ବାଣିଜ୍ୟ |

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୀରବଙ୍କ ପ୍ରତ୍ୟର୍ପଣ ନେଇ ସମସ୍ତ ଚେଷ୍ଟା ଚାଲିଛି:ସିବିଆଇ

ନୂଆଦିଲ୍ଲୀ,୨୦-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ମହାଘୋଟାଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ଲଣ୍ଡନରୁ ଭାରତକୁ  ପ୍ରତ୍ୟର୍ପଣ ଲାଗି ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଜଣେ ଅଧିକାରୀ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ମାମଲାର ବିଭିନ୍ନ ଆଇନଗତ ଦିଗ ଉପରେ ବର୍ତ୍ତମାନ ତର୍ଜମା କରାଯାଉଛି। ସେହିଭଳି ମାମଲାର କେତେ ଦୂର ଯାଏ ଆଗେଇଛି କିମ୍ବା ଅନ୍ୟାନ୍ୟ  ପନ୍ଥା ଉପରେ ଯଥାସାଧ୍ୟ ପଦକ୍ଷେପ ଜାରି ରହିଥିବା ଏଜେନ୍ସିଗୁଡ଼ିକ ପକ୍ଷରୁ ସୂଚନା ରହିଛି।  ଆଇନ ଅନୁସାରେ ସବୁ କାର୍ଯ୍ୟ ହେଉଥିବାରୁ ଏଥି ଲାଗି କିଛି ସମୟ ଲାଗିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଇଡି ଏହି ମାମଲା ଉପରେ ବର୍ତ୍ତମାନ ନଜର ରଖିଛନ୍ତି। ନୀରବଙ୍କ ବିରୋଧରେ ଲଣ୍ଡନକୋର୍ଟ ଗିରଫ ପରଓ୍ବାନା ଜାରି କରିଥିବା ଇଡିର ଜଣେ ଅଧିକାରୀ କହିଛନ୍ତି। 

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ୨ ବିଲିୟନ ଡଲାରର ଋଣ ଠକେଇରେ ଅଭିଯୁକ୍ତ ନୀରବ ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ତାଙ୍କ ପ୍ରତ୍ୟର୍ପଣ ଲାଗି ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଅନୁରୋଧ ପତ୍ର ପଠାଇଛନ୍ତି। ନୀରବଙ୍କ ବିରୋଧରେ ଲଣ୍ଡନର ଓ୍ବେଷ୍ଟ ମିନିଷ୍ଟର ମ୍ୟାଜିଷ୍ଟ୍ରେଟ କୋର୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ନୀରବଙ୍କୁ ସେଠାକାର ପୋଲିସ ଶୀଘ୍ର ଗିରଫ କରିବ ବୋଲି ଜଣାପଡିଛି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସୀଙ୍କ ବିରୋଧରେ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ବର୍ତ୍ତମାନ ତଦନ୍ତ କରୁଛନ୍ତି। 

All Right Reserved By

ବାଣିଜ୍ୟ |

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ନୂଆଦିଲ୍ଲୀ, ୨୨।୪: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟୁଇଟର ଇଣ୍ଡିଆ ଅପରେସନ ଲାଗି ନୂଆ ଏମଡି ଭାବେ ମନିଶ ମାହେଶ୍ୱରୀଙ୍କୁ ନିଯୁକ୍ତ କରିଛି।

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

ନୂଆଦିଲ୍ଲୀ, ୨୨।୪: ବିଶ୍ୱ ‘ଇଜ ଅଫ ଡୁଇଙ୍ଗ’ ବିଜନେସ ତାଲିକାରେ ଅଗ୍ରଣୀ ସ୍ଥାନରେ ରହିବା ଲାଗି ଭାରତ ବିଭିନ ପଦକ୍ଷେପ ଗ୍ରହଣ କରୁଛି। 

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

ନୂଆଦିଲ୍ଲୀ,୨୨।୪: ଦେଶର ୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟିର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ ଶନିବାର କହିଛନ୍ତି। 

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। 

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି କିମ୍ବା କଥାବାର୍ତ୍ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାଇ ଦେଇଛି। 

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ ପଞ୍ଚମାଂଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଖର୍ଚ୍ଚ ବଢୁଥିବା ଜଣା ପଡିଛି। 

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା ଆହ୍ବାନ କରିଛନ୍ତି। 

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri