ବାଣିଜ୍ୟ |

ଗିରଫ ହେବେ ନୀରବ ମୋଦି;ଲଣ୍ଡନ କୋର୍ଟ ଜାରି କଲେ ଓ୍ବାରେଣ୍ଟ

ଗିରଫ ହେବେ ନୀରବ ମୋଦି;ଲଣ୍ଡନ କୋର୍ଟ ଜାରି କଲେ ଓ୍ବାରେଣ୍ଟ

ନୂଆଦିଲ୍ଲୀ,୧୯-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକି ଲଣ୍ଡନ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଯେକୌଣସି ମୂହୁର୍ତ୍ତରେ ଗିରଫ ହେବେ। ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟ ମୋଦିଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି। 

ପ୍ରାପ୍ତ ସୂଚନାନୁଯାୟୀ,ଭାରତରୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଏକ ଦଳ ଖୁବଶୀଘ୍ର ଲଣ୍ଡନ ଯାତ୍ରା କରିବ। ଇତିମଧ୍ୟରେ ନୀରବ ମୋଦି ମାମଲାରେ ସିବିଆଇ ଓ ଇଡି କ୍ରମାଗତ ବ୍ରିଟେନ ସରକାର ଏବଂ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନର କାର୍ଯ୍ୟାଳୟ ସହ ଯୋଗାଯୋଗ ରକ୍ଷା କରୁଛି। ସୂଚନାଥାଉ କି, ବ୍ରିଟେନ ରାଜଧାନୀରେ ନୀରବ ବୁଲୁଥିବାର ଦେଖାଯାଇଥିଲା। ସ୍ଥାନୀୟ ସମ୍ବାଦପତ୍ର ‘ଦ ଟେଲିଗ୍ରାଫ୍‌’ ପକ୍ଷରୁ ତାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କର ଅବସ୍ଥିତି ନେଇ ଏକ ସ୍ବତନ୍ତ୍ର ରିପୋର୍ଟ ଏବଂ ଏକ ଭିଡ଼ିଓ ମଧ୍ୟ ଜାରି କରାଯାଇଥିଲା। ଏହାର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଥିଲେ ଯେ, ନୀରବ ଲଣ୍ଡନରେ ଲୁଚିଥିବା ଭାରତ ଜାଣିଛି ଏବଂ ତାଙ୍କୁ ପ୍ରତ୍ୟର୍ପଣ ଲାଗି ବ୍ରିଟେନ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି । ନୀରବ ଲଣ୍ଡନର ଏକ ସମ୍ଭ୍ରାନ୍ତ ଅଞ୍ଚଳର ବିଳାଶବହୁଳ ଫ୍ଲାଟ୍‌ରେ ବସବାସ କରୁଛନ୍ତି ଏବଂ ସେଠାରେ ସେ ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି ଟେଲିଗ୍ରାଫ ରିପୋର୍ଟରେ କୁହାଯାଇଥିଲା। ପିଏନ୍‌ବି ଠକେଇ ପରେ ହୀରା ବ୍ୟବସାୟୀ ବିଦେଶ ପଳାୟନ କରିବା ପରେ ସିବିଆଇ ଓ ଇଡିର ଅନୁରୋଧ କ୍ରମେ ଇଣ୍ଟରପୋଲ ପକ୍ଷରୁ ତାଙ୍କ ବିରୋଧରେ ରେଡ କର୍ନର ନୋଟିସ ଜାରି କରାଯାଇଥିଲା। 

All Right Reserved By

ବାଣିଜ୍ୟ |

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ସ୍ପାଇସଜେଟ୍‌ର ବଦାନ୍ୟତା: ୫ଶହ ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ଦେଲା ଚାକିରି

ନୂଆଦିଲ୍ଲୀ,୨୦।୪: ଆର୍ଥିକ ମାନ୍ଦାବସ୍ଥା କାରଣରୁ ବନ୍ଦ ହୋଇଯାଇଛି ଜେଟ୍‌ ଏୟାରଓ୍ବେଜ୍‌। ଫଳରେ ହଜାର ହଜାର କର୍ମଚାରୀ ରୋଜଗାର ହରାଇଛନ୍ତି। 

ଟୁଇଟରରେ ଜେଟ କର୍ମଚାରୀଙ୍କୁ ମିଳୁଛି ଜବ୍‌ ଅଫର

ଟୁଇଟରରେ ଜେଟ କର୍ମଚାରୀଙ୍କୁ ମିଳୁଛି ଜବ୍‌ ଅଫର

ନୂଆଦିଲ୍ଲୀ, ୨୦।୪: ଜେଟ ଏୟାର ବିମାନ କମ୍ପାନୀ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାର ଉଡ଼ାଣ ବନ୍ଦ କରିଛି।

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୋଦିଙ୍କୁ ବ୍ୟାଙ୍କ ସଂଘର ଚିଠି;ଜେଟକୁ ଅଧିଗ୍ରହଣ କରନ୍ତୁ ସରକାର

ମୁମ୍ବାଇ,୨୦-୪: ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ଶୁକ୍ରବାର ବ୍ୟାଙ୍କ ସଂଘଗୁଡ଼ିକ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଜେଟ୍‌ର ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ଲାଗି କେନ୍ଦ୍ର ସରକାର ଜେଟ୍‌ ଏୟାରଓ୍ବେଜକୁ ହାତକୁ ନିଅନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି।  ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୟିଜ ଆସୋସିଏଶନ ପକ୍ଷରୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ, ଜେଟ୍‌କୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକା ନ ଯାଉ। ଜେଟ୍‌କୁ ହସ୍ତାନ୍ତର ପାଇଁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଡ଼୍‌ ଆହ୍ବାନ କରାଯାଇଛି। 

ଜେଟ୍‌ ସଙ୍କଟ ଯୋଗୁ କ୍ଷତି ସହୁଛନ୍ତି ହୋଟେଲ ଚେନ୍‌,କ୍ୟାଟରର୍ସ, ରପ୍ତାନିକାରୀ

ଜେଟ୍‌ ସଙ୍କଟ ଯୋଗୁ କ୍ଷତି ସହୁଛନ୍ତି ହୋଟେଲ ଚେନ୍‌,କ୍ୟାଟରର୍ସ, ରପ୍ତାନିକାରୀ

ନୂଆଦିଲ୍ଲୀ,୨୦-୪: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ସାମୟିକ ବନ୍ଦ ହୋଇଯିବା ପରେ ଏହାର ୨୨ ହଜାର କର୍ମଚାରୀ କେବଳ ଯେ ପ୍ରଭାବିତ ହୋଇଛନ୍ତି ତାହା ନୁହେଁ ଏଥିଯୋଗୁ ବଡ଼ ବଡ଼ ହୋଟେଲ ଚେନ୍‌, ଇନ୍‌ଫ୍ଲାଇଟ କ୍ୟାଟରିଂ ଯୋଗାଉଥିବା କମ୍ପାନୀ, ବିଦେଶକୁ  ସଜ ଫଳ, ପନିପରିବା ପଠାଉଥିବା ରପ୍ତାନିକାରୀ ପ୍ରଭାବିତ ହୋଇଛନ୍ତି। ଜେଟ୍‌ ଉପରେ ସେମାନଙ୍କର ବହୁ କୋଟି ଟଙ୍କା ବକେୟା ରହିଥିବାରୁ ଏବେ ସେମାନଙ୍କୁ ବ୍ୟାପକ ହାରରେ କ୍ଷତି ସହିବାକୁ ପଡ଼ିବ। ଏନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି। 

ଜେଟ୍‌ର ୧୯ ଅନ୍ତଃରାଷ୍ଟ୍ରୀୟ ରୁଟ୍‌ ଲାଗି ଏୟାର ଇଣ୍ଡିଆର ଅଫର

ଜେଟ୍‌ର ୧୯ ଅନ୍ତଃରାଷ୍ଟ୍ରୀୟ ରୁଟ୍‌ ଲାଗି ଏୟାର ଇଣ୍ଡିଆର ଅଫର

ନୂଆଦିଲ୍ଲୀ,୨୦-୪: ଜେଟ୍‌ ଏୟାରଓ୍ବେଜର ଉଡ଼ାଣ ବନ୍ଦ ହେବା ପରେ ବିଦେଶରେ ଫଶି ରହିଥିବା ଯାତ୍ରୀଙ୍କୁ ଫେରାଇ ଆଣିବା ଲାଗି ଏୟାର ଇଣ୍ଡିଆ ପକ୍ଷରୁ ସ୍ପେଶାଲ ଭଡା ଅଫର ଦିଆଯାଇଛି। କମ୍ପାନୀ ମୋଟ ୧୯ ଅନ୍ତରାଷ୍ଟ୍ରୀୟ ରୁଟ୍‌ ଲାଗି ସ୍ପେଶାଲ ଭଡ଼ା ଅଫର ଦେଉଛି। ଏହା ଆସନ୍ତା ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ଅଫର ଅନୁଯାୟୀ, ଜେଟ୍‌ର ଟିକେଟ ବୁକ୍‌ କରିଥିବା ଯାତ୍ରୀଙ୍କୁ ଶସ୍ତାରେ ଏୟାର ଇଣ୍ଡିଆ ଟିକେଟ ପ୍ରଦାନ କରାଯିବ। ଯେଉଁମାନେ ଏହି ଅଫର ସୁବିଧା ନେବାକୁ ଚାହାନ୍ତି, ସେମାନଙ୍କୁ ମୋହର ବାଜି ଥିବା ଜେଟ୍‌ର କନଫର୍ମ ଟିକେଟ ଦେଖାଇବାକୁ ହେବ। ସ୍ପେଶାଲ ଭଡ଼ା ସ୍କିମ୍‌ କେବଳ ସିଧା ରୁଟ୍‌ର ଉଡ଼ାଣ ପାଇଁ ଲାଗୁ ହେବ। ଭଡ଼ା ବୃଦ୍ଧି ରୋକିବାକୁ ଏୟାର ଇଣ୍ଡିଆ ନୂଆ ବିମାନ ଯୋଡିବାକୁ ପ୍ରୟାସ କରୁଛି। ସୂଚନାଥାଉ କି, ବିଦେଶୀ ରୁଟ୍‌ରେ ଜେଟ୍‌ର ଉଡ଼ାଣ ବନ୍ଦ ହେବା ପରେ ବିମାନ ଭଡ଼ା ୩ ଗୁଣ ବଢ଼ିଯାଇଛି। 

ଜେଟ୍‌ ଭଳି ବନ୍ଦ ହୋଇପାରେ ଏୟାର ଇଣ୍ଡିଆ;୯ ହଜାର କୋଟି ଋଣ, ହାତରେ ଟଙ୍କା ନାହି

ଜେଟ୍‌ ଭଳି ବନ୍ଦ ହୋଇପାରେ ଏୟାର ଇଣ୍ଡିଆ;୯ ହଜାର କୋଟି ଋଣ, ହାତରେ ଟଙ୍କା ନାହି

ନୂଆଦିଲ୍ଲୀ,୨୦-୪: ଜେଟ୍‌ ଏୟାରଓ୍ବେଜ ଭଳି ରାଷ୍ଟ୍ରାୟତ୍ତ ଏୟାରଲାଇନ କମ୍ପାନୀ ଏୟାର ଇଣ୍ଡିଆ ମଧ୍ୟ ବନ୍ଦ ହୋଇପାରେ। କମ୍ପାନୀ ଉପରେ ବର୍ତ୍ତମାନ ୯ ହଜାର କୋଟି ଟଙ୍କାର ଋଣ ରହିଛି। ଏଭଳି ସ୍ଥିତିରେ ସରକାର ସହାୟତାର ହାତ ନ ବଢ଼ାଇଲେ ଜେଟ୍‌ ଭଳି ଏୟାର ଇଣ୍ଡିଆ ମଧ୍ୟ ବନ୍ଦ ହୋଇଯିବ। ନୂଆ ସରକାର କେନ୍ଦ୍ରରେ ଆସିବା ପରେ ହଁି ଏୟାର ଇଣ୍ଡିଆ ସମ୍ପର୍କରେ ନିଷ୍ପତ୍ତି ନିଆଯିବାକୁ ଥିବାରୁ ସେହି ସମୟ ଭିତରେ ଏହି ରାଷ୍ଟ୍ରାୟତ୍ତ କମ୍ପାନୀକୁ ସହାୟତା ନ ମିଳିଲେ ଏହା ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏୟାର ଇଣ୍ଡିଆ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ସୂଚନା ପ୍ରଦାନ କରାଯାଇଛି। 

କୋଲକାତା ଚାଲିଯିବ ଟାଟା ସ୍ପଞ୍ଜ କର୍ପୋରେଟ ଅଫିସ;ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କୋଲକାତା ଚାଲିଯିବ ଟାଟା ସ୍ପଞ୍ଜ କର୍ପୋରେଟ ଅଫିସ;ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

କୋଲକାତା/କେନ୍ଦୁଝର(ସ୍ବ.ପ୍ର),୨୦-୪: ଟାଟା ଷ୍ଟିଲ୍‌ର ଏକ ସହଯୋଗୀ କମ୍ପାନୀ ଟାଟା ସ୍ପଞ୍ଜ ଆଇରନ ଲିମିଟେଡ ଏହାର କର୍ପୋରେଟ ଅଫିସ୍‌କୁ କୋଲକାତାକୁ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ନେଇଛି। ସିଙ୍ଗୁର ବିବାଦ ପରେ ଟାଟା ଗ୍ରୁପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଶେଷ ଗୁରୁତ୍ୱ ବହନ କରୁଛି। ଏଥିସହିତ କମ୍ପାନୀର ନାମ ପରିବର୍ତ୍ତନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। 

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି ମାଲ୍ୟା କହିଛନ୍ତି, ଏହା ଦେଶର ଟିକସଦାତାଙ୍କ ଟଙ୍କାକୁ ଇଂଲଣ୍ଡରେ ଆଇନଗତ ମାମଲା ଲଢିବାରେ ଖର୍ଚ୍ଚ କରୁଛି। ଏସ୍‌ବିଆଇ ନେତୃତ୍ୱାଧିନ ବ୍ୟାଙ୍କ ଗୋଷ୍ଠୀ ତାଙ୍କ ପଛରେ ଭୂଲରେ ପଡିଥିବା ମାଲ୍ୟା ଟୁଇଟରେ କହିଛନ୍ତି। 

ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଲ୍‌ ଆଣ୍ଡଏଫ୍‌ଏସ୍‌ ସିଇଓ

ବିଚାର ବିଭାଗୀୟ ହାଜତକୁ ଗଲେ ଆଇଏଲ୍‌ ଆଣ୍ଡଏଫ୍‌ଏସ୍‌ ସିଇଓ

ନୂଆଦିଲ୍ଲୀ,୨୦-୪: ମୁମ୍ବାଇର ମାଜିଷ୍ଟ୍ରେଟ କୋର୍ଟ ଆଇଏଲ୍‌ଆଣ୍ଡ ଏଫ୍‌ଏସ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ରାକେଶ ବାଓ୍ବାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ବେଆଇନ ଭାବେ ଅର୍ଥ ହେରଫେର ମାମଲାରେ ଗତ ସପ୍ତାହରେ ବାଓ୍ବା ଗିରଫ ହୋଇଥିଲେ। ଜଘନ୍ୟ ଅପରାଧ ତଦନ୍ତକାରୀ କାର୍ଯ୍ୟାଳୟ (ଏସ୍‌ଏଫ୍‌ଆଇଓ) ବାଓ୍ବାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ୪ ଦିନ ହାଜତରେ ରହିବା ପରେ ତାଙ୍କୁ ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ସେ ବିଚାର ବିଭାଗୀୟ ହାଜତରେ ରହିବେ। ତାଙ୍କୁ ପଚରା ଉଚୁରା ଲାଗି ସୁବିଧା ହେଉ ନ ଥିବାରୁ ରିମାଣ୍ଡରେ ନେବା ଲାଗି ଏସ୍‌ଏଫ୍‌ଆଇଓ ଚାହୁଁଥିବା ଏହାର ସ୍ବତନ୍ତ୍ର ଓକିଲ ଏଚ୍‌.ଏସ୍‌.ଭେନେଗାଓଁଙ୍କର କହିଛନ୍ତି।   

ଆଇଡିବିଆଇର ନୂଆ ବ୍ୟବସ୍ଥା

ଆଇଡିବିଆଇର ନୂଆ ବ୍ୟବସ୍ଥା

ଭୁବନେଶ୍ୱର,୨୦-୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତା ଖୋଲିବା ପାଇଁ ମୋବାଇଲ ଏବଂ ଓ୍ବେବ ଭିତ୍ତିକ ଇଣ୍ଟରଫେସକୁ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ଆଧାର,କ୍ୟୁ ଆର୍‌ କୋଡ ବ୍ୟବହାର କରି ଏକ ଅନୁକୂଳ ଇଣ୍ଟରଫେସରେ ସେମାନଙ୍କ ଖାତା ଖୋଲି ପାରିବେ। ଏହାକୁ ଆକ୍ଟିଭେଟ ମଧ୍ୟ କରିପାରିବେ। ଏହି ଇଣ୍ଟରଫେସର ଲାଭ ହେଉଛି ଏଥିରେ କାଗଜପତ୍ର କାମ କରିବାକୁ ପଡିବନି। ମାତ୍ର କିଛି ମିନିଟରେ ଖାତା ଖୋଲିଯିବ। ଏହା ଗ୍ରାହକଙ୍କୁ ଉନ୍ନତ ଅନବୋର୍ଡଂ ଅନୁଭୂତି ପ୍ରଦାନ କରିବ। ସେହିଭଳି ଖାତା ଖୋଲିବା ନିମନ୍ତେ ଟର୍ଣ୍ଣ ଆରାଉଣ୍ଡ ସମୟ ବହୁତ କମିଯିବ। ଗ୍ରାହକଙ୍କୁ କାଉଣ୍ଟରରେ ହିଁ ଚେକ୍‌ବୁକ୍‌ ଏବଂ ଡେବିଟ କାର୍ଡ ମିଳିଯିବ। 

ଏଲ୍‌ଆଇସି କଟକ ମଣ୍ଡଳର ସଫଳତା

ଏଲ୍‌ଆଇସି କଟକ ମଣ୍ଡଳର ସଫଳତା

ଭୁବନେଶ୍ୱର,୨୦-୪: ୨୦୧୮-୧୯ ଆର୍ଥତ୍କ ବର୍ଷରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର କଟକ ମଣ୍ଡଳ ବିଭିନ୍ନ ବର୍ଗରେ ବ୍ୟବସାୟ ସଫଳତା ହାସଲ କରିଛି। ଏହି ସମୟରେ ନୂତନ ବୀମା ପଲିସି ବିକ୍ରିରେ ମଣ୍ଡଳ ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। କଟକ ମଣ୍ଡଳ ୫.୧୦ ଲକ୍ଷ ପଲିସି ବିକ୍ରି କରିବା ସହ ୬୪୫ କୋଟି ଟଙ୍କାର ପ୍ରିମିୟମ ହାସଲ କରିଛି। ୫ ଲକ୍ଷରୁ ଉର୍ଦ୍ଧ୍ୱ ପଲିସି ବିକ୍ରି କରିବାରେ କଟକ ଏକ ମାତ୍ର ମଣ୍ଡଳ ବୋଲି ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ରାଉତରାୟ ସୂଚନା ଦେଇଛନ୍ତି। ପାରମ୍ପରିକ ବୀମା ପ୍ରିମିୟମ କ୍ଷେତ୍ରରେ ୩୫୨ କୋଟି ଟଙ୍କାରୁ ଅଧିକ ପ୍ରିମିୟମ ସଂଗ୍ରହ କରି ଏହା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। 

ଆମଓ୍ବେର ସ୍ବାସ୍ଥ୍ୟ ସୁରକ୍ଷା ଆଲୋଚନା ଚକ୍ର

ଆମଓ୍ବେର ସ୍ବାସ୍ଥ୍ୟ ସୁରକ୍ଷା ଆଲୋଚନା ଚକ୍ର

ଭୁବନେଶ୍ୱର,୨୦-୪: ଆମଓ୍ବେ ପକ୍ଷରୁ ସ୍ବାସ୍ଥ୍ୟ ସୁରକ୍ଷା ସଂକ୍ରାନ୍ତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଭାରତର ପାରମ୍ପରିକ ଜଡିବୁଟି ଏବଂ ଆଧୁନିକ ଗବେଷଣା ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଚେତନତା ବଢାଇବା ଲକ୍ଷ୍ୟରେ ଏଭଳି ଏକ ପଦକ୍ଷେପ କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଛି। ଦେଶର ୧୩ଟି ପ୍ରମୁଖ ବଜାରରେ ଏଭଳି ଆଲୋଚନା ଚକ୍ର ଆୟୋଜନ ହୋଇଥିବା ବିଶିଷ୍ଟ କନସଲଣ୍ଟାଣ୍ଟଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେମିନାରରେ ଆୟୁର୍ବେଦିକ ବିଶେଷଜ୍ଞମାନେ ଭାରତୀୟ ପାରମ୍ପରିକ ଜଡିବୁଟିର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମିନାର ଅବସରରେ ବିଶିଷ୍ଟ ଆୟୁର୍ବେଦିକ ବିଶେଷଜ୍ଞ ଡକ୍ଟର ଗୌହର ବାତ୍ସାୟନଙ୍କୁ ଆମନ୍ତ୍ରଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।  


Model This Week

କ୍ରିଷ୍ଣା
Why Dharitri