ଜାତୀୟ |

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ପାକିସ୍ତାନ ପକ୍ଷରୁ ପୁଣି ମୋର୍ଟାର ସେଲିଂ ମାଡ଼: ସୀମାରେ ଉତ୍ତେଜନା

ଶ୍ରୀନଗର,୧୯।୩ : ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ମଙ୍ଗଳବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରୀ ଜିଲା ଅଖନୁର୍‌ ଏବଂ ସୁନ୍ଦରବାଣି ସେକ୍ଟରରେ ପୂର୍ବାହ୍ନ ୧୦ଟା ୪୫ରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ପାକିସ୍ତାନ ପୋଷ୍ଟରୁ ମୋର୍ଟାର ସେଲିଂ ମାଡ଼ ଆରମ୍ଭ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନ ଥିବା ଭାରତୀୟ ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। ଲଗାତାର ତୃତୀୟ ଦିନ ଧରି ଏଠାରେ ପାକିସ୍ତାନ ପୋଷ୍ଟଗୁଡ଼ିକରୁ ମୋର୍ଟାର ସେଲିଂ ମାଡ଼ ଜାରି ରହିଛି। ସୂଚନାଯୋଗ୍ୟ, ଚଳିତ ୨୦୧୯ ବର୍ଷରେ ଇତିମଧ୍ୟରେ ପାକିସ୍ତାନ ପକ୍ଷରୁ ୧୧୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି।

All Right Reserved By

ଜାତୀୟ |

ଶହୀଦ୍‌ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍‌  କରି କଇଁ କଇଁ ହୋଇ କାନ୍ଦିଲେ ମା

ଶହୀଦ୍‌ ପୁଅଙ୍କ ମର ଶରୀରକୁ ସାଲ୍ୟୁଟ୍‌ କରି କଇଁ କଇଁ ହୋଇ କାନ୍ଦିଲେ ମା

ରାଞ୍ଚି,୨୨।୪: ଝାଡ଼ଖଣ୍ଡ ପଲାମୁ ନିବାସୀ ୨୩ ବର୍ଷ ବୟସ୍କ ଲ୍ୟୁଟ୍‌ନାଟ୍‌ ଅନୁରାଗ ଶୁକ୍ଳା ରାଜସ୍ଥାନ ଶ୍ରୀଗଙ୍ଗାନଗରରେ ନିଜର ୩ ଜଣ ସାଥୀଙ୍କୁ ବଞ୍ଚାଇବା ପାଇଁ ଶହୀଦ୍‌ ହୋଇଥିଲେ। 

ଶ୍ରୀଲଙ୍କା ବିସ୍ଫୋରଣରେ ନିଖୋଜ ଅଛନ୍ତି ୭ ଜେଡି(ଏସ୍‌) କର୍ମୀ

ଶ୍ରୀଲଙ୍କା ବିସ୍ଫୋରଣରେ ନିଖୋଜ ଅଛନ୍ତି ୭ ଜେଡି(ଏସ୍‌) କର୍ମୀ

ବେଙ୍ଗାଲୁର,୨୨।୪: ଶ୍ରୀଲଙ୍କାରେ ରବିବାର ହୋଇଥିବା ବିସ୍ଫୋରଣରେ ୫ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହିି ଘଟଣାରେ କର୍ନାଟକର ୨ ଜନତା ଦଳ ସେକ୍ୟୁଲାର ବା ଜେଡି(ଏସ୍‌) କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୭ ଜଣ ନିଖୋଜ ଥିବା କୁହାଯାଉଛି। 

ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କଲେ ମାୟାବତୀ

ପ୍ରଜ୍ଞାଙ୍କ ନାମାଙ୍କନ ରଦ୍ଦ ପାଇଁ ଦାବି କଲେ ମାୟାବତୀ

ଭୋପାଳ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁର ବାବରି ମସଜିଦ୍‌ ସହିତ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। 

ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢ଼ିବେ ଶିଲା ଦିକ୍ଷିତ

ଉତ୍ତର-ପୂର୍ବ ଦିଲ୍ଲୀ ଆସନରୁ ଲଢ଼ିବେ ଶିଲା ଦିକ୍ଷିତ

ନୂଆଦିଲ୍ଲୀ,୨୨।୪: ଅତିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିବା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ ଏଥର ପୁଣିଥରେ କଂଗ୍ରେସ ଟିକେଟ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। 

ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଅଘୋଷିତ ବିଦ୍ୟୁତ୍‌ କାଟକୁ ନେଇ ଆକ୍ସନ ମୋଡ଼ରେ କମଲନାଥ ସରକାର: ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୋପାଳ,୨୨।୪: ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି ମଧ୍ୟପ୍ରଦେଶର ରାଜ୍ୟସରକାର। ଏନେଇ ୪୧୫ ଇଞ୍ଜିନିୟର ଓ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ କମଲନାଥ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। 

ସ୍ତ୍ରୀ, ୩ ସନ୍ତାନଙ୍କୁ ହତ୍ୟା କରି ଶଳାଙ୍କୁ ଭିଡିଓ ପଠାଇଲେ ଜଣେ ଇଞ୍ଜିନିୟର

ସ୍ତ୍ରୀ, ୩ ସନ୍ତାନଙ୍କୁ ହତ୍ୟା କରି ଶଳାଙ୍କୁ ଭିଡିଓ ପଠାଇଲେ ଜଣେ ଇଞ୍ଜିନିୟର

ଗାଜିଆବାଦ, ୨୨।୪: ଉତ୍ତର ପ୍ରଦେଶର ଗାଜିଆବାଦ ସହରରେ ଏକ ଅଭାବନୀୟ ଘଟଣା ଘଟିଛି।

‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ: ଭାଜପା ନେତା

‘ସାଇକେଲ’ ଚିହ୍ନରେ ଭୋଟ ଦେଇ ମୋଦିଙ୍କୁ ଜିତାନ୍ତୁ: ଭାଜପା ନେତା

ନୂଆଦିଲ୍ଲୀ,୨୨।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ରବିବାର ଆୟୋଜିତ ହୋଇଥିଲା ଏକ ନିର୍ବାଚନୀ ସଭା। ଏଥିରେ ଯୋଗ ଦେଇଥିଲେ ଭାଜପା ନେତା ନରେଶ ଅଗ୍ରଓ୍ବାଲଙ୍କ ସମେତ ଆଉ କେତେଜଣ ନେତା।

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ଶହୀଦ୍‌ଙ୍କୁ ସମ୍ମାନ ଦେବା ଦେଶ ନାଗରିକଙ୍କ କର୍ତ୍ତବ୍ୟ: ଜେନେରାଲ ହୋଦା

ନୂଆଦିଲ୍ଲୀ,୨୨।୪: ଭୋପାଳରୁ ଭାଜପାର ଲୋକ ସଭା ପ୍ରାର୍ଥୀ ହୋଇଥିବା ସ୍ବାଧୀ ପ୍ରଜ୍ଞା ସିଂ ଠାକୁରପ ମୁମ୍ବାଇ ଏଟିଏସ୍‌ ମୁଖ୍ୟ ଶହୀଦ୍‌ ହେମନ୍ତ କରକାରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। 

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ପ୍ରଚାର ସମୟରେ ଖାଦ୍ୟ ପରଷିବାରୁ ଅଡ଼ୁଆରେ ପଡ଼ିଗଲେ ପ୍ରିୟଙ୍କା

ଓ୍ବାୟନାଡ଼,୨୨।୪: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ନିଜ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନୂଆ ନିର୍ବାଚନମଣ୍ଡଳୀ କେରଳ ଓ୍ବାୟନାଡରେ ପହଞ୍ଚିଥିଲେ। 

ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୌଦ୍ଧ ଭିକ୍ଷୁ

ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବୌଦ୍ଧ ଭିକ୍ଷୁ

ଗୟା,୨୨।୪: ବୋଧ ଗୟାର ମହାବୋଧି ମନ୍ଦିରରେ ଥିବା ବୌଦ୍ଧ ଭିକ୍ଷୁମାନେ ଶ୍ରୀଲଙ୍କା ବିସ୍ଫୋରଣରେ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 

ମନ୍ଦିରରେ ଦଳାଚକଟା: ୭ ମୃତ

ମନ୍ଦିରରେ ଦଳାଚକଟା: ୭ ମୃତ

ତ୍ରିଚି,୨୨ା୪: ତାମିଲନାଡୁର ତ୍ରିଚି ଜିଲାରେ ଥିବା କାରୁପାସ୍ବାମୀ ମନ୍ଦିରରେ ରବିବାର ଦଳାଚକଟା ଘଟି ୪ ମହିଳାଙ୍କ ସମେତ ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ୧୦ରୁ ଊର୍ଦ୍ଧ୍ୱ ଆହତଙ୍କୁ ଥୁରାୟୁରସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

‘ରାହୁଲ କହିଲେ ବାରାଣସୀରୁ ଲଢ଼ିବି’

ଓ୍ବାୟାନାଡ୍‌,୨୨ା୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଲେ ବାରାଣସୀ ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର କହିଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri