ଜାତୀୟ |

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌

ଥିରୁଭାନନ୍ତପୁରମ୍‌, ୧୯।୩: କେରଳରେ ବ୍ୟାପୁଛି ବେଷ୍ଟ ନାଇଲ ଭାଇରସ୍‌। ଏହି ଭୂତାଣୁ ମଣିଷଙ୍କ ଠାରୁ ଆରମ୍ଭ କରି ପକ୍ଷୀଙ୍କ ମଧ୍ୟରେ ବ୍ୟାପିଥାଏ। ବେଷ୍ଟ ନାଇଲ ଭୂତାଣୁ ଯୋଗୁ ୭ବର୍ଷର ଶିଶୁ ମୋହମ୍ମଦ ସାନର ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହାଫଳରେ ଉତ୍ତର ମାଲବାର ଅଞ୍ଚଳରେ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ବେଷ୍ଟ ନାଇଲ ଭୂତାଣୁ ରୋଗ କ୍ୟୁଲେକ୍ସ ନାମକ ମଶା କାଟିବାରୁ ବ୍ୟାପିଥାଏ। ମଶା କାଟିବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ମନୁଷ୍ୟର ମସ୍ତିଷ୍କରେ ପଡିଥାଏ। ଏହି ରୋଗର ଲକ୍ଷଣ ଗୁଡିକ ହେଲା ଜ୍ୱର, ଥଣ୍ଡା, ବାନ୍ତି, ଦେହହାତ ପୀଡା ଓ ଥକ୍କା ଲାଗିବା। ପୂର୍ବରୁ ଏହି ଭୂତାଣୁକୁ ଉତ୍ତର ଆମେରିକାରେ ଦେଖିବାକୁ ମିଳିଥିଲା। ହେଲେ ପ୍ରଥମ ଥର ଏହି ରୋଗ ଯୋଗୁ ଭାରତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପୂର୍ବରୁ କୋଝିକୋଡ ଜିଲାର ଜଣେ ମହିଳା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ରୋଗର ଲକ୍ଷଣ ମଧ୍ୟ ବେଷ୍ଟ ନାଇଲ ଭୂତାଣୁ ଭଳି ଥିଲା। ହେଲେ ଯାଞ୍ଚ ସମୟରେ ତାଙ୍କଠାରୁ ଏହି ଭୂତାଣୁ ମିଳିନଥିବା ଜଣାପଡିଛି। ଅପରପକ୍ଷରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସତର୍କତା ଅନୁସାରେ ପୂର୍ବରୁ ସତର୍କତା ଅବଲମ୍ବନ କରାଯିବା ସହ ସହରରେ ହାଇ ଆଲର୍ଟ ଜାରି କରାଯାଇଛି ବୋଲି କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲାଜା କହିଛନ୍ତି। ଏଥିସହ ବେଷ୍ଟ ନାଇଲ ଭୂତାଣୁରେ ମୃତ୍ୟୁ ହୋଇଥିବା ଶିଶୁକୁ ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେଶସନ୍‌ ଓ୍ବାର୍ଡରେ ରଖାଯାଇଥିଲା। ଶିଶୁଙ୍କ ପାଖରେ ଥିବା ମା, ବାପା ଓ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ସତର୍କତାରେ ରଖାଯାଇଛି। ତେବେ କୌଣସି ଭୟ କରିବାର ନାହିଁ। ଏଥିସହ ଏହି ରୋଗରୁ ମୁକାବିଲା ପାଇଁ ସମସ୍ତ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡ ରଖାଯିବା ସହ ସୁରକ୍ଷା ସରଞ୍ଜାମ ରଖାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

All Right Reserved By

ଜାତୀୟ |

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ମୋଦିଙ୍କ ପ୍ରେରଣା: ୨୨ଥର ହାରି ପୁଣିଥରେ ନିର୍ବାଚନ ଲଢୁଛନ୍ତି ଏହି ଚା’ ଦୋକାନୀ

ଗ୍ବାଲିୟର,୨୦।୪: ଚା’ବାଲା ହୋଇ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ତେବେ ସେ ବି ଦିନେ ନିର୍ବାଚନରେ ବିଜୟ ଲାଭ କରିବେ ବୋଲି ଆଶା ରଖିଛନ୍ତି ଗ୍ବାଲିୟର ଜଣେ ଚା’ ଦୋକାନୀ। 

ପତ୍ନୀଙ୍କୁ ସମର୍ଥନ କରିବା ମୋର କର୍ତ୍ତବ୍ୟ: ଶତ୍ରୁଘ୍ନ

ପତ୍ନୀଙ୍କୁ ସମର୍ଥନ କରିବା ମୋର କର୍ତ୍ତବ୍ୟ: ଶତ୍ରୁଘ୍ନ

ନୂଆଦିଲ୍ଲୀ,୨୦।୪: ନିକଟରେ ଭାଜପା ଛାଡି କଂଗ୍ରେସରେ ଯୋଗଦେଇଥିବା ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନା ତାଙ୍କ ପତ୍ନି ପୁନମ ସିହ୍ନାଙ୍କୁ ସହଯୋଗ କରିବା ନେଇ ପ୍ରଶ୍ନ ଉଠିଥିଲା। 

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। 

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ବିବାହ ଉତ୍ସବରେ ୬ଶହ ଅତିଥି ନେତ୍ରଦାନର ଶପଥ ନେଲେ

ଭିଲାଇ,୨୦।୪: ଅଙ୍ଗ ଦାନ ମହାପୂଣ୍ୟ। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି।

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ କଂଗ୍ରେସ ସହ ଆମ ଆଦମୀ ପାର୍ଟି(ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଶନିବାର ଏଏପି ସୂଚନା ଦେଇଛି।

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। 

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି।

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର ଲୋକ ସଭା ଆସନ: ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀ ଗଡ଼ରେ

ଜମ୍‌ଶେଦ୍‌ପୁର,୨୦।୪: ଝାଡ଼ଖଣ୍ଡ ଜମ୍‌ଶେଦ୍‌ପୁର ଲୋକ ସଭା ଆସନରେ ୬ଷ୍ଠ ପର୍ଯ୍ୟାୟରେ ମେ ୧୨ରେ ମତଦାନ କରାଯିବ। ଏଠାରେ ଥିବା ୧୮୮୫ ପୋଲିଂ ବୁଥ୍‌ ମଧ୍ୟରୁ ୩୫୦ ମାଓବାଦୀଙ୍କ ଗଡ଼ରେ ରହିଛି।

ନିର୍ବାଚନ ଜିତିବା ପାଇଁ ଏକ ମାସ ଭିତରେ ଦେଶର ୭୫ ନେତା ଏହି ମନ୍ଦିରରେ କରିସାରିଲେଣି ପୂଜାର୍ଚ୍ଚନା

ନିର୍ବାଚନ ଜିତିବା ପାଇଁ ଏକ ମାସ ଭିତରେ ଦେଶର ୭୫ ନେତା ଏହି ମନ୍ଦିରରେ କରିସାରିଲେଣି ପୂଜାର୍ଚ୍ଚନା

ସିମ୍‌ଲା,୨୦।୪: ନିର୍ବାଚନ ପାଖେଇ ଆସିଲେ ଦେବାଳୟମାନଙ୍କରେ ରାଜନେତା ମାନଙ୍କର ଭିଡ଼ ଜମିଥାଏ। ଦେବଦେବୀଙ୍କ ଆଶୀର୍ବାଦ ଲାଭ କଲେ ସହଜରେ ନିର୍ବାଚନ ବୈତରଣୀ ଅବିଳମ୍ବେ ପାରି ହୋଇଯିବେ ବୋଲି ସେମାନଙ୍କର ବିଶ୍ୱାସ। 

ମୃତ୍ୟୁପରେ ରେଳଲାଇନ୍‌ରେ ମୃତଦେହ ରଖି ବୀମା କ୍ଷତି ପୂରଣ ପାଇଁ ଦିଆଯାଉଥିଲା ଦୁର୍ଘଟଣା ରୂପ

ମୃତ୍ୟୁପରେ ରେଳଲାଇନ୍‌ରେ ମୃତଦେହ ରଖି ବୀମା କ୍ଷତି ପୂରଣ ପାଇଁ ଦିଆଯାଉଥିଲା ଦୁର୍ଘଟଣା ରୂପ

ନୂଆଦିଲ୍ଲୀ,୨୦।୪: ମଣିଷର ଲୋଭ କେବେ ମରେନା। ବେଳେବେଳେ ଲୋଭ ଯୋଗୁ କେତେକ ଏଭଳି କାଣ୍ଡ କରିବସନ୍ତି ଯାହା ମଣିଷ ପଣିଆ ଉପରେ ସୃଷ୍ଟିକରେ ପ୍ରଶ୍ନ ଚିହ୍ନ। 

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। 

୧୦ କିଲୋ ଚାନ୍ଦିରେ ଝଟକିବ ଜ୍ୱାଳାମୁଖୀ ମନ୍ଦିରର ଦ୍ୱାର

୧୦ କିଲୋ ଚାନ୍ଦିରେ ଝଟକିବ ଜ୍ୱାଳାମୁଖୀ ମନ୍ଦିରର ଦ୍ୱାର

ଅହମ୍ମଦାବାଦ,୨୦।୪: ଶକ୍ତିପୀଠ ଜ୍ୱାଳାମୁଖୀ ମନ୍ଦିରର ଗର୍ଭ ଗୃହକୁ ଆହୁରି ଦର୍ଶନୀୟ କରିବାକୁ ପ୍ରସ୍ତୁତି ଚାଲିଛି। ଏଥିପାଇଁ ଅହମ୍ମଦାବାଦର ଜଣେ ବ୍ୟବସାୟୀ ତଥା ଶ୍ରଦ୍ଧାଳୁ ମନୋହର ଅଗ୍ରଓ୍ବାଲ ୧୦ କିଲୋଗ୍ରାମ ଚାନ୍ଦି ଦାନ କରିଛନ୍ତି।


Model This Week

କ୍ରିଷ୍ଣା
Why Dharitri