ରାଜ୍ୟ |

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। ୨୦ ବର୍ଷ ଧରି ସାଲେପୁର କଂଗ୍ରେସର ମଙ୍ଗୁଆଳ ସାଜିଥିବା ପ୍ରକାଶ ହଠାତ୍‌ ଦଳ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଭାଜପାକୁ ଲମ୍ଫ ଦେବା କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ଚକିତ କରିଛି। ଏଭଳି ପରିସ୍ଥିତିରେ କେବଳ ଯେ କଂଗ୍ରେସ ଶିବିର ହଲ୍‌ଚଲ ହୋଇନି, ଭାଜପା ଶିବିରରେ ମଧ୍ୟ ପ୍ରକାଶଙ୍କ ଯୋଗଦାନକୁ ନେଇ ଆଲୋଡ଼ନ ଖେଳିଯାଇଛି। କାରଣ ପ୍ରକାଶ କଂଗ୍ରେସ ଛାଡ଼ିବା ପରେ ହଠାତ୍‌ ସାଲେପୁରରେ ଦଳ ପାଇଁ ନେତୃତ୍ୱ ସଙ୍କଟ ଦେଖାଦେଇଥିବା ବେଳେ ଭାଜପାରେ ଯେଉଁମାନେ ଟିକେଟ ଆଶାୟୀ ଥିଲେ ସେମାନେ ମଧ୍ୟ ନିଜ ପ୍ରାର୍ଥିତ୍ୱକୁ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। 

କଟକ ଜିଲାର ଟାଙ୍ଗୀ ବ୍ଲକର ୧୩ ଓ ସାଲେପୁର ବ୍ଲକ ୩୫ ପଞ୍ଚାୟତକୁ ନେଇ ଗଠିତ ସାଲେପୁର ବିଧାନସଭା ଆସନର ଇତିହାସକୁ ଦେଖିଲେ କଂଗ୍ରେସ ବାରମ୍ବାର ନେତୃତ୍ୱ ପରିବର୍ତ୍ତନ କରି ଆସିଛି। ମାତ୍ର ଅଣକଂଗ୍ରେସ ଅର୍ଥାତ୍‌ ଜନତା ଦଳ ଓ ପରବର୍ତ୍ତୀ ଅବସ୍ଥାରେ ବିଜେଡିର କ୍ଷମତା କେନ୍ଦ୍ର କାଳିନ୍ଦୀ ବେହେରାଙ୍କ ପରିବାର ହାତରେ ନ୍ୟସ୍ତ ଥିଲା। ୧୯୭୭ରୁ ୨୦୦୪ ପର୍ଯ୍ୟନ୍ତ କାଳିନ୍ଦୀ ସାଲେପୁର ଆସନରୁ ଅଣକଂଗ୍ରେସ ଦଳର ପ୍ରତିନିଧିତ୍ୱ କରି ଆସୁଥିବା ବେଳେ ୨୦୦୯ରେ ତାଙ୍କ ପୁଅ ଚନ୍ଦ୍ରସାରଥି ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ସେହିପରି ଅତୀତରେ ମାୟାଧର ସେଠୀ, ବାଇଧର ବେହେରା ଓ ରବୀନ୍ଦ୍ର ନାଥ ବେହେରା କଂଗ୍ରେସକୁ ନେତୃତ୍ୱ ଦେଇ ଆସୁଥିଲେ। ୨୦୦୦ ମସିହା ବେଳକୁ ସାଲେପୁର କଂଗ୍ରେସ ରାଜନୀତିରେ ପ୍ରକାଶଙ୍କର ଅପ୍ରତ୍ୟାଶିତ ଆବିର୍ଭାବ ଘଟିଥିଲା। ୧୯୯୫ ନିର୍ବାଚନରେ ସାଲେପୁର ଆସନରୁ ନବାଗତ କଂଗ୍ରେସ ପ୍ରାର୍ଥୀ ରବୀନ୍ଦ୍ର ନାଥ ବେହେରା ବିଜୟୀ ହୋଇଥିଲେ ମଧ୍ୟ ପ୍ରକାଶଙ୍କ ଉପରେ କଂଗ୍ରେସ ଭରସା କରିଥିଲା। ମାତ୍ର ପ୍ରକାଶ ୨୦୦୦ରୁ ୨୦୦୯ ମଧ୍ୟରେ ହୋଇଥିବା ୩ଟି ନିର୍ବାଚନରେ ପରାଜୟବରଣ କରିଥିଲେ। ୨୦୧୪ରେ ବିଜେଡି ସାଲେପୁରରେ ପ୍ରାର୍ଥୀ ପରିବର୍ତ୍ତନ କରିଥିଲା। ଚନ୍ଦ୍ରସାରଥିଙ୍କୁ କଟକ ସଦର ଆସନକୁ ପଠାଇ କାଳିନ୍ଦୀଙ୍କୁ ଟିକେଟରୁ ବଞ୍ଚତ୍ତ କରିଥିଲା। ଫଳରେ ସାଲେପୁର ଆସନରେ ବିଜେଡି ଚୌଦ୍ୱାରର ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରାଙ୍କ ପୁଅ ତଥା କଟକ ଜିଲା ପରିଷଦ ସଭାପତି ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୪ରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିପୁଳ ହାୱା ସତ୍ତ୍ବେ ସାଲେପୁର ଆସନ ବିଜେଡି ହାତରୁ ଖସି ଯାଇଥିଲା। କଂଗ୍ରେସ ପ୍ରାର୍ଥୀ ପ୍ରକାଶ ବେହେରା ୨ ହଜାର ୧୧୭ ଭୋଟରେ ପ୍ରଶାନ୍ତଙ୍କୁ ପରାସ୍ତ କରିଥିଲେ। ନିର୍ବାଚନୀ ଫଳାଫଳର ତର୍ଜମା ସମୟରେ କୁହାଯାଉଥିଲା ଯେ ତିନି ଥର ହାରିବା ପରେ ପ୍ରକାଶଙ୍କୁ ଅନୁକମ୍ପାମୂଳକ ଭୋଟ ମିଳିଥିଲା। ଏହାବାଦ୍‌ ଆଉ ଏକ ଚର୍ଚ୍ଚା ଜୋର ଧରିଥିଲା ଯେ କାଳିନ୍ଦୀଙ୍କ ପରିବାରକୁ ବିଜେଡି ସାଲେପୁରରେ ଅଣଦେଖା କରିବାରୁ କେତେଜଣ ପୁରୁଖା ବିଜେଡି କର୍ମୀ ପ୍ରଶାନ୍ତଙ୍କୁ ଗ୍ରହଣ କରିପାରି ନ ଥିଲେ। ଏଭଳି ସ୍ଥିତିରେ ପ୍ରକାଶ ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଥିଲେ। ହେଲେ ଏବେ ପ୍ରକାଶ ନୂଆ ଦଳରେ। ଯଦିଓ ଭାଜପା ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ, କିନ୍ତୁ ପ୍ରକାଶ ଭାଜପାରୁ ପ୍ରାର୍ଥୀ ହେଉଥିବା ନେଇ ତାଙ୍କ କର୍ମୀମାନେ ଦୃଢ ନିଶ୍ଚିତ। 

୨୦୧୭ ପଞ୍ଚାୟତ ନିର୍ବାଚନରେ ସାଲେପୁର ବିଧାନସଭା କ୍ଷେତ୍ରର ୬ଟି ଜିଲା ପରିଷଦ ଜୋନ ବିଜେଡି ଦଖଲ କରିଥିଲା। ମାତ୍ର ପଞ୍ଚାୟତ ନିର୍ବାଚନରେ ଭାଜପା ୪୦ହଜାରରୁ ଊର୍ଦ୍ଧ୍ୱ ଭୋଟ ନେଇ ସାଲେପୁରରେ ନିଜ ଦୃଢ ଉପସ୍ଥିତି ଜାହିର କରିଥିଲା, ଯେଉଁଠି ବିଗତ ଦୁଇଟି ସାଧାରଣ ନିର୍ବାଚନ (୨୦୦୯, ୨୦୧୪)ରେ ଭାଜପାର ଭୋଟ ସଂଖ୍ୟା ୧୦ହଜାର ଟପି ନ ଥିଲା। କାରଣ ୨୦୦୯ରେ ଭାଜପା ପ୍ରାର୍ଥୀ ଓମ୍‌ ପ୍ରକାଶ ରାୟ ୫୯୦୬ ଭୋଟ ପାଇଥିବା ବେଳେ ୨୦୧୪ରେ ଭାଜପା ପ୍ରାର୍ଥୀ ତଥା ଦଳର ଜିଲା ସଭାପତି ଚୌଧୁରୀ ହେମନ୍ତ କୁମାର ସାହୁ ୭୭୧୨ ଖଣ୍ଡ ଭୋଟ ପାଇଥିଲେ। ୨୦୧୯ ପାଇଁ ଭାଜପାରୁ ଚୌଧୁରୀ ହେମନ୍ତ ସାହୁ, ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁଞ୍ଜମୋହନ ସେଠୀ, ଦଳର ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସତ୍ୟବାଦୀ ଚଇନି ଓ ଯୁବ ନେତା ରଶ୍ମିରଞ୍ଜନ ଲେଙ୍କା ପ୍ରମୁଖ ଟିକେଟ ଆଶାୟୀ ଅଛନ୍ତି। ପ୍ରକାଶଙ୍କ ଦଳରେ ଯୋଗଦାନ ପରେ ଏମାନଙ୍କର ଆଶା ମଉଳିଯାଇଛି। 

ଭାଜପା ଜିଲା ସଭାପତି ତଥା ୨୦୧୪ର ପରାଜିତ ପ୍ରାର୍ଥୀ ସାହୁ କୁହନ୍ତି, ଦଳର ଆଭିମୁଖ୍ୟ ହେଉଛି ତାଙ୍କର ଆଭିମୁଖ୍ୟ। ପ୍ରକାଶ ଭାଜପାରେ ମିଶିଛନ୍ତି। କିନ୍ତୁ ଅଦ୍ୟାବଧି ତାଙ୍କୁ ଟିକେଟ ମିଳିବ ବୋଲି ଦଳ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଯଦି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରେ, ତାଙ୍କର କୌଣସି ଅସୁବିଧା ନାହିଁ। ଯୁବ ମୋର୍ଚ୍ଚା ଉପସଭାପତି ଚଇନି କୁହନ୍ତି, ୧୨୦ ମିଶନ ପୂରଣ ପାଇଁ ଯଦି ଦଳ ଏଭଳି ନିଷ୍ପତ୍ତି ନେଉଛି, ତେବେ ଆମର ସେଥିରେ ପ୍ରତିବାଦ କରିବାର ନାହିଁ। ଅନ୍ୟତମ ଆଶାୟୀ ସେଠୀ କୁହନ୍ତି, ସେ ଜଣେ ଶୃଙ୍ଖଳିତ କର୍ମୀ। ଦଳର ନିଷ୍ପତ୍ତି ସହିତ ସେ ଏକମତ। 

ପ୍ରକାଶ କଂଗ୍ରେସ ଛାଡ଼ିବା ପରେ ଏବେ ସାଲେପୁର କଂଗ୍ରେସର ମଙ୍ଗ ଧରିବା ପାଇଁ ଆଗକୁ ବାହାରିଛନ୍ତି ପୂର୍ବତନ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ପ୍ରକାଶଙ୍କ ବିରୋଧୀ ରବୀନ୍ଦ୍ର ନାଥ କର। କର କୁହନ୍ତି, ପ୍ରକାଶ କଂଗ୍ରେସ ଛାଡ଼ିଦେବା ପରେ ଯେ ସମସ୍ତ କଂଗ୍ରେସ କର୍ମୀ ତାଙ୍କ ସହିତ ଚାଲିଯିବେ ସେ ଆଶା କରିବା ନିରର୍ଥକ। କଂଗ୍ରେସର ଭୋଟ ଦଳ ସହିତ ରହିଛି। ତେଣୁ ପ୍ରକାଶଙ୍କ ଦଳ ଛାଡ଼ିବା କୌଣସି ଫରକ ପକାଇବ ନାହିଁ। କଂଗ୍ରେସ ଜିଲା ସଭାପତି ଗୁରୁପଦ ନନ୍ଦ କୁହନ୍ତି, ସାଲେପୁରରେ ଅନେକ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି। ପ୍ରକାଶଙ୍କ ଦଳ ଛାଡ଼ିବାର ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି ନନ୍ଦ କହିଛନ୍ତି। 

ବିଜେଡିରୁ ପ୍ରଶାନ୍ତ ବେହେରାଙ୍କ ସହିତ ଯୁବନେତା ବିଶ୍ୱରଞ୍ଜନ ଖଟାଇ ଟିକେଟ ପାଇଁ ଦୃଢ ଦାବିଦାର ଅଛନ୍ତି। ଦୁଇବର୍ଷ ହେବ ଖଟାଇ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭାସମିତି ଆୟୋଜନ କରୁଥିବା ଦେଖାଯାଇଛି। ପ୍ରାର୍ଥିତ୍ୱ ସମ୍ପର୍କରେ ଖଟାଇ କୁହନ୍ତି, ସେ ଟିକେଟ ପାଇବେ ବୋଲି ଆଶାବାଦୀ ଅଛନ୍ତି। ତେବେ ସବୁକିଛି ଦଳର ସଭାପତିଙ୍କ ଉପରେ ନିର୍ଭର କରୁଛି। ଯଦି ଟିକେଟ ନ ମିଳେ ତେବେ ଦଳର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ଟିକେଟ କିଏ ପାଇବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କିନ୍ତୁ ସାଲେପୁରରେ ବିଜେଡି ଶକ୍ତିଶାଳୀ, ଆଉ ଏଠାରେ ଦଳର ବିପୁଳ ବିଜୟ ଘଟିବ। ସେ ଜଣେ ଶୃଙ୍ଖଳିତ କର୍ମୀ। ଦଳର ସଭାପତିଙ୍କ ନିର୍ଦ୍ଦେଶ ତାଙ୍କ ପାଇଁ ଶିରୋଧାର୍ଯ୍ୟ ବୋଲି ସେ କହିଛନ୍ତି। 

କଂଗ୍ରେସରେ ରବୀନ୍ଦ୍ର ନାଥ ବେହେରାଙ୍କ ସମେତ ଜିଲା ସଭାପତି ଗୁରୁପଦ ନନ୍ଦଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସୁଛି। ରବୀନ୍ଦ୍ର କୁହନ୍ତି, ସେ ଟିକେଟ ପାଇଁ ଆବେଦନ କରିଛନ୍ତି। ନିଷ୍ପତ୍ତି ଦଳର ଉଚ୍ଚ କର୍ତ୍ତୃପକ୍ଷ ନେବେ। କିନ୍ତୁ କଂଗ୍ରେସରେ ଥିଲେ ଓ ଆଗକୁ ମଧ୍ୟ ରହିବେ। ଗୁରୁପଦଙ୍କ ମତରେ ଅନେକ ଲୋକ ଟିକେଟ ଆବେଦନ କରିଛନ୍ତି। ପିସିସି ସଭାପତିଙ୍କ ସହିତ ଆଲୋଚନା କରାଯାଇ ଯୋଗ୍ୟ ପ୍ରାର୍ଥୀ ଦିଆଯିବ। ଯଦି ଦଳ ତାଙ୍କୁ ଚାହେଁ ତାଙ୍କର ଲଢିବାରେ ଆପତ୍ତି ନାହିଁ। କିନ୍ତୁ ଦଳ ଯାହାକୁ ପ୍ରାର୍ଥୀ ଦେବ ତାଙ୍କ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

ନିର୍ମଳ ପଣ୍ଡା


All Right Reserved By

ରାଜ୍ୟ |

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦ, ୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ମୋଟ ୮୭ ବୁଥରେ ଭୋଟରଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ  ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ନୟାଗଡ଼ ଅଫିସ/ ରଣପୁର, (ସ୍ବ.ପ୍ର.)୨୩ା୪:  ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି। 

ପୁରୀରେ ମତଦାନ ଜାରି: ୧୧ଟା ସୁଦ୍ଧା ୧୮% ମତଦାନ

ପୁରୀରେ ମତଦାନ ଜାରି: ୧୧ଟା ସୁଦ୍ଧା ୧୮% ମତଦାନ

ପୁରୀ ଅଫିସ, ୨୩ା୪:  ପୁରୀ ଜିଲାର ୪ଟି ନିର୍ବାଚନମଣ୍ଡଳୀ ପିପିଲି, ପୁରୀ, ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଅଳ୍ପ କିଛି ବୁଥ୍‌ରେ ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ଭୋଟଦାନ ଚାଲିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri