ଅନ୍ତର୍ଜାତୀୟ |

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ଲଣ୍ଡନ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ଗିରଫ କଲା ଲଣ୍ଡନ ପୋଲିସ।  ୧୩ହଜାର କୋଟି ଟଙ୍କାର ପିଏନ୍‌ବି ଘୋଟାଲାରେ ସଂପୃକ୍ତ ଥିବା ହୀରା ବ୍ୟବସାୟୀ ନୀରବ ମୋଦି ଭାରତରୁ ଫେରାର ଥିବା ବେଳେ ୧୩ମାସ ପରେ ବୁଧବାର ତାଙ୍କୁ ଲଣ୍ଡନରୁ ଗିରଫ କରାଯାଇଛି।  ଲଣ୍ଡନ ପୋଲିସ ଗିରଫ କରିବା ପରେ ତାଙ୍କୁ ଅପରାହ୍ନରେ  ଓ୍ବେଷ୍ଟମିନ୍ସଷ୍ଟର କୋର୍ଟରେ ହାଜର କରାଯିବ। କୋର୍ଟରେ ହାଜର ପରେ ତାଙ୍କୁ ଭାରତ ପ୍ରତ୍ୟାର୍ପଣ ନେଇ ଶୁଣାଣିି କରାଯିବ ବୋଲି ସୂଚନା ରହିଛି। ଏଥିସହ କୋର୍ଟରେ ନୀରବଙ୍କ ଓକିଲ ଜାମିନ ନେଇ ଆବେଦନ କରିବାର ସମ୍ଭାବନା ରହିଛି। ସୋମବାର ବ୍ରିଟେନ ଓ୍ବେଷ୍ଟମିନ୍ସଷ୍ଟର କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅନୁରୋଧରେ ନୀରବଙ୍କ ବିରୋଧରେ ଗିରଫ ପାଇଁ ଓ୍ବାରେଣ୍ଟ ଜାରି କରିଥିଲେ। ଗତ କିଛି ଦିନ ପୂର୍ବରୁ ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ବେଶ ବଦଳାଇ ବୁଲୁଥିବାର ଦେଖିବାକୁ ମିଳିଥିଲା। ତେବେ ନୀରବ ମୋଦିଙ୍କ ଗିରଫ ହେବା ବିରୋଧୀଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ମୋଦି ସରକାରଙ୍କ ସବୁଠୁ ବଡ଼ କୂଟନୈତିକ ସଫଳତା ବୋଲି ଚର୍ଚ୍ଚା ହେଉଛି।

All Right Reserved By

ଅନ୍ତର୍ଜାତୀୟ |

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। 

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ପୁଣି ଜୀବିତ ହୋଇ ପାରିବ ଡେଡ୍‌ ବ୍ରେନ୍‌ କୋଷିକା

ଓ୍ବାଶିଂଟନ,୨୦।୪: ଚିକିତ୍ସା ବିଜ୍ଞାନମାନେ ଏକ ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହାଦ୍ୱାରା ଡେଡ୍‌ ବ୍ରେନ୍‌ କୋଷିକାକୁ ପୁଣି ଜୀବିତ କରାଯାଇପାରିବ। 

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ୟୁଏଇରେ ହିନ୍ଦୁ ମନ୍ଦିରର ଶିଳାନ୍ୟାସ

ଆବୁ ଧାବି,୨୦।୪: ୟୁଏଇର ଆବୁ ଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଶିଳାନ୍ୟାସ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀନାରାୟଣ ସଂସ୍ଥାର ମହନ୍ତ ସ୍ବାମୀ ମହାରାଜ ଉପସ୍ଥିତ ରହିବେ।

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଭୋପାଳ ଗ୍ୟାସ୍‌ ଲିକ୍‌ ବିଂଶ ଶତାବ୍ଦୀର ଏକ ଦୁଃଖଦ ଘଟଣା: ଜାତିସଂଘ

ଓ୍ବାଶିଂଟନ,୨୦।୪: ମଧ୍ୟପ୍ରଦେଶର ଭୋପାଳରେ ଘଟିଥିବା ୟୁନିୟନ୍‌ କାର୍ବାଇଡ୍‌ ପ୍ଲାଣ୍ଟ୍‌ରୁ ଲିକ୍‌ ହୋଇଥିବା ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌ ବିଂଶ ଶତାବ୍ଦୀର ଏକ ପ୍ରମୁଖ ଦୁଃଖଦ ଘଟଣା ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ ହୋଇଛି। 

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

୫ଶହ ଭାରତୀୟଙ୍କୁ ଲିବିୟା ଛାଡିବାକୁ କହିଲେ ସୁଷମା

ତ୍ରିପୋଲି,୨୦।୪: ଲିବିୟାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଦେଶ ଛାଡିବାକୁ ପ୍ରାୟ ୫ଶହ ଭାରତୀୟଙ୍କୁ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ। 

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ମାଲି ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ବାମାକୋ,୨୦ା୪ (ଏଏଫ୍‌ପି): ମାଲିରେ ହିଂସା ଦମନ କରିବାରେ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ସୁମିଲୁ ବୁବେୟି ମାଇଗା ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ପ୍ରଦାନ କରିଛନ୍ତି। 

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ବିଶ୍ୱର ସବୁଠାରୁ ଛୋଟ ଶିଶୁ ୭ମାସ ପରେ ଓଜନ ୩ କିଲୋ

ଟୋକିଓ,୧୯।୪: ବିଶ୍ୱର ସବୁଠାରୁ ଛୋଟ ଶିଶୁପୁତ୍ର ଗତବର୍ଷ ଅକ୍ଟୋବରରେ ଜାପାନରେ ଜନ୍ମଗ୍ରହଣ କରିଥିଲେ। ସେବେଠାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା। 

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ଲିବିୟାରେ ସଂଘର୍ଷ ଜାରି: ଭାରତୀୟଙ୍କ ପାଇଁ ଜାରି ହେଲା ହେଲ୍‌ପ ଲାଇନ୍‌

ତ୍ରିପୋଲି,୧୯।୪: ଲିବିୟାର ରାଜଧାନୀ ତ୍ରିପୋଲିକୁ ଦଖଲ କରିବାକୁ ଲିବିୟା ସେନା ଓ ବାଗି ଜେନରାଲ ହଫ୍‌ଦାରର ଲିବିୟା ନ୍ୟାଶନାଲ ଆର୍ମି ମଧ୍ୟରେ ସଂଘର୍ଷ ଜାରି ରହିଛି। 

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ପାକିସ୍ତାନକୁ ଝଟକା: ଏଲ୍‌ଓସିରେ ଅବାଧ କାରବାରକୁ ବନ୍ଦ କଲା ଭାରତ

ଶ୍ରୀନଗର,୧୯।୪: ପୁଲଓ୍ବାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ଏନେଇ ଭାରତ ପାକିସ୍ତାନ ବିରୋଧରେ ବହୁ ପଦକ୍ଷେପ ମଧ୍ୟ ନେଇଛି। 

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ

ଢାକା, ୧୯।୪: ଯୌନ ଉତ୍ପୀଡନ ବିରୋଧରେ ଅଭିଯୋଗ କରିବାରୁ ଯୁବତୀଙ୍କୁ ଜିଅନ୍ତା ଜାଳିଦେଲେ। ବାଂଲାଦେଶ ଢାକାରେ ଘଟିଛି ଏଭଳି ଅମାନବୀୟ ଘଟଣା। 

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଦୁର୍ଘଟଣାରେ ୨୯ ପର୍ଯ୍ୟଟକ ମୃତ

ଲିସବନ୍‌,୧୯ା୪(ଏଏଫ୍‌ପି):ପର୍ତ୍ତୁଗୀଜ  ଦ୍ୱୀପ ମାଦିରାରେ ବସ୍‌ ଦୁର୍ଘଟଣାରେ ୨୯ ଜର୍ମାନ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। 

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ରୋବୋକୁ ପ୍ରେମ କରୁଛନ୍ତି ୨୯ ବର୍ଷ ବୟସ୍କ ଯୁବକ: ଖୁବ୍‌ଶୀଘ୍ର କରିବେ ବିବାହ

ଓ୍ବାଶିଂଟନ,୧୮।୪: ମଣିଷ ରୋବୋ ମଧ୍ୟରେ ପ୍ରେମ। ଏହା ସାଧାରଣତଃ ଫିଲ୍ମରେ ଦେଖିବାକୁ ମିଳିଥାଏ। ତେବେ ଆମେରିକାରେ ଜଣେ ୨୯ ବର୍ଷ ବୟସ୍କ ଯୁବକ ଟ୍ରୋଲ୍‌ ନାମକ ଏକ ରୋବୋ ପ୍ରେମରେ ପଡ଼ିଛନ୍ତି।


Model This Week

କ୍ରିଷ୍ଣା
Why Dharitri