ରାଜ୍ୟ |

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି। ଏଠାରୁ ନିର୍ବାଚିତ ପ୍ରାର୍ଥୀ କ୍ୟାବିନେଟ୍‌ ମନ୍ତ୍ରୀ, ବିରୋଧୀ ଦଳ ନେତା ପଦ ଅଳଙ୍କୃତ କର ଜିଲା ପାଇଁ ଗୌରବ ଆଣିଛନ୍ତି। ଏଠାରେ ଏପ୍ରିଲ ୨୩ରେ ନିର୍ବାଚନ ହେବ। ହେଲେ ଟିକେଟ ନ ପାଇବାର ଭୟ ଦଳୀୟ ଆଶାୟୀମାନଙ୍କୁ ଘାରିଛି। କ’ଣ କରାଗଲେ ଟିକେଟ ହାତଛଡ଼ା ନ ହେବ ସେଥିପାଇଁ ଚାଲିଛି ଫନ୍ଦି ଫିକର। ଟିକେଟ୍‌ ନ ମିଳିଲେ ଏଠାକାର ରାଜନୈତିକ ଗତିବିଧି ସଙ୍ଗେ ସଙ୍ଗେ ବଦଳିଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। 


ଭାଜପା ନେତା ଜ୍ୟୋତିରୀନ୍ଦ୍ର ନାଥ ମିତ୍ର(ଜିତୁ) ବିଜେଡିରେ ମିଶିବା ପରେ ଖୋର୍ଦ୍ଧା ଓ ବେଗୁନିଆ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା, ସମାଲୋଚନା ଓ ପର୍ଯ୍ୟାଲୋଚନା ଜୋର ଧରିଛି। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରେ ଟିକେଟ୍‌ ଦେବା ପାଇଁ ଜିତୁ ମିତ୍ରଙ୍କୁ ବିଜେଡିରେ ମିଶାଗଲା ବୋଲି କୁହାଯାଉଛି। ସେହିପରି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆରେ ଅବସ୍ଥାପିତ କରାଯିବାକୁ ପ୍ରସ୍ତାବ ରହିଥିବା ଚର୍ଚ୍ଚା ହେଉଛି। ଯଦି ରାଜେନ୍ଦ୍ର ବେଗୁନିଆ ପାଇଁ ଟିକେଟ୍‌ ପାଆନ୍ତି ତେବେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ (ଗଣେଶ) ବାଦ୍‌ ପଡିବେ। ଜିତୁଙ୍କ ଘରବାହୁଡ଼ା ପରେ ପ୍ରଶାନ୍ତ ଓ ରାଜେନ୍ଦ୍ର ଭୟଭୀତ ହୋଇପଡିଛନ୍ତି। ପ୍ରଶାନ୍ତଙ୍କୁ ଟିକେଟ୍‌ ଦେବାକୁ ବେଗୁନିଆ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରତ୍ୟହ କର୍ମୀ ସମ୍ମିଳନୀ, ସଭା ସମିତି ଚାଲିଛି। ଅନ୍ୟପକ୍ଷେ ଏଠାରେ ବିଜେଡିର ଦୁଇଟି ସମାନ୍ତରାଳ ଗୋଷ୍ଠୀ ସୃଷ୍ଟି ହୋଇ ବିବାଦ ହେବା ସାଧାରଣ ଘଟଣା। ଏଠାରେ ବିଧାୟକଙ୍କୁ ବିଜେଡିର ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କ ନେତୃତ୍ୱରେ ଏକ ଗୋଷ୍ଠୀ ବିରୋଧ କରୁଥିତ୍ଲେ। ଏଭଳିସ୍ଥଳେ ଟିକେଟ୍‌ ଦୌଡ଼ରେ କୃଷ୍ଣଚନ୍ଦ୍ର ବାରିକ, ରିଷଭ ନନ୍ଦ, ପ୍ରଦୀପ ସାହୁ ଅଛନ୍ତି। କୃଷ୍ଣଚନ୍ଦ୍ର ଆମ ଗଁ।  ପୁଅ ଆମ ସଙ୍ଗଠନ ବ୍ୟାନରରେ ନବୀନ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ରଖି ପ୍ରଚାର ଜାରି ରଖିଛନ୍ତି। କୃଷ୍ଣଚନ୍ଦ୍ର କୁହନ୍ତି, ୨୦୦୨ରୁ ବିଜେଡିରେ ଅଛନ୍ତି। ଟିକେଟ ନ ପାଇଲେ ମଧ୍ୟ ଦଳୀୟ ନୀତିକୁ ମାନି ନେବେ। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ କୁହନ୍ତି, ବେଗୁନିଆରେ ବିଜେଡି ଶକ୍ତିଶାଳୀ ରହିଛି। ସେ ଗତଥର ୪୩ ହଜାର ୪୨୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସାଢ଼େ ୪ ବର୍ଷ ଭିତରେ ୧୭୦୦ କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ କରି ବିକାଶକୁ ତ୍ୱରାନ୍ବିତ କରିଛନ୍ତି। ଏଣୁ ଟିକେଟ୍‌ ପାଇବାକୁ ତାଙ୍କର ଆଶା ଅଛି। ତେବେ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ସେ ତାହାକୁ ମାନିନେବେ ବୋଲି ସେ କହିଛନ୍ତି। ସେହିପରି ଗତଥର ଆମ ଓଡ଼ିଶା ପାର୍ଟିରୁ ନିର୍ବାଚନ ଲଢ଼ି ୨ୟ ସ୍ଥାନରେ ରହିଥିବା ପ୍ରଦୀପ ସାହୁ ଏବେ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ରହିଛନ୍ତି। ଏନେଇ ସେ ଆବେଦନ କରିଥିବା କହିଛନ୍ତି। ତାଙ୍କ କହିବାନୁଯାୟୀ, ସେ ମାଟିର ପୁଅ ହିସାବରେ ୨୦୦୯ ଓ ୨୦୧୪ ନିର୍ବାଚନ ଲଢ଼ିଥିଲେ। ସେ ପରାସ୍ତ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ସହ ଦୁଃଖସୁଖରେ ଭାଗୀଦାରି ହୋଇ ରହିଛନ୍ତି। ବିଜେଡିି ଟିକେଟ ପାଇଲେ ସେ ନିଶ୍ଚିତ ଜିତିବେ ବୋଲି କହିଛନ୍ତି। 

ଅନ୍ୟପକ୍ଷେ ୨୦୧୭ ପଞ୍ଚାୟତ ନିର୍ବାଚନରେ ବେଗୁନିଆର ୬ ଜିଲା ପରିଷଦ ଜୋନ ମଧ୍ୟରୁ ୩ଟିକୁ ଭାଜପା ଦଖଲ କରିବା ପରେ ଦଳୀୟ ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ିଛି। ପୁଣି ବିଜେଡି ଅସନ୍ତୁଷ୍ଟମାନଙ୍କୁ ନିଜ ଦଳକୁ ନେବା ପାଇଁ ଭାଜପା ପକ୍ଷରୁ ପ୍ରୟାସ ଜାରି ରହିଛି। ଏଠାରେ ଭାଜପାର ରାଜ୍ୟ ସମ୍ପାଦକ ଯତୀନ ମହାନ୍ତି ୨୦୧୪ ନିର୍ବାଚନରେ ପରାସ୍ତ ହୋଇ ପୁଣି ଟିକେଟ୍‌ ଲବିରେ ଅଛନ୍ତି। ସେହିଭଳି ପ୍ରକାଶ ଚନ୍ଦ୍ର ବିଜୁଳି ମଧ୍ୟ ଟିକେଟ୍‌ ଲବିରେ ଅଛନ୍ତି। ଯତୀନ ମହାନ୍ତି କୁହନ୍ତି, ୨୫ ବର୍ଷ ହେଲା ଭାଜପାରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ୧୩ ବର୍ଷ ହେଲା ପ୍ରତ୍ୟକ୍ଷ ଭାବେ ଦଳୀୟ ରାଜନୀତିରେ ଅଛନ୍ତି। ଦଳୀୟ ଟିକେଟ୍‌ ପାଇବା ନ ପାଇବା ତାଙ୍କ ପାଇଁ କିଛି ଫରକ ପକାଇବନି। ଦଳୀୟ କାର୍ଯ୍ୟ ଆଗରୁ ଯେପରି କରୁଥିଲେ ଟିକେଟ୍‌ ନ ପାଇଲେ ମଧ୍ୟ ପୂର୍ବବତ ଜାରି ରଖିବେ ବୋଲି କହିଛନ୍ତି। ପ୍ରକାଶ ଚନ୍ଦ୍ର ବିଜୁଳି କୁହନ୍ତି, ୨୦୦୯ରୁ ବେଗୁନିଆରେ ସଙ୍ଗଠନକୁ ତୃଣମୃଳ ସ୍ତରରୁ ସେ ସୁଦୃଢ଼ କରି ଆସିଛନ୍ତି। ଏଣୁ ଟିକେଟ୍‌ ପାଇବା ପାଇଁ ହକ୍‌ଦାର୍‌ ବୋଲି ସେ ଆଶାବାଦୀ। ଦଳ ଟିକେଟ୍‌ ଦେବା କ୍ଷେତ୍ରରେ ଯାହା ନିଷ୍ପତ୍ତି ନେବ ସେ ତାହାକୁ ସ୍ବାଗତ କରିବେ। ତେବେ ସ୍ଥାନୀୟ ନେତୃତ୍ୱକୁ ପ୍ରାଧାନ୍ୟ ଦେବା ପାଇଁ ତାଙ୍କର ଦାବି ରହିଛି। 


କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ମୂଳପୋଛ ହୋଇଗଲା। ଆସନ୍ତା ନିର୍ବାଚନ ପାଇଁ ଦଳର ଟିକେଟ୍‌ ଦୌଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ନଁା ଚର୍ଚ୍ଚାରେ ଥିବାବେଳେ ସେ ମୁହଁ ଖୋଲୁନାହାନ୍ତି। ତେବେ ପୃଥ୍ବୀବଲ୍ଲଭ ଟିକେଟ ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ। ସେହିପରି ସଦାଶିବ ମହାପାତ୍ର ଓ ପ୍ରଭାତ ପରିଡା ମଧ୍ୟ କଂଗ୍ରେସ ଟିକେଟ୍‌ ଦୌଡ଼ରେ ଅଛନ୍ତି। ସଦାଶିବ ମହାପାତ୍ର କୁହନ୍ତି, ତାଙ୍କ ବାପା କୈଳାସ ମହାପାତ୍ର ୨ଥର ବିଧାୟକ ହୋଇଥିଲେ। ୨୦୦୭ରୁ କଂଗ୍ରେସ ସହ ଅଛନ୍ତି। ଟିକେଟ କ୍ଷେତ୍ରରେ ଦଳୀୟ ନିଷ୍ପତ୍ତିକୁ ସେ ମାନିନେବେ। ପ୍ରଭାତ ପରିଡା କୁହନ୍ତି, ଆଞ୍ଚଳିକ ବିକାଶ ମଞ୍ଚ ମାଧ୍ୟମରେ ସେ ଲୋକଙ୍କ ସୁଖ ଦୁଃଖରେ ରହିଛନ୍ତି। ଟିକେଟ ନ ପାଇଲେ ଦଳୀୟ ଶୃଙ୍ଖଳା ଭଙ୍ଗ କରିବେ ନାହିଁ।

ଲୋକନାଥ ମିଶ୍ର/ମନୋରଞ୍ଜନ ମିଶ୍ର


All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri