ଅନ୍ତର୍ଜାତୀୟ |

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

ଲଣ୍ଡନ,୧୯।୩: ୧୮୮୮ରେ ଦେହଜୀବୀଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରିବା ସହ ତାଙ୍କ ଶରୀରରୁ ଅଙ୍ଗ କାଢ଼ିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ୧୩୦ ବର୍ଷ ପରେ ସିରିୟଲ କିଲର ‘ଜୈକ ଦ ରିପର’କୁ ଧରିବାର ସଫଳ ହୋଇଛି  ପୋଲିସ।  ସେହି ସମୟରେ ଲଣ୍ଡନରେ ସିରିୟଲ କିଲରର ଆତଙ୍କ ଖେଳିଯାଇଥିଲା। ଏହି କିଲର କେବଳ ଦେହଜୀବୀଙ୍କୁ ଟାର୍ଗେଟ କରୁଥିଲା। ସବୁଠାରୁ ବଡ କଥା ହେଲା ଏହି ଘଟଣାର ପର୍ଦ୍ଦାଫାଶ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍‌କୁ ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ଗତ ସପ୍ତାହରେ ଡିଏନ୍‌ଏ ଆଧାରରେ ଏହି ଘଟଣାର ସତ୍ୟାସତ ସାମା୍‌ନାକୁ  ଆସିଛି। ଅଭିଯୁକ୍ତ ହତ୍ୟା କରିବା ପରେ ମୃତଦେହର ଯେ କୌଣସି ଅଙ୍ଗକୁ ବାହାର କରିଦେଉଥିବା ଜଣାପଡିଛି। ୧୩୦ ବର୍ଷ ପୂର୍ବରୁ ସିରିୟଲ କିଲର ୫ ପୀଡିତାଙ୍କୁ ହତ୍ୟା କରିଥିବା ବେଳେ ସେମାନଙ୍କ ପାଖରୁ ଏକ ଶାଲ ମିଳିଥିଲା। ସେହି ଶାଲର ଡିଏନଏକୁ  ଟେଷ୍ଟ କରିବା ପରେ ଏହା ଏକ ୨୩ବର୍ଷୀୟ ବାରିକ ସହ ମିଶିଥିଲା। ପ୍ରଥମେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବି ଯାଞ୍ଚ ଟିମ୍‌ ଗିରଫ କରିଥିଲା। ହେଲେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ  ତଥ୍ୟ ନଥିବାରୁ ପୁଣି ତାଙ୍କୁ ଛାଡି ଦିଆଯାଇଥିଲା। ହେଲେ ବହୁ ରିସର୍ଚ୍ଚ ଓ ତଦନ୍ତ କରିବା ପରେ ସିରିୟଲ କିଲର ଜଣେ ଡାକ୍ତର ବୋଲି ଜଣାପଡିଥିଲା। କାରଣ ୧୮୮୮ ଏପ୍ରିଲ ୩ରୁ ୧୮୯୧ ଭିତରେ ୧୧ଟି ହତ୍ୟାକାଣ୍ଡ ଘଟିଥିଲା। ଏହା ମଧ୍ୟରୁ ୫ଟି ହତ୍ୟାକାଣ୍ଡରେ ସମାନତା ଦେଖାଯାଇଥିଲା। ହତ୍ୟା କରାଯିବା ପରେ ଅତି ନିର୍ମମ ଭାବେ ମୃତଦେହର ଅଙ୍ଗକୁ କାଟିଦିଆଇଥିଲା। ହତ୍ୟା କରିବା ବ୍ୟକ୍ତି ଜଣେ, ତେବେ ଏହାକୁ ଆଧାର କରି ପୋଲିସର ଇନଭେଷ୍ଟିଗେସନ ଟିମ୍‌ ଅଭିଯୁକ୍ତ ଡାକ୍ତରକୁ ଗିରଫ କରିଥିବା ଜଣାପଡିଛି। 


All Right Reserved By

ଅନ୍ତର୍ଜାତୀୟ |

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ  ଅଗ୍ନି  ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। 

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। 

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

କୋପେନହାଗେନ,୨୨।୪: ଡେନମାର୍କର ଧନୀବ୍ୟକ୍ତି ଆଣ୍ଡର୍ସ ହୋଲଚ୍‌ ପୋଭଲସେନ୍‌ଙ୍କର  ୪ଟି ସନ୍ତାନ ମଧ୍ୟରେ ୩ଜଣଙ୍କର ଶ୍ରୀଲଙ୍କା ବିସ୍ଫୋରଣରେ ମୃତ୍ୟୁ ହୋଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ସରକାରୀ ପ୍ରବକ୍ତା ରଜିଥା ସେନାରତ୍ନେ। 

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

କଲମ୍ବୋ, ୨୨।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ଟି ସ୍ଥାନରେ ରବିବାର ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହୋଇଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

୧୧ ବର୍ଷ ହେଲା ପହଁରି ଅଫିସ ଯାଉଛନ୍ତି ଝୁ ବିବୁ

ବେଜିଂ,୨୨।୪: ଚାଇନା ବୁହାନରେ ବାସ କରୁଥିବା ଜଣେ ବ୍ୟକ୍ତି ଗତ ୧୧ ବର୍ଷ ହେଲା ପହଁରି ଅଫିସ୍‌ ଯାଉଛନ୍ତି। 

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

ୟୁକ୍ରେନର ରାଷ୍ଟ୍ରପତି ହୋଇପାରନ୍ତି କମେଡିଆନ୍‌ ଜେଲେନସ୍କି

କ୍ୱିଭ,୨୨।୪: ପୂର୍ବତନ ଟେଲିଭିଜନ କଳାକାର ତଥା କମେଡିଆନ ଭୋଲେଡିମାର ଜେଲେନସ୍କି ଏଥର ୟୁକ୍ରେନର ରାଷ୍ଟ୍ରପତି ହେବେ ବୋଲି ରବିବାର କହିଛି ଏକ୍‌ଜିଟ୍‌ପୋଲ୍‌। 

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ପ୍ରତି ୩ ମିନିଟ୍‌ରେ ଦକ୍ଷିଣ କାର୍ଲିଫର୍ନିଆରେ ହେଉଛି ଭୂକମ୍ପ: ୯ ବର୍ଷରେ ହେଲାଣି ୨୦ ଲକ୍ଷ ଥର

ଓ୍ବାଶିଂଟନ୍‌,୨୨।୪:  ଦକ୍ଷିଣ କାର୍ଲିଫର୍ନିଆରେ ପ୍ରତି ୩ ମିନିଟ୍‌ରେ ଥରେ ହେଉଛି ଭୂକମ୍ପ। ଦିନରେ ହାରାହାରି ୪ଶହ ୯୫ ଥର ଏଠାକାର ଭୂଇଁ ଥରୁଛି। 

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

ଶ୍ରୀଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ ୮ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। 

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri