ରାଜ୍ୟ |

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି। ଗତ ନିର୍ବାଚନର ତିନି ପ୍ରମୁଖ ଦଳ (ବିଜେଡି, କଂଗ୍ରେସ ଓ ଭାଜପା) ପ୍ରାର୍ଥୀଙ୍କୁ ପୁନଃ ସୁଯୋଗ ଦିଆଯିବ ନା ନୂଆମୁହଁ ମଇଦାନକୁ ପ୍ରବେଶ କରିବେ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥିବା ପ୍ରଦୀପ ମହାରଥୀ ପୁନର୍ବାର ଶଙ୍ଖ ବଜାଇବାକୁ ଆଶା ରଖିଥିବା ବେଳେ କଂଗ୍ରେସ ପୁରୁଣା ଫର୍ମକୁ ଫେରିବା ଲାଗି ଉଦ୍ୟମ ଚଳାଇଛି। ସେପଟେ ଭାଜପା ବି ପିପିଲିରେ ପଦ୍ମ ଫୁଟାଇବାକୁ ପାଗ ଭିଡ଼ିଛି।

ପିପିଲି ବ୍ଲକର ୨୫ ପଞ୍ଚାୟତ, ଡେଲାଙ୍ଗ ବ୍ଲକର ୧୮ ପଞ୍ଚାୟତ ଏବଂ ପିପିଲି ଏନ୍‌ଏସିର ୧୬ଟି ୱାର୍ଡକୁ ନେଇ ପିପିଲି ନିର୍ବାଚନମଣ୍ଡଳୀ ଗଠିତ। ପୁରୀ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଏହି ନିର୍ବାଚନମଣ୍ଡଳୀ ୧୯୫୧ରେ ସୃଷ୍ଟି ହୋଇଥିଲା। ୧୯୫୧ରୁ ୧୯୭୭ ପର୍ଯ୍ୟନ୍ତ ଏହା କଂଗ୍ରେସ କବ୍‌ଜାରେ ରହିଥିଲା। ୧୯୮୫ ପରଠାରୁ ପ୍ରଦୀପ ମହାରଥୀ ପ୍ରାୟତଃ ଏହାକୁ ନିଜ ଅକ୍ତିଆରରେ ରଖି ଆସିଛନ୍ତି। ମଝିରେ ଅର୍ଥାତ୍‌ ୧୯୯୫ରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ବିଜୟୀ ହୋଇଥିଲେ। ୧୯୮୫ ଏବଂ ୧୯୯୦ରେ ଜନତା ଦଳରୁ ଜିତିଥିବା ମହାରଥୀ ୨୦୦୦ ମସିହାରୁ ଲଗାତର ୪ଥର ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି। 

ଏକାଧିକ ଥର ମନ୍ତ୍ରୀ ହୋଇଥିବା ମହାରଥୀ ମଝିରେ ମଝିରେ ବିବାଦୀୟ ମନ୍ତବ୍ୟ ପାଇଁ ମନ୍ତ୍ରୀ ପଦରୁ ବାହାରିଛନ୍ତି। ୨୦୧୨ରେ ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଘଟଣା ପାଇଁ ଅଡୁଆରେ ପଡିଥିଲେ ମହାରଥୀ। ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ନେଇ ଉଠିଥିଲା ଅଭିଯୋଗ। ଏହି ଘଟଣା ପିପିଲି କି ପୁରୀ ଜିଲାରେ ସୀମିତ ନ ଥିଲା। ରାଜ୍ୟ ଓ ଦେଶବ୍ୟାପୀ ଏହା ହଟଚମଟ ସୃଷ୍ଟି କରିଥିଲା। ବିରୋଧୀ ଦଳ ସମେତ ଏକାଧିକ ସଙ୍ଗଠନ ମହାରଥୀଙ୍କୁ ବିରୋଧ କରି ଧାରଣା, ବିକ୍ଷୋଭ ଓ ଆନ୍ଦୋଳନ କରିଥିଲେ। ସରକାର ମଧ୍ୟ ଅଡୁଆରେ ପଡିଥିଲେ। ଶେଷରେ ଏହି ଘଟଣା ପାଇଁ ମହାରଥୀଙ୍କ ମନ୍ତ୍ରୀପଦ ବି ଯାଇଥିଲା। ପୁନର୍ବାର ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ମହାରଥୀ। ସେ ୮୨,୫୫୦ ଭୋଟ ପାଇଥିବା ବେଳେ ସାମନ୍ତରାୟ ୪୯,୦୭୬ ଭୋଟ ପାଇଥିଲେ। ସ୍ବାଧୀନ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୧୮,୦୦୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଭାଜପାର ପ୍ରଫୁଲ୍ଲ ପ୍ରସାଦ ଗଜେନ୍ଦ୍ର ୭,୬୫୬ ଭୋଟ ପାଇଥିଲେ। ୨୦୧୮ରେ ପୁଣି ପିପିଲି ଗଣବଳାତ୍କାର ପ୍ରସଙ୍ଗକୁ ନେଇ ମହାରଥୀଙ୍କୁ ଘେରିଥିଲେ ବିରୋଧୀ। ଗଣବଳାତ୍କାର ମାମଲାର ରାୟ ପ୍ରକାଶ ପରେ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ, ସେହି ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟାକ୍ଷ ତାଙ୍କ ମନ୍ତ୍ରୀ ପଦ ନେଇଥିଲା। ତେଣୁ ଆଗାମୀ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ ହେବାରେ ଲାଗିଛି।

ଏଥର ନିର୍ବାଚନରେ କେଉଁ ଦଳରୁ କିଏ ଟିକେଟ ପାଇବେ ସେ ନେଇ ପୂର୍ବାନୁମାନ ଲଗାଇ ପାରୁନାହାନ୍ତି ଭୋଟର। ସବୁ ଦଳରେ ରୋଚକ ସ୍ଥିତି ରହିଛି। ଏଥର ବିଜେଡି ଏଠାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ଦଳ ପ୍ରଦୀପ ମହାରଥୀଙ୍କୁ ବାଦ୍‌ ଦେଇ ତାଙ୍କ ସ୍ତ୍ରୀ ପ୍ରତିଭା ମହାରଥୀଙ୍କୁ ଟିକେଟ ଦେଇପାରେ ବୋଲି ଶୁଣିବାକୁ ମିଳୁଛି। କିନ୍ତୁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଡେଲାଙ୍ଗ ଅଞ୍ଚଳର ସନ୍ଧ୍ୟାବତୀ ପ୍ରଧାନଙ୍କ ନଁା ବେଶ୍‌ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କଂଗ୍ରେସରୁ ଗତ ୨୫ ବର୍ଷ ହେଲା ପ୍ରାର୍ଥୀ ହୋଇଆସୁଛନ୍ତି ଯୁଧିଷ୍ଠିର ସାମନ୍ତରାୟ। ଦୀର୍ଘବର୍ଷ ଯୁଧିଷ୍ଠିରଙ୍କ ଉପରେ ଭରସା କରିଆସିଥିବା କଂଗ୍ରେସ ଏଥର ଜଣେ ନୂଆମୁହଁକୁ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ କରାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଏଥିପାଇଁ ଆଶାୟୀଙ୍କ ତାଲିକା ବି ବେଶ୍‌ ଲମ୍ବା ରହିଛି। ସେମାନଙ୍କ ମଧ୍ୟରେ ଅଜିତ ମଙ୍ଗରାଜ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ନଁା ଶୁଣିବାକୁ ମିଳୁଛି। ଭାଜପା ଶିବିରରେ ବି ସମାନ ସ୍ଥିତି। ଏକାଧିକ ଆଶାୟୀ ଏଥର ନିର୍ବାଚନ ଲଢିବା ଲାଗି ମନ ବଳାଇଛନ୍ତି। ଗତଥର ସ୍ବାଧୀନ ପ୍ରାର୍ଥୀ ହୋଇ ୧୮ ହଜାର ଭୋଟ ପାଇଥିବା ଆଶ୍ରିତ ପଟ୍ଟନାୟକ ଏଥର ଭାଜପାର ଆଶ୍ରିତ। ପଦ୍ମ ପୋଖରୀକୁ ପାଦ ବଢାଇଥିବା ଆଶ୍ରିତ ବିଭିନ୍ନ ସ୍ଥାନରେ ସଭା, ସମିତି କରି ନିଜ ସ୍ଥିତିକୁ ସୁଦୃଢ କରିବାରେ ଲାଗିଛନ୍ତି। ଜିଲା ସଭାପତି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଖୋଲା ଘୋଷଣା କରିଥିଲେ ବି ଭାଜପାର ଗୋଟିଏ ଗୋଷ୍ଠୀ ଏହା ମାନିବାକୁ ନାରାଜ। ସମାନ୍ତରାଳ ଭାବେ ସଙ୍ଗଠନ ଚଳାଇଥିବା ବିକାଶ ପଟ୍ଟନାୟକ କିମ୍ବା ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ପ୍ରଫୁଲ୍ଲ ଗଜେନ୍ଦ୍ରଙ୍କୁ ପ୍ରାର୍ଥୀ କରିବାକୁ ଏହି ଗୋଷ୍ଠୀ ଦାବି କରୁଛନ୍ତି। ଅନ୍ୟପକ୍ଷରେ ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯଦି ବାଲେଶ୍ୱର ଲୋକ ସଭାରୁ ପ୍ରାର୍ଥୀ ନ ହୁଅନ୍ତି, ତେବେ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ସମ୍ଭାବନା ବି ରହିଛି।


ବିଜେଡିରୁ ପ୍ରମୁଖ ଦାବିଦାର କୁହାଯାଉଥିବା ପ୍ରଦୀପ ମହାରଥୀ ନବୀନ ନିବାସରେ ନିଜ ପ୍ରାର୍ଥିତ୍ୱ ସମ୍ପର୍କରେ କହିଥିଲେ ଯେ, ନବୀନ ବାବୁ ଅତୀତରେ ତାଙ୍କୁ ପିପିଲିବାସୀଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି। ଆଗକୁ ମଧ୍ୟ ତାଙ୍କ ଉପରେ ବିଶ୍ୱାସ ରଖିବେ ବୋଲି ଆଶା ରଖିଛନ୍ତି। ତାଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ ସେ ଶ୍ରଦ୍ଧାର ସହ ପାଳନ କରିବେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଯଦି ପ୍ରଦୀପ ମହାରାଥୀ ଟିକେଟ ନ ପାଆନ୍ତି ତାହାହେଲେ ତାଙ୍କ ସ୍ତ୍ରୀ ଟିକେଟ ପାଇବେ ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ପଚରାଯିବାରୁ ପ୍ରତିଭା ମହାରଥୀ କହିଛନ୍ତି, ସେମିତି କିଛି ଖବର ତାଙ୍କ ପାଖରେ ନାହିଁ। ସେହିପରି ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି, ପିପିଲି-ଡେଲାଙ୍ଗବାସୀ ଏଥର ନୂଆମୁହଁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିନିଧିତ୍ୱ ଲାଗି ମହିଳାମାନଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ଘୋଷଣା କରିଛନ୍ତି। ଏଥର ସ୍ଥିତି ଯାହା ରହିଛି ସେ ନିଶ୍ଚିତ ଟିକେଟ ପାଇବେ ବୋଲି କହିଛନ୍ତି। 

କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ କହିଛନ୍ତି, ଦୀର୍ଘବର୍ଷ ହେଲା ଦଳରେ ରହି କାମ କରୁଛନ୍ତି। ଟିକେଟ ପାଇବା ପାଇଁ ସେ ହକ୍‌ଦାର। ଦଳ ତାଙ୍କୁ ଟିକେଟ ଦେବ ସେ କହିଛନ୍ତି। ଅଜିତ ମଙ୍ଗରାଜ କହିଛନ୍ତି, ଦଳ ଯୁବ ଏବଂ ମହିଳା ପ୍ରାର୍ଥିତ୍ୱ ଉପରେ ଗୁରୁତ୍ୱ ଦେଉଛି। ସେହିପରି ଡେଲାଙ୍ଗ-ପିପିଲିବାସୀ ଯଦି ଚାହିଁବେ ସେ ପ୍ରାର୍ଥୀ ହେବେ। ଦଳ ସୁଯୋଗ ଦେଲେ ସେ ନିଶ୍ଚିତ ସଫଳ ହେବେ। ଭାଜପାର ଆଶ୍ରିତ ପଟ୍ଟନାୟକ କହିଛନ୍ତି, ଭାଜପାରେ ମିଶିବା ପରେ ତୃଣମୂଳସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜଭୁତ୍‌ କରିବା ଲାଗି କାମ କରିଆସୁଛି। ଦଳ ନିଶ୍ଚିତ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେବ ବୋଲି ଆଶା ରଖିଛନ୍ତି।

ହେମନ୍ତ ନାୟକ

All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri