ରାଜ୍ୟ |

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। ତାଙ୍କ ରାଜନୈତିକ ଜୀବନ ଏଠାରୁ ହିଁ ଆରମ୍ଭ ହୋଇଥିଲା। ଯଦିଓ ଏଠାରୁ ସେ ପ୍ରାର୍ଥୀ ହେବାର ସମ୍ଭାବନା ଦେଖାଯାଉନି ତଥାପି ନିଜ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀମଣ୍ଡିତ କରିବା ତାଙ୍କ ପାଇଁ ବଡ଼ ସମ୍ମାନର ପ୍ରଶ୍ନ ବୋଲି କୁହାଯାଉଛି। ସେହିପରି ଗତ ଦୁଇଟି ନିର୍ବାଚନରେ ଏହି ଆସନକୁ ବିଜେଡି କବ୍‌ଜା କରି ରଖିଥିବାରୁ ତୃତୀୟ ଥର ପାଇଁ ମଧ୍ୟ ଦଳ ଏଠାରେ ଜୟଲାଭ କରିବାକୁ ଅଣ୍ଟା ଭିଡ଼ିଛି। ତେବେ ଭାଜପା ଓ ବିଜେଡି ଅପେକ୍ଷା କଂଗ୍ରେସର ସ୍ଥିତି ସାମାନ୍ୟ ଦୁର୍ବଳ ଥିଲେ ବି ଦଳ ଏଥର ଏଠାରୁ ବିଜୟର ସ୍ବାଦ ଚାଖିବା ପାଇଁ ଆଶା ବାନ୍ଧିଛି। ସବୁଠାରୁ ବଡ଼କଥା ହେଲା ଦୀର୍ଘ ବର୍ଷରୁ ପାଲଲହଡାରୁ ତାଳଚେର ଅଞ୍ଚଳର ନେତାମାନେ ଜିତି ଆସୁଥିବାରୁ ଏଥର ସ୍ଥାନୀୟ ଚେହେରା ଉପରେ ଭୋଟରଙ୍କ ଫୋକସ ରହିବ ବୋଲି ଜୋରଦାର ଚର୍ଚ୍ଚା ହେଉଛି। 

ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ପାଲଲହଡା ନିର୍ବାଚନମଣ୍ଡଳୀ ୨୦୦୦ ମସିହାରେ ବିଜେଡି-ଭାଜପା ମେଣ୍ଟ ହାତକୁ ଯାଇଥିଲା। ଭାଜପା ବିଧାୟକ ଭାବେ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୪ରେ ଏହା ପୁଣି କଂଗ୍ରେସ କବ୍‌ଜାକୁ ଯାଇଥିଲା। ବର୍ତ୍ତମାନର ପରଜଙ୍ଗ ବିଧାୟକ ତଥା ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ ଏଠାରୁ ବିଜୟୀ ହୋଇଥିଲେ। କିନ୍ତୁ ୨୦୦୯ରେ ବିଜେଡିର ରବି ନାରାୟଣ ପାଣି ଓ ୨୦୧୪ ନିର୍ବାଚନରେ ବିଜେଡିର ମହେଶ ସାହୁ ଏଠାରୁ ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ବିଧାୟକ ସାହୁ ପ୍ରାର୍ଥୀ ହେବାକୁ ଦୃଢ଼ ଦାବିଦାର ବୋଲି କହୁଛନ୍ତି। କିନ୍ତୁ ଦଳରେ ଆଶାୟୀଙ୍କ ସଂଖ୍ୟା କମ୍‌ ନାହିଁ। ପୂର୍ବତନ ବିଧାୟକ ରବି ନାରାୟଣ ପାଣି, ବରିଷ୍ଠ ନେତା ଜଗମୋହନ ପ୍ରଧାନ, ଯୁବନେତା ଇଂ. ସନ୍ଦୀପ ପ୍ରଧାନ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ବେହେରା, ଯୁଧିଷ୍ଠିର ଗଡ଼ନାୟକ ଟିକେଟ ଦୌଡ଼ରେ ରହିଛନ୍ତି। ସେହିପରି ମହିଳାଙ୍କ ପାଇଁ ନବୀନ ପଟ୍ଟନାୟକଙ୍କ ୩୩ ପ୍ରତିଶତ ସଂରକ୍ଷଣ ନୀତି ଆଧାରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷା କ୍ଷୀରୋଦରୀ ବେହେରା ମଧ୍ୟ ଆଶାୟୀ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ତେବେ ମହେଶ ହୁଅନ୍ତୁ ଅବା ଅନ୍ୟକେହି, ପାଲଲହଡ଼ା ଆସନ ହାତେଇବା ବିଜେଡି ପାଇଁ ଏଥର ସହଜ ହେବନାହିଁ ବୋଲି କୁହାଯାଉଛି। କାରଣ ଦଳରେ ଥିବା ଗୋଷ୍ଠୀ କନ୍ଦଳ, ବିଧାୟକଙ୍କ ଦୁର୍ବଳ ସାଙ୍ଗଠନିକ ଦକ୍ଷତା, ଦୁଇ ବ୍ଲକ ସଭାପତିଙ୍କ ସହ ବିଧାୟକଙ୍କ ବିବାଦ ଏବଂ ଗତ ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ବିଫଳତା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ସମଲ ଏବଂ ରେଙ୍ଗାଳି ନଦୀବନ୍ଧ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ଦିଗରେ ସରକାର ସେପରି ପଦକ୍ଷେପ ନେଇ ନ ଥିବାରୁ ସ୍ଥାନୀୟ ଭୋଟର ବିଜେଡି ବିରୋଧରେ ଯିବା ସମ୍ଭାବନା ମଧ୍ୟ ରହିଛି। ଏ ସମ୍ପର୍କରେ ବିଧାୟକ ମହେଶ ସାହୁ କହିଛନ୍ତି, ଲୋକଙ୍କ ସମର୍ଥନ ମୋ ପ୍ରତି ଅଛି। ଏହାକୁ ପାଥେୟ କରି ଦଳର ସଭାପତି ମୋତେ ସୁଯୋଗ ଦେବେ ବୋଲି ଆଶା ରଖିଛି। ତଥାପି ଦଳ ଯାହା ନିଷ୍ପତ୍ତି ନେବ ତାହା ଗ୍ରହଣ କରିବି। ରବି ନାରାୟଣ ପାଣି କହିଛନ୍ତି, ବିଗତ ଦିନରେ ପାଲଲହଡା ନିର୍ବାଚନମଣ୍ଡଳୀରେ କରିଥିବା କାର୍ଯ୍ୟ ଏବଂ ଲୋକ ସମ୍ପର୍କକୁ ପାଥେୟ କରି ଏଥର ଟିକେଟ୍‌ ପାଇଁ ଆଶାବାଦୀ ଅଛି। ତେବେ ଦଳ ଯାହା ନିଷ୍ପତ୍ତି କରିବ ତାକୁ ମାନିବି।


ଅପରପକ୍ଷରେ ଭାଜପା ଏଠାରୁ କାହାକୁ ପ୍ରାର୍ଥୀ କରିବ ତାହା ଏଯାଏ ଘୋଷଣା କରି ନ ଥିଲେ ବି ବିଜେଡିକୁ ଚାଲେଞ୍ଜ ଦେଇ ପାଲଲହଡା ବ୍ଲକ ଅଧ୍ୟକ୍ଷ ବନିଥିବା ଯୁବନେତା ମୁକେଶ କୁମାର ପାଲ ଏଠାରୁ ଦଳୀୟ ଟିକେଟ୍‌ ପାଇଁ ଆଶା ବାନ୍ଧିଛନ୍ତି। ଦୁଇ ବ୍ଲକ ପାଲଲହଡ଼ା ଓ କଣିହଁା ବୁଲି ସେ ସଙ୍ଗଠନକୁ ସୁଦୃଢ କରିଛନ୍ତି। ତାଙ୍କ ବ୍ୟତୀତ ଗତଥର ନିର୍ବାଚନରେ ପରାଜିତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଟିକେଟ ଦୌଡରେ ରହିଛନ୍ତି। ଗତ ପଞ୍ଚାୟତ ନିର୍ବାଚନର ଫଳ ଏଠାରେ ଭାଜପା ପାଇଁ ବଳ ହେବ ବୋଲି କୁହାଯାଉଛି। ଏ ସମ୍ପର୍କରେ ମୁକେଶ କୁମାର ପାଲ କହିଛନ୍ତି, ପାଲଲହଡା ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ସଙ୍ଗଠନ କରିଥିବାରୁ ପଞ୍ଚାୟତ ନିର୍ବାଚନରେ ୪ ଜିଲା ପରିଷଦ ସିଟ୍‌ ଦଳ ଅକ୍ତିଆର କରିଛି। ଲୋକଙ୍କ ସମର୍ଥନ ଥିବାରୁ ଟିକେଟ୍‌ ପାଇଁ ଆଶା ରଖିଛି। ଆଶୋକ ମହାନ୍ତି କହିଛନ୍ତି, ୧୦ ବର୍ଷ ହେବ ପାଲଲହଡାବାସୀଙ୍କ ସହ ରହିଆସିଛି। ସଙ୍ଗଠନ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସିଛି। ତେଣୁ ଟିକେଟ ପାଇବା ପାଇଁ ଆଶାବାଦୀ ଅଛି I

ସେହିପରି କଂଗ୍ରେସରୁ ଯୁବନେତା ସୁବ୍ରତ ଗଡ଼ନାୟକ ଟିକେଟ ଦୌଡରେ ସବୁଠୁ ଆଗରେ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ଫକୀର ସାମଲ ଏବଂ ଗତଥର ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ସୁବୋଧ ପାଣି ଆଶାୟୀଙ୍କ ତାଲିକାରେ ଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ସୁବ୍ରତ ଗଡ଼ନାୟକ କହିଛନ୍ତି, ପାଲଲହଡା ନିର୍ବାଚନମଣ୍ଡଳୀରେ କଂଗ୍ରେସ ସଙ୍ଗଠନକୁ ସୁଦୃଢ କରିବା ଦିଗରେ କାର୍ଯ୍ୟକରୁଛି। ବର୍ତ୍ତମାନ ଦଳ ଯୁବବର୍ଗଙ୍କୁ ଗୁରୁତ୍ୱ ଦେଉଥିବାରୁ ଏଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବି ବୋଲି ଆଶା ରଖିଛି।

ଦିବ୍ୟଜ୍ୟୋତି ଦାଶ

All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri