ରାଜ୍ୟ | ଉପକୂଳ ଓଡିଶା

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। ଏଥିପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ପ୍ରକାର ଆରମ୍ଭ ହୋଇଯାଇଛି। ଦଳୀୟ ସାଂଗଠନିକ ସ୍ଥିତି ଓ ଜନସମର୍ଥନର ପୃଷ୍ଠଭୂମି ପ୍ରାର୍ଥୀ ଚୟନର ମାପକାଠି ହେବ ବୋଲି ଆଲୋଚନା ହେଉଥିବାବେଳେ ଚାଷୀ ଓ ଚାଷ ପ୍ରସଙ୍ଗ ମଧ୍ୟ ପ୍ରମୁଖ ବିଷୟବସ୍ତୁ ହୋଇଛି। ତେଣୁ ଏମ୍‌ପି କ୍ଷମତା ପାଇଁ ୩ ପ୍ରମୁଖ ଦଳରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। 

 ପ୍ରକାଶ ଯେ, ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ସମୁଦାୟ ୧୪,୪୩,୫୭୭ ଭୋଟର ରହିଛନ୍ତି। ଜିଲାର ଅଧିକାଂଶ ଅଞ୍ଚଳ ଅଣଜଳସେଚିତ ହୋଇଥିଲେ ହେଁ ଏଠାରେ ଚାଷ ହିଁ ଲୋକଙ୍କ ମୁଖ୍ୟ ଜୀବିକା। ଗତ ପ୍ରାୟ ୫ବର୍ଷ ହେଲା ଯାଜପୁର ଜିଲାର ଉପରୋକ୍ତ ଅଞ୍ଚଳରେ ଦଳମତ ନିର୍ବିଶେଷରେ ଏକ ଶକ୍ତିଶାଳୀ ଚାଷୀ ସଂଗଠନ ଗଢି ଉଠିଛି। ଧାନ ଓ ପନିପରିବା କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରିର ପ୍ରତିକାର ପାଇଁ ଚାଷୀ ସଂଗଠନ ଆନ୍ଦୋଳନ କରି କିଛିଟା ସଫଳତା ପାଇଛି। ପ୍ରାଇସ୍‌, ପ୍ରେଷ୍ଟିଜ ଓ ପେନ୍‌ସନ ଦାବିରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ଶାସକ ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଚାଷୀ ସଂଗଠନ ଯଦିଓ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପକ୍ଷଧର ହୋଇନାହିଁ, ତଥାପି ସଂଗଠନ ଓ ଏହାର ଆନ୍ଦୋଳନରେ ସାମିଲ ହୋଇଥିବା ରାଜନେତାଙ୍କ ପ୍ରତି ଚାଷୀ ମହଲରେ ସମର୍ଥନ ରହିଛି। ଯାଜପୁର ଜିଲାରେ ଅନାଦୀ ଚରଣ ମଲ୍ଲିକ ଓ ରାମଚନ୍ଦ୍ର ମଲ୍ଲିକ ୩ଥର ଲେଖାଏ ଏମ୍‌ପି ଭାବେ ନିର୍ବାଚିତ ହୋଇଥିବାବେଳେ ଭୁବନାନନ୍ଦ ଦାସ, ଲକ୍ଷ୍ମୀଧର ଜେନା, ବାଇଧର ବେହେରା, ଅନନ୍ତ ପ୍ରସାଦ ସେଠୀ, ଅଞ୍ଚଳ ଦାସ, ଜଗନ୍ନାଥ ମଲ୍ଲିକ, ମୋହନ ଜେନା(୨୦୦୪ ଓ ୨୦୦୯) ଏବଂ ରୀତା ତରାଇ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଗତ ନିର୍ବାଚନରେ ରୀତା ତରାଇ ୫,୪୧,୩୪୯ ଭୋଟ ପାଇ ବିପୁଳ ବ୍ୟବଧାନରେ ଭାଜପାର ଅମିୟକାନ୍ତ ମଲ୍ଲିକଙ୍କୁ ପରାଜିତ କରିଥିଲେ। ଏହି କ୍ରମରେ ବିଜେଡି ଚଳିତ ନିର୍ବାଚନରେ ମଧ୍ୟ ବିଜୟୀ ହେବ ବୋଲି ଆଶା ରଖିଛି। ଚଳିତ ଲୋକ ସଭା ନିର୍ବାଚନ ପାଇଁ ଏହି ଆସନ ଲାଗି ଟିକେଟ ଦୌଡରେ ବର୍ତ୍ତମାନର ଏମ୍‌ପି ରୀତା ତରାଇ, ସ୍ବେଚ୍ଛାକୃତ ଅବସର ନେଇଥିବା ପ୍ରଶାସନିକ ଅଧିକାରିଣୀ ଶର୍ମିଷ୍ଠା ସେଠୀ,ପୂର୍ବତନ ଏମ୍‌ପି ମୋହନ ଜେନା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଆଲୋଚନା ହେଉଛି। ସେହିପରି ଭାଜପାରୁ ବବିତା ମଲ୍ଲିକ, ଅମିୟକାନ୍ତ ମଲ୍ଲିକ ଓ ଭାସ୍କର ଜେନା ଆଶାୟୀ ରହିଥିବାବେଳେ କଂଗ୍ରେସରୁ ମାନସ ଜେନା, ଆଲୋକ ଜେନା ଓ ଅର୍ଜୁନ ଦାସ ଟିକେଟ ଦୌଡ଼ରେ ରହିଛନ୍ତି। ଲୋକ ସଭା ନିର୍ବାଚନ ପାଇଁ ସେହି ପୁରୁଣା ନେତାଙ୍କ ନାମ ସୁପାରିସ କରାଯାଇଥିବାବେଳେ ସେମାନଙ୍କୁ ଟିକେଟ ମିଳିଲେ କଂଗ୍ରେସ ସେତେଟା ଫାଇଦା ନେଇପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଗତ ପଞ୍ଚାୟତ, ପୌର ଓ ବିଧାନସଭା ନିର୍ବାଚନର ଜନମତକୁ ଜିଲାରେ ରାଜନୈତିକ ସ୍ଥିତିର ଏକ ମୋଟାମୋଟି ମାପଦଣ୍ଡ ଭାବେ ନିଆଗଲେ ଜନାଧାର ବିଶେଷ ପରିବର୍ତ୍ତନ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି। ତେଣୁ ଜିଲାର ଏମ୍‌ପି ପ୍ରାର୍ଥିତ୍ୱ ଓଲଟପାଲଟ ହେବ ବୋଲି ଆଶା କରାଯାଉଛି। ଏହି ଆସନକୁ କଂଗ୍ରେସ ୮ଥର ଅକ୍ତିଆର କରିଛି। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିବାବେଳେ ଭାଜପା ଓ ବିଜେଡି ପାଇଁ ଏହା ଏକ ଆହ୍ବାନ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ବିଜେଡି ନିଜର ରଣନୀତିକୁ ବଦଳାଇବାକୁ ଯାଜପୁରରେ ଜଣେ ଅଭିଜ୍ଞ ପୁରୁଖା ନେତାଙ୍କୁ ଦିଲ୍ଲୀ ପଠାଇବାକୁ ଯୋଜନା କରୁଥିବାବେଳେ ଭାଜପା ପଞ୍ଚାୟତ ନିର୍ବାଚନର ସଫଳତାକୁ ଦୋହରାଇବା ପାଇଁ ଜଣେ ଦକ୍ଷ ପ୍ରାର୍ଥୀଙ୍କୁ ଟିକେଟ ଦେବାକୁ ଯୋଜନା କରୁଥିବା ସୂଚନା ମିଳୁଛି। 

 ଗତ ୫ ବର୍ଷ ମଧ୍ୟରେ ଯାଜପୁର ଜିଲାରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। ଯାଜପୁରରୋଡଠାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଜିଲାର ରେଳଷ୍ଟେଶନଗୁଡିକର ଉନ୍ନତି ସହ ଦ୍ରୁତଗାମୀ ଟ୍ରେନ ରହଣି ଦାବି, ଯାଜପୁର-କେନ୍ଦୁଝର ରୋଡଠାରୁ ବିରଜାକ୍ଷେତ୍ରକୁ ନୂତନ ରେଳପଥ ନିର୍ମାଣ ଦାବି, ପାନୀୟ ଜଳ, ପର୍ଯ୍ୟଟନ କ୍ଷେତ୍ର, ଜାତୀୟ ରାଜପଥ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାର୍ଲାମେଣ୍ଟରେ ଦାବି ହେବା ସହ ସଫଳ ମଧ୍ୟ ହୋଇଛି। ତେଣୁ ପୁଣି ଥରେ ରୀତା ତରାଇ ଏମ୍‌ପି ହେବାକୁ ଜିଲାବାସୀ ଚାହୁଁଛନ୍ତି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ଏମ୍‌ପି ତରାଇ କହିଛନ୍ତି। ଗତ ୩ଦଶନ୍ଧି ହେଲା ବିଞ୍ଝାରପୁରବାସୀଙ୍କ ସ୍ନେହ, ମମତାରେ ସେ ବିଧାୟିକା ନିର୍ବାଚିତ ହୋଇ ଆସୁଛନ୍ତି। ବିଧାୟିକା ହେବାକୁ ଇଚ୍ଛା ରହିଛି। ତେବେ ବିଜେଡି ସଭାପତି ଯାହା ଚାହିଁବେ ତାହାକୁ ସେ ଗ୍ରହଣ କରିବେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ଅପରପକ୍ଷରେ ଗତ ଲୋକ ସଭା ନିର୍ବାଚନରେ ଅମିୟକାନ୍ତ ମଲ୍ଲିକ ଭାଜପାରୁ ପ୍ରାର୍ଥୀ ହୋଇ ଲୋକଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ। ତେଣୁ ଏଥର ବି ଭାଜପାରୁ ଏମ୍‌ପି ଟିକେଟ ମିଳିଲେ ନିଶ୍ଚିତ ଭାବରେ ବିଜୟୀ ହେବାର ଆଶା ରଖିଛନ୍ତି ବୋଲି ଅମିୟ କହିଛନ୍ତି। ସେହିପରି କଂଗ୍ରେସରୁ ଆଶାୟୀ ଥିବା ଅର୍ଜୁନ ଚରଣ ଦାସ କହିଛନ୍ତି ଯେ, ସ୍କ୍ରିନିଂ କମିଟିକୁ ତାଙ୍କ ନାମ ଯାଇଛି। ତାଙ୍କୁ ଟିକେଟ ମିଳିଲେ ସେ ନିଶ୍ଚିତ ଭାବେ ବିଜୟୀ ହେବେ।

ହର୍ଷବର୍ଦ୍ଧନ ବେହେରା


All Right Reserved By

ରାଜ୍ୟ | ଉପକୂଳ ଓଡିଶା

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେର,୨୦।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ନିର୍ବାଚନମଣ୍ଡଳୀ ଘଣ୍ଟପଡା ହାଇସ୍କୁଲ ପଡିଆଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିିର୍ବାଚନୀ ପ୍ରଚାର କରିଛନ୍ତି।

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର/ରାଇସୁଆଁ,୨୦।୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ ବାକି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର କେନ୍ଦୁଝର ଜିଲାକୁ ତୋଫାନି ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। 

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ  ଜିତାଇବା ଲାଗି ଆହ୍ବାନ

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ ଜିତାଇବା ଲାଗି ଆହ୍ବାନ

ପାଟଣା,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ତୁରୁମୁଙ୍ଗାସ୍ଥିତ ନିନୁହାଁ ଫୁଟବଲ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସଭା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବିଜେଡି ରୋଡ଼୍‌ ଶୋ’ ସମୟରେ ଗୋଷ୍ଠୀକନ୍ଦଳ

ବାରିପଦା ଅଫିସ,୨୦।୪:  ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧୀନ ବହଳଦା କଲେଜ ନିକଟରେ ଶୁକ୍ରବାର ବିଜେଡି ରୋଡ଼୍‌ ଶୋ’ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। 

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ଦଲକ ସାହିରେ ଶନିବାର ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି।

କାଳବୈଶାଖୀ ବଜ୍ରପାତରେ ୨ ଆହତ

କାଳବୈଶାଖୀ ବଜ୍ରପାତରେ ୨ ଆହତ

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମର ଗୋଡିସାହିରେ ଶୁକ୍ରବାର ରାତିରେ କାଳବୈଶାଖୀ ବର୍ଷା ସହିତ ପବନ ଓ ବଜ୍ରପାତ ଘଟିଛି। 

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

କଳିଙ୍ଗନଗର, ୨୦।୪(ଡି.ଏନ୍‌.ଏ.): ଯାଜପୁର ଜିଲା ରାଇରଙ୍ଗପୁରରୁ ଶନିବାର ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଯାତ୍ରୀବାହୀ ବସ୍‌ ଅନ୍ଧାରୀ ନିକଟରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।


Model This Week

କ୍ରିଷ୍ଣା
Why Dharitri