ବାଣିଜ୍ୟ |

ଶେୟାର ବଜାର ବଜାର ଉର୍ଦ୍ଧ୍ୱଗାମୀ

ଶେୟାର ବଜାର ବଜାର ଉର୍ଦ୍ଧ୍ୱଗାମୀ

ନୂଆଦିଲ୍ଲୀ,୧୯-୩: ବିଦେଶୀ ନିବେଶକଙ୍କ ନିବେଶ ବୃଦ୍ଧି ଏବଂ ବାଣିଜ୍ୟ ନିଅଣ୍ଟ ହ୍ରାସ ହେବା ଯୋଗୁ ଏହାର ପ୍ରଭାବ ଦେଶର ପୁଞ୍ଜି ବଜାର ଉପରେ ପଡିଛି। ବଜାରରେ ନିବେଶକଙ୍କ ମଧ୍ୟରେ ଉତ୍ସାହ ଫଳରେ ସେନସେନ୍ସ ପ୍ରାରମ୍ଭିକ ସ୍ତରରେ ୨୩୦ ପଏଣ୍ଟ ବଢିଥିବା ବେଳେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି କାରବାର ୧୧,୫୦୦ ପଏଣ୍ଟ ସ୍ତରର ନିକଟତମ ହୋଇଛି। ଏସିଆର ଅନ୍ୟାନ୍ୟ ଶେୟାର ବଜାରଗୁଡ଼ିକର କାରବାର ଉନ୍ନତ ରହିବା ସହ  ଏହାର ପ୍ରଭାବ ମଧ୍ୟ ଭାରତୀୟ ବଜାର ଉପରେ ପଡିଛି। ପୁଞ୍ଜି ବଜାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦିନ ପ୍ରାୟ ୧୨ଟା ସମୟରେ ୩୦ ଶେୟାର ବିଶିଷ୍ଟ ସେନସେକ୍ସ ୩୨୬.୦୬ ପଏଣ୍ଟ ଉନ୍ନତ କାରବାର ସହ ୩୮,୩୫୦ ସ୍ତର ଛୁଇଁଥିଲା। ଗତ ୫ଟି ସେସନରେ ସେନସେକ୍ସରେ ୧,୩୫୨.୮୫ ପଏଣ୍ଟ ବୃଦ୍ଧି ଘଟିଛି। ଏହି ସମୟରେ ନିଫ୍ଟି ୮୨.୧୫ ପଏଣ୍ଟ ବଢି ୧୧,୫୦୯ ସ୍ତର ଛୁଇଁଥିଲା। କାରବାର ଶେଷ ବେଳକୁ ସେନସେକ୍ସ ୭୦.୭୫ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୩୮,୦୯୫.୦୭ ସ୍ତର ଛୁଇଁଛି। ସେହିଭଳି ନିଫ୍ଟି ୩୫.୩୫ ପଏଣ୍ଟ ଉର୍ଦ୍ଧ୍ୱରେ ରହି ୧୧,୪୨୬.୨୦ ସ୍ତରରେ ବନ୍ଦ ହୋଇଛି। 

ଦୃଢ ହେଲା ଟଙ୍କା

ସେହିଭଳି ମଙ୍ଗଳବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ବେଶ ଉନ୍ନତ ଆସିଛି। ଡଲାର ତୁଳନାରେ ଟଙ୍କା ୫୭ ପଇସା ଦୃଢ ହେବା ସହ ୬୮.୫୩ ସ୍ତରକୁ ଫେରିଛି। ଗତ ବର୍ଷ ସମାନ ସମୟ ବେଳକୁ ଟଙ୍କା ଏହି ସ୍ତରରେ ରହିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ବଜାର ଉପରେ ପ୍ରଭାବ ପଡିବା ଯୋଗୁ ଏହା ୭୨ ସ୍ତର ଟପିଥିଲା। ବିଦେଶୀ ପୁଞ୍ଜି ଆଗମନ ଏବଂ ବିଶ୍ୱ ବାଣିଜ୍ୟ ସ୍ଥିତି ଧିମା ରହିବାରୁ ଟଙ୍କା ସ୍ଥିତିରେ ଏଭଳି ପରିବର୍ତ୍ତନ ଆସିଛି। ବାଣିଜ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ ଫେବୃୟାରୀରେ ରପ୍ତାନି ୨.୪୪% ବୃଦ୍ଧି ଘଟିଥିଲେ ମଧ୍ୟ ସୁନା ଏବଂ ପେଟ୍ରୋଲିୟମ ସାମଗ୍ରୀ ଆମଦାନୀ କମ୍‌ ହେବା ଯୋଗୁ ବାଣିଜ୍ୟ ନିଅଣ୍ଟ ୯.୬ ବିଲିୟନ ଡଲାରକୁ ହ୍ରାସ ଘଟିଛି। ଗତ ୬ଟି ସେସନରେ ଟଙ୍କା ସ୍ଥିତି ଉନ୍ନତ ରହିଥିବା ବେଳେ ଆନ୍ତଃ ବିଦେଶୀ ବିନିମୟ ବଜାରରେ ଏହା ୬୮.୮୭ ସ୍ତର ଛୁଇଁଥିଲା। ମାତ୍ର କାରବାର ଶେଷ ବେଳକୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୫୭ ପଇସା ଉର୍ଦ୍ଧ୍ୱରେ ରହି ୬୮.୫୩ ସ୍ତର ଛୁଇଁଛି। ଶୁକ୍ରବାର ଟଙ୍କା ମୂଲ୍ୟ ୨୪ ପଇସା ବୃଦ୍ଧି ଘଟି ୬୯.୧୦ ସ୍ତର ଛୁଇଁଥିଲା ବୋଲି ଶେୟାର ବଜାର ସୂତ୍ରରୁ ଜଣା ପଡିଛି। 


All Right Reserved By

ବାଣିଜ୍ୟ |

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ନୂଆଦିଲ୍ଲୀ, ୨୨।୪: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟୁଇଟର ଇଣ୍ଡିଆ ଅପରେସନ ଲାଗି ନୂଆ ଏମଡି ଭାବେ ମନିଶ ମାହେଶ୍ୱରୀଙ୍କୁ ନିଯୁକ୍ତ କରିଛି।

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

ନୂଆଦିଲ୍ଲୀ, ୨୨।୪: ବିଶ୍ୱ ‘ଇଜ ଅଫ ଡୁଇଙ୍ଗ’ ବିଜନେସ ତାଲିକାରେ ଅଗ୍ରଣୀ ସ୍ଥାନରେ ରହିବା ଲାଗି ଭାରତ ବିଭିନ ପଦକ୍ଷେପ ଗ୍ରହଣ କରୁଛି। 

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

ନୂଆଦିଲ୍ଲୀ,୨୨।୪: ଦେଶର ୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟିର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ ଶନିବାର କହିଛନ୍ତି। 

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। 

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି କିମ୍ବା କଥାବାର୍ତ୍ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାଇ ଦେଇଛି। 

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ ପଞ୍ଚମାଂଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଖର୍ଚ୍ଚ ବଢୁଥିବା ଜଣା ପଡିଛି। 

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା ଆହ୍ବାନ କରିଛନ୍ତି। 

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri