ରାଜ୍ୟ | ସମ୍ବଲପୁର

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ: ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନାମାଙ୍କନପତ୍ର ଦାଖଲ କଲା କଂଗ୍ରେସ:  ବିଜେଡି ଟିକେଟର ଖୁସି ମନାଉଛି, ଭାଜପା ଶିବିର ଶୂନଶାନ

ନୂଆପଡା ଅଫିସ,୨୦ା୩: ସାଧାରଣ ନିର୍ବାଚନ ସକାଶେ ଗତ ୧୮ତାରିଖଠାରୁ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ସେହି ଦିନଠାରୁ ନାମାଙ୍କନପତ୍ର ଦାଖଲ ପାଇଁ ଘୋଷଣା କରାଯାଇଥିଲା । ହେଲେ ୩ ପରେ ବୁଧବାର ନାମାଙ୍କନପତ୍ର ଦାଖଲ ଖାତା ଖୋଲିଛି । ଏହି ଦିନ କଂଗ୍ରେସ ତରଫରୁ ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀ-୭୧ ସକାଶେ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ଅନ୍ୟପକ୍ଷେ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ ଭାଜପା ତରଫରୁ ଏଯାଏ ଗୋଟିଏ ହେଲେ ଦାଖଲ କରାଯାଇ ନ ଥିବା ଜଣାପଡ଼ିଛି। ବିଜେଡି ଟିକେଟ ବଣ୍ଟନ ପରେ ଜିଲାସାରା ଖୁସି ମନାଉଥିବାବେଳେ ଭାଜପା ତରଫରୁ ଟିକେଟ ଚୂଡାନ୍ତ ହୋଇ ନ ଥିବାରୁ ସମସ୍ତେ ଏହି ତାଲିକା ଘୋଷଣାକୁ ଅପେକ୍ଷା କରିଛନ୍ତି । ବୁଧବାର ପୂର୍ବାହ୍ନ ସାଢେ ୧୦ଟାରେ ଜିଲା କଂଗ୍ରେସ ସଭାପତି ଘାସିରାମ ମାଝି ନୂଆପଡା-୭୧ ସକାଶେ ନାମାଙ୍କନପତ୍ର ଦାଖଲ ପାଇଁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରଥମେ ଖରିଆରରୋଡ ସହରସ୍ଥିତି ୧୩ନଂ. ୱାର୍ଡର ମୁସଲିମ ସମାଜର ଦରଗାହରୁ ପୂଜାର୍ଚ୍ଚନା କରିଥିଲେ । ପରେ ରାମ ମନ୍ଦିର, ଗୁରୁଦ୍ୱାରା, ଜୈନ ମନ୍ଦିର, ହନୁମାନ ମନ୍ଦିରରେ ପୂଜା କରି ଖରିଆରରୋଡରୁ ଏକ ବିଶାଳ ରାଲିରେ ବାହାରି ମଧ୍ୟାହ୍ନ ୧୨ଟାରେ ନୂଆପଡା ଜିଲା କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରୁ ସାଢେ ୧୨ଟାରେ ସମର୍ଥକଙ୍କ ସହ ସହର ପରିକ୍ରମା କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିରେ ତାଙ୍କର ପ୍ରସ୍ତାବକ ଏବଂ ସମର୍ଥକ ଭାବେ ଜିଲା ପରିଷଦ ସଭ୍ୟା ଉଷା ଚନ୍ଦ୍ରକାର ଏବଂ ଆଇନଜୀବୀ ଦେବଦତ ଦୀକ୍ଷିତ ରହିଥିଲେ। ଅନ୍ୟପଟେ ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ରାଜଧାନୀରୁ ଫେରୁଥିବା ନୂଆପଡା ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ଧୂମଧାମରେ ସ୍ବାଗତ କରାଯାଇଛି। ପୂର୍ବାହ୍ନ ୯ଟାରେ ନୂଆପଡା ଷ୍ଟେଶନରୁ ତାଙ୍କୁ ଶତାଧିକ ସମର୍ଥକ ବାଇକ୍‌ ରାଲିରେ ପାଛୋଟି ନେଇଥିଲେ। ପ୍ରଥମେ ନୂଆପଡା ଏକତା ଛକ ନିକଟରେ ସ୍ବର୍ଗତ ଘାସିରାମ ମାଝିଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଖରିଆରରୋଡ ଅଭିମୁଖେ ଯାଇଥିଲେ। ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସହର ପରିକ୍ରମା କରିଥିଲେ। ସହର ଯାକ ବାଣ ଫୁଟାଇବା ସହ ବଜାଇ ଖୁସି ମନାଇଥିଲେ ବିଜେଡି ଦଳୀୟ ସମର୍ଥକମାନେ। ଅନ୍ୟପଟେ ଭାଜପା ଶିବିର ବୁଧବାର ମଧ୍ୟ ଖାଲି ପଡିଥିବା ଦେଖାଯାଇଥିଲା । ସବୁ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ ଭାଜପାର ତାଲିକା ଅନୁମୋଦନ ସକାଶେ ଦିଲ୍ଲୀ କାର୍ଯ୍ୟାଳୟରେ ରହିଛି । ତାକୁ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଶାୟୀ ପ୍ରାର୍ଥୀମାନେ ଚାହିଁ ବସିଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଖବର ଆସି ନ ଥିବା ଜିଲା ଭାଜପା ସଭାପତି ଶିବ ପ୍ରସାଦ ମୁଣ୍ଡ ପ୍ରକାଶ କରିଛନ୍ତି। ଧୀରେ ଧୀରେ ଜିଲାସାରା ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । 


All Right Reserved By

ରାଜ୍ୟ | ସମ୍ବଲପୁର

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର, ୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri