ଅନ୍ତର୍ଜାତୀୟ |

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ତାଙ୍କର ଗିରଫ ଭାରତ ପାଇଁ ଏକ ବଡ଼ ସଫଳତା କୁହାଯାଇପାରେ। ମଙ୍ଗଳବାର ହୋଲବର୍ନଠାରେ ତାଙ୍କୁ ଗିରଫ କରାଯାଇଛି ବୋଲି ସ୍କଟଲାଣ୍ଡ ୟାର୍ଡ ପକ୍ଷରୁ ମେଟ୍ରୋପଲିଟାନ ପୋଲିସ ଏକ ବିବୃତି ଜାରି କରିଛି। ବୁଧବାର ତାଙ୍କୁ ଭାରତୀୟ ସମୟ ସାଢ଼େ ୫ଟାରେ ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ଅଦାଲତ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ତାଙ୍କୁ ଆସନ୍ତା ୨୯ଯାଏ ହାଜତରେ ରହିବାକୁ ହେବ। ସେହି ଦିନ ଚିଫ୍‌ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପରବର୍ତ୍ତୀ ଶୁଣାଣି କରାଯିବ। ସୂଚନାଥାଉ କି, ସପ୍ତାହକ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ପ୍ରତ୍ୟର୍ପଣ ଅନୁରୋଧକୁ ବିଚାରକୁ ନେଇ ଓ୍ବେଷ୍ଟମିନିଷ୍ଟର କୋର୍ଟ ୪୮ ବର୍ଷୀୟ ନୀରବଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ଏଥିପୂର୍ବରୁ ବ୍ରିଟେନ ଗୃହ ସଚିବ ସାଜିଦ ଜାଭିଦ ନୀରବଙ୍କ ପ୍ରତ୍ୟର୍ପଣ ସଂକ୍ରାନ୍ତ ଫାଇଲରେ ସ୍ବାକ୍ଷର କରି ଏହାର ବିଚାର ଲାଗି ଓ୍ବେଷ୍ଟମିନିଷ୍ଟର କୋର୍ଟକୁ ପଠାଇ ଦେଇଥିଲେ। ନୀରବଙ୍କ ଗିରଫଦାରୀ ପରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଭଳି ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେବ। ପ୍ରାପ୍ତ ସୂଚନାନୁଯାୟୀ, ମାଲ୍ୟାଙ୍କୁ ମଧ୍ୟ ଲଣ୍ଡନରେ ୨୦୧୭ରେ ଗିରଫ କରାଯାଇଥିଲା। ତେବେ ଅଳ୍ପ କିଛି ସମୟ ମଧ୍ୟରେ ତାଙ୍କୁ ଜାମିନ ମିଳିଯାଇଥିଲା। ଉଲ୍ଲେଖ କରାଯାଇପାରେ ଯେ, ଭାରତ ଗତବର୍ଷ ଅଗଷ୍ଟରେ ବ୍ରିଟେନ ସରକାରଙ୍କ ନିକଟରେ ମୋଦିଙ୍କ ପ୍ରତ୍ୟର୍ପଣ ଲାଗି ଦାବି ଜଣାଇଥିଲା। ସେ ଗତ କିଛି ଦିନ ପୂର୍ବେ ଲଣ୍ଡନର ରାଜରାସ୍ତାରେ ବୁଲୁଥିବାର ଦେଖାଯାଇଥିଲା। ଗିରଫ ସ୍ଥାନରୁ ଏହା ସ୍ପଷ୍ଟ ହେଉଛି ଯେ, ନୀରବ ଲଣ୍ଡନର ଓ୍ବେଷ୍ଟ ଏଣ୍ଡ୍‌ର ସେଣ୍ଟର ପଏଣ୍ଟ ଅଞ୍ଚଳରେ ଏକ ବିଳାସବହୁଳ ଘରେ ବସବାସ କରୁଥିଲେ। ଭାରତ ସରକାର ତାଙ୍କର ପାସପୋର୍ଟ ରଦ୍ଦ କରିବା ପୂର୍ବରୁ ଏହି ହୀରା ବ୍ୟବସାୟୀ ଅତିକମ୍‌ରେ ୪ଥର ଲଣ୍ଡନରେ ଯାତାୟାତ କରିଥିଲେ। ବ୍ରିଟେନ ସରକାରଙ୍କ ନିୟମର ଫାଇଦା ଉଠାଇ ସେ ସେଠାରେ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ମାମୁ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ସହ ମିଶି ନୀରବ ଦୀର୍ଘ ୭ ବର୍ଷ ଧରି ପିଏନ୍‌ବିକୁ ଠକି ଚାଲିଥିଲେ। ବ୍ୟାଙ୍କର ବ୍ରାଡି ହାଉସ ଶାଖାର କେତେକ ଅସାଧୁ ଅଧିକାରୀଙ୍କୁ ହାତବାରିସି କରି ସେ ଏହି କାର୍ଯ୍ୟ ଚଳାଇଥିଲେ ହେଁ ଭାରତୀୟ ରିଜର୍ଭ ବ୍ୟାଙ୍କ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଥବା ଖୋଦ ପିଏନ୍‌ବି ଜାଣିପାରି ନ ଥିଲା। ଦେଶର ବ୍ୟାଙ୍କିଙ୍ଗ ଜଗତରେ ଏହା ସର୍ବବୃହତ୍‌ ଠକେଇ ବୋଲି କୁହାଯାଉଛି। 

All Right Reserved By

ଅନ୍ତର୍ଜାତୀୟ |

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

କଲମ୍ବୋ,୨୩।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ ସ୍ଥାନରେ ରବିବାର ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନ। 

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ ଡଷ୍ଟ ବିନ୍‌ରେ ପକାଇ ଦେଇଥିଲେ। 

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ  ଅଗ୍ନି  ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। 

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। 

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

କୋପେନହାଗେନ,୨୨।୪: ଡେନମାର୍କର ଧନୀବ୍ୟକ୍ତି ଆଣ୍ଡର୍ସ ହୋଲଚ୍‌ ପୋଭଲସେନ୍‌ଙ୍କର  ୪ଟି ସନ୍ତାନ ମଧ୍ୟରେ ୩ଜଣଙ୍କର ଶ୍ରୀଲଙ୍କା ବିସ୍ଫୋରଣରେ ମୃତ୍ୟୁ ହୋଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ସରକାରୀ ପ୍ରବକ୍ତା ରଜିଥା ସେନାରତ୍ନେ। 

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

କଲମ୍ବୋ, ୨୨।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ଟି ସ୍ଥାନରେ ରବିବାର ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହୋଇଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। 

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

କ୍ୱିଭ,୨୨।୪: ପୂର୍ବତନ ଟେଲିଭିଜନ କଳାକାର ତଥା କମେଡିଆନ ଭୋଲେଡିମାର ଜେଲେନସ୍କି ଏଥର ୟୁକ୍ରେନର ରାଷ୍ଟ୍ରପତି ହେବେ ବୋଲି ରବିବାର କହିଛି ଏକ୍‌ଜିଟ୍‌ପୋଲ୍‌। 

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪:  ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri