ରାଜ୍ୟ |

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। ୨୦୦୯ ଏବଂ ୨୦୧୪ରେ ଏଠାରୁ ଲଗାତର ବିଜୟୀ ହୋଇଥିବା ବିଧାୟକ ଡ. ନୃସିଂହ ଚରଣ ସାହୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଗତ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଦୁର୍ଗ ଦଖଲ କରି କ୍ଷମତା ହାତେଇବା ଆଶାରେ ରହିଛି ଗୈରିକ ଦଳ। ସେହିପରି କଂଗ୍ରେସ ମଧ୍ୟ ପୁରୁଣା ଫର୍ମକୁ ଫେରିବାକୁ କସରତ ଆରମ୍ଭ କରିସାରିଲାଣି। 


୨୦୦୪ରେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ ଡା. ନୃସିଂହ ଚରଣ ସାହୁ। ତତ୍କାଳୀନ ସମୟରେ ପରଜଙ୍ଗ ବ୍ଲକ ପାଲଲହଡ଼ା ନିର୍ବାଚନମଣ୍ଡଳୀର ଅଂଶ ଥିଲା। ସୀମା ପୁନଃନିର୍ଦ୍ଧାରଣ ପରେ ସେ ବିଜେଡିରେ ସାମିଲ ହୋଇ ପରଜଙ୍ଗରୁ କ୍ରମାଗତ ୨ଥର ବିଜୟୀ ହୋଇଛନ୍ତି। ଚଳିତ ନିର୍ବାଚନରେ ମଧ୍ୟ ସେ ପ୍ରାର୍ଥୀ ହେବେ ବୋଲି ଆଶାବାଦୀ। ହେଲେ ବିଧାୟକଙ୍କୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ଲାଗିରହିଛି। ବଡ଼ଝରା ମଗରମୁହାଣ, କନ୍ତୋର ନୃସିଂହସାଗର ଭଳି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, ପରିଜଙ୍ଗକୁ ଏନ୍‌ଏସି ମାନ୍ୟତା ଅଧୁରା ରହିଛି। ଏସବୁ ଅସନ୍ତୋଷର ପ୍ରମୁଖ କାରଣ ସାଜିଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ନିର୍ବାଚନମଣ୍ଡଳୀର ୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୪ଟି ଛଡ଼ାଇ ନେଇଥିଲା ଭାଜପା। ସାଧାରଣ ନିର୍ବାଚନରେ ମଧ୍ୟ ଏହା ମନ୍ତ୍ରୀଙ୍କ ଅଡୁଆ ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ଏସବୁ ସତ୍ତ୍ୱେ ଅନ୍ୟକେହି ଟିକେଟ ଦାବିଦାର ନ ଥିବାରୁ ଚଳିତ ନିର୍ବାଚନରେ ନୃସିଂହ ଟିକେଟ ପାଇବା ସୁନିଶ୍ଚିତ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ଏ ସମ୍ପର୍କରେ ମନ୍ତ୍ରୀ କୁହନ୍ତି, ସେ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଦଳ ଉପରେ ଭରସା ରହିଛି। ବାକି ଯାହା କିଛି କାମ ଅଛି ତାହାର ସମାଧାନ କରିବାକୁ ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି।


ଗତ ନିର୍ବାଚନରେ ନୃସିଂହ ସାହୁ ଏବଂ ଭାଜପା ଜିଲା ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ବିଜେଡି-ଭାଜପା ମଧ୍ୟରେ ଭୋଟ ବ୍ୟବଧାନ ହାର ରହିଥିଲା ମାତ୍ର ୩,୦୫୨। ବିଭୂତି ୨ଥର ବିଧାୟକ ପ୍ରାର୍ଥୀ ରହିଥିବାବେଳେ ସବୁଥର ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ତଥାପି ସେ ଚଳିତ ଥର ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି। ଏ ନେଇ ସେ କୁହନ୍ତି, ଦୀର୍ଘବର୍ଷ ହେଲା ଭାଜପାର ଶୃଙ୍ଖଳିତ କର୍ମୀ ହୋଇ କାର୍ଯ୍ୟ କରି ଆସୁଛନ୍ତି। ପରଜଙ୍ଗ ପାଇଁ ଦଳରୁ ଆଉ କେହି ଆଶାୟୀ ପ୍ରାର୍ଥୀ ନାହାନ୍ତି। ସମସ୍ତ ଦଳୀୟ କର୍ମୀଙ୍କ ତାଙ୍କ ଉପରେ ଭରସା ରହିଛି। ଟିକେଟ ମିଳିଲେ ସେ ନିଶ୍ଚିତ ସଫଳ ହେବେ ବୋଲି ଦୃଢ଼ତାର ସହ କହିଛନ୍ତି।

ଅପରପକ୍ଷେ ଗୋଷ୍ଠୀକନ୍ଦଳ କଣ୍ଟା ଲାଗିଛି କଂଗ୍ରେସ ତଣ୍ଟିରେ। ବିଗତ ନିର୍ବାଚନଗୁଡ଼ିକର ସ୍ଥିତି ସମୀକ୍ଷା କଲେ କଂଗ୍ରେସକୁ ୩ୟ ସ୍ଥାନରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି। ଏଥର ଦଳରୁ ୪ଜଣ ଆଶାୟୀ ଟିକେଟ ଦୌଡ଼ରେ ଅଛନ୍ତି। ସେମାନଙ୍କ ମଧ୍ୟରେ ଜିଲା ଉପସଭାପତି ସନ୍ତୋଷ ରାଉତ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିମଳ ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ, ବରିଷ୍ଠ ଆଇନଜୀବୀ ରମେଶ ବେହେରା ନାମ ଆଗରେ ରହିଛି।

୨୦୧୪ରେ ସନ୍ତୋଷକୁ କଂଗ୍ରେସ ପ୍ରାର୍ଥୀ କରିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଆଶାଜନକ ନ ଥିଲା। ତାଙ୍କ ପ୍ରାର୍ଥିତ୍ୱକୁ ନେଇ ସୃଷ୍ଟି ହୋଇଥିବା ଝଡ଼ ଦଳକୁ ଭାରି ପଡ଼ିଥିଲା। ଅନେକ ନେତାକର୍ମୀ କଂଗ୍ରେସ ହାତ ଛାଡ଼ି ବିରୋଧୀ ଶିବିରରେ ସାମିଲ ହୋଇଥିଲେ। ଏ ନେଇ ସନ୍ତୋଷ କୁହନ୍ତି, ବିଗତ ଦିନର ପରାଜୟକୁ ଭୁଲି ସେ ସଙ୍ଗଠନକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଦଳ ତାଙ୍କୁ ଟିକେଟ ଦେଲେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେହିପରି ବିମଳ କୁହନ୍ତି, ସେ ବିଭିନ୍ନ ସମୟରେ କର୍ମୀଙ୍କୁ ନେଇ ସଙ୍ଗଠନ ସଦୃଢ଼ କରିଛନ୍ତି। ତାଙ୍କୁ ଟିକେଟ ମିଳିଲେ ଯୁବକ ହିସାବରେ ମତଦାତାଙ୍କ ଦ୍ୱାରା ସେ ବେଶି ଗ୍ରହଣୀୟ ହେବେ। ବରିଷ୍ଠ ଆଇନଜୀବୀ ରମେଶ ବେହେରା ମଧ୍ୟ ଟିକେଟ ଲବିରେ ଅଛନ୍ତି। ସେ କିଛିଦିନ ହେବ ବିଭିନ୍ନ ଅଞ୍ଚଳକୁ ଯାଇ କର୍ମୀ ସମ୍ମିଳନୀ କରୁଛନ୍ତି। କଂଗ୍ରେସର ଟିକେଟ ଦାବିଦାରଙ୍କ ମଧ୍ୟରେ ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନଙ୍କ ନାମ ମଧ୍ୟ ରହିଛି। ଭାଜପାରେ ଅଣଦେଖା ଯୋଗୁ କିଛିଦିନ ତଳେ ନିରାକାର କଂଗ୍ରେସ ଶିବିରରେ ଯୋଗଦେଇଛନ୍ତି। ନିର୍ବାଚନମଣ୍ଡଳୀର କଂଗ୍ରେସ କର୍ମୀଙ୍କୁ ସାଙ୍ଗରେ ନେଇ ସେ ରଣାଙ୍ଗନକୁ ଓହ୍ଲାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏ ନେଇ ନିରାକାର କୁହନ୍ତି, ଫାର୍ମାସିଷ୍ଟ ଚାକିରି ଛାଡ଼ି ସେ ରାଜନୀତିକୁ ଆସିଛନ୍ତି। ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁତ୍ରବଧୂଙ୍କୁ ହରାଇ ସେ ଏକଦା ୨ନଂ. ଜିଲା ପରିଷଦ ଜୋନ୍‌ରୁ ବିଜୟୀ ହୋଇଥିଲେ। ନିଜ ଉଦ୍ୟମରେ ସେ ଲୋକସମ୍ପର୍କ ସୃଷ୍ଟି କରିଛନ୍ତି। ଦଳ ତାଙ୍କ ଉପରେ ଭରସା କଲେ ସେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ନିଗମାନନ୍ଦ ଦଳବେହେରା


All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri