ବାଣିଜ୍ୟ |

ଜେଲ୍‌ ଯିବାରୁ ବର୍ତ୍ତିଲେ ଅନିଲ ଅମ୍ବାନୀ

ଜେଲ୍‌ ଯିବାରୁ ବର୍ତ୍ତିଲେ ଅନିଲ ଅମ୍ବାନୀ

ନୂଆଦିଲ୍ଲୀ,୧୯-୩: ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ମାଲିକ ଅନିଲ ଅମ୍ବାନୀଙ୍କ ଉପରୁ ଜେଲ ଯିବାର ସଙ୍କଟ ଟଳିଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସୁଇଡିଶ ଟେଲିକମ ଇକ୍ୟୁମମେଣ୍ଟ ନିର୍ମାତା ଏରିକସନକୁ ବକେୟା ୪୫୮.୭୭ କୋଟି ଟଙ୍କା ଦେଇଛି ଆର୍‌କମ୍‌। ସୁପ୍ରିମକୋଟର୍ର୍ ଏଥିପାଇଁ ୧୯ ତାରିଖ ଶେଷ ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ବକେୟା ପରିଶୋଧ ହୋଇ ନ ଥିଲେ ଅନିଲଙ୍କ ସମେତ ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ୩ ମାସ ପାଇଁ ଜେଲ୍‌ ଯିବାକୁ ପଡିଥାନ୍ତା। ଦୁଇ କମ୍ପାନୀ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ଆଇନଗତ ଲଢ଼େଇ ଚାଲିଥିଲା।

ଆର୍‌କମ୍‌ଠାରୁ ବକେୟା ବାବଦ ଅର୍ଥ ମିଳିଛି ବୋଲି ଏରିକସନର ଓକିଲ ସ୍ବୀକାର କରିଛନ୍ତି। ପୂର୍ବରୁ ଆର୍‌କମ୍‌ ୧୧୮ କୋଟି ଟଙ୍କା ଏରିକସନକୁ ଦେଇ ସାରିଥିଲା। ଆର୍‌କମ୍‌ଠାରୁ ଏରିକସନ ବକେୟା ବାବଦରେ ମୋଟ ୫୭୬.୭୭ କୋଟି ଟଙ୍କା ପାଇବାକୁ ଥିଲା। ବକେୟା ସହିତ ଏରିକସନ ସୁପ୍ରିମକୋର୍ଟ ରେଜିଷ୍ଟ୍ରାରଙ୍କଠାରୁ ଅଧିକ ୩ କୋଟି ଟଙ୍କା ପାଇଛି। ସୂଚନାଥାଉ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆର୍‌କମ୍‌ ଜାଣିଶୁଣି ଅଣଦେଖା କରୁଛି ଦର୍ଶାଇ ଏରିକସନ ଗତ ମାସରେ ସର୍ବୋଚ୍ଚ ଅଦାଲତରେ ଏକ ଅଦାଲତ ଅବମାନନା ମାମଲା ଆଗତ କରିଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଅନିଲ ଓ ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ଅଦାଲତ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆସନ୍ତା ୪ ସପ୍ତାହ ଅର୍ଥାତ ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏରିକସନକୁ ବକେୟା ଅର୍ଥ ଫେରସ୍ତ ଲାଗି ନିର୍ଦ୍ଦେଶ ଦେଇଥିଲେ। ଅର୍ଥ ଫେରସ୍ତ ନ ହେଲେ ସମ୍ପୃକ୍ତ କମ୍ପାନୀ ମାଲିକ ଜେଲ ଯିବେ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ ଅନିଲଙ୍କ ସମେତ ୩ ଜଣଙ୍କ ବିରୋଧରେ ୧ କୋଟି ଟଙ୍କା ଲେଖାଏ ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆର୍‌କମ୍‌ ଅର୍ଥ କେଉଁଠୁ ଯୋଗାଡ଼ କଲା ସେସମ୍ପର୍କରେ ଅଦ୍ୟାବଧି କୌଣସି ଉତ୍ତର ଦେଇ ନାହିଁ। ତେବେ ଏରିକସନ ବକେୟା ବିବାଦର ସମାଧାନ ହୋଇଥିଲେ ମଧ୍ୟ ଆର୍‌କମ୍‌ ପାଇଁ ଏବେ ମଧ୍ୟ ଆହୁରି ଅଡ଼ୁଆ ରହିଛି। ଏହା ସ୍ପେକ୍ଟ୍ରମ ଫିସ୍‌ ବାବଦରେ ଟେଲିକମ୍‌ ବିଭାଗର ୨୧ କୋଟି ଟଙ୍କା ବକେୟା ରଖିଛି। ଅନ୍ୟପକ୍ଷରେ ଆର୍‌କମ୍‌ ଠାରୁ ବକେୟା ବାବଦରେ ୭୦୦ କୋଟି ଟଙ୍କା ଆଦାୟ କରିବା ଲାଗି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଚଳିତ ସପ୍ତାହରେ ଏନ୍‌ସିଏଲ୍‌ଟିଙ୍କ ଦ୍ୱାରସ୍ଥ ହେବ ବୋଲି ନିଷ୍ପତ୍ତି ନେଇଛି। ଅପରପକ୍ଷରେ ନିଜକୁ ଦେବାଳିଆ ଘୋଷଣା କରିବା ଉଦ୍ଦେଶ୍ୟରେ ଆର୍‌କମ୍‌ ଇତିମଧ୍ୟରେ ଏନ୍‌ସିଏଲ୍‌ଟିଙ୍କ ନିକଟରେ ଆବେଦନ ଦେଇଛି।

ଆର୍‌କମ୍‌-ରିଲାଏନ୍ସ ଜିଓ ଚୁକ୍ତି ରଦ୍ଦ

ସମ୍ପତ୍ତି ବିକ୍ରି ନେଇ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ଓ ରିଲାଏନ୍ସ ଜିଓ ମଧ୍ୟରେ ହୋଇଥିବା ଚୁକ୍ତି ଉଭୟ ପକ୍ଷ ମଧ୍ୟରେ ସହମତି ଭିତ୍ତିରେ ରଦ୍ଦ କରାଯାଇଛି। ଶେୟାରଧାରୀ ଓ ଟେଲିକମ ବିଭାଗର ଅନୁମତି ନ ମିଳିବାରୁ ସମ୍ପତ୍ତି ବିକ୍ରି ସମ୍ଭବ ହେଲାନି ବୋଲି ଆର୍‌କମ୍‌ ପକ୍ଷରୁ କୁହାଯାଇଛି। 

All Right Reserved By

ବାଣିଜ୍ୟ |

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ନୂଆଦିଲ୍ଲୀ, ୨୨।୪: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟୁଇଟର ଇଣ୍ଡିଆ ଅପରେସନ ଲାଗି ନୂଆ ଏମଡି ଭାବେ ମନିଶ ମାହେଶ୍ୱରୀଙ୍କୁ ନିଯୁକ୍ତ କରିଛି।

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

ନୂଆଦିଲ୍ଲୀ, ୨୨।୪: ବିଶ୍ୱ ‘ଇଜ ଅଫ ଡୁଇଙ୍ଗ’ ବିଜନେସ ତାଲିକାରେ ଅଗ୍ରଣୀ ସ୍ଥାନରେ ରହିବା ଲାଗି ଭାରତ ବିଭିନ ପଦକ୍ଷେପ ଗ୍ରହଣ କରୁଛି। 

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

ନୂଆଦିଲ୍ଲୀ,୨୨।୪: ଦେଶର ୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟିର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ ଶନିବାର କହିଛନ୍ତି। 

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। 

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି କିମ୍ବା କଥାବାର୍ତ୍ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାଇ ଦେଇଛି। 

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ ପଞ୍ଚମାଂଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଖର୍ଚ୍ଚ ବଢୁଥିବା ଜଣା ପଡିଛି। 

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା ଆହ୍ବାନ କରିଛନ୍ତି। 

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri