ୍ରଶ୍ନ ଉଠିଥିଲେ ବି ସଲମାନ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି।

ଟାଇଗରଙ୍କ ନୂଆ ଯୋଜନା

ଟାଇଗରଙ୍କ ନୂଆ ଯୋଜନା

ଷ୍ଟାର କିଡ୍‌ ଟାଇଗର ଶ୍ରଫ ଏକ ନୂଆ ଯୋଜନାରେ ବ୍ୟସ୍ତ ଅଛନ୍ତି। ୟା ଭିତରେ ବେଶ୍‌ କେତୋଟି ହିଟ୍‌ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। 

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

ପ୍ରଥମେ ନା, ତା’ପରେ ହଁ କଲେ ଜାହ୍ନବୀ

କଥାରେ ଅଛି ଆରେ ଢାମଣା ବୁଲି ବୁଲି ପୁଣି ସେଇ ଅଗଣା। ଦେଖୁନାହାନ୍ତି, ଡବଲ ରୋଲ୍‌ ପରି ଚାନ୍ସକୁ ଜାହ୍ନବୀ  ପ୍ରଥମେ ହାତଛଡା କରିଥିଲେ। ହେଲେ ପ୍ରଯୋଜକ କୋଉ ଛାଡିବାର।

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ଅଜୟ ଦେବଗନଙ୍କ ସହ ଅଭିନୟ କରିବା ଲାଗି ଓଜନ କମାଇଲେ ରକୁଲ୍‌

ସତରେ,ଗୋଟିଏ କଥା କହିବା ଏବଂ ତାହାକୁ କାମରେ ପରିଣତ କରିବା ସହଜ କଥା ନୁହେଁ। ହାତରେ ଅଳ୍ପ ଦିନ, ପୁଣି ତା’ ଭିତରେ ୧୦ କିଗ୍ରା ଓଜନ କମାଇବାକୁ ପଡିବ।

ସିନେମା 'କ୍ରିଷ୍ଣା:  ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ସିନେମା 'କ୍ରିଷ୍ଣା: ଷ୍ଟୋରି ଅଫ ଏ ଡ୍ୟାନ୍ସର': ସତ କାହାଣୀକୁ ନେଇ ପର୍ଯ୍ୟବଶିତ

ଏକ ସତ ଘଟଣାକୁ ଆଧାର କରି ନିର୍ମିତ ହୋଇଛି ଓଡ଼ିଆ ସିନେମା ‘କ୍ରିଷ୍ଣା : ଷ୍ଟୋରି ଅଫ ଏ ଡ୍ୟାନ୍ସର’। କାହାଣୀ ଅନୁସାରେ ନାୟକ କ୍ରିଷ୍ଣା ଜଣେ ଗରିବ ଘର ପିଲା। ଛୋଟ ବେଳୁ ଡ୍ୟାନ୍ସ ପ୍ରତି ପ୍ରବଳ ଆଗ୍ରହ। 

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବିରଙ୍କ ପ୍ରେମରେ ପାଗେଳି ହେଲେଣି ଆଲିଆ

ରଣବୀର-ଆଲିୟା ଯୋଡ଼ିକୁ ନେଇ ଏବେ ସବୁଠି ଚର୍ଚ୍ଚା। ପବ୍ଲିକ୍‌ ପ୍ଲେସ୍‌ ହେଉ କି ଆଓ୍ବାର୍ଡ ଫଙ୍କଶନ, ଦୁହେଁ ଦୁହିଙ୍କୁ କେତେ ଭଲପାଉଛନ୍ତି ତାହା ଦେଖିଲେ ଜଣାପଡ଼ିଯାଉଛି। 

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ଫଟୋ ଶେୟାର କରି ଏମିତି କହିଲେ ଅଭିଷେକ

ଐଶ୍ୱର୍ଯ୍ୟା ଏବଂ ଅଭିଷେକ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ଶନିବାର ଅଭି-ଐଶ୍‌ଙ୍କ ବିବାହବାର୍ଷିକୀ ଥିଲା। ତେଣୁ ଏହିଦିନ ଦୁହେଁ ଦୁହିଁଙ୍କୁ ସ୍ପେଶାଲ ଉଇସ୍‌ କରିଛନ୍ତି। ଅଭି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି।

ଯାତ୍ରା ଜଗତର  ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ଯାତ୍ରା ଜଗତର ହାସ୍ୟନାୟିକା ଶଶୀ: ମଞ୍ଚରେ ବୁଣନ୍ତି ଖୁସି

ସତକୁସତ ଶଶୀ ଆସିଗଲେ ମଞ୍ଚରେ ଚୂନାଚୂନା ଖୁସି ବୁଣି ହୋଇଯାଏ। ଦର୍ଶକମାନେ ହସିହସି ଗଡ଼ିଯାଆନ୍ତି। ତାଳିମାଡ଼ରେ କମ୍ପିଉଠେ ଯାତ୍ରାସ୍ଥଳ। ଏଠାରେ ଯେଉଁ ଶଶୀଙ୍କ କଥା କୁହାଯାଉଛି, ସେ ହେଉଛନ୍ତି ଯାତ୍ରା ଜଗତର ଜଣେ ଆଗଧାଡ଼ିର ହାସ୍ୟନାୟିକା ସସ୍ମିତା ସାହୁ।

ବି.ଜି.ଏମ୍‌. ମାଷ୍ଟର ଟିଟନ୍‌: ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ଦେବାରେ ସମସ୍ତଙ୍କଠୁ ଆଗରେ

ବି.ଜି.ଏମ୍‌. ମାଷ୍ଟର ଟିଟନ୍‌: ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ୍‌ ଦେବାରେ ସମସ୍ତଙ୍କଠୁ ଆଗରେ

ଯାତ୍ରା ସଙ୍ଗୀତ କଥା ଯେତେବେଳେ ଉଠେ, ସେତେବେଳେ ତାପସ୍‌ ଦାସ ଓରଫ୍‌ ଟିଟନ୍‌ଙ୍କ କଥାକୁ ଏଡ଼ାଇ ଯାଇହୁଏନି। ଓଡ଼ିଆ ଯାତ୍ରା ଜଗତରେ ତାଙ୍କର ଏକ ବଡ଼ ପରିଚୟ- ସେ ହେଉଛନ୍ତି ଜଣେ ସବୁଠୁ ସଫଳ ବି.ଜି.ଏମ୍‌. ମାଷ୍ଟର।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri