ରାଜ୍ୟ |

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଯେଉଁ ସ୍ଥାନଗୁଡିକରୁ ବିଜେଡି ଆମଦାନୀ ନେତାମାନଙ୍କୁ ଟିକେଟ ଦେଇଛି ଏବଂ ପୂର୍ବଥର ପ୍ରାର୍ଥୀଙ୍କ ଟିକେଟ କାଟିଛି ସେମାନେ ଏବେ ବିରୋଧୀ ଶିବିର ଆଡେ ମୁହଁାଇଛନ୍ତି। ଏହିକ୍ରମରେ ବୁଧବାର ଶାସକ ବିଜେଡିର ବହୁ ନେତା ଭାଜପାରେ ସାମିଲ ହୋଇଛନ୍ତି। 

ସୁନ୍ଦରଗଡ଼ ବିଧାନସଭା ଆସନରୁ ୨୦୧୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା କୁସୁମ ଟେଟେ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଥିଲେ। ୫ବର୍ଷ ବିଜେଡି ତାଙ୍କୁ ଚାକର ଭଳି ଖଟାଇ ଥିଲେ ମଧ୍ୟ କଂଗ୍ରେସରୁ ଆସି ଶାସକ ଦଳରେ ସାମିଲ ହୋଇଥିବା ଯୋଗେଶ ସିଂଙ୍କୁ ଟିକେଟ ଦେଇଥିଲା। ଫଳରେ ସେ ଅସନ୍ତୁଷ୍ଟ ହେବା ସହ ଦଳରୁ ଇସ୍ତଫା ଦେଇଥିଲେ। ବୁଧବାର ସେ ଭାଜପାରେ ସାମିଲ ହୋଇଛନ୍ତି। ସେହିପରି ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ଆସିକା ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ,  ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମଧ୍ୟ ଗୈରିକ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ବିଜୁ ଯୁବ ବାହିନୀର ଦକ୍ଷିଣ ଓଡ଼ିଶାର ସଙ୍ଗଠକ ଅଶ୍ୱିନୀ ସାହୁ, ବଲାଙ୍ଗୀରର ଟାଣୁଆ କଂଗ୍ରେସ ନେତା ଗିରିଧର ପତି, ପୂର୍ବତନ ବିଧାୟକ ପ୍ରାର୍ଥତ୍ନୀ ଇନ୍ଦୁମତୀ ନାୟକ, ପୂର୍ବତନ ଆଇଏଏସ୍‌ ଅଫିସର ଅନନ୍ତ ନାୟକ, ମୟୂରଭଞ୍ଜର ପୂର୍ବତନ ଏମ୍‌ପି  ତଥା ଜେଏମ୍‌ଏମ୍‌ ନେତା ଲକ୍ଷ୍ମଣ ଟୁଡୁ  ପଦ୍ମ ଦଳର ହାତ ଧରିଛନ୍ତି।  ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ଦଶପଲ୍ଲାର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ ଏବଂ ପୂର୍ବତନ ବିଜେଡି ସଙ୍ଗଠକ ନୀଳମଣି ବିଶୋୟୀ ଭାଜପାରେ ଯୋଗଦେଇଛନ୍ତି। ପୂର୍ବରୁ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝୀ, ବିଧାୟକ ଦାମୋଦର ରାଉତ ଓ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ମଧ୍ୟ ପଦ୍ମ ଧରିସାରିଲେଣି। 

ବିଜେଡି ଏଥର ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ  କଲ୍ୟାଣୀ ଗଜପତି ଓ ଆସିକା ବିଧାନସଭା ଆସନ ପାଇଁ ସ୍ବର୍ଗତ ଏମ୍‌ପି ଲଡୁକିଶୋର ସ୍ବାଇଁଙ୍କ ସ୍ତ୍ରୀ ମଞ୍ଜୁଳା ସ୍ବାଇଁଙ୍କୁ  ଟିକେଟ  ପ୍ରଦାନ କରିଛି। ଏହା ପରେ ଉଭୟ ଆସନରେ ବିଜେଡି ଟିକେଟ୍‌ ଆଶାୟୀ ଥିବା ନାରାୟଣ ରାଓ ଓ  ଦେବରାଜ ଭାଜପାରେ ଯୋଗଦେଇଛନ୍ତି। ସେହିପରି ନିକଟରେ ବିଜେଡିରେ ସାମିଲ ହୋଇଥିବା ନୀଳଗିରିର ଭାଜପା ନେତ୍ରୀ ସୁଷମା ବିଶ୍ୱାଳଙ୍କୁ ସେହି ସ୍ଥାନରୁ  ଟିକେଟ୍‌ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।  ତେଣୁ ନିଜର ଟିକେଟ୍‌ ଅନିଶ୍ଚିଚ ଜାଣି ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେଡି ଛାଡ଼ି ବୁଧବାର ଭାଜପାରେ ଯୋଗ ଦେଇଛନ୍ତି। କେବଳ ଟିକେଟ୍‌ ଆଶାୟୀ ନେତା ନୁହନ୍ତି, ତୃଣମୂଳ ପଞ୍ଚାୟତ ପ୍ରତିନିଧି ମଧ୍ୟ ଏବେ ବହୁ ପରିମାଣରେ ଭାଜପା ମୁହଁା ହୋଇଛନ୍ତି। 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟଠାରେ ଉପରୋକ୍ତ ନେତାମାନେ ଭାଜପାରେ ଯୋଗ ଦେଇଛନ୍ତି। ଧର୍ମେନ୍ଦ୍ର ଏହିସବୁ ନେତାମାନଙ୍କୁ ଉତ୍ତରୀୟ ଏବଂ ଦଳୀୟ ଟୋପି ପିନ୍ଧାଇ ସ୍ବାଗତ କରିଛନ୍ତି। ବିଜେଡି ଛାଡି  ଭାଜପାରେ ଯୋଗଦେଇଥିବା କୁସୁମ ଟେଟେ କହିଛନ୍ତି ଯେ, ଭାଜପା ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ମନପ୍ରାଣ ଦେଇ କାର୍ଯ୍ୟ କରିବେ। ସେହିପରି  କେ.ନାରାୟଣ ରାଓ କହିଛନ୍ତି, କେତେଜଣ ବ୍ୟକ୍ତିବିଶେଷଙ୍କ ପାଇଁ ତାଙ୍କୁ ବିଜେଡି ଅଗ୍ରାହ୍ୟ କରିଦେଲା। ବିଜେଡିରେ ଆଉ ଗଣତନ୍ତ୍ର ବୋଲି କିଛିନାହିଁ। କେତେଜଣ ଚାଟୁକାର, ତୋଷାମଦିଆ ଏବଂ ସ୍ବାର୍ଥପର ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ବିଜେଡିରେ ରହି କାର୍ଯ୍ୟକରିବା ଅସମ୍ଭବ ବୋଲି ରାଓ କହିଛନ୍ତି। ନୀଳଗିରି ବିଧାୟକ ସୁକାନ୍ତ କହିଛନ୍ତି ଯେ, ବିଜେଡିରେ ସେ ୨୦ବର୍ଷ ରହି କାର୍ଯ୍ୟ କରି ଆସୁଥିଲେ। ହେଲେ ଯାହାକୁ ଦଳର କର୍ମୀମାନେ ଚିହ୍ନିନାହାନ୍ତି ସେମାନଙ୍କୁ ଟିକେଟ ମିଳୁଥିବା ନାୟକ କହିଛନ୍ତି।  ଅପରପକ୍ଷରେ ଏହିସବୁ ନେତାମାନଙ୍କୁ ଭାଜପା ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରୁଥିବା ଜଣାପଡୁଛି। ଯେଉଁଥିପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବାରେ ଭାଜପାର ବିଳମ୍ବ ହେଉଥିବା ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହିସବୁ ଆମଦାନୀ ନେତାମାନଙ୍କୁ ଟିକେଟ ମିଳିବାପରେ ଦୀର୍ଘଦିନ ଧରି ଭାଜପା ପାଇଁ କାମ କରୁଥିବା ଏବଂ ପ୍ରାର୍ଥୀ ହେବାକୁ ଆଶା ରଖିଥିବା ନେତା କୁଆଡ଼େ ଯିବେ ବୋଲି ଆଲୋଚନା ହେଉଛି। ଉଦାହରଣ ସ୍ବରୂପ- ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀ। ସେଠାରୁ ପୂର୍ବରୁ ବିଧାୟକ ଥିବା ପ୍ରତାପ ଷଡଙ୍ଗୀ ଏବଂ ବର୍ତ୍ତମାନ ଭାଜପା ସଙ୍ଗଠକ ସନ୍ତୋଷ ଖଟୁଆ ରହିଛନ୍ତି। ଏବେ ସୁକାନ୍ତ ଆସିଲେଣି, ତେଣୁ ପୁରୁଣା ନେତା ଏବଂ ଆମଦାନୀ ନେତାଙ୍କ ମଧ୍ୟରୁ ଭାଜପା କାହାକୁ ଟିକେଟ୍‌ ଦେଉଛି, ସେଥିପ୍ରତି ସମସ୍ତଙ୍କ ନଜର ରହିବ।

All Right Reserved By

ରାଜ୍ୟ |

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri