ରାଜ୍ୟ |

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା। ଗୋବିନ୍ଦପୁର ବଦଳରେ ସୃଷ୍ଟି ହୋଇଥିଲା ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ। ନିଆଳି ବ୍ଲକର ୨୩, ବାରଙ୍ଗର ୮ ଓ କଣ୍ଟାପଡ଼ା ବ୍ଲକର ୧୪ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଜଗତ୍‌ସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ଏହି ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଗତ ଦୁଇ ଥର ବିଜୟୀ ହୋଇଛନ୍ତି। ୨୦୦୯ରେ ଡାକ୍ତର ମଲ୍ଲିକ ୫୦ହଜାର ୬୫୩ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆର୍ତ୍ତତ୍ରାଣ ମଲ୍ଲିକଙ୍କୁ ପରାସ୍ତ କରିଥିଲେ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଛବି ମଲ୍ଲିକଙ୍କୁ ଟିକେଟ୍‌ ଦେଇଥିବାବେଳେ ବିଜେଡି ଶେଷ ମୁହୂର୍ତ୍ତରେ ଅର୍ଥାତ୍‌ ନାମାଙ୍କନପତ୍ର ଦାଖଲର ପୂର୍ବଦିନ ଡାକ୍ତର ମଲ୍ଲିକଙ୍କୁ ଟିକେଟ୍‌ ଦେଇଥିଲା। ଅନ୍ୟପକ୍ଷରେ ଭାଜପା ୨୦୦୯ର ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକଙ୍କୁ ଟିକେଟ୍‌ ଦେଇଥିଲା। ବିଜେଡି ପ୍ରାର୍ଥୀ ଡାକ୍ତର ମଲ୍ଲିକ ୨୫ହଜାର ୮୦୯ ଭୋଟରେ କଂଗ୍ରେସ ପ୍ରାର୍ଥୀ ଛବିଙ୍କୁ ପରାସ୍ତ କରିଥିଲେ। ଭାଜପା ପ୍ରାର୍ଥୀ ସୁଶାନ୍ତ ୧୧ହଜାର ୮୩୧ ତୃତୀୟ ସ୍ଥାନରେ ରହିଥିଲେ।

୨୦୧୯ର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଛବି ମଲ୍ଲିକ ଭାଜପାରେ ଯୋଗ ଦେଇଥିବାବେଳେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଆର୍ତ୍ତତ୍ରାଣ ମଲ୍ଲିକ ଇତିମଧ୍ୟରେ ବିଜେଡିରେ ଯୋଗଦେଇଛନ୍ତି। ଏଭଳି ପରିସ୍ଥିତିରେ ବିଜେଡି ଓ ଭାଜପାରୁ ଆଶାୟୀଙ୍କ ସଂଖ୍ୟା ନିଆଳି ପାଇଁ ବେଶ୍‌ ଲମ୍ବା ରହିଛି। ଦୁଇ ଥରର ବିଧାୟକ ପ୍ରମୋଦ ତୃତୀୟ ଥର ଟିକେଟ ଆଶାରେ ଥିବାବେଳେ ନୂଆକରି ଦଳରେ ଯୋଗ ଦେଇଥିବା ଆର୍ତ୍ତତ୍ରାଣ ମଧ୍ୟ ପ୍ରମୁଖ ଟିକେଟ ଦାବିଦାର ସାଜିଛନ୍ତି। ଏହାବାଦ ଯୁବନେତା ବିପିନ ବେହେରା, ଆଡଭୋକେଟ କୃଷ୍ଣ ମଲ୍ଲିକ ପ୍ରମୁଖ ମଧ୍ୟ ବିଜେଡି ଟିକେଟ ଆଶାରେ ରହିଛନ୍ତି। ସୂଚନାଥାଉ କି, ୨୦୧୪ରେ ବିଜେଡି ପ୍ରମୋଦଙ୍କ ନାମ ଘୋଷଣା କରିବା ପରେ କୃଷ୍ଣ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ମାତ୍ର ଦଳୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପରେ ସେ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେବ ବୋଲି କୃଷ୍ଣ ଆଶାୟୀ ଥିବାବେଳେ ବିଧାୟକ ପ୍ରମୋଦ ନିଜର ସାଂଗଠନିକ ଶକ୍ତିକୁ ନେଇ ପୁଣି ଥରେ ଟିକେଟ ପାଇବେ ବୋଲି ଦୃଢୋକ୍ତି କରିଛନ୍ତି। ପ୍ରମୋଦଙ୍କ ମତରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ନିର୍ବାଚନମଣ୍ଡଳୀର ସମସ୍ତ ଜିଲା ପରିଷଦ ସଦସ୍ୟଙ୍କୁ ବିଜୟୀ କରିବା ସହିତ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ପଞ୍ଚାୟତ ସମିତି ବିଜେଡି ସମର୍ଥନରେ ଗଠନ କରାଯାଇଛି। ଦଳର ସଭାପତିଙ୍କର ତାଙ୍କ ଉପରେ ଦୃଢ଼ବିଶ୍ୱାସ ରହିଛି। ତେଣୁ ଆଗାମୀ ନିର୍ବାଚନରେ ସଭାପତି ତାଙ୍କ ଉପରେ ବିଶ୍ୱାସ ରଖିବେ। ଟିକେଟ ନ ମିଳିଲେ ଦଳ ସହିତ ରହିବେ ବୋଲି ପ୍ରମୋଦ କହିଥିଲେ। ଅନ୍ୟତମ ଆର୍ତ୍ତତ୍ରାଣ କହିଛନ୍ତି ଯେ, ୨୦୧୪ଠାରୁ ସେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରୁ ଟିକେଟ ମିଳିଲେ ନିର୍ବାଚନ ଲଢ଼ିବାକୁ ଆଶା ବାନ୍ଧିଛନ୍ତି। ଟିକେଟ ନମିଳିଲେ ସେ ଦଳରେ ରହି ଜଣେ ଶୃଙ୍ଖଳିତ କର୍ମୀଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟ ଆଶାୟୀ ବିପିନ ଓ କୃଷ୍ଣ ମଧ୍ୟ ସମାନ ଢଙ୍ଗରେ ମତ ଦେଇ କହିଛନ୍ତି, ଦଳରେ ସେମାନେ ଶୃଙ୍ଖଳିତ କର୍ମୀ। ନବୀନଙ୍କ ନିର୍ଦ୍ଦେଶ ସେମାନଙ୍କ ପାଇଁ ସର୍ବମାନ୍ୟ ବୋଲି କହିଥିଲେ। 

ବିଜେଡି ଅବସ୍ଥା ଏଭଳି ଥିବାବେଳେ ଭାଜପାର ମଧ୍ୟ ଅନୁରୂପ ଅବସ୍ଥା। ୨୦୦୯ ଓ ୨୦୧୪ରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ସୁଶାନ୍ତ ଓ ଛବି ଟିକେଟ୍‌ ପାଇଁ ପ୍ରମୁଖ ଦାବିଦାର। ଯେହେତୁ ଛବି ୨୦୧୪ରେ ୬୨ହଜାର ଭୋଟ ପାଇଥିଲେ ତେଣୁ ଭାଜପା ତାଙ୍କୁ ନିଆଳିରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ପ୍ରାର୍ଥିତ୍ୱ ସମ୍ପର୍କରେ ଛବି କୌଣସି ମତାମତ ଦେବାକୁ ମନା କରିଥିବାବେଳେ ସୁଶାନ୍ତ ଦଳରେ ନିଷ୍ଠାର ସହିତ କାର୍ଯ୍ୟ କରୁଥିବା କହିଛନ୍ତି। ତେଣୁ ଦଳ ତାଙ୍କ ଉପରେ ଦୃଢ ଆସ୍ଥା ରଖିବ ବୋଲି ସେ ଆଶା କରିଛନ୍ତି। ଟିକେଟ ନ ମିଳିଲେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭଳି କାମ କରିବେ ବୋଲି ସୁଶାନ୍ତ କହିଥିଲେ। ଭାଜପାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ବେଣୁଧର ବେହେରା କୁହନ୍ତି, ଦଳରେ ସେ ଦୀର୍ଘଦିନ ହେଲା ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ଟିକେଟ ପାଇବା ପାଇଁ ସେ ଆଶା ରଖିଛନ୍ତି। ଟିକେଟ ନ ମିଳିଲେ ସେ ଆଦୌ ବିଚଳିତ ନ ହୋଇ ଦଳର କାର୍ଯ୍ୟ କରିଚାଲିବେ ବୋଲି ସେ କହିଛନ୍ତି। 

କଂଗ୍ରେସରୁ ଟିକେଟ୍‌ ପାଇବା ପାଇଁ ଏକମାତ୍ର ଆଶାୟୀ ରହିଛନ୍ତି ଅଭିମନ୍ୟୁ ମଲ୍ଲିକ। ତାଙ୍କୁ ଦଳରୁ ଟିକେଟ ମିଳିବା ନିଶ୍ଚିତ ବୋଲି ସେ କହିଛନ୍ତି। କଂଗ୍ରେସ ଭୋଟ ସ୍ଥିର ଅଛି। ନେତା ଚାଲିଗଲେ ଭୋଟର ଚାଲିଯାଆନ୍ତି ସେ ଆଶା କରିବା ନିରର୍ଥକ ବୋଲି ଅଭିମନ୍ୟୁ କହିଛନ୍ତି। ନିର୍ବାଚନରେ କଂଗ୍ରେସର ବିଜେଡି ସହିତ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଅଭିମନ୍ୟୁ କହିଛନ୍ତି। 

ନିର୍ମଳ ପଣ୍ଡା/ସୁର ନାରାୟଣ ସାହୁ

All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri