ଜୀବନଚର୍ଯ୍ୟା |

ହୋଲି ସମୟରେ କେଶର ଯତ୍ନ

ହୋଲି ସମୟରେ  କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା । ହୋଲି ଖେଳିସାରିବା ପରେ କେଶ ଭଲଭାବେ ସଫା କରିବା ମଧ୍ୟ ଜରୁରୀ।  ଯଦି ଆପଣ ହୋଲି ରଙ୍ଗର ସାଇଡ୍‌ ଇଫେକ୍ଟରୁ ବଞ୍ଚତ୍ବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ କିଛି ନାଚୁରାଲ ଉପାୟ ବିଷୟରେ ସୂଚନା ଦେଉଛୁ , ଯାହାର ସାହାଯ୍ୟ ନେଇ ହୋଲି ରଙ୍ଗ ଦ୍ୱାରା ହେଉଥିବା କ୍ଷତିରୁ କେଶକୁ  ରକ୍ଷା କରିପାରିବେ। 

 ମୁଣ୍ଡରେ  ଲାଗିଥିବା ରଙ୍ଗକୁ ହାତ ସାହାଯ୍ୟରେ କାଢ଼ନ୍ତୁ। ଏହାପରେ ପାନିଆ ସାହାଯ୍ୟରେ କେଶକୁ କୁଣ୍ଡାଇ ରଙ୍ଗକୁୁ ସହଜରେ କାଢ଼ିପାରିବେ। ଏପରି କରିବା ଦ୍ୱାରା ଯେତେ ବି ରଙ୍ଗ ଥିବ ସେ ବାହାରିଯିବ। 

 ରଙ୍ଗ ଲାଗିବା ଦ୍ୱାରା ତାହା ଡ୍ରାଏ ହୋଇଯାଏ। ଏହାକୁ ସିଲ୍‌କୀ କରିବାକୁ ହେଲେ  ଲେମ୍ବୁ ଲଗାନ୍ତୁ। ଲେମ୍ବୁକୁ ଏକ ବାଲ୍‌ଟି ପାଣିରେ ପକାଇ ଦିଅନ୍ତୁ। ଏବେ ଏହି ପାଣିରେ ମୁଣ୍ଡକୁ ଧୋଇ ଦିଅନ୍ତୁ। ଏହିପରି ଭାବରେ ମୁଣ୍ଡକୁ ଧୋଇବା ଦ୍ୱାରା ସ୍କାଲ୍ପ କ୍ଷତିକାରକ ହେବ ନାହିଁ।

 ରଙ୍ଗରେ  କେଶର ଚମକ ନଷ୍ଟ ହୋଇଯାଏ।  ଏମିତିରେ କେଶର ଚମକ ପାଇବାକୁ ହେଲେ ଅଣ୍ଡାରେ ବାଦାମତେଲ ସହ ଜଡ଼ାତେଲ ମଧ୍ୟ ପକାଇ ମସାଜ୍‌ କରିପାରିବେ। ଏପରି ମସାଜ୍‌ କରିବା ଦ୍ୱାରା କେଶ ଚମକିବ। ଏହାଦ୍ୱାରା ଆପଣଙ୍କ କେଶ ଖରାପ ହେବନି ଓ ତା’ର ବୃଦ୍ଧି ଭଲ ହେବ। 

 ଓ ମହୁ କେଶ ପାଇଁ ଭଲ ହେୟାର ପ୍ୟାକ୍‌ । ଏହାକୁ ଲଗାଇବା ଦ୍ୱାରା କେଶ ମୂଳ ପର୍ଯ୍ୟନ୍ତ କଣ୍ଡିସନିଂ ହୋଇଯାଏ। ଏହାଦ୍ୱାରା କେଶ ସଫ୍ଟ ହୋଇଯାଏ। ସପ୍ତାହରେ ଅତିକମ୍‌ରେ ୩ଥର ଏହାକୁ ବ୍ୟବହାର କରିପାରିବେ।

  ଖେଳିବା ପରେ କେଶକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ହର୍ବାଲ ସାମ୍ପୁ ବ୍ୟବହାର କରନ୍ତୁ। କେଶକୁ ଧୋଇବା ପରେ କଣ୍ଡିସନର କରିବାକୁ ଭୁଲନ୍ତୁ ନାହିଁ।

 ପରେ କେଶରେ ମେହେନ୍ଦୀ ଯେମିତି ହେଲେ ଲଗାନ୍ତୁ।

All Right Reserved By

ଜୀବନଚର୍ଯ୍ୟା |

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।

ମଲାଇ କୁଲ୍‌ଫି

ମଲାଇ କୁଲ୍‌ଫି

ବାହାରେ ବିକ୍ରି ହେଉଥିବା ମଲାଇ କୁଲଫିକୁ ଆପଣ ନିଜ ଘରେ ବି ତିଆରି କରିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରଣାଳୀ...

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ଯଦି ପାଖରେ କୌଣସି ମେକ୍‌ଅପ ପ୍ରଡକ୍ଟ ନାହିଁ ଏବଂ ଆପଣ ତ୍ୱଚାକୁ ଫ୍ରେଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ ...

କୁକିଂ ଟିପ୍ସ...

କୁକିଂ ଟିପ୍ସ...

ଭାତ ପ୍ରସ୍ତୁତ କଲାବେଳେ ପେଯ ବା ମଣ୍ଡରେ ଲେମ୍ବୁ ପାଣି ମିଶାଇ କେଶରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ। କେଶ କୋମଳ ହେବା ସହ ଚମକ ବି ଆସିବ।

ମନି ମ୍ୟାନେଜ୍‌ମେଣ୍ଟ୍‌

ମନି ମ୍ୟାନେଜ୍‌ମେଣ୍ଟ୍‌

ବର୍ତ୍ତମାନ ସମୟରେ କର୍ମଜୀବୀ ଦମ୍ପତିଙ୍କୁ ମନି ମ୍ୟାନେଜ୍‌ମେଣ୍ଟ୍‌ କରିବା ଏତେ ସହଜ ନୁହେଁ। କାରଣ ଖର୍ଚ୍ଚ ଉପରେ ଠିକ୍‌ ଭାବରେ ନଜର ରଖିବା ସହ ଅଯଥା ଖର୍ଚ୍ଚରେ ଲଗାମ ଦେବାକୁ ପଡ଼ିଥାଏ। ତେବେ ଏହି ମନି ମ୍ୟାନେଜମେଣ୍ଟ କିପରି କରିବେ ଜାଣନ୍ତୁ ସେ ସମ୍ପର୍କରେ...

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ।

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri