ରାଜ୍ୟ | ବାଲେଶ୍ୱର

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

ରାସ୍ତା କାମ ନିମ୍ନମାନର: ବଢ଼ୁଛି ପ୍ରଦୂଷଣ

କେନ୍ଦୁଝର, ୨୦ା୩ (ସ୍ବ.ପ୍ର.): ଜାତୀୟ ରାଜପଥ ୫୨୦ର ରିମୁଳିଠାରୁ କୋଇଡା ପର୍ଯ୍ୟନ୍ତ ଚାରିଲେନ୍‌ ରାସ୍ତା କାମ ଚାଲୁ ରହିଛି। ଏହି କାମ ପାଇଁ ପ୍ରଥମେ ୨୦୧୧ ମସିହାରେ ଟେଣ୍ଡର ହୋଇଥିଲା। ମାତ୍ର ଠିକାଦାର ଅଧା କାମ କରି ପଳାଇବା ପରେ ରାସ୍ତା କାମ ବନ୍ଦ ରହିଥିଲା। ରିମୁଳିଠାରୁ କୋଇଡ଼ା ପର୍ଯ୍ୟନ୍ତ ୧୦୪ କି.ମି. ରାସ୍ତା ନିର୍ମାଣ ପାଇଁ ଠିକା କାର୍ଯ୍ୟ କରୁଥିବା ସଂସ୍ଥା ନିମ୍ନମାନର କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ଏନ୍‌ଏଚ୍‌ଏଆଇର କ୍ୱାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ରାସ୍ତା କାର୍ଯ୍ୟରେ ବ୍ୟବହାର କରିବା ପାଇଁ ନିର୍ଦ୍ଧାରିତ ହୋଇଥିବା ସାମଗ୍ରୀକୁ ଛାଡ଼ି ଅତି ନିମ୍ନମାନର ମାଟି, ମୋରମ, ଚିପ୍ସ, ମେଟାଲ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। 

ବ୍ୟାପକ ଲଘୁଖଣିଜ ଦ୍ରବ୍ୟ ଚୋରାରେ ଅଣାଯାଇ ରାସ୍ତା କାମରେ ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ କରାଯାଉଛି। ସ୍ଥାନୀୟ ରାଜନେତାଙ୍କ ଚାପରେ କାମର ମାନ ତଦାରଖ ହେଉନାହିଁ। କାରଖାନାର ବର୍ଜ୍ୟବସ୍ତୁକୁ ଆଣି ରାସ୍ତା କାମରେ ବ୍ୟବହାର କରାଯାଉଥିବା ମଧ୍ୟ ଅଭିଯୋଗ ହେଉଛି ା ରାସ୍ତା କାମ ସମୟରେ ପାଣି ସିଞ୍ଚନ ହେଉନଥିବାରୁ ଧୂଳିଧୂଆଁ ପ୍ରଦୂଷଣରେ ଆଖପାଖ ଲୋକ ଅସ୍ତବ୍ୟସ୍ତ ହୋଇ ରହିଛନ୍ତି। ପରିବେଶ ନିୟମ ଉଲ୍ଲଂଘନ କରି ଏକ କମ୍ପାନୀ ମନମୁଖି ଭାବେ ମାଟି ଖନନ କରିବା ସହ ଜିଲାସ୍ତରୀୟ ପରିବେଶ ମୂଲ୍ୟାୟନ ପ୍ରାଧିକରଣଠାରୁ ମଧ୍ୟ ଅନୁମତି ନେଇ ନ ଥିବା ଜଣାପଡ଼ିଛି। ରାସ୍ତା କାମ ପାଇଁ ଆବଶ୍ୟକ ପଡୁଥିବା ମୋରମ ଏବଂ ମାଟି ପାଇଁ କୌଣସି କ୍ୱାରୀ ଲିଜ୍‌ ନ ନେଇ ମନଇଚ୍ଛା ଜଙ୍ଗଲ ଜମି ଏବଂ ସରକାରୀ ଜମିରୁ ମାଟି ଏବଂ ମୋରମ ଖନନ କରୁଥିବାରୁ ଜଙ୍ଗଲ ଜୀବଜନ୍ତୁ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ବିପଦର କାରଣ ହୋଇଛି। ଯୋଡ଼ା ତହସିଲ ଏବଂ ବଡ଼ବିଲ ତହସିଲ ଅଞ୍ଚଳରେ ବ୍ୟାପକ ଲଘୁ ଖଣିଜ ସମ୍ପଦ ଲୁଟ୍‌ ଚାଲିଥିଲେ ମଧ୍ୟ ସ୍ଥାନୀୟ ରାଜସ୍ବ ନିରୀକ୍ଷକମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସନ୍ଦେହ ସୃଷ୍ଟି ହେଉଛି ା ଅଭିଯୋଗ କଲେ କିଛି ଫାଇନ କରି ଚୁପହୋଇ ବେଆଇନ କାମକୁ ପ୍ରୋତ୍ସାହିତ କରୁଥିବାରୁ ପରିବେଶବିତମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ରାସ୍ତା କାମ ସମୟରେ ଖାଲଖମା ଥିବା ରାସ୍ତା ଗମନାଗମନ ଉପଯୋଗୀ କରିବାରେ ରିପ୍ୟାରିଂ ବ୍ୟବସ୍ଥା ପାଇଁ ଏନ୍‌ଏଚ୍‌ଏଆଇ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କରାଯାଉନଥିବାରୁ ଯାତାୟାତ ବ୍ୟାହତ ହେଉଛି। ଏ ସମ୍ପର୍କରେ ରାଉରକେଲା ଏନ୍‌ଏଚ୍‌ଏଆଇ ପିଡି ସୌରଭ ଚୌରାଶିଆ କହିଛନ୍ତି ଯେ, କାମ ଠିକ ଭାବେ କରିବା ସହ ପରିବେଶୀୟ ଅନୁମୋତି ନେଇ କରିବାକୁ ଚିଠି କରାଯାଇଛି ା କାମ ଖରାପ ହେଲେ କମ୍ପାନୀକୁ କାମରୁ ନିବୃତ୍ତ କରାଯିବ। 


All Right Reserved By

ରାଜ୍ୟ | ବାଲେଶ୍ୱର

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ମହାରଥୀ ନିରାଶ: ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତାଙ୍କ ଜାମିନ ଆବେଦନର ଶୁଣାଣକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ମୋ’ ବିରୋଧରେ ହେଉଥିବା ଚକ୍ରାନ୍ତର ଉଚିତ ଜବାବ ଦେବେ ପାଟକୁରାବାସୀ: ବିଜୟ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ହେବା ପରେ ରାଜନୀତି ପୁଣି ସରଗରମ ହୋଇପଡ଼ିଛି। 

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ଗତ ୫ ବର୍ଷ ଭିତରେ ଲୋକଙ୍କ ଆସ୍ଥା ହରାଇଛି ମୋଦି ସରକାର: ନବୀନ

ସଜନାଗଡ଼,୨୪।୪(ଡି.ଏନ୍‌.ଏ.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ବାଲେଶ୍ୱର ଜିଲା ନୀଳଗିରି ନିିର୍ବାଚନମଣ୍ଡଳୀ ବଣଭୁଇଁଠାରେ  ଏକ ବିଶାଳ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଅପରାହ୍ନ ୧ଟାରେ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସଭାସ୍ଥଳରେ ପହଞ୍ଚିଥିଲେ। 

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ବନ୍ୟପ୍ରାଣୀ କାର୍ଯ୍ୟାଳୟରୁ ୪ ବନ୍ଧୁକ ଲୁଟି ନେଲେ ମାଓବାଦୀ

ଦଶପଲ୍ଲା,୨୪।୪(ଡି.ଏନ୍‌.ଏ.): ମହାନଦୀ ବନ୍ୟପ୍ରାଣୀ ବାଣିଗୋଚ୍ଛା ରେଞ୍ଜ କୁଆଁରିଆ ଡ୍ୟାମ୍‌ସ୍ଥିତ କାର୍ଯ୍ୟାଳୟରୁ ମଙ୍ଗଳବାର ରାତିରେ ୪ଟି ବନ୍ଧୁକ ଚୋରି ହୋଇଛି। ମାଓବାଦୀମାନେ କାର୍ଯ୍ୟାଳୟର କବାଟ ଭାଙ୍ଗି ଅଫିସ ମଧ୍ୟରେ ପଶି ଭଙ୍ଗାରୁଜା କରିବା ସହ ବନ୍ଧୁକଗୁଡ଼ିକୁ ଚୋରି କରିଥିବା ଜଣାପଡ଼ିଛି। 

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଜିଲାରେ ୫୯.୬ % ମତଦାନ: ଜୟଦେବ ନିର୍ବାଚନମଣ୍ଡଳୀରେ ସର୍ବାଧିକ

ଖୋର୍ଦ୍ଧା ଅଫିସ,୨୪।୪: ଭୁବନେଶ୍ୱର ଲୋକ ସଭା ଅଧୀନରେ ଥିବା ଖୋର୍ଦ୍ଧା ଜିଲାର  ୭ଟି ବିଧାନସଭା ଆସନ ଓ ପୁରୀ ଲୋକ ସଭା ଅଧୀନରେ ଥିବା ଚିଲିକା ବିଧାନସଭା ଆସନ ପାଇଁ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ।

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ମୁଁ ବଞ୍ଚିଥିବା ଯାଏ ଓଡ଼ିଶାକୁ ପଛୁଆ ରାଜ୍ୟ ହେବାକୁ ଦେବି ନାହିଁ; ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ଭାଜପା: ମୁଖ୍ୟମନ୍ତ୍ରୀ

ଭୋଗରାଇ,୨୪।୪(ଡି.ଏନ୍‌.ଏ.): ଓଡ଼ିଶାର ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର। ଏଥିପାଇଁ ଓଡ଼ିଶାବାସୀଙ୍କୁ ମୁଁ ପ୍ରିୟ ହୋଇପାରିଛି। ଓଡ଼ିଆ ପରିବାରକୁ କେହି ଅବହେଳା କଲେ ମୁଁ ଚୁପ୍‌ ହୋଇ ବସିବି ନାହିଁ। 

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଗୋଡ଼ା ଗାଁରେ ହାତୀପଲ ଆତଙ୍କ: ଭାଙ୍ଗିଲେ ଘର, ଖାଇଲେ ଧାନ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ଗୋଡ଼ା ଗାଁ ମଧ୍ୟକୁ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୨ଟାରେ ୩ ଜଣିଆ ହାତୀପଲ ପଶିଆସିଛି। ଏଥିରେ ୨ଟି ଦନ୍ତା ଓ ଗୋଟିଏ ମାଈହାତୀ ଥିଲା। ହାତୀପଲ ଗ୍ରାମର ଗାଣ୍ଡୁ ବେହେରାଙ୍କ ଚାଳ ଓ ଆଜବେଷ୍ଟସ ଘର ଭାଙ୍ଗି ୮ବସ୍ତା ଧାନ ଖାଇ ଦେଇଛନ୍ତି ।

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ପାଟକୁରା ବିଧାନସଭା ଆସନ: ଆସନ୍ତା ୧୯ରେ ହେବ ଭୋଟ, ମେ’ ୧ ନାମାଙ୍କନ ଦାଖଲର ଶେଷ ତାରିଖ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଆସନ୍ତା ୨୯ ତାରିଖରେ ପାଟକୁରା ବିଧାନସଭା ଆସନ ଲାଗି ନିର୍ବାଚନ  ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ପାଟକୁରା ବିଧାୟକ ତଥା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ବିୟୋଗ ଯୋଗୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। ତେବେ ଏହି ନିର୍ବାଚନ ଲାଗି ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଠାରେ ମେ’୧୯ରେ ନିର୍ବାଚନ ଅନୁଷ୍ଠିତ ହେବ।

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ହଳଦୀପଡ଼ିଆ ବସ୍ତିରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

କଟକରୋଡ୍‌,୨୪।୪(ଡି.ଏନ୍‌.ଏ.): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ପଛପଟେ ବେଆଇନ ବ୍ରାଉନ୍‌ସୁଗାର  ବ୍ୟବସାୟ ଚାଲିଛି। ଏପରିକି ଥାନା ହତା ମଧ୍ୟରେ କମିଶନରେଟ ପୋଲିସର ଜୋନ୍‌-୪ ଏସିପିଙ୍କ କାର୍ଯ୍ୟାଳୟ ରହିଥିବାବେଳେ ଏହି ବସ୍ତି ଏବେ ଚୋରା ନିଶା ବ୍ୟବସାୟୀଙ୍କ କବ୍‌ଜାରେ। 

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri