ରାଜ୍ୟ | ବାଲେଶ୍ୱର

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ସମିତିରେ ପଡ଼ିରହିଛି ଧାନବସ୍ତା: ପ୍ରତିବାଦରେ ତାଲା ପକାଇ ଚାଷୀଙ୍କ ଧାରଣା

ତିହିଡ଼ି, ୨୦।୩ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସେବା ସମବାୟ ସମିତିରେ ୧ ହଜାର ବସ୍ତା ଧାନ ପଡ଼ିରହିଛି। ମିଲର ଧାନ ଉଠାଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏହାର ପ୍ରତିବାଦରେ ଚାଷୀମାନେ ବୁଧବାର ସମିତିରେ ତାଲା ପକାଇ ଧାରଣା ଦେଇଥିଲେ। ମିଲର ଧାନ ନ ଉଠାଇବା ଯାଏ ତାଲା ଖୋଲାଯିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷେ ସମିତିର ସଭାପତି ସୁବାସ ଚନ୍ଦ୍ର ମଳିକ ଏବଂ ସମ୍ପାଦିକା ଗୀତାଞ୍ଜଳି ଦାସ ଏ ସମ୍ପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ତାଲା ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ସେମାନେ ଦାବି କରିଛନ୍ତି।ଉଲ୍ଲେଖନୀୟ ଯେ, ନିଶ୍ଚିନ୍ତପୁର ସମିତି ପକ୍ଷରୁ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଇଥିଲା। ସମିତିରେ ୧ ହଜାର ବସ୍ତା ଧାନ ରହିଥିଲେ ମଧ୍ୟ ମିଲର ଏହାକୁ ଉଠାଇ ନ ଥିଲେ। ମାସେ ହେଲା ସମିତିରେ ଧାନ ପଡ଼ି ରହିଥିବାରୁ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ପାଇପାରୁନାହାନ୍ତି। ଶେଷରେ ବାଧ୍ୟହୋଇ ବୁଧବାର ବଳରାମ ମଲିକ, ପୁରୁଷୋତ୍ତମ ମଲିକ, ଶଶଧର ନାୟକ, ବିଦ୍ୟାଧର ଦାସ, ନିରଞ୍ଜନ ମଲିକ, ରମାକାନ୍ତ ମଲିକ, ବାବୁରାମ ନାୟକ ପ୍ରମୁଖ ଚାଷୀ ସମିତିରେ ତାଲା ପକାଇ ଦେଇଛନ୍ତି। ସମିତିରେ ଥିବା ଅନ୍ୟ ଲୋକଙ୍କୁ ବାହାରକୁ ବାହାର କରି ଚାଷୀମାନେ ତାଲା ପକାଇ ଦେଇଥିଲେ। ହେଲେ କର୍ମଚାରୀମାନେ ଭିତରେ ରହିଯାଇଥିଲେ। ପରେ କର୍ମଚାରୀମାନଙ୍କୁ ବାହାରକୁ ଅଣାଯାଇଥିଲା। ଅପରାହ୍ନରେ ସମିତିର ସଭାପତି ମଳିକ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ତିହିଡ଼ି ଶାଖା କାର୍ଯ୍ୟାଳୟରେ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କାଙ୍କ ସହ ଆଲୋଚନା କରିଥିଲେ। ଶାଖା ପରିଚଳାକ ମହେନ୍ଦ୍ର ନାୟକ, ସମବାୟ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସଭାପତି ଲେଙ୍କା ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଅଶୋକ କୁମାର ମାଝିଙ୍କ ସହ ଫୋନରେ କଥା ହୋଇଥିଲେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମିଲର ଧାନ ଉଠାଇବେ ବୋଲି ଯୋଗାଣ ଅଧିକାରୀ କହିଥିବା ଜଣାଯାଇଛି।


All Right Reserved By

ରାଜ୍ୟ | ବାଲେଶ୍ୱର

ଦେଶ ଗଠନରେ ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶ ଗଠନରେ ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୂବନେଶ୍ୱର,୨୨।୪(ବ୍ୟୁରୋ): ପବ୍ଲିକ ରିଲେସନ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୂବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଲୋକ ସମ୍ପର୍କ ଦିବସ ଭୂବନେଶ୍ୱରଠାରେ ପାଳନ କରାଯାଇଛି। 

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ହସ୍ପିଟାଲରେ ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଭୁବନେଶ୍ୱର(ମଧ୍ୟ) ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ସୋମବାର କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ସେ ଅନନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। 

ପ୍ରଦୀପ ମହାରଥୀ ଗିରଫ

ପ୍ରଦୀପ ମହାରଥୀ ଗିରଫ

ଭୁବନେଶ୍ୱର, ୨୨ା୪(ବ୍ୟୁରୋ)- ପିପିଲି ବିଧାୟକ ତଥା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ସୋମବାର ଗିରଫ କରିଛି ପୋଲିସ।

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

ଡାକ୍ତରଖାନା କ୍ୟାବିନ ଛାତରୁ ଖସିଲା ଫ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁକନ୍ୟା ଓ ମା’

କାମାକ୍ଷାନଗର,୨୨।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା କ୍ୟାବିନ ଛାତରୁ ରବିବାର ବିଳମ୍ବିତ ରାତିରେ  ସିଲିଂ ଫ୍ୟାନ୍‌ଟି ଖସିପଡିଥିଲା। ଫଳରେ ସେହି କ୍ୟାବିନରେ ରହୁଥିବା ନବଜାତ ଶିଶୁକନ୍ୟା ସହ ତାଙ୍କ ମା’ ଓ ଜେଜେମା’ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ ଅଭିଯୋଗ

ପୁରୀ ଅଫିସ, ୨୨।୪: ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର  ଜନୈକ ବିଧାୟକ ପ୍ରାର୍ଥୀଙ୍କ ଫାର୍ମ ହାଉସକୁ ରବିବାର ରାତିରେ ଫ୍ଲାଇଂ ସ୍କ୍ବାଡ୍‌ ଟିମ୍‌ ଯାଞ୍ଚ କରିବାକୁ ଯାଇଥିଲା।

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

୨୬ରେ ଓଡ଼ିଶା ଆସିବେ ରାହୁଲ, ବାଲେଶ୍ୱରରେ ସାଧାରଣ ସଭାରେ ଯୋଗଦେବେ

ଭୁବନେଶ୍ୱର, ୨୨।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ମାହୋଲ ଯେତେ ଗରମ ହେଉଛି, କେନ୍ଦ୍ରରୁ ନେତାମାନେ ସେମିତି ଓଡ଼ିଶା ଗସ୍ତରେ ଆସୁଛନ୍ତି। 

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଭଣ୍ଡାରୀପଡ଼ା ଛକରେ କଂଗ୍ରେସ-ବିଜେଡି କର୍ମୀ ମୁହାଁମୁହିଁ ଘଟଣା: ୮ ଗିରଫ

ଆନନ୍ଦପୁର/କେନ୍ଦୁଝର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀ ଅଧୀନ ବାନ୍ଧଗୋଡ଼ା ନିକଟସ୍ଥ ଭଣ୍ଡାରୀପଡ଼ା ଛକ ନିକଟରେ କଂଗ୍ରେସ କର୍ମୀ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଘଟଣାରେ ସୋମବାର ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ପ୍ରବୀଣଙ୍କ ହାତରେ ରହିବ ପ୍ରଚାର ମଙ୍ଗ

ବାରିପଦା ଅଫିସ,୨୨।୪:  ମୟୂରଭଞ୍ଜ ଜିଲାରେ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବା ଲାଗି ଭାଜପା ରଣନୀତି ପ୍ରସ୍ତୁତ କରିଛି। ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ମୋରଡା ବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ଜିଲାରେ ଦଳ ଲାଗି ପ୍ରଚାର ମଙ୍ଗ ଧରିବେ। 

ନିରଞ୍ଜନଙ୍କୁ ଆକ୍ରମଣ  ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ନିରଞ୍ଜନଙ୍କୁ ଆକ୍ରମଣ ଘଟଣା : ସିଇଓଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ-ବିଜେଡି

ଭୁବନେଶ୍ୱର, ୨୨ା୪(ବ୍ୟୁରୋ) : ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ରବିବାର ଘଷିପୁରାର ଭଣ୍ଡାରିବିହାରଠାରେ ଏକ ରାଲିରେ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଛି । କେତେଜଣ ଦୁର୍ବୃତ୍ତ ନିରଞ୍ଜନ ଓ ତାଙ୍କ ସମର୍ଥକଙ୍କ ଉପରକୁ ଆକ୍ରମଣ କରିଛନ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ସରିଲା ପ୍ରଚାର , ମଇଦାନରେ ବହୁ ହେଭିୱେଟ୍‌ ନେତା

ଭୁବନେଶ୍ୱର,୨୨ା୪ (ବ୍ୟୁରୋ) ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ପ୍ରଚାର ଶେଷ ହୋଇଛି। ନିର୍ବାଚନରେ ଭାଗ ନେଇଥିବା ସବୁ ଦଳ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ରାଲି, ବାଇକ ଶୋଭାଯାତ୍ରା, ରୋଡ୍‌ ଶୋ ଏବଂ ପଥପ୍ରାନ୍ତ ସଭା କରାଯାଇଛି।

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ :  ଅନନ୍ତଙ୍କ ସମେତ ୨ ଆହତ

ବିଜେଡି ବିଧାୟକ ପ୍ରାର୍ଥୀଙ୍କ କାର୍‌ ଉପରକୁ ବୋମାମାଡ଼ : ଅନନ୍ତଙ୍କ ସମେତ ୨ ଆହତ

କଟକ ରୋଡ୍‌,୨୨।୪(ଡି.ଏନ୍‌.ଏ.)-ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳରେ ରବିବାର ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଛି। 

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା  : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଶାନ୍ତିଶୃଙ୍ଖଳାରେ ନିର୍ବାଚନ ପରିଚାଳନା : ବର୍ତ୍ତମାନ ସୁଦ୍ଧା ୬୩ ହଜାର ୩୪୦ଜଣ ଅଟକ

ଭୁବନେଶ୍ୱର,୨୨।୪(ବ୍ୟୁରୋ)- ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ପାଇଁ ରବିବାର ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୧୪ହଜାର ୪୬ଟି ଜାମିନବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri