ଖେଳ |

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌: ସିଙ୍ଗାପୁରଠାରୁ ହାରିଲା ଭାରତ

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌:  ସିଙ୍ଗାପୁରଠାରୁ ହାରିଲା ଭାରତ

ହଂକଂ, ୨୦।୩(ପି.ଟି.)- ଏଠାରେ ଚାଲିଥିବା ଏସିଆ ମିକ୍ସଡ୍‌ ବ୍ୟାଡମିଣ୍ଟନ୍‌ ଟିମ୍‌ ଚାମ୍ପିୟନଶିପ୍‌ର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଭାରତ ୨-୩ ଗେମ୍‌ରେ ସିଙ୍ଗାପୁର ନିକଟରୁ ପରାସ୍ତ ହୋଇଛି। ଏଚ୍‌.ଏସ୍‌. ପ୍ରଣୟ, ଏମ୍‌.ଆର୍‌. ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତ ଏହି ମ୍ୟାଚ୍‌ ହାରିଯାଇଛି। ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଉଭୟଥିରେ ପରାଜୟ ସାମ୍ନା କରିଥିଲେ। ପ୍ରଥମେ ଅନୁଷ୍ଠିତ ମିକ୍ସଡ ଡବଲ୍ସରେ ଅର୍ଜୁନ ଓ ଋତୁପର୍ଣ୍ଣା ଯୋଡ଼ି ୧୬-୨୧, ୧୩-୨୧ ଗେମ୍‌ରେ ସିଙ୍ଗାପୁରର ଡାନ୍ନୀ ବାଓ୍ବା ଓ ଟାନ୍‌ ଓ୍ବି ହାନ୍‌ଙ୍କ ନିକଟରୁ ହାରିଥିଲେ। ଏହାପରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସରେ ୨୦୧୮ ଏସିଆନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜେତା ପ୍ରଣୟ ୨୧-୮, ୧୨-୨୧, ୨୧-୧୭ ଗେମ୍‌ରେ କେନ୍‌ ୟେ ଲେଶହଙ୍କୁ ହରାଇ ମ୍ୟାଚ୍‌କୁ ୧-୧ର ବରାବର୍‌ସ୍ଥିତିକୁ ଆଣିଥିଲେ। ତୃତୀୟ ମ୍ୟଚ୍‌ ପୁରୁଷ ଡବଲ୍ସ ଥିଲା। ଏଥିରେ ଭାରତର ଅର୍ଜୁନ ଓ ଶ୍ଲୋକ ୨୧-୧୬, ୨୧-୧୮ରେ ପ୍ରତିପକ୍ଷ ଯୋଡ଼ିକୁ ହରାଇ ଭାରତକୁ ୨-୧ରେ ଅଗ୍ରଣୀ କରାଇଥିଲେ। ତେବେ ମହିଳା ସିଙ୍ଗଲ୍ସରେ ଅସ୍ମିତା ଚଲିହ ହାରିଯିବା ପରେ ପୁଣିଥରେ ମ୍ୟାଚ୍‌ ୨-୨ ସ୍ଥିତିକୁ ଚାଲି ଆସିଥିଲା। ଏହାପରେ ଅନ୍ତିମ ତଥା ମହିଳା ଡବଲ୍ସ ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ଭାରତର ଋତୁପର୍ଣ୍ଣା ପଣ୍ଡା ଓ ଆରତୀ ସାରା ସୁନୀଲ ଯୋଡ଼ି ୨୪-୨୨, ୧୫-୨୧, ୧୬-୨୧ରେ ସିଙ୍ଗାପୁରର ପୁତ୍ରି ସାରି ଡଓ୍ବେି ଚିତ୍ରା ଓ ଲିମ୍‌ ମିଙ୍ଗ୍‌ ହୁଇଙ୍କ ନିକଟରୁ ହାରିଯାଇଥିଲେ। ଫଳରେ ଭାରତ ୨-୩ରେ ଏହି ମ୍ୟାଚ୍‌ ହାତଛଡ଼ା କରିଥିଲା।

All Right Reserved By

ଖେଳ |

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କ ଠାରୁ ଆଗରେ ରସେଲ

ଗେଲ୍‌ଙ୍କ ଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ତୃତୀୟ ଦିବସ ଖେଳ ଶେଷ ହୋଇଛି। ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଇଣ୍ଟରନ୍ୟାଶନାଲ ମାଷ୍ଟର (ଆଇଏମ) ଗୁସେନ ହିମାଲ ୫.୫ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। 

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ  ଓ ସର୍ଭିସେସ୍‌ ମଧ୍ୟରେ  ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଘରୋଇ ପଞ୍ଜାବ ୨-୧ ଗୋଲରେ ଗୋଆକୁ ପରାସ୍ତ କରିଛି। 

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ ମାଡିସନ ସ୍କୋୟାର ଗାର୍ଡେନରେ ହେବ। ଭିଓ୍ବାନୀର ଏହି ୨୭ ବର୍ଷୀୟ ବକ୍ସର କିମ୍ବଦନ୍ତୀ ପ୍ରମୋଟର ବବ୍‌ ଅରୁମ୍‌ଙ୍କ ଟପ୍‌ ର଼୍ୟାଙ୍କ ପ୍ରମୋଶନ୍ସ ସହିତ ସମ୍ପୃକ୍ତ ଅଛନ୍ତି।  

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ଗୋଆକୁ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ, ୨୦ା୪(ପି.ଟି.)- ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଗୋଆକୁ ୧୦ କୋଟି ଟଙ୍କା ଜରିମାନା ଦେବାକୁ କହିଛି। ୩୬ତମ ଜାତୀୟ ଗେମ୍ସ ଆୟୋଜନକୁ ବାରମ୍ବାର ଘୁଞ୍ଚାଇବା ଫଳରେ ଆଇଓଏ ଅସନ୍ତୋଷ ଜାହିର କରିବା ସହ ଏହି ନିର୍ଦ୍ଦେଶ ଦେଇଛି। ଖୁବ୍‌ ଶୀଘ୍ର ଆଇଓଏର ଏକ ପ୍ରତିନିଧି ଦଳ ଗୋଆ ଯାଇ କ୍ରୀଡ଼ାର ତାରିଖ ନେଇ ଅନ୍ତିମ ନିଷ୍ପତ୍ତି ନେବ। ତେବେ ୩ଥର ତାରିଖ ଘୁଞ୍ଚାଇଥିବାରୁ ଗୋଆକୁ ୧୦ କୋଟି ଟଙ୍କା ଜରିମାନ ଆକାରରେ ଦେବାକୁ ହେବ ବୋଲି ଆଇଓଏ ତରଫରୁ ସ୍ପଷ୍ଟ କରାଯାଇଛି।  

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଛି। ୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ୧୦୦ରନର ଶତକୀୟ ପାଳି ଖେଳିଥିବା କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଆଇପିଏଲ୍‌-୧୨:  ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଆଇପିଏଲ୍‌-୧୨: ରାଜସ୍ଥାନକୁ ଭେଟିବ ମୁମ୍ବାଇ

ଜୟପୁର,୧୯।୪(ପି.ଟି.)-  ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୬ତମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଘରୋଇ ରାଜସ୍ଥାନ ରୟାଲ୍ସ ଶନିବାର ମୁହଁାମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ରାଜସ୍ଥାନ ପାଇଁ ଅପେକ୍ଷାକୃତ ଅଧିକ ଗୁରୁତ୍ୱ ବହନ କରୁଛି। ଏପର୍ଯ୍ୟନ୍ତ ରାଜସ୍ଥାନ ଲିଗ୍‌ରେ ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ ଓ ୬ଟି ପରାଜୟ ସହ ୪ ପଏଣ୍ଟ ସହ ତାଲିକାର ସପ୍ତମ ଅର୍ଥାତ ଶେଷଆଡୁ ଦ୍ୱିତୀୟ ସ୍ଥାନରେ ରହିଛି। 


Model This Week

କ୍ରିଷ୍ଣା
Why Dharitri