ରାଜ୍ୟ | ସମ୍ବଲପୁର

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ନାମାଙ୍କନ ଦାଖଲ କଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼, ଅଫିସ ୨୧ା୩ : ବରଗଡ଼ ଜିଲା ଭଟ୍‌ଲି ବିଧାନସଭା ଆସନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ତଥା ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକ, ପ୍ରସ୍ତାବକ ଓ ଦଳୀୟ କର୍ମୀଙ୍କ ଗହଣରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିିକ୍ତ ଜିଲାପାଳ ତପିରାମ ମାଝିଙ୍କ ନିକଟରେ ସେ ନାମାଙ୍କନପତ୍ର ଦାଖଲ କରିଥିଲେ। ଅନ୍ୟପଟେ ଏହି ଆସନ ପାଇଁ ଉଭୟ କଂଗ୍ରେସ ଏବଂ ଭାଜପା ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା  କରିପାରିନାହାନ୍ତି। ୨୦୦୯ ସାଧାରଣ ନିର୍ବାଚନରୁ ମନ୍ତ୍ରୀ ସିଂ ଏହି ଆସନରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ କ୍ରମାଗତ ଭାବେ ଉକ୍ତ ଆସନକୁ ଏ ପର୍ଯ୍ୟନ୍ତ ନିଜ ଦଖଲରେ ରଖିବାରେ ସକ୍ଷମ ହୋଇଛନ୍ତି। ତେବେ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କର ଏହି ସଫଳତାକୁ ମନ୍ତ୍ରୀ ସିଂ ବଜାୟ ରଖିବାରେ କେତେଦୂର ସଫଳ ହେବେ ତାହା ମତଦାନ ଓ ନିର୍ବାଚନ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ।

All Right Reserved By

ରାଜ୍ୟ | ସମ୍ବଲପୁର

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୋମବାର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ଅନନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। 

ପ୍ରଦୀପ ମହାରଥୀ ଗିରଫ

ପ୍ରଦୀପ ମହାରଥୀ ଗିରଫ

ଭୁବନେଶ୍ୱର, ୨୨ା୪(ବ୍ୟୁରୋ)- ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ସୋମବାର ଗିରଫ କରିଛି ପୋଲିସ।

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

କାମାକ୍ଷାନଗର,୨୨।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା କ୍ୟାବିନ ଛାତରୁ ରବିବାର ବିଳମ୍ବିତ ରାତିରେ  ସିଲିଂ ଫ୍ୟାନ୍‌ଟି ଖସିପଡିଥିଲା। ଫଳରେ ସେହି କ୍ୟାବିନରେ ରହୁଥିବା ନବଜାତ ଶିଶୁକନ୍ୟା ସହ ତାଙ୍କ ମା’ ଓ ଜେଜେମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ ଅଫିସ, ୨୨।୪: ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର  ଜନୈକ ବିଧାୟକ ପ୍ରାର୍ଥୀଙ୍କ ଫାର୍ମ ହାଉସକୁ ରବିବାର ରାତିରେ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରିବାକୁ ଯାଇଥିଲା।

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, କେନ୍ଦ୍ରରୁ ନେତାମାନେ ସେମିତି ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଆନନ୍ଦପୁର/କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅଧୀନ ବାନ୍ଧଗୋଡ଼ା ନିକଟସ୍ଥ ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାରେ ସୋମବାର ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪:  ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। 

ନିରଞ୍ଜନଙ୍କୁ ଆକ୍ରମଣ  ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ନିରଞ୍ଜନଙ୍କୁ ଆକ୍ରମଣ ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଘଷିପୁରାର ଭଣ୍ଡାରିବିହାରଠାରେ ଏକ ରାଲିରେ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଛି । କେତେଜଣ ଦୁର୍ବୃତ୍ତ ନିରଞ୍ଜନ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଛନ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ଭୁବନେଶ୍ୱର,୨୨ା୪ (ବ୍ୟୁରୋ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ନିର୍ବାଚନରେ ଭାଗ ନେଇଥିବା ସବୁ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରାଲି, ବାଇକ ଶୋଭାଯାତ୍ରା, ରୋଡ୍‌ ଶୋ ଏବଂ ପଥପ୍ରାନ୍ତ ସଭା କରାଯାଇଛି।

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ :  ଅନନ୍ତଙ୍କ ସମେତ ୨ ଆହତ

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ : ଅନନ୍ତଙ୍କ ସମେତ ୨ ଆହତ

କଟକ ରୋଡ୍‌,୨୨।୪(ଡି.ଏନ୍‌.ଏ.)-ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳରେ ରବିବାର ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଛି। 

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା  : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୪ହଜାର ୪୬ଟି ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। 

ତାଣ୍ଡବ ରଚିଲା କାଳବୈଶାଖୀ

ତାଣ୍ଡବ ରଚିଲା କାଳବୈଶାଖୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ରାଜ୍ୟରେ ହ୍ରାସ ପାଉଛି ତାପମାତ୍ରା। ରବିବାର ସବୁ ଜିଲାରେ ପାରଦ ୪୦ଡିଗ୍ରୀ ତଳକୁ ଖସି ଆସିଛି। ତାପମାତ୍ରା ହ୍ରାସ ପାଇବାରୁ ଲୋକେ ତାତିରୁ ମୁକ୍ତି ପାଇଛନ୍ତି, କିନ୍ତୁ ସେପଟେ କାଳବୈଶାଖୀ ସମସ୍ତଙ୍କୁ ଡରାଇ ଦେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri