ରାଜ୍ୟ | ସମ୍ବଲପୁର

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଗତୁରା ଖୁଚୁରା ମଦ ବେପାରୀମାନଙ୍କୁ ଧରି ଜରିମାନା କରୁଥିବାବେଳେ ନିର୍ବାଚନ ବେଳେ ଯେଉଁ ଦଳ କିମ୍ବା ନେତା ମଦ, ଟଙ୍କା ବାଣ୍ଟିବାର ଉଦ୍ୟମ କରନ୍ତି ତାଙ୍କୁ ମତଦାନ ନ ଦେବାକୁ ମଙ୍ଗଳବାର ସ୍ଥାନୀୟ ଛକରେ ଆୟୋଜିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।  

ଜିଲା ସଦର ମହକୁମାଠାରୁ ମାତ୍ର ୭ କି.ମି. ଦୂର ସାରାବଙ୍ଗ ଗ୍ରାମପଞ୍ଚାୟତରେ ଅନୂ୍ୟନ ୭୦ ପ୍ରତିଶତ ଲୋକ ସାକ୍ଷର । ଲୋକଙ୍କ ଜୀବନ ଜୀବିକା କହିଲେ ଚାଷ ମୁଖ୍ୟ ବେଉସା। ଗତ ଦିନର ବିଭିନ୍ନ ନିର୍ବାଚନକୁ ଦୃଷ୍ଟି ଦେଲେ ଏଠାରେ ମତଦାନ ହାର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ରହିଥାଏ । ହେଲେ ବିଭିନ୍ନ ସମୟରେ ଏଠାରେ ମଦ୍ୟପଙ୍କ ସଂଖ୍ୟା ବଢି ଚାଲିଥିବାରୁ ଏହା ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ ବୁଦ୍ଧିଜୀବୀମାନେ ଜାରି ରଖିଛନ୍ତି। 

ଦୀର୍ଘ ପଚିଶ ବର୍ଷ ଧରି ଗାଁ ମୁଣ୍ଡରେ ଚାଲିଥିବା ଦେଶୀ ମଦଭାଟିକୁ ସଚେତନ ମହିଳା ପୁରୁଷମାନେ ଏକଜୁଟ ହୋଇ ବନ୍ଦ କରିଦେଇଥିବା ଏକ ଉଦାହରଣ ହୋଇଛି । ସେହିଭଳି ଆଗାମୀ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବେଶ ପ୍ରସ୍ତୁତି ଚାଲିଛି । ମଦଭାଟି ବନ୍ଦ କରିଦେବା ପରେ ଗାଁର ବିଭିନ୍ନ ଛକ ଜାଗାରେ ଖୁଚୁରା ବେପାରୀମାନେ ବାହାରୁ ମଦ ଆଣି ବିକ୍ରି କରୁଛନ୍ତି । ଏହାକୁ ଅବକାରୀ ବିଭାଗ ଅଧିକାରୀ କି ପୋଲିସ ଧରିପାରୁନାହିଁ। ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ମଙ୍ଗଳବାର ସ୍ଥାନୀୟ ଛକରେ ଏକ ବୈଠକ ବସିଥିଲା । ଏଥିରେ ସଚେତନ ନାଗରିକ ସଂଘ ତରଫରୁ ପ୍ରକାଶ ଦୀକ୍ଷିତ ସଭାପତିତ୍ୱ କରିଥିବାବେଳେ ବହୁ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଏହି ଅବସରରେ ଏକ ସ୍ବଚ୍ଛ ଗଣତନ୍ତ୍ର ରାଷ୍ଟ୍ର ଗଠନରେ ସାଧାରଣ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଆମକୁ ଏବେ ହିଁ ତାର ପରିଚୟ ଦେବାକୁ ଠିକ ସମୟ ଆସିଛି । ତେଣୁ ନିଶାମୁକ୍ତ ଏବଂ ଲାଞ୍ଚ ମୁକ୍ତ ଭାବେ ନିର୍ବାଚନକୁ ପରିଚାଳନାରେ ସହାୟକ ହେବ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ କେତେଜଣ ହାତଗଣତି ଖୁଚୁରା ମଦ ବେପାରୀଙ୍କୁ ଜରିମାନା କରି ଏଣିକି ମଦ ବିକ୍ରି ବନ୍ଦ କରି ଅନ୍ୟ ରୋଜଗାର ପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। କୌଣସି ଦଳର ନେତା ଭୋଟରଙ୍କୁ ପ୍ରଲୋଭିତ କରିଲେ ସେହି ଦଳକୁ ଭୋଟ ନ ଦେବାକୁ କୁହାଯାଇଛି। ଏହି ନିଷ୍ପତ୍ତିକୁ ଶତାଧିକ ଲୋକ ସମର୍ଥନ ଜଣାଇଛନ୍ତି ।

All Right Reserved By

ରାଜ୍ୟ | ସମ୍ବଲପୁର

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri