ରାଜ୍ୟ |

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। ଆସନ୍ତା ଏପ୍ରିଲ ୨୩ରେ ଏଠାରେ ନିର୍ବାଚନ ହେବାକୁ ଥିବାବେଳେ ବିଜେଡି, କଂଗ୍ରେସ ଓ ଭାଜପାରୁ ଟିକେଟ ପାଇବା ପାଇଁ ଏକାଧିକ ଆଶାୟୀ ଲବି ଚଳାଇଛନ୍ତି, ଯାହା ଦଳୀୟ ନେତୃତ୍ୱଙ୍କୁ ଚିନ୍ତାରେ ପକାଇଛି। ବିଦ୍ରୋହୀ ପ୍ରାର୍ଥୀଙ୍କୁ କିପରି ମନାଇବେ ସେ ନେଇ ରାଜନୈତିକ ଦଳଗୁଡ଼ିକ କସରତ ଚଳାଇଛନ୍ତି। 

ଜୟଦେବ ନିର୍ବାଚନମଣ୍ଡଳୀରେ ୨୦୦୯ରେ ବିଜେଡି ପ୍ରାର୍ଥୀଭାବେ ଅରବିନ୍ଦ ଢାଲି ଓ ୨୦୧୪ରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବିଜୟୀ ହୋଇଛନ୍ତି। ଅରବିନ୍ଦ ଆସନ୍ତା ବିଧାନସଭା ନିର୍ବାଚନରେ ପୁଣି ବିଜେଡି ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ଶଶିଭୂଷଣ ଦଳର ପ୍ରମୁଖ ଟିକେଟ୍‌ ଦାବିଦାର ରହିଛନ୍ତି। ଉଭୟେ ଟିକେଟ୍‌ ପାଇବା ନେଇ ବଳ କଷାକଷି ଚଳାଇଛନ୍ତି। ଶଶିଭୂଷଣ ଦଳ ଭିତରେ ଅରବିନ୍ଦଙ୍କୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବୁ ନ ଥିଲେ ମଧ୍ୟ ବିଜେଡିରେ ଯେ ଗୋଷ୍ଠୀ କନ୍ଦଳ ଚାଲିଛି ତାହା ସ୍ପଷ୍ଟ ହେଉଛି। ଅରବିନ୍ଦ କହିଛନ୍ତି ଯେ, ଗତ ନିର୍ବାଚନରେ ତାଙ୍କୁ ଲଢିବାକୁ ସୁଯୋଗ ଦିଆଗଲା ନାହିଁ। ଏଥର କିନ୍ତୁ ନିର୍ବାଚନ ନିଶ୍ଚିତ ଲଢିବେ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କର ତାଙ୍କ ଉପରେ ଆସ୍ଥା ଅଛି। ଯିଏ ଦଳକୁ ବିଜୟୀ କରିପାରିବ ସେ ଟିକେଟ ପାଇବ। ମୁଁ ଘରେ ଘରେ ଲୋକଙ୍କ ସହ ପରିଚିତ। ଦଳ ଯଦି ଟିକେଟ ନ ଦେବ ତେବେ ଆପଣଙ୍କ ରଣନୀତି କ’ଣ ହେବ ପ୍ରଶ୍ନରେ ସେ କହିଛନ୍ତି, ସମୟ କହିବ କାହାକୁ ଟିକେଟ ମିଳିବ। ଟିକେଟ ନ ମିଳିଲେ ବି ନିର୍ବାଚନ ଲଢିବେ। ଯଦି ନ ଲଢିବେ ତେବେ ତାଙ୍କର ରାଜନୈତିକ ଜୀବନ ଶେଷ ହୋଇଯିବ ବୋଲି ଢାଲି କହିଛନ୍ତି। ଶଶିଭୂଷଣ କହିଛନ୍ତି ଯେ, ୨୦୧୪ ନିର୍ବାଚନରେ ୪୨,୦୦୦ରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ଦଳରେ ଯିଏ ଟିକେଟ ପାଇଁ ଆସକ୍ତ ହେଉଛନ୍ତି ସେମାନଙ୍କର ଏଠାରେ କୌଣସି ପରିଚୟ ନାହିଁ। ତେବେ ଦଳ ଯାହାଙ୍କୁ ପ୍ରାର୍ଥୀ କରିବ ସେ ଏଠାରୁ ଲଢିବେ। ତାଙ୍କୁ ଦଳ ଟିକେଟ ଦେବ ବୋଲି ସେ ଆଶା ରଖିଛନ୍ତି। ଯଦି ଟିକେଟ ନ ମିଳିବ ତେବେ ଦଳର ସଭାପତିଙ୍କ ପ୍ରତି ଆନୁଗତ୍ୟ ରହିବ। ଯାହା ଦାୟିତ୍ୱ ମିଳିବ ନିର୍ବାହ କରିବେ ବୋଲି ଶଶିଭୂଷଣ କହିଛନ୍ତି। 

ଏଠାରୁ ବିଜେଡିକୁ ହଟାଇବା ପାଇଁ ଭାଜପା ପୂରା ଦମ ଲଗାଇ ଦେଇଛି। ହେଲେ ଦଳରେ ଏକାଧିକ ଆଶାୟୀ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି। ଆସନ୍ତା ନିର୍ବାଚନରେ ଭାଜପାରୁ ଲଢିବାକୁ ନରେନ୍ଦ୍ର ନାଥ ନାୟକ ଆଶା ବାନ୍ଧିଛନ୍ତି। ସେ ୨୦୦୪ ଓ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ସେ ବର୍ତ୍ତମାନ ଭାଜପା ରାଜ୍ୟ ଅନୁସୂଚିତ ମୋର୍ଚ୍ଚାର ଉପସଭାପତି ଅଛନ୍ତି। ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ନରେନ୍ଦ୍ର ଆଶାବାଦୀ ଅଛନ୍ତି। ଏହି ନିର୍ବାଚନମଣ୍ଡଳୀରେ କୌଣସି ଆଖିଦୃଶିଆ କାମ ହୋଇ ନାହିଁ। ବିଜେଡିର ଏହା ଥଇଥାନ କେନ୍ଦ୍ର ପାଲଟିଛି। ବିଜେଡି ଟିକେଟରୁ ଜିତିଥିବା ଅରବିନ୍ଦ ଓ ଶଶିଭୂଷଣ ନିର୍ବାଚନମଣ୍ଡଳୀ ବାହାର ଲୋକ। ହାଓ୍ବାରେ ଜିତୁଥିଲେ। ଏବେ ଲୋକମାନେ ମନ ବଦଳାଇ ସାରିଛନ୍ତି। ଆସନ୍ତା ନିର୍ବାଚନରେ ବିଜେଡିକୁ ଉଚିତ ଶିକ୍ଷା ମିଳିବ। ଭାଜପା ଏଠାରେ ନିଶ୍ଚୟ ବିଜୟୀ ହେବ ବୋଲି ନରେନ୍ଦ୍ର ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ୨୦୧୪ରେ ଭାଜପା ପ୍ରାର୍ଥୀ ହୋଇଥିବା ବସନ୍ତ ନାୟକ ଏଥର ପୁଣି ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି। ବସନ୍ତ କହିଛନ୍ତି, ଆସନ୍ତା ନିର୍ବାଚନରେ ଏଠାରେ ଚିତ୍ର ଭିନ୍ନ ହେବ। ଗତ ଥର ପ୍ରବଳ ପଇସା ଖର୍ଚ୍ଚ କରି ବିଜେଡି ବିଜୟୀ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ବିକାଶର ନା ଗନ୍ଧନାହିଁ। ଏଥର ଭାଜପା ପ୍ରାର୍ଥୀ ନିଶ୍ଚୟ ବିଜୟୀ ହେବେ। ଯଦି ଟିକେଟ ନ ମିଳେ ତେବେ କ’ଣ କରିବେ ପ୍ରଶ୍ନରେ ବସନ୍ତ କହିଛନ୍ତି, ଟିକେଟ ନ ମିଳିଲେ ମଧ୍ୟ ଦଳ ପାଇଁ କାମ କରିବେ।

ଏଠାରେ କଂଗ୍ରେସ ମଧ୍ୟ ଏକ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳ। ବିଜେଡି ଓ ଭାଜପାକୁ କଡା ଟକ୍କର ଦେବା ମୁଡ୍‌ରେ ରହିଛି କଂଗ୍ରେସ। ଏହି ନିର୍ବାଚନମଣ୍ଡଳୀରୁ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଣୁଧର ଭୋଇଙ୍କ ସମେତ ଜୟନ୍ତ ଭୋଇ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ବେଣୁଧର କହିଛନ୍ତି, ଗତ ନିର୍ବାଚନରେ ସେ ୨୮,୬୮୪ ଭୋଟ୍‌ ପାଇଥିଲେ। ବିଜେଡିର ଅର୍ଥ ବଳ ଯୋଗୁ ତାଙ୍କୁ ପରାଜିତ ହେବାକୁ ପଡ଼ିଲା। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସ ନିଶ୍ଚୟ ବିଜୟୀ ହେବ। ରାହୁଲ ଗାନ୍ଧୀଙ୍କ ଚାଷୀମାନଙ୍କ ପାଇଁ ଋଣଛାଡ଼ ଘୋଷଣାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବୁ। ବିଜେଡିର କାଳିଆ ଯୋଜନା ପାଇଁ ଘରେ ଘରେ ଗଣ୍ଡଗୋଳ ଲାଗି ରହିଛି। ଆସନ୍ତା ନିର୍ବାଚନରେ ଲୋକମାନେ ବିଜେଡିକୁ ଉଚିତ ଜବାବ ଦେବେ। ଗତ ୧୦ ବର୍ଷ ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ କିଛି ବିକାଶ ହୋଇ ନାହିଁ। ଚାଷୀ ଓ ଚାଷ ଉଜୁଡିଗଲାଣି। ତାଙ୍କ ନାମ କଂଗ୍ରେସ ସ୍କ୍ରିନିଂ କମିଟିକୁ ଯାଇଛି। ଏଥର ସେ ନିଶ୍ଚୟ ପ୍ରାର୍ଥୀ ହେବେ। ଟିକେଟ ନ ମିଳିଲେ ମଧ୍ୟ ଦଳ ପାଇଁ କାମ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦଳୀୟ ନେତୃତ୍ୱଙ୍କ ଉପରେ ଆଶା ରଖି କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଜୟନ୍ତ ଭୋଇ ମଧ୍ୟ ଆଶା ରଖିଛନ୍ତି। ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କରୁଥିବା କହିଛନ୍ତି। 

ଅନୀଲ ଦାସ/ନୀଳମାଧବ ସାହୁ

All Right Reserved By

ରାଜ୍ୟ |

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର, ୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri