ରାଜ୍ୟ | ସମ୍ବଲପୁର

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା: ଜିଲାପାଳଙ୍କୁ ଫେରାଦ ହେଲେ; ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

୯ ମାସ ହେଲା ଅନ୍ଧାରରେ ପେଣ୍ଡ୍ରାବନ୍ଦବାସିନ୍ଦା:  ଜିଲାପାଳଙ୍କୁ ଫେରାଦ ହେଲେ;  ବିଜୁଳୀ ନ ହେଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୧ା୩: ସରକାର ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଜିଲା ତଥା ପଡୋଶୀ ବଲାଙ୍ଗୀର ଜିଲାବାସୀଙ୍କୁ ଜଳ ସେଚନର ସୁବିଧା ଯୋଗାଇଦେବାକୁ ଯୋଜନା କଲେ। ଏଥିରେ ବାସଚ୍ୟୁତ ଆଂଶିକ ଏବଂ ସମ୍ପୂର୍ଣ୍ଣ ଗ୍ରାମଗୁଡିକର ଅଧିବାସୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ମଧ୍ୟ ଜିଲା ପ୍ରଶାସନ ପ୍ରତିଶ୍ରୁତି ବଦ୍ଧ ହେଲା । ହେଲେ ଡ୍ୟାମ କର୍ତ୍ତୃପକ୍ଷ ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିଶେଷ ଗୁରୁତ୍ୱ ଦେଇଥିବାବେଳେ ବୁଡି ଅଞ୍ଚଳବାସୀଙ୍କ ମୌଳିକ ସୁବିଧାକୁ ଉପେକ୍ଷା କରିଥିବା  ଅଭିଯୋଗ ହୋଇଛି । ତାର ଏକ ଉଦାହରଣ ହେଉଛି ପେଣ୍ଡ୍ରାବନ୍ଦ ଗା୍ରମବାସୀ । କୋମନା ବ୍ଲକ ଅନ୍ତର୍ଗତ ଏହି ଗ୍ରାମ ଆଂଶିକ ଭାବେ ବୁଡି ହୋଇଥିବାବେଳେ ଏଠିକାର ବୁଡି ଲୋକଙ୍କୁ ଅନ୍ୟତ୍ର ଥଇଥାନ କରିବାରେ ପ୍ରଶାସନ ବିଫଳ ହୋଇଛନ୍ତି । ଏହି ଗାଁକୁ ଆଜକୁ ୯ ମାସରୁ ଊର୍ଦ୍ଧ୍ୱ ହେବ ବିଜୁଳୀ ସଂଯୋଗ ବିଚ୍ଛିନ୍ନ ହୋଇପଡିଥିବାରୁ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି । ଏହି ଅଭିଯୋଗ ଆଣି ଗ୍ରାମବାସୀ ବୁଧବାର ନୂଆପଡା ଜିଲାପାଳ ଡା. ପୋମା ଟୁଡୁଙ୍କୁ ଭେଟି ଫେରାଦ ହୋଇଛନ୍ତି । ଏହାର ସମାଧାନ ନ ହଲେ ସେମାନେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛନ୍ତି । ଜିଲପାଳ ଏହା ଉପରେ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । 

     ପ୍ରକାଶ ଯେ, ନୂଆପଡା-ଖଡିଆଳ ରାସ୍ତାରେ କୋମନା ବ୍ଲକ କାର୍ଯ୍ୟାଳୟଠାରୁ ୮ କି.ମି. ଦୂରରେ ରହିଛି ପେଣ୍ଡ୍ରାବନ୍ଦ ଗାଁ । ତିନିହଜାର ଜନସଂଖ୍ୟା ବିଶିଷ୍ଟ ଗାଁରେ ଅର୍ଦ୍ଧାଧିକ ଲୋକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ରହିଛନ୍ତି । ଏଥିରୁ ଅର୍ଦ୍ଧାଧିକ ଲୋକ ଶ୍ରମିକ ଶ୍ରେଣୀର । ଲୋକଙ୍କ ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନୁହେଁ । ଗାଁର ଅର୍ଦ୍ଧାଧିକ ଚାଷ ଜମି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ବୁଡିଯାଉଛି । ତିନି ଦିଗରେ ପାଣି  ଘେରି ରହୁଥିବାବେଳେ ଗୋଟିଏ ଦିଗରେ ପାହଡ ରହିଛି । ଲୋକଙ୍କ କହିବାନୁଯାୟୀ ଗ୍ରାମବାସୀ ସମ୍ପୂର୍ଣ୍ଣ ବୁଡି ଘୋଷଣା କରିବାକୁ ବାରମ୍ବାର ଦାବି କରିଥିଲେ ମଧ୍ୟ ତାହା କରାଯାଇ ନ ଥିବାରୁ ଲୋକେ ସବୁ ହରାଇ ମଧ୍ୟ ସରକାରୀ ସୁବିଧା ସୁଯୋଗ ପାଇପାରୁନାହାନ୍ତି। ଗତ ବର୍ଷା ଋତୁରେ ଏଠାରେ ଥିବା ଟ୍ରାନ୍ସଫର୍ମର ପାଣିରେ ବୁଡିଯାଇଥିବାରୁ ବିଜୁଳି ସଂଯୋଗକୁ କାଟି ଦିଆଯାଇଛି । ସେହି ସମୟରେ ଲୋକେ ଦୀର୍ଘ ମାସେ ଧରି ଅନ୍ଧାରରେ ରହିବା ପରେ ଜିଲାପାଳଙ୍କ ଦୃ୍‌ଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳଙ୍କ ଆଦେଶକ୍ରମେ ବିଜୁଳି ବିଭାଗ କର୍ମଚାରୀମାନେ ଆସି ଅସ୍ଥାୟୀ ଭାବେ ବିଜୁଳି ସଂଯୋଗ କରି ଚାଲିଯାଇଥିଲେ । ପରେ ପୂର୍ବାବସ୍ଥା ହୋଇଥିଲା ଏବଂ ଲୋକେ ଅନ୍ଧାରରେ ରହିଲେ । ସେହିଭଳି ଆଜକୁ ୯ ମାସ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବିଜୁଳିର ଦେଖାନାହିଁ । ଏହାକୁ ନେଇ ଗାଁରେ ବାରମ୍ବାର ଲୋକେ ମେଳି ବାନ୍ଧୁଛନ୍ତି । ପ୍ରଶାସନ ଆମ ପ୍ରତି ହେଳା କରୁଛି । ଆମେ ଏହି ନିର୍ବାଚନରେ ଭାଗ ନେବୁନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ବୁଧବାର ନୂଆପଡାକୁ ଆସି ସଦଭାବନା ସଭାଗୃହରେ ଭେଟି ଜିଲାପାଳଙ୍କୁ ଜଣାଇଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ହରିଶ୍ଚନ୍ଦ୍ର ମାଝି, ତିଲରାମ ବାଗ, ଭଜମନ ମାଝି, ପବନ କୁମାର ଶୁକ୍ଲା, କସରୁ ଦୁରିଆ, ଟଙ୍କଧର ୟାଦବ, ମଧୁବନ ମାଝି, ସୁଜିତ ମାଝି, ଗୋବର୍ଦ୍ଧନ ବାଗ ପ୍ରମୁଖ ଜିଲାପାଳଙ୍କୁ ଆସି ଦେଖା କରିଛନ୍ତି ।   

All Right Reserved By

ରାଜ୍ୟ | ସମ୍ବଲପୁର

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୁଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଅପରାହ୍ନ ୧ଟାରେ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସଭାସ୍ଥଳରେ ପହଞ୍ଚିଥିଲେ। 

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୪।୪(ଡି.ଏନ୍‌.ଏ.): ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର। ଏଥିପାଇଁ ଓଡ଼ିଶାବାସୀଙ୍କୁ ମୁଁ ପ୍ରିୟ ହୋଇପାରିଛି। ଓଡ଼ିଆ ପରିବାରକୁ କେହି ଅବହେଳା କଲେ ମୁଁ ଚୁପ୍‌ ହୋଇ ବସିବି ନାହିଁ। 

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ଗୋଡ଼ା ଗାଁ ମଧ୍ୟକୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୨ଟାରେ ୩ ଜଣିଆ ହାତୀପଲ ପଶିଆସିଛି। ଏଥିରେ ୨ଟି ଦନ୍ତା ଓ ଗୋଟିଏ ମାଈହାତୀ ଥିଲା। ହାତୀପଲ ଗ୍ରାମର ଗାଣ୍ଡୁ ବେହେରାଙ୍କ ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ୮ବସ୍ତା ଧାନ ଖାଇ ଦେଇଛନ୍ତି ।

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏହି ନିର୍ବାଚନ ଲାଗି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ମେ’୧୯ରେ ନିର୍ବାଚନ ଅନୁଷ୍ଠିତ ହେବ।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ୍‌,୨୪।୪(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ବେଆଇନ ବ୍ରାଉନ୍‌ସୁଗାର  ବ୍ୟବସାୟ ଚାଲିଛି। ଏପରିକି ଥାନା ହତା ମଧ୍ୟରେ କମିଶନରେଟ ପୋଲିସର ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଏହି ବସ୍ତି ଏବେ ଚୋରା ନିଶା ବ୍ୟବସାୟୀଙ୍କ କବ୍‌ଜାରେ। 

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri