ସମ୍ବଲପୁର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା: ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ପ୍ଲାଷ୍ଟିକ୍‌ ସାମାନ ଲାଗି ମାଡ଼ଖାଉଛେ ବେଉସା:  ଜୀବ୍‌କା ହରଉଛନ୍‌ ବାଉଁଶ କାରିଗର

ଲାଠୋର, ୨୧ା୩ (ଡି.ଏନ.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଁଚେତ୍‌ର ଝଲିଆଲିଟି ଗାଁରେ ୯ ଘର ବାଉଁଶ କାରିଗର ପରିବାର ରହୁଛନ୍‌। ସେମାନେ ବାଉଁଶରେ ଭୁଗା, ଟୁପା, ଟୁପଲି, ଚଂଘରା, ଡଲା, କୁଲା, ଘରି ତିଆରି ବିକାଭଂଗା କରବାର ସଂଗେ ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ହେଲେ ଆଏଜ୍‌କାଲି ପ୍ଲାଷ୍ଟିକ୍‌ ସାମାନର ବଡ଼ଭାରି ବେଭାର ବାଉଁଶ କାରିଗରମାନକର ମୁଡ଼ଦୁଖାର କାରନ୍‌ ହେଇଛେ। 

ସୂଚନା ଅନ୍‌ସାରେ ବହୁତ ବଛର ହେଲା ଝଲିଆଲିଟି ଗାଁ ରେ ଶେଷମୁଡ଼ସାନେ ୯ଟା ବାଉଁଶ କାରିଗର ପରିବାର ସରକାରୀ ଜାଗାରେ କୁରିଆମାରି ରହୁଛନ୍‌। ସେମାନେ ବାଉଁଶରୁ ଭିନେ ଭିନେ କିସମର ଘରକରା ଜିନିଷ ଯେନ୍‌ତା ଭୁଗା, ଟୁପା, କୁଲା, ଟୁପଲି, ଚାଂଘରି, ଡଲା, ବସନି, ଧୁକନି ତିଆରି କରବାର ସଂଗେ ଭିକାଭଂଗା କରି ନିଜର କୁଟୁମ ପୁଷୁଛନ୍‌। ହେଲେ ଦିନୁଦିନ୍‌କେ ପ୍ଲାଷ୍ଟିକ ସାମାନର ଚାହିଦା ବଢ଼ବାର ଲାଗି ବାଉଁଶ ସାମାନ ବିକାଭଂଗା ଉପରେ ମାଡ଼ପଡ଼ୁଛେ ବଲି ଗାଁ ର ବୁଡୁ ଝାରମାଝୀ, ଈଶ୍ୱର ଝାରମାଝୀ, ଫଗନୁ ଝାରମାଝୀ, ଶୁକ୍ରୁ ଝାରମାଝୀ, ଗୁରୁବାରୁ ଝାରମାଝୀ, କୁଶ ଝାରମାଝୀ, ରୁଦାନ ଝାରମାଝୀ, ଚୈତନ ଝାରମାଝୀ, କେଶବ ଝାରମାଝୀ ପରମୁଖ କହିଛନ୍‌। ଇ କାରିଗର ସମାଜର ଲୋକ୍‌ମାନେ ଜଂଗଲରୁ ବାଉଁଶ ଆନି ଭିନେ ଭିନେ ସାମାନ ତିଆର କରସନ୍‌। ହେଲେ ଦିନୁଦିନ୍‌କେ ଜଂଗଲ ପଦା ହେବାର ସଂଗେ ବାଉଁଶ ଆଘରଲେଖେଁ ନାଇଁମିଲବାର। ସରକାରୀ ହିସାବେ ବାଉଁଶ ସାମାନ ବିକାଭଂଗା ଲାଗି ବଜାର ବେବସ୍‌ତା ନଁାଇଁନ, ଯେନ୍‌ଥିରଲାଗି କାରିଗର ପରିବାର୍‌ର ମହିଲା, ପୁରୁଷମାନେ ଗାଁ  ଗାଁ  ବୁଲି ଧାଯ୍‌ ଦରଠାନୁ କମ୍‌ ଦାମ୍‌ରେ ସାମାନ ବିକୁଛନ୍‌। ଇଥ୍‌ରେ ଯାହା କମଉଛନ୍‌ ସେଟା ପେଟକେ ହେଲେ ଦିହିକେ ନାଇଁ ଅଁଟବାର। ପ୍ଲାଷ୍ଟିକ୍‌ ସାମାନ ଚାହିଦା ବଢ଼ବାର ଲାଗି ବାଉଁଶ ସାମାନର ଚାହିଦା ଖସୁଛେ। କାରିଗର ପରିବାରମାନେ ବି ଉପେ ଶୂଇନ୍‌ ହେଇ କୁଲବୁରତିରୁ ମୁହୁଁ ଫିରେଇ ନେଉଛନ୍‌। ଏନ୍‌ତା କି ସେମାନେ ନିଜର ବୁରତି ଛାଡ଼ି କୁଲି ମଜୁରି, ଦାଦନ ଖଟିଯାଉଥିବାର ଦେଖ୍‌ବାକେ ମିଲୁଛେ। ଏନ୍‌ତାଥି କାରିଗର ପରିବାରମାନେ ପାଉଥିବାର ସରକାରୀ ସାହାଯ୍‌ କହେଲେ ୯ ପରିବାରର ୪ ଝନ୍‌ ବୁଢ଼ାବୁଢ଼ି ଭତା ପାଉଥିଲାବେଲେ ଆରକେତେ ହକ୍‌ଦାର ଥାଇ ଭତାରୁ ବଁଚିତ ହେଇଛନ୍‌। ସେନ୍‌ତା ୯ ପରିବାର ଭିତରୁ ୬ ପରିବାର ରାଶନ କାର୍ଡରେ ଚାଉଲ ପାଉଥିଲାବେଲେ ଈଶ୍ୱର ଝାରମାଝୀ, ଗୁରୁବାରୁ ଝାରମାଝୀ, କେଶବ ଝାରମାଝୀକଁର ପରିବାର ଚାଉଲ ପାଏବାରୁ ବଁଚିତ ହେଇ ରହିଛନ୍‌। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭ ପରିବାରକୁ ସାମିଲ କରି ଘର ଯୁଗେଇ ଦିଆଯାଇଥିଲାବେଲେ କେଶବ ଝାରମାଝୀ ଆର ଗୁରୁବାରୁ ଝାରମାଝୀ ଯୋଜନାର ସୁଫଲ ପାଏବାରୁ ବଁଚିତ ହେଇଛନ୍‌। ଇ ସମାନ ସମସିଆ ବ୍ଲକ ଅଧୀନ ସୁନାମୁଦି, ରେଙ୍ଗାଲି ଆର ମହୁରୁଣ୍ଡିରେ ବାସ କରୁଥିବାର ବାଉଁଶ କାରିଗର ପରିବାରରେ ବି ରହିଥିବାର ଜନାଯାଇଛେ। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ କାରିଗର ପରିବାରମାନକୁ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଭିନେ ଭିନେ ମହଲରୁ ଦାବି ହେଉଛେ।

All Right Reserved By

ସମ୍ବଲପୁର

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପାଇପ୍‌

ଭବାନୀପାଟଣା,୨୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କୁମ୍ଭାରି ଗାଁରେ ଥିବା ପାଣିଟାଙ୍କି ନିର୍ମାଣ କ୍ୟାମ୍ପରେ ଶନିବାର ଅଗ୍ନିକାଣ୍ଡ ଘଟିଛି।

ସୁନ୍ଦରଗଡ଼ରେ ଝଡପବନ ସହ ବର୍ଷା: ଗଛ ଭାଙ୍ଗିଲା, ଛାତ ଉଡ଼ିଲା

ସୁନ୍ଦରଗଡ଼, ୨୦।୪ (ଡି.ଏନ୍‌,ଏ) -ସୁନ୍ଦରଗଡ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡପବନ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଅଧିକାଂଶ ସ୍ଥାନରେ ବହୁ ଗଛଡ଼ାଳ ଭାଙ୍ଗିପଡ଼ିଛି। ଘରର ଚାଳ ଛପର, ଆଜବେଷ୍ଟସ ଛାତ ଉଡିଯାଇଛି। ଗଛଡ଼ାଳ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁୁଗୁଳି ପରେ ବର୍ଷା ଯୋଗୁ ଲୋକେ ଆସ୍ବସ୍ତି ଲାଭ କରିଛନ୍ତି।

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ବିବାହ ଭୋଜିଖାଇ ୨୦୦ ଝାଡ଼ାବାନ୍ତିରେ ଆକ୍ରାନ୍ତ

ରାଜଗାଙ୍ଗପୁର, ୨୦।୪ (ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁଣିଆ ଗ୍ରାମପଞ୍ଚାୟତ ଲାଠୁପଡା ଗ୍ରାମରେ ଶୁକ୍ରବାର ବିବାହ ଭୋଜିଖାଇ ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ରୁ ଅଧିକ ଶିଶୁ ଥିବା ଜଣାଯାଇଛି। ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଜଣାପଡିଛି। ଖବରପାଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଦିଲୀପ ଷଡ଼ଙ୍ଗୀ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ ପୌରାଞ୍ଚଳରେ କଂଗ୍ରେସ ପ୍ରାର୍ଥୀଙ୍କ ରୋଡ୍‌ ଶୋ

ଦେବଗଡ଼, ୨୦।୪ (ସ୍ବ.ପ୍ର.) -ନିର୍ବାଚନ ମତଦାନ ପାଇଁ ଆଉ ୩ ଦିନ ବାକିଥିବାବେଳେ କଂଗ୍ରେସ ପକ୍ଷରୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶରତ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଉମାଶଙ୍କର ସାହୁ ନିଜର କର୍ମୀ ତଥା ନେତାଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଦେବଗଡ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଚାଲିଚାଲି ରୋଡ ଶୋ, ନିର୍ବାଚନ ପ୍ରଚାର ଏବଂ ପଥପ୍ରାନ୍ତ ସଭା କରିଥିଲେ। 

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ମୌଳିକ ସୁବିଧାରୁ ବଞ୍ଚିତ ବ୍ରାହ୍ମଣୀପଡା ଗାଁ : ପାନୀୟ ଜଳ ମୁଖ୍ୟ ସମସ୍ୟା

ନୂଆପଡା ଅଫିସ,୧୯।୪ : ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ସିନାପାଲି ବ୍ଲକ ବ୍ରାହ୍ମଣପଡା ଗଁା ଲୋକଙ୍କ ମୌଳିକ ସମସ୍ୟା ଦୂର ହୋଇପାରୁନାହିଁ । 

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ରାମ ମନ୍ଦିର କଲ୍ୟାଣ ମଣ୍ଡପ ଅଧାପନ୍ତରିଆ

ଲୋଇସିଂହା,୧୯।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ରୁଗୁଡିଖାଲସ୍ଥିତ ରାମ ମନ୍ଦିର ପରିସରରେ ସରକାରୀ ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । 

ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ତିନି ଦିନର ଡିଏ ଦାବିକଲା ରାଜ୍ୟ ଅଣଗେଜେଟେଡ୍‌ ଅଧିକାରୀ ସମନ୍ବୟ କମିଟି

ଭବାନୀପାଟଣା,୧୯।୪ (ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି ।

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

୬ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ

ବରଗଡ଼ ଅଫିସ,୧୯।୪: ବରଗଡ଼ ଜିଲାପାଳ ଶୁକ୍ରବାର ୬ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ନିର୍ବାଚନ କାର୍ଯ୍ୟରେ ଅବହେଳା ଲାଗି ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି।

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ବଲାଙ୍ଗୀର ଅଫିସ, ୧୯ା୪- ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଲା ବ୍ଳକ୍‌ ଭଇଁଷାପାଲି ପ୍ରାଥମିକ ସ୍କୁଲ ବୁଥ୍‌ରେ ଜଣେ ମାତ୍ର ଭୋଟର ମତଦାନ କରିଛନ୍ତି। 

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଖଡିଆଳ,୧୯ା୪(ଡି.ଏନ.ଏ.):ନୂଆପଡା ଜିଲା ଖଡିଆଳ ଥାନା ନେହେନା ଗାଁରେ ଜଣେ ବ୍ୟକ୍ତି ନିଜ ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି ।

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଲୋଇସିଂହା/ବାଲିଗୁଡା/ବେଗୁନିଆପଡା,୧୯ା୪(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୩ ଓ କନ୍ଧମାଳ ଜିଲା ବାଲିଗୁଡା ନିର୍ବାଚନମଣ୍ଡଳୀର ୪ ଗଁାର ଭୋଟର ଗୁରୁବାର ଅନୁଷ୍ଠିତ  ସାଧାରଣ ନିର୍ବାଚନକୁ ବର୍ଜନ କରିଛନ୍ତି। 


Model This Week

କ୍ରିଷ୍ଣା
Why Dharitri