ରାଜ୍ୟ |

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ୩ ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡିରେ ପ୍ରାର୍ଥୀ ଚୟନ ଲାଗି କସରତ ଜାରି ରହିଛି। କଂଗ୍ରେସର ୨ ଜଣ ଓ ବିଜେଡିର ୨ ଜଣ ପ୍ରମୁଖ ଆଶାୟୀ ପ୍ରାର୍ଥୀଙ୍କ ନଁ। ଚର୍ଚ୍ଚାକୁ ଆସିଥିବା ବେଳେ ଭାଜପାର ଜଣେ ମାତ୍ର ଆଶାୟୀ ଥିବା କୁହାଯାଉଛି। ୪ର୍ଥ ପର୍ଯ୍ୟାୟରେ ଏହି ଆସନ ପାଇଁ ଭୋଟଗ୍ରହଣ କରାଯିବ। ଚୂଡ଼ାନ୍ତ ପ୍ରାର୍ଥତ୍ତାଲିକା ଘୋଷଣା ହୋଇ ନ ଥିଲେ ମଧ୍ୟ ସବୁ ଦଳ ଭୋଟରଙ୍କୁ ଭେଟିବା ଅଭିଯାନ ଆରମ୍ଭ କରିଛନ୍ତି। ଏନେଇ ରାଜନୈତିକ ଉଷ୍ମତା ବାରି ହୋଇପଡୁଛି। ଭାଜପାର କର୍ମୀମାନେ ବିଜୟ ସଂକଳ୍ପ ଯାତ୍ରାରେ ଗଁ।କୁ ଗଁ। ବୁଲୁଥିବା ବେଳେ ଶାସକ ବିଜେଡିର କର୍ମୀ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଚଳାଇଛନ୍ତି। କଂଗ୍ରେସ କେବଳ ସଭା ସମାବେଶରେ ସୀମିତ ରହିଛି। ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି।



୨୦୧୪ ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ମୁକ୍ତିକାନ୍ତ ମଣ୍ଡଳ ଏଠାରୁ ନିର୍ବାଚିତ ହୋଇଥିଲେ। ଭାଜପା ୨ୟ ଏବଂ କଂଗ୍ରେସ ୩ୟ ସ୍ଥାନରେ ରହିଥିଲା। ବର୍ତ୍ତମାନ ବିଧାୟକ ମଣ୍ଡଳଙ୍କ ସମେତ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଜେଡି ଟିକେଟ ପାଇଁ ଲବି ଚଳାଇଥିବା ବେଳେ କଂଗ୍ରେସରେ ଡା.ବିଦ୍ୟାଧର ଜେନା ଓ ରଞ୍ଜନ ବେହେରାଙ୍କ ସମେତ ୩ ଜଣ ଆଶାୟୀ ରହିଛନ୍ତି। ଭାଜପାରେ ଅନ୍ୟ କେହି ଆଶାୟୀ ନ ଥିବାରୁ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଦଳରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ସୁଦ୍ଧା ଟିକେଟ ବଣ୍ଟନ ନେଇ ଅଙ୍କକଷା ଛିଡି ନ ଥିବାରୁ କର୍ମୀ ମହଲରେ ଉତ୍କଣ୍ଠା ସୃଷ୍ଟି କରିଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପାର ଭୋଟହାର ବୃଦ୍ଧି ଉଭୟ ଶାସକ ବିଜେଡି ଓ କଂଗ୍ରେସକୁ ଚିନ୍ତାରେ ପକାଇଛି। ଏଣୁ ସାଧାରଣ ନିର୍ବାଚନରେ ଏହି ୩ ପ୍ରମୁଖ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି।  ଧାମନଗର ବିଧାନସଭା ଆସନ (୪୬ ନମ୍ବର) ଧାମନଗର ଏନ୍‌ଏସି ଏବଂ ତିହିଡି ବ୍ଲକରୁ ୧୨ ପଞ୍ଚାୟତକୁ ନେଇ ଗଠିତ। ତଫସିଲଭୁକ୍ତ ଜାତି ଲାଗି ଏହା ସଂରକ୍ଷିତ ରହିଛି। ୨୦୦୪ ନିର୍ବାଚନରେ ଭାଜପା-ବିଜେଡି ମେଣ୍ଟ ପ୍ରାର୍ଥୀ ମନମୋହନ ସାମଲ ଏହି ଆସନକୁ କଂଗ୍ରେସ ହାତରୁ ଛଡ଼ାଇ ନେଇଥିଲେ। ଏହାପରେ ବିଜେଡି କ୍ରମାଗତ ୨ ଥର ଏଠାରୁ ବିଜୟ ହାସଲ କରିଛି। ବିଜେଡି ସହ ଭାଜପା ମେଣ୍ଟ ଥିବାବେଳେ ମନମୋହନ ସାମଲ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ବିଜେଡିରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଥିଲା। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡିର ପୂର୍ବତନ ବ୍ଲକ ସଭାପତି ତଥା ବ୍ଲକ ଅଧ୍ୟକ୍ଷ ଥିବା ଅଶୋକ ନାୟକଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରେ ଅଶୋକ ଭାଜପା ସହିତ ହାତ ମିଳାଇ ପଞ୍ଚାୟତ ନିର୍ବାଚନରେ ବିଜେଡି ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ଫଳରେ ଭାଜପା ୪ଟି ଯାକ ଜିଲାପରିଷଦ ଆସନ ହାତେଇଥିଲା। ଅଶୋକ ନିଜେ ଦ୍ୱିତୀୟ ଥର ସକାଶେ ବ୍ଲକ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ଗତ ପଞ୍ଚାୟତ ନିର୍ବାଚନର ନୈରାଶ୍ୟଜନକ ଫଳାଫଳକୁ ଦୃଷ୍ଟିରେ ରଖି ବିଜେଡିର ଏକ ଗୋଷ୍ଠୀ ବିଧାୟକ ମଣ୍ଡଳଙ୍କ ସ୍ଥାନରେ ରାଜେନ୍ଦ୍ର ଦାସଙ୍କୁ ଟିକେଟ ଦେବା ଲାଗି ଲବି ଚଳାଇଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ଓ କଂଗ୍ରେସ ଶାସକ ଦଳକୁ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ପାରମ୍ପରିକ ଭୋଟକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ଦଳ ମଧ୍ୟ ଉଦ୍ୟମ ଚଳାଇଛି। 


ଭାଜପାର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି, ଗତ ଦୁଇ ନିର୍ବାଚନରେ ସେ ଅଳ୍ପ ଭୋଟ ବ୍ୟବଧାନରେ ବିଜେଡିଠାରୁ ହାରିଯାଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ପ୍ରଶାସନିକ କାର୍ଯ୍ୟରେ କିଭଳି ଉପେକ୍ଷା କରାଯାଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ତାହା ଲୋକେ ବୁଝିସାରିଛନ୍ତି। ଏ ଦିଗରେ ସେ ଜନମତ ସୃଷ୍ଟି କରିଆସିଛନ୍ତି। ତାଙ୍କୁ ଟିକେଟ ମିଳିଲେ ସେ ଭୋଟରଙ୍କ ସମର୍ଥନ ହାସଲ କରିପାରିବେ ବୋଲି ଆଶା ରଖିଛନ୍ତି। ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, ୨୦୧୪ ନିର୍ବାଚନରେ ରାଜେନ୍ଦ୍ରଙ୍କୁ ଟିକେଟ ମିଳି ନ ଥିଲା। ଦଳ ତାଙ୍କୁ ଟିକେଟ ଦେଇ ନିର୍ବାଚନ ଲଢ଼ିବା ସୁଯୋଗ ଦେଇଥିଲା। ବିଗତ ୫ ବର୍ଷ ମଧ୍ୟରେ ସେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିଥିବାରୁ ଏଥର ଟିକେଟ ପାଇବାକୁ ଆଶା ବାନ୍ଧିଛନ୍ତି। ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ କହିଛନ୍ତି, ଦଳରେ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ସେ ରାଜ୍ୟସ୍ତରରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି। ପୂର୍ବରୁ ବିଧାୟକ ଥିବା ସମୟରେ ସେ ମଧ୍ୟ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି। ଏଥିଲାଗି ତାଙ୍କୁ ଟିକେଟ ମିଳିପାରେ ବୋଲି ସେ ଆଶାବାଦୀ ଅଛନ୍ତି। ଏକଦା ଗୋଷ୍ଠୀ କନ୍ଦଳ ଲାଗି ଚର୍ଚ୍ଚାରେ ଥିବା କଂଗ୍ରେସ ଦଳ ଏବେ ଯୁବଗୋଷ୍ଠୀଙ୍କୁ ସଂଗଠିତ କରିବାକୁ ଉଦ୍ୟମ କରୁଛି। ଏଠାରୁ କୌଣସି ଯୁବନେତାଙ୍କୁ ପ୍ରାର୍ଥୀ କରାଗଲେ ବିଜୟ ନିଶ୍ଚିତ ବୋଲି ଟିକେଟ ଆଶାୟୀ ଡା. ବିଦ୍ୟାଧର ଜେନା ଏବଂ ରଞ୍ଜନ ବେହେରା କହିଛନ୍ତି। ନଈନାଳ ଘେରା ଧାମନଗର ନିର୍ବାଚନମଣ୍ଡଳୀରେ ବହୁ ସମସ୍ୟା ରହିଛି। ବୈତରଣୀ, କୋଚିଳା, ଗେଙ୍ଗୁଟି, ରେବ, କପାଳୀ ନଦୀରେ ବନ୍ୟା ଏବଂ ଅନ୍ୟ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସବୁବେଳେ ଅଞ୍ଚଳବାସୀଙ୍କୁ ଭାରାକ୍ରାନ୍ତ କରିଆସୁଛି। କୃଷି ସମସ୍ୟାଠାରୁ ଆରମ୍ଭ କରି ସାମଗ୍ରିକ ବିକାଶମୂଳକ କାର୍ଯ୍ୟ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ବିରୋଧୀ ଗୋଷ୍ଠୀ ମତପ୍ରକାଶ କରିଛନ୍ତି।

ଅଜିତ କୁମାର ରାଉତ

All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri